ମାତୃଭାଷାରେ ସ୍ନାତକ ପଢ଼ିବେ ଛାତ୍ରଛାତ୍ରୀ: ପୁସ୍ତକ ଲେଖା ପାଇଁ ୫୦ ଲେଖକ ମନୋନୀତ

ଭୁବନେଶ୍ବର, ୨୪।୧: ଆଗକୁ ଛାତ୍ରଛାତ୍ରୀମାନେ ଓଡ଼ିଆ ଭାଷାରେ ସ୍ନାତକ ପଢିବେ। ଏନେଇ ସରକାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ନିକଟରେ ଇନ୍ଦିରା ଗାନ୍ଧୀ ମୁକ୍ତ ବିଶ୍ବବିଦ୍ୟାଳୟ ପକ୍ଷରୁ ଏମବିଏ ପାଠ୍ୟକ୍ରମ ପାଇଁ ଓଡ଼ିଆ ପୁସ୍ତକ ପ୍ରକାଶ କରାଯାଇଥିଲା ବେଳେ ଆଗକୁ ଡାକ୍ତରୀ ଏବଂ ଇଂଜିନିୟରିଂ ମଧ୍ୟ ଓଡ଼ିଆ ଭାଷାରେ ପଢ଼ାଯିବ। ଜାତୀୟ ଶିକ୍ଷା ନୀତି ୨୦୨୦ ଲାଗୁ କରିବା ପାଇଁ ସରକାରୀ ସ୍ତରରେ ତତ୍ପରତା ଦେଖାଦେଇଛି।

ଉଚ୍ଚଶିକ୍ଷା ବିଭାଗରେ ସ୍ନାତକ(+୩) କ୍ଷେତ୍ରରେ ଏହା ଲାଗୁ ହୋଇ ସାରିଥିବାବେଳେ ଛାତ୍ରଛାତ୍ରୀ ଯେଭଳି ଭାବେ ନିଜ ମାତୃଭାଷାରେ ପାଠ ପଢ଼ିବେ ସେ ଦିଗରେ କାମ ଚାଲିଛି। ପୁସ୍ତକ ଲେଖା ପାଇଁ ରାଜ୍ୟରେ ପ୍ରାୟ ୫୦ ଲେଖକଙ୍କୁ ମନୋନୀତ କରାଯାଇଛି । ଖୁବ୍‌ଶୀଘ୍ର ପୁସ୍ତକ ଲେଖା କାମ ଆରମ୍ଭ ହେବ।

ସୂଚନା ଅନୁଯାୟୀ ଜାତୀୟ ଶିକ୍ଷାନୀତି ଓଡ଼ିଶାରେ ଉଚ୍ଚଶିକ୍ଷା କ୍ଷେତ୍ରରେ ୨୦୨୪-୨୫ ଶିକ୍ଷା ବର୍ଷରୁ ଲାଗୁ କରାଯାଇଛି । ଜାତୀୟ ଶିକ୍ଷାନୀତି ୨୦୨୦ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ସରକାରୀ ବିଶ୍ଵବିଦ୍ୟାଳୟ ଏବଂ ଅନୁବନ୍ଧିତ ମହାବିଦ୍ୟାଳୟରେ ଲାଗୁ ହୋଇଛି। ତିନି ବର୍ଷ ବଦଳରେ ଚାରି ବର୍ଷର ସ୍ନାତକ ପାଠ୍ୟକ୍ରମ ପଢ଼ିବେ ଛାତ୍ରଛାତ୍ରୀ ।

ପ୍ରଚଳିତ ପୁସ୍ତକ ଲେଖା ପାଇଁ ୫୦ ଲେଖକ ମନୋନୀତ ପାଠ୍ୟକ୍ରମକୁ ଦୃଷ୍ଟିରେ ରଖ୍ ପାଠ୍ୟ ପୁସ୍ତକ ପ୍ରସ୍ତୁତ କରିବାକୁ ଉତ୍କଳ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ଦାୟିତ୍ବ ଦିଆଯାଇଛି। ପ୍ରଫେସର ଆଚାର୍ଯ୍ୟଙ୍କୁ ପୁସ୍ତକ ପ୍ରସ୍ତୁତି ପାଇଁ ନୋଡାଲ ଅଧିକାରୀ ଭାବେ ପୂର୍ବରୁ ଦାୟିତ୍ୱ ଦିଆଯାଇଥିଲା। ଏବେ ଉତ୍କଳ ବିଶ୍ବବିଦ୍ୟାଳୟ ପକ୍ଷରୁ ସ୍ନାତକ କଳା, ବାଣିଜ୍ୟ, ବିଜ୍ଞାନ ଏବଂ ମ୍ୟାନେଜମେଣ୍ଟ ଭଳି ପାଠ୍ୟକ୍ରମର ପ୍ରାୟ ୨୦ ପୁସ୍ତକ ପ୍ରାଥମିକ ଭାବେ ଲେଖାଯିବ।

ଜାତୀୟ ଶିକ୍ଷା ନୀତିର ପାଠ୍ୟଖସଡ଼ା ମୁତାବକ ଏହି ପୁସ୍ତକ ଲେଖାଯିବ। ପୁସ୍ତକ ଲେଖା ପାଇଁ ସ୍ବତନ୍ତ୍ର ମାନଦଣ୍ଡ(ଏସଓପି) ପ୍ରସ୍ତୁତ କରାଯାଉଛି। ଏନେଇ ଏକ ବୈଠକ ହୋଇଥିବାବେଳେ ଖୁବ୍‌ଶୀଘ୍ର ପୁସ୍ତକ ଲେଖାର ନିୟମାବଳୀ ଚୂଡ଼ାନ୍ତ କରାଯିବ । ବ‌ହିଗୁଡ଼ିକ ଓଡ଼ିଆରେ ଲେଖାଯିବ। ୨୦୨୪-୨୫ରୁ ସ୍ନାତକ (+୩) ରେ ଜାତୀୟ ଶିକ୍ଷାନୀତି ଲାଗୁ ହୋଇଥିବାରୁ କିଭଳି ଶୀଘ୍ର ପୁସ୍ତକ ରଚନା ହେବ ସେନେଇ କାର୍ଯ୍ୟ ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ଏହି ୪ ଜିଲାରେ ଶୀତଲହରୀ ସମ୍ଭାବନା; ଭୁବନେଶ୍ୱର ପାଇଁ ଆସନ୍ତା ୨୪ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର,୭ା୧୨: ରାଜ୍ୟକୁ ବିଳମ୍ବରେ ଶୀତ ଆସିଥିଲେ ମଧ୍ୟ ରହି ରହିକା ବିଭିନ୍ନ ଜିଲାରେ ଶୀତର ଲହରୀ ଦେଖିବାକୁ ମିଳୁଛି। ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri