ପରୀକ୍ଷା ବାତିଲ ଦାବିରେ ଛାତ୍ରୀଛାତ୍ରଙ୍କ ଧାରଣା

ଢେଙ୍କାନାଳ ଅଫିସ,୧୭।୨: ଢେଙ୍କାନାଳ ସ୍ବୟଂଶାସିତ ମହାବିଦ୍ୟାଳୟରେ ବୁଧବାର ଯୁକ୍ତ ୩ ଶେଷ ବର୍ଷ ଛାତ୍ରୀଛାତ୍ରମାନେ ୫ମ ସେମିଷ୍ଟର ପରୀକ୍ଷା ବାତିଲ ଦାବିରେ ଧାରଣା ଦେଇଥିଲେ। ଛାତ୍ରୀଛାତ୍ରମାନେ ଅଭିଯୋଗ କରିଛନ୍ତି, କରୋନା ସଂକ୍ରମଣ ଯୋଗୁ ପାଠପଢା ବାଧାପ୍ରାପ୍ତ ହେବା ସହିତ ଅନ୍‌ଲାଇନରେ ଠିକ୍‌ ଭାବେ ପାଠପଢା ହୋଇପାରୁ ନ ଥିଲା। ସେହିପରି ଦୁଇମାସ ମଧ୍ୟରେ କୋର୍ସ ଶେଷ ହୋଇପାରି ନ ଥିଲା। ଏ ନେଇ ଛାତ୍ରୀଛାତ୍ରମାନେ କଲେଜ କର୍ତ୍ତୃପକ୍ଷ ଓ ଜିଲା ପ୍ରଶାସନକୁ ଅବଗତ କରିଥିଲେ ମଧ୍ୟ କୌଣସି ସୁଫଳ ମିଳି ନ ଥିଲା। ଏହାର ପ୍ରତିବାଦରେ ଛାତ୍ରୀଛାତ୍ରମାନେ କଲେଜ ଫାଟକରେ ତାଲା ପକାଇ ଧାରଣା ଦେଇଥିଲେ। ଫଳରେ କଲେଜରେ ହେବାକୁ ଥିବା ଏକ ୱେବିନାର ମଧ୍ୟ ବାଧାପ୍ରାପ୍ତ ହୋଇଥିଲା। ଏ ସଂକ୍ରାନ୍ତରେ କଲେଜ ଅଧ୍ୟକ୍ଷ ରଞ୍ଜିତ ପ୍ରଧାନ ଓ ପ୍ରାଧ୍ୟାପକ ଡ. ଦେବାଶିଷ ମହାନ୍ତି କହିଛନ୍ତି, ଛାତ୍ରୀଛାତ୍ରମାନେ ଯାହା ଦାବି କରୁଛନ୍ତି, ଏଥିରେ ଆମର କିଛି କରିବାର ନାହିଁ ା ୟୁଜିସି ଓ ସରକାରଙ୍କ ପଲିସିରେ ପରୀକ୍ଷା ହେଉଛି ା ତେଣୁ ଆମେ ଏଥିରେ କିଛି କରିପାରିବୁ ନାହିଁ।