ଘରୋଇ ଶିକ୍ଷାନୁଷ୍ଠାନ ରେ ଫି ନ ଦେଇପାରି ପରୀକ୍ଷାରୁ ବଞ୍ଚିତ ଛାତ୍ରୀଛାତ୍ର, କନ୍ଧମାଳ ଜିଲ୍ଲାପାଳଙ୍କୁ ଲେଖିଲେ ଚିଠି

ଦାରିଙ୍ଗବାଡି, ୪ /୩ (ଅରୁଣ ସାହୁ): ଛାତ୍ରୀଛାତ୍ର ଙ୍କ ମୌଳିକ ଶିକ୍ଷା ଅଧିକାର ପାଇବା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ଅନେକ ଯୋଜନା କରିଛନ୍ତି | କୌଣସି ଜଣେ ମଧ୍ୟ ଛାତ୍ରୀଛାତ୍ର କିଭଳି ଶିକ୍ଷାରୁ ବଞ୍ଚିତ ହେବେ ନାହିଁ ତାକୁ ନିଶ୍ଚିତ କରିବା ପାଇଁ ବିଭିନ୍ନ ଟାସ୍କଫୋର୍ସ ମାଧ୍ୟମରେ ଶିକ୍ଷାର ବିକାଶ ପାଇଁ ତଦାରଖ କରୁଛନ୍ତି | ବିଭିନ୍ନ ସମସ୍ୟା ଯୋଗୁଁ ଅଧାରୁ ପାଠ ଛାଡ଼ିଥିବା ଛାତ୍ରୀଛାତ୍ରଙ୍କୁ ମଧ୍ୟ ପୁନର୍ବାର ଶିକ୍ଷାଦାନ ପାଇଁ ପଦକ୍ଷେପ ନେଉଛନ୍ତି ହେଲେ ଏଭଳି ଘଟଣା ଦେଖିବାକୁ ମିଳିଛି ଗରୀବ ଅନୁସୂଚିତ ଜନଜାତି ଓ ଜାତି ସମ୍ପ୍ରଦାୟର ଛାତ୍ରୀଛାତ୍ର ସପ୍ତମ ରୁ ନବମ ପର୍ଯ୍ୟନ୍ତ ପରୀକ୍ଷା ରୁ ବଞ୍ଚିତ ହୋଇଛନ୍ତି ଯାହାକି ଏ ସମ୍ପର୍କରେ କନ୍ଧମାଳ ଜିଲ୍ଲାପାଳ ଅମ୍ରିତ ଋତୁରାଜଙ୍କ ସମେତ ବାଲିଗୁଡା ଉପଜିଲ୍ଲାପାଳ ଡ଼ଃ ରୀନା ପ୍ରଧାନ, କନ୍ଧମାଳ ଶିକ୍ଷା ଜିଲ୍ଲା ଅଧିକାରୀ, ଦାରିଙ୍ଗବାଡି ବ୍ଲକ ଶିକ୍ଷା ଅଧିକାରୀ, ବ୍ଲକ ଅଧ୍ୟକ୍ଷଙ୍କୁ ଚିଠି ଲେଖି ଜଣାଇଛନ୍ତି ପରୀକ୍ଷାରୁ ବଞ୍ଚିତ ଛାତ୍ରୀଛାତ୍ର ଙ୍କ ଅଭିଭାବକ |

