Categories: ଗଞ୍ଜାମ

ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ, ସ୍କୁଲ କର୍ତ୍ତୃପକ୍ଷଙ୍କୁ ଦାୟୀ କଲେ ପରିବାର ଲୋକେ

ଛତ୍ରପୁର,୧୮ା୧୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଥାନା ଅଧୀନ ରିକ୍କାପଲ୍ଲୀ ଆବାସିକ ବିଦ୍ୟାଳୟରେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ମୃତ୍ୟୁ ଛାତ୍ରୀ ଜଣକ ହେଲେ ଛତ୍ରପୁର ଥାନା ଅଧୀନ ତରେଇପାଟପୁର ଗ୍ରାମ କୈଳାଶ ଚନ୍ଦ୍ର ବେହେରା ଝିଅ ରୋଜା ବେହେରା(୧୫)
ରୋଜା ଦଶମ ଶ୍ରେଣୀରେ ପାଠ ପଢୁଥିଲେ। ଛାତ୍ରୀ ଜଣକ ଛତ୍ରପୁର କସ୍ତୁରବା ଗାନ୍ଧୀ ଆବାସିକା ବାଳିକା ବିଦ୍ୟାଳୟ ରହି ପାଠ ପଢୁଥିଲେ। ଶନିବାର ରାତିରେ ଖାଇକି ଶୋଇବା ପରେ ରାତି ୪ଟାରେ ଅସୁସ୍ଥତା ଅନୁଭବ କରିବା ସହ ବାନ୍ତି ହୋଇଥିଲା। ସେଠାରେ ଥିବା ଓ୍ବାର୍ଡନ ଜଣକ ତାଙ୍କୁ ମେଡିସିନ ଦେଇଥିଲେ କିନ୍ତୁ ଅବସ୍ଥା ସୁଧୀର ନ ଥିଲା। ଛାତ୍ରୀଙ୍କ ଅବସ୍ଥା ଗୁରୁତର ହେବାରୁ ରବିବାର ସକାଳୁ ଛତ୍ରପୁର ମେଡିକାଲ ଆଣିଥିଲେ ବିଦ୍ୟାଳୟ କର୍ତ୍ତୃପକ୍ଷ। ମେଡିକାଲରେ ଡାକ୍ତର ତାଙ୍କୁ ମୃତ ଘାଷଣା କରିଥିଲେ। ଘଟଣାସ୍ଥଳରେ ଛତ୍ରପୁର ପୋଲିସ ଏବଂ ସାଇଣ୍ଟିଫିକ୍‌ ସନ୍ଧାନୀ କୁକୁର ପହଞ୍ଚି ତଦନ୍ତ କରିଛନ୍ତି। ଏହି ଘଟଣା ପାଇଁ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଦାୟୀ କରିଛନ୍ତି ପରିବାର ଲୋକେ।