ଦାରିଙ୍ଗବାଡି, ୧୦।୪ (ଅରୁଣ ସାହୁ )- କଲେଜ ପଢିବା ଛାତ୍ରୀମାନେ ନିଜ ସୁରକ୍ଷାକୁ କିଭଳି ସୁଦୃଢ଼ କରିବେ ସାମାଜିଜ ସୁରକ୍ଷା ପାଇଁ ସେମାନଙ୍କୁ ରାଜ୍ୟ ସରକାର ତାଲିମ ପ୍ରଦାନ କରୁଛନ୍ତି। ପ୍ରକାଶ ଯେ, କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଋଷିମାଳ ଡିଗ୍ରୀ କଲେଜରେ ଛାତ୍ରୀମାନଙ୍କୁ ଆତ୍ମସୁରକ୍ଷା ତାଲିମ ପ୍ରଦାନ କରାଯାଇଛି। ମାର୍ଚ୍ଚ ୧୦ରୁ ଆରମ୍ଭ ହୋଇଥିବା ଏହି ତାଲିମ ଗୁରୁବାର ଶେଷ ହୋଇଛି।
ଏହି ଉଦଯାପନୀ ଉତ୍ସବରେ କଲେଜର ଅଧ୍ୟକ୍ଷ ଡ଼ଃ ଭାସ୍କର ଚରଣ ନାୟକଙ୍କ ଅଧ୍ୟକ୍ଷତାରେ ଅତିଥିଭାବେ ଋଷିମାଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟାପକ ସନ୍ତୋଷ କୁମାର ନାହାକ ଅତିଥି ଭାବେ ଯୋଗଦେଇଥିଲେ। ସେହିପରି ଡିଗ୍ରୀ କଲେଜର ଇତିହାସ ଅଧ୍ୟାପକ ଅକ୍ଷୟ ବେହେରା ଦଳାଇ ସ୍ବାଗତ ଭାଷଣ ଦେବା ସହ ଆତ୍ମସୁରକ୍ଷା ତାଲିମର ଆବଶ୍ୟକତା ଓ ଏହାର ସଫଳତା ସମ୍ପର୍କରେ ଅବଗତ କରାଇଥିଲେ।
ଆତ୍ମସୁରକ୍ଷା ତାଲିମର ସଂଯୋଜିକା ତଥା ଅଧ୍ୟାପିକା ଲଳିତା ସିଂ ଓ ପ୍ରଶିକ୍ଷିକା ସୁଶ୍ରୀ ସୁରଭି ଶବରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଶିବିରାର୍ଥୀମାନଙ୍କୁ ଆତ୍ମସୁରକ୍ଷା ସମ୍ପର୍କିତ ବିଭିନ୍ନ କୌଶଳମାନ ଶିକ୍ଷା ପ୍ରଦାନ କରାଯାଇଥିଲା। ଏହା ୮ଟି ଅଧିବେଶନରେ ଶିକ୍ଷା ପ୍ରଦାନ କରାଯାଇଥିଲା ଉଦଯାପନୀ ଉତ୍ସବରେ ସଫଳ ଭାବେ ଅଂଶଗ୍ରହଣ କରିଥିବା ସମସ୍ତ ଛାତ୍ରୀମାନଙ୍କୁ ମାନପତ୍ର ଅତିଥିଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମକୁ କଲେଜର ଅମିତ କୁମାର ନାୟକ, ମନୋରଞ୍ଜନ ବଳିୟାରସିଂ,ସମୀର ପ୍ରସାଦ ମାଇକେଲ, କୃଷ୍ଣ କୁମାର ମାଝୀ, ସୁଜ୍ଞାନ ସାହୁ, ବିମଲ ବସ୍ତାରାୟ, ଲାଇବ୍ରେରିୟାନ ପବିତ୍ର ବେହେରଦଳାଇ ପ୍ରମୁଖ ସହଯୋଗ କରିଥିଲେ। ଶେଷରେ ଅମିତ କୁମାର ନାୟକସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ।