ପ୍ରକାଶ ଯେ ଉକ୍ତ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଶିକ୍ଷା ଅଧିକାରୀଙ୍କ ଅଧୀନରେ ରହିଥିବା ଘରୋଇ ଅନୁଷ୍ଠାନ ପାଦ୍ରୀ ପିଓ ଇଂରାଜୀ ମାଧ୍ୟାମିକ ବିଦ୍ୟାଳୟ ରେ ସୋମବାର ଠାରୁ ଷଷ୍ଠରୁ ନବମ ପର୍ଯ୍ୟନ୍ତ ଛାତ୍ରୀଛାତ୍ରଙ୍କ ବାର୍ଷିକ ପରୀକ୍ଷା କରାଯାଉଛି ତେବେ କିଛି ଅଭିଭାବକ ବିଭିନ୍ନ କାରଣରୁ ବିଦ୍ୟାଳୟରେ ଶିକ୍ଷା ପାଇଁ ପ୍ରଦାନ କରାଯାଉଥିବା ମାସିକ ଫି କୌଣସି କାରଣରୁ ପ୍ରଦାନ କରିନଥିବା ଯୋଗୁଁ ଛାତ୍ରୀଛାତ୍ର ଙ୍କୁ ପରୀକ୍ଷାରୁ ବଞ୍ଚିତ କରାଯାଇଥିବା ଅଭିଯୋଗ ପତ୍ର ରେ ଜଣାଯାଇଛି ପରୀକ୍ଷାରୁ ବଞ୍ଚିତ ଛାତ୍ରୀଛାତ୍ର ମାନେ ନିରାଶ ହେବା ସହ ସେମାନେ ଏକ ମାନସିକ ଚାପରେ ଘରେ ରହିଥିବାରୁ ପରିବାର ଲୋକ ଚିନ୍ତାରେ ରହିଥିବା ଉଲ୍ହେଖ କରାଯାଇଛି | ରାଜ୍ୟସରକାରଙ୍କ ଅନୁବନ୍ଧିତ ରେ ସରକାରଙ୍କ ଗାଇଡଲାଇନ କୁ ମାନି ବିଦ୍ୟାଳୟ ପରିଚାଳନା କରିବା ନିୟମ ରହିଥିଲେ ମଧ୍ୟ ଉକ୍ତ ବିଦ୍ୟାଳୟ ପକ୍ଷରୁ ଛାତ୍ରୀଛାତ୍ର ମାନଙ୍କ ଭବିଷ୍ୟତ ସହ ଖେଳ ଖେଳାଯାଉଥିବା ଅଭିଭାବକ ମାନେ ଅଭିଯୋଗ କରିଛନ୍ତି ଅଞ୍ଚଳର ଗରୀବ ଛାତ୍ରୀଛାତ୍ର ମାନଙ୍କ ଭବିଷ୍ୟତ ଗଢିବା ପାଇଁ ଅଞ୍ଚଳରେ ଏକ ମାତ୍ର ଇଂରାଜୀ ମାଧ୍ୟମିକ ବିଦ୍ୟାଳୟ ୧ ଦଶନ୍ଧି ପୂର୍ବରୁ ଖୋଲାଯିବା ସମୟରେ ଯେଉଁଭଳି ଲୋକଙ୍କ ସେବା ପାଇଁ କମ ଫି ରେ ଶିକ୍ଷାଦାନ କରାଯାଉଥିଲା ଏବେ ତାହା ବୃଦ୍ଧି କରାଯିବା ସହ ଅଭିଭାବକ ଓ ଛାତ୍ରୀଛାତ୍ର ଙ୍କୁ ଉପଯୁକ୍ତ ଖେଳ ପଡିଆ, ଶୌଚାଳୟ ଓ ବିଦ୍ୟାଳୟର ଅନୁସାଙ୍ଗିକ ବ୍ୟବସ୍ଥା କରାଯାଉନଥିବା ସେମାନେ ଅଭିଯୋଗ କରିଛନ୍ତି | ଏନେଇ ବିଦ୍ୟାଳୟର ମ୍ୟାନେଜର ତଥା ଚର୍ଚ୍ଚ ର ଫାଦର ଜୋସେଫ ମାଇକଲ ଙ୍କ ସହ ଯୋଗାଯୋଗ କରାଯଉବାରୁ ସେ କହିଛନ୍ତି ଯେ ଏକାଧିକ ଅଭିଭାବକ ମାସିକ ଫି କୁ ଶିକ୍ଷା ବର୍ଷ ଆରମ୍ଭ ରୁ ଏପର୍ଯ୍ୟନ୍ତ ଦେବାରେ ଚରମ ଅବହେଳା କରୁଛନ୍ତି ଏଥିପାଇଁ ପ୍ରତେକ ମାସରେ ସେମାନଙ୍କୁ ବିଦ୍ୟାଳୟ ପରିଚାଳନା କମିଟି ରେ ଆଲୋଚନା କରାଯିବା ସହ ଯେଉଁ ମାନେ ଫି ଦେବାରେ ଅବହେଳା କରିଥିବେ ସେମାନଙ୍କ ଛାତ୍ରୀଛାତ୍ର ମାନେ ବାର୍ଷିକ ପରୀକ୍ଷା ରେ ବସିପାରିବେନି ବୋଲି ରେଜ୍ୟୁଲେସନ କରାଯାଇଥିବା ସେ କହିଛନ୍ତି | ସେ ଆହୁରି କହିଛନ୍ତି ଗୋଟିଏ ଦିନ ହିଁ ଛାତ୍ରୀଛାତ୍ର ଙ୍କୁ ପରୀକ୍ଷାରୁ ବଞ୍ଚିତ କରାଯାଇଥିଲା ସେମାନଙ୍କୁ ଗୋଟିଏ ଦିନ ବାଦ ପଡିଥିବା ବିଷୟରେ ପରୀକ୍ଷା କରାଯିବ କୌଣସି ଛାତ୍ରୀଛାତ୍ର ଙ୍କୁ ହଇରାଣ କରିବା ତାଙ୍କ ଉଦ୍ଦେଶ୍ୟ ନାହିଁ ବୋଲି ସେ କହିଛନ୍ତି | ଏନେଇ ଅଭିଭାବକ ଶ୍ୟାମସେନ ଦିଗାଲ କହିଛନ୍ତି ଯେ ସେ ସ୍ୱାସ୍ଥ୍ୟହାନି ଯୋଗୁଁ ତାଙ୍କ ପିଲାଙ୍କ ଫି ସମ୍ପୂର୍ଣ୍ଣ ଦେଇପାରିନାହାନ୍ତି ସେ ସୋମବାର ୩ ହଜାର ପ୍ରଦାନ କରିଥିଲେ ମଧ୍ୟ ତାଙ୍କ ନାତି ଙ୍କୁ ପରୀକ୍ଷାରୁ ବଞ୍ଚିତ କରାଯାଇଥିବା ସେ ଅଭିଯୋଗ କରିଛନ୍ତି ସେହିପରି ଅମରେନ୍ଦ୍ର ପ୍ରଧାନ, ପ୍ରତାପ ଦିଗାଲ, ଜଗବନ୍ଧୁ ଦିଗାଲଙ୍କ ସମେତ ଅନ୍ୟ ଅଭିଭାବକ ମାନେ ଏହି ଅଭିଯୋଗ କରିଛନ୍ତି |


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦଘାଟିତ, ତହସିଲଦାର…

ଦିଗପହଣ୍ଡି,୨୨ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ତହସିଲ ଓ ଏନଏସି ପ୍ରଶାସନ ପକ୍ଷରୁ ବଡଖେମୁଣ୍ଡି ହାଇସ୍କୁଲ ପରିସରରେ ଜାତୀୟ ଜନଗଣନା ୨୦୨୭ର…

ତାଲପାଲିପଡା ଶ୍ରୀରାମମନ୍ଦିର ବିଗ୍ରହ ପ୍ରତିଷ୍ଠା ଉତ୍ସବ ଆରମ୍ଭ, ଉତ୍ସବମୁଖର…

ବଲାଙ୍ଗୀର,୨୨ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ତାଲପାଲିପଡାରେ ପୁନଃନିର୍ମାଣ ହୋଇଥିବା ଶ୍ରୀରାମମନ୍ଦିରର ବିଗ୍ରହପ୍ରତିଷ୍ଠା ଉତ୍ସବ ରବିବାର ଠାରୁ ଆରମ୍ଭ ହୋଇଯାଇଛି । ଆୟୋଜକ କମିଟି ସହିତ ପଡାର ଶତାଧିକ…

ପଞ୍ଜାବ କିଙ୍ଗ୍ସକ ଦଳକୁ ନେଇ ବଡ଼ ମତ ରଖିଲେ ଇର୍ଫାନ ପଠାନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୨ା୩: ଭାରତର ପୂର୍ୱତନ ଅଲରାଉଣ୍ଡର ଇର୍ଫାନ ପଠାନଙ୍କ ମତରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ଏବେ ଉଚିତ ଦିଗରେ ଆଗଉଛି। ଦଳ ଅକ୍ସନରେ ଭଲ କରିବା ସହ ଚଳିତ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବସ୍‌ରେ ଚାଲାଣ ହେଉଥିଲା କଫସିରଫ: ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୨୨।୩(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ପୋଲିସ ରବିବାର ୟ୧୫ ସହ ବୋତଲ କଫସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

ଧରିତ୍ରୀ ପ୍ରଭାବ: ସଜଡା ହେଲା ବ୍ଲକ ଗେଟ୍‌, ମରାମତି ହେଲା ‘ମରଣଯନ୍ତା’

ଥୁଆମୂଳ ରାମପୁର,୨୨।୩(ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri