ପାଠ ପଢ଼ାଇଲେ, ଆଡ୍‌ମିଟ୍‌ କାର୍ଡ ଦେଲେନି: ସିବିଏସ୍‌ଇ ୧୦ମ ପରୀକ୍ଷାରୁ ଛାତ୍ର ବଞ୍ଚିତ

ପାରଳାଖେମୁଣ୍ଡି,୧୮ା୨ (ଗିରିଧାରୀ ପରିଚ୍ଛା):ସିବିଏସ୍‌ଇ ମାଟ୍ରିକ ପରୀକ୍ଷା ମଙ୍ଗଳବାରଠାରୁ ଆରମ୍ଭ ହୋଇଛି। ହେଲେ ଏକ ଘରୋଇ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଅବହେଳାରୁ ଗଜପତି ଜିଲା କାଶୀନଗରରେ ଜଣେ ଛାତ୍ର ପରୀକ୍ଷା ଦେବାରୁ ବଞ୍ଚତ୍ତ ହୋଇଥିବା ଅଭିଯୋଗ ହୋଇଛି। ସମ୍ପୃକ୍ତ ଛାତ୍ରଙ୍କୁ ପରୀକ୍ଷା ଦେବାକୁ ଆର୍ଡମିଟ କାର୍ଡ ନ ମିଳିବାରୁ ସେ ପରୀକ୍ଷାରୁ ବଞ୍ଚତ୍ତ ହୋଇଥିବା ଅଭିଯୋଗ କରି ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଅଭିଯୋଗ ପରେ ଜିଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ଜିଲା ଶିକ୍ଷାଧିକାରୀ(ଡିଇଓ) ମାୟାଧର ସାହୁଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଅପରପକ୍ଷରେ ବିଦ୍ୟାଳୟ କର୍ତ୍ତୃପକ୍ଷ ଏଭଳି ଅଭିଯୋଗକୁ ଖଣ୍ଡନ କରିବା ସହ ଉକ୍ତ ବିଦ୍ୟାଳୟରେ କେବଳ ୮ମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ାଇବାର ଅନୁମତି ରହିଛି ବୋଲି କହିଛନ୍ତି। ହେଲେ ଅଭିଯୋଗକାରୀ ଛାତ୍ର ଉକ୍ତ ସ୍କୁଲର ପରିଚୟ ପତ୍ର ପାଇ ସେଠାରେ ପଢ଼ୁଥିଲେ ଏବଂ ଦଶମ ପରୀକ୍ଷା ପାଇଁ ନାମ ରେଜିଷ୍ଟ୍ରେଶନ କରିଥିବା ଅଭିଯୋଗ କରିଛନ୍ତି।
ମିଳିଥିବା ସୂଚନାନୁସାରେ, କାଶୀନଗରସ୍ଥିତ ସ୍ମାର୍ଟ ପବ୍ଲିକ ସ୍କୁଲରେ ପ୍ରଥମରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୨୫୩ ପିଲା ପଢ଼ୁଛନ୍ତି। ଅଷ୍ଟମ ଶ୍ରେଣୀରେ ବର୍ତ୍ତମାନ ଛାତ୍ରୀଛାତ୍ରଙ୍କ ସଂଖ୍ୟା ୧୭। ୨୦୨୩-୨୪ରେ ଅଷ୍ଟମ ଶ୍ରେଣୀ ପାସ୍‌ କରିଥିତ୍ବା ଛାତ୍ର କେ. ଅଜୟ କୁମାର ସେହି ସ୍କୁଲରେ ନବମ ଓ ଦଶମ ଶ୍ରେଣୀ ପଢ଼ି ବାର୍ଷିକ ପରୀକ୍ଷା ଦେବାକୁ ପ୍ରସ୍ତୁତ ହୋଇଥିଲେ। ତାଙ୍କ ନିକଟରେ ସ୍ମାର୍ଟ ସ୍କୁଲର ପରିଚୟ ପତ୍ର(ଆଇ କାର୍ଡ) ମଧ୍ୟ ରହିଛି। ଆପାର ଆଇଡି ପ୍ରସ୍ତୁତ ପାଇଁ ସ୍କୁଲ ପକ୍ଷରୁ ତାଙ୍କଠାରୁ ସମସ୍ତ ଡକ୍ୟୁମେଣ୍ଟ ମଧ୍ୟ ନିଆଯାଇଛି। ଦଶମ ଶ୍ରେଣୀ ପରୀକ୍ଷା ନିମନ୍ତେ ଫର୍ମ ଫିଲପ ପାଇଁ ଆଧାର କାର୍ଡ ଜେରକ୍ସ ଓ ଶିକ୍ଷା ସମ୍ବନ୍ଧୀୟ ସମସ୍ତ ଡକ୍ୟୁମେଣ୍ଟ ସ୍କୁଲକୁ ଦିଆଯାଇଥିଲା। ସମ୍ପୃକ୍ତ ଛାତ୍ରଙ୍କୁ ଠିକ୍‌ ସମୟରେ ଆଡ୍‌ମିଟ କାର୍ଡ ଦିଆଯିବ ବୋଲି କୁହାଯାଇଥିଲା। ତେବେ ପରୀକ୍ଷା ପୂର୍ବଦିନ ଅର୍ଥାତ୍‌ ସୋମବାର ଆଧାର କାର୍ଡରେ ତ୍ରୁଟି ଦର୍ଶାଇ ଫର୍ମ ପୂରଣ ହୋଇ ପାରି ନ ଥିବା ସ୍କୁଲ କର୍ତ୍ତୃପକ୍ଷ କହିଥିବା ଜିଲାପାଳଙ୍କ ନିକଟରେ ଛାତ୍ର ଅଜୟଙ୍କ ମା’ ଅଭିଯୋଗ କରିଛନ୍ତି। ଜିଲାପାଳ ଅଭିଯୋଗର ସତ୍ୟତା ଯାଞ୍ଚ ପାଇଁ ଡିଇଓ ସାହୁଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଡିଇଓ ସାହୁ ଘଟଣାର ତଦନ୍ତ କରିଥିବାବେଳେ ସ୍ମାର୍ଟ ପବ୍ଲିକ ସ୍କୁଲରେ ନବମ ଓ ଦଶମ ଶ୍ରେଣୀ ପାଠପଢ଼ା ବ୍ୟବସ୍ଥା ନ ଥିବା ଜାଣିବାକୁ ପାଇଛନ୍ତି। ବିଦ୍ୟାଳୟ କର୍ତ୍ତୃପକ୍ଷ କିଭଳି ଜଣେ ଛାତ୍ରଙ୍କୁ ନବମ ଓ ଦଶମ ଶ୍ରେଣୀ ପଢ଼ିବାକୁ ସୁଯୋଗ ଦେଲେ ଏବଂ ତାଙ୍କୁ ପରିଚୟ ପତ୍ର ପ୍ରଦାନ କଲେ ତାକୁ ନେଇ ତଦନ୍ତ ଜାରି ରହିଛି ବୋଲି ଡିଇଓ କହିଛନ୍ତି। ପରୀକ୍ଷାରୁ ବଞ୍ଚତ୍ତ ଛାତ୍ରଙ୍କ ମା’ଙ୍କ କହିବା ହେଲା, ସ୍ମାର୍ଟ ପବ୍ଲିକ ସ୍କୁଲରେ ପାସ୍‌ କରିବା ପରେ ଆମେ ପୁଅକୁ ସେହି ସ୍କୁଲ୍‌ରେ ପଢ଼ାଉ ଥିଲୁ। ସେଠାରେ ନବମ ଓ ଦଶମ ଶ୍ରେଣୀ ନାହିଁ ବୋଲି ଆମେ ଜାଣି ନ ଥିଲୁ। ପୁଅକୁ ଉକ୍ତ ସ୍କୁଲରୁ ପରିଚୟ ପତ୍ର ମିଳିଛି। ଆମେ ୧୦ମ ପରୀକ୍ଷା ପାଇଁ ଫର୍ମ ଫିଲପ୍‌ ମଧ୍ୟ କରିଥିଲୁ। ହେଲେ ଶେଷରେ ବିଦ୍ୟାଳୟ କର୍ତ୍ତୃପକ୍ଷ ଆମ ପୁଅକୁ ଆର୍ଡମିଟ କାର୍ଡ ଦେଇପାରିଲେନି ବୋଲି ମା’ ଅଭିଯୋଗ କରିଛନ୍ତି। ଅପରପକ୍ଷରେ ସ୍ମାର୍ଟ ପବ୍ଲିକ ସ୍କୁଲ ପ୍ରିନ୍ସପାଲ ତିରୁପତି ପାଟିକା କହିଛନ୍ତି, ସ୍କୁଲ ବିରୋଧରେ ଆସିଥିବା ଅଭିଯୋଗ ଭିତ୍ତିହୀନ। ଆଇ କାର୍ଡ ନକଲି। ଦଶମ ପରୀକ୍ଷା ଦେଇପାରି ନାହାନ୍ତି ବୋଲି ଅଭିଯୋଗ ଆଣିଥିବା ଛାତ୍ର ଜଣଙ୍କ ବର୍ତ୍ତମାନ ପାରଳାଖେମୁଣ୍ଡିସ୍ଥିତ ବିକାଶ ବିଦ୍ୟା ନିକେତନରେ ନବମ ଶ୍ରେଣୀରେ ପଢ଼ୁଥିବା ପ୍ରିନ୍ସିପାଲ ପାଟିକା ସୂଚନା ଦେଇଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ LPG ଗ୍ୟାସ, କେତେ ଟଙ୍କା?

ଭୁବନେଶ୍ବର,୮।୪: ୫ କେଜିଆ ଗ୍ୟାସ ସିଲିଣ୍ଡର ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବଡ଼ ଘୋଷଣା କରିଛନ୍ତି । ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ ଏଲ୍‌ପିଜି…

ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ

ବନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି…

ବଡ଼ ଖବର: ବିଜେଡି ସଂସଦୀୟ ଦଳ ନେତା ପଦରୁ ସସ୍ମିତ ପାତ୍ରଙ୍କ ଇସ୍ତଫା, ବଢ଼ିଲା ଚର୍ଚ୍ଚା

ଭୁବନେଶ୍ୱର,୮।୪: ଓଡ଼ିଶା ରାଜନୀତିରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ରାଜ୍ୟ ସଭାରେ ବିଜେଡି ସଂସଦୀୟ ଦଳ ନେତା ପଦରୁ ଇସ୍ତଫା ଦେଇଛନ୍ତି ଡକ୍ଟର ସସ୍ମିତ ପାତ୍ର।…

ଇରାନକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଦେଶ ଉପରେ ଲାଗିବ ୫୦% ଟାରିଫ, ଯୁଦ୍ଧବିରତି ପରେ ଟ୍ରମ୍ପଙ୍କ ଘୋଷଣା

ଓ୍ବାଶିଂଟନ୍‌,୮।୪:  ଯୁଦ୍ଧବିରତି ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି । ସେ ଦୃଢ଼ତାର ସହିତ କହିଛନ୍ତି ଯେ ଇରାନରେ ନେତୃତ୍ୱର ଏକ…

ଯୁଦ୍ଧବିରତିର ସତ କହିଦେଲା ରୁଷିଆ, ଟ୍ରମ୍ପ କରିଥିଲେ…

ନୂଆଦିଲ୍ଲୀ,୮।୪: ମଧ୍ୟପ୍ରାଚ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ପାଇଁ ଆମେରିକା ଏବଂ ଇରାନ ରାଜି ହୋଇଛନ୍ତି, ଯାହା ଉଭୟ ପକ୍ଷ ଦ୍ୱାରା ଘୋଷଣା କରାଯାଇଛି। ଡୋନାଲ୍ଡ ଟ୍ରମ୍ପଙ୍କ…

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରି ବନ୍ଧା ହେଲେ ଯୁବକ

ଆନନ୍ଦପୁର,୮ା୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ରାମଚନ୍ଦ୍ରପୁରୁ ଥାନା ଅଧୀନ କଡ଼ରାପlଳ ଗ୍ରାମର ପ୍ରଦୋଷ ବରାଳ (୨୮) ଗତ ମଙ୍ଗଳବାର କୌଣସି କାରଣରୁ ରାମଚନ୍ଦ୍ରପୁରୁ ଥାନା ଅଧୀନ…

MI ବିପକ୍ଷରେ ଆଉଟ୍ ହୋଇ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ୍ ହେଉଛି ଭିଡିଓ

ମୁମ୍ବାଇ,୮।୪: ଆଇପିଏଲ ୨୦୨୬ର ୧୩ତମ ଲିଗ୍ ମ୍ୟାଚ୍, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଇନିଂସ ଖେଳିଥିଲେ । ମାତ୍ର ୧୪ ବଲ୍‌ରେ ୩୯ ରନ୍…

ପୋଲତଳୁ ମିଳିଲା ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ…

ବଲାଙ୍ଗୀର/ଲାଠୋର,୮ା୪(ସୁନିଲ କୁମାର ମହାନ୍ତି/ଭୁବନେଶ୍ୱର ବାରିକ): ବଲାଙ୍ଗୀର ଜିଲା ଲାଠୋର ଥାନା ଅଧୀନ କରୁଆଁଝର କୋଉ ପୋଲତଳୁ ପୋଲିସ ବୁଧବାର ଏକ ମୃତଦେହ ଜବତ କରିଛି। ମୃତକ ଜଣକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri