ଛାତ୍ରୀଛାତ୍ରଙ୍କୁ ଭେଟିବା ପରେ ବିଧାୟକ ଦେଲେ ପ୍ରତିଶ୍ରୁତି, କହିଲେ କେଏସୟୁବି କଲେଜର ଉନ୍ନତି ପାଇଁ ଖର୍ଚ୍ଚ ହେବ ୧୦୭ କୋଟି

ଭଞ୍ଜନଗର,୫।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ସାମ୍ବାଦିକତା ଓ ଗଣ ଯୋଗାଯୋଗ ବିଭାଗର ଶେଷ ବର୍ଷ ଛାତ୍ରୀଛାତ୍ର ମାନେ ଇଣ୍ଟର୍ନସିପ ମାଧ୍ୟମରେ ରାଜ୍ୟର ବିଭିନ୍ନ ଗଣମାଧ୍ୟମ ସଂସ୍ଥାକୁ ତାଲିମ ନେବାକୁ ଯାଇଥିଲେ। ବୁଧବାର ଛାତ୍ରୀଛାତ୍ରମାନେ ଗଣମାଧ୍ୟମ ସଂସ୍ଥାରୁ ଫେରି ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକଙ୍କୁ ଭେଟି ଫୁଲତୋଡ଼ା ଦେଇ ସ୍ବାଗତ କରିଛନ୍ତି। ଏହି ସମୟରେ ଛାତ୍ରୀଛାତ୍ରମାନେ ତାଲିମ ସମୟର ଅନୁଭୂତି ବାଣ୍ଟିଛନ୍ତି। ଏଥିସହ ବିଧାୟକ ଛାତ୍ରୀଛାତ୍ରଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିବା ସହ ସମସ୍ତେ ଭଲ ମଣିଷ ଟିଏ ହୋଇ ସମାଜର ସେବା କରିବାକୁ ଆହ୍ବାନ ଦେଇଛନ୍ତି। ଏହି ସମୟରେ ବିଧାୟକ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଏବଂ ଚକରା ବିଷୋୟୀଙ୍କ ସମେତ ଘୁମୁସର ଇତିହାସ ସମ୍ପର୍କରେ ଛାତ୍ରୀଛାତ୍ରଙ୍କୁ ବୁଝାଇବା ସହ ଘୁମୁସର ଇତିହାସ ଉପରେ ଅଧିକ ଜାଣିବା ପାଇଁ ସେମାନକୁ ପରାମର୍ଶ ଦେଇଛନ୍ତି।

ବିଧାୟକ ଆହୁରି କହିଛନ୍ତି, ଗଞ୍ଜାମ ଜିଲାରେ ବେକାର ସମସ୍ୟା ଏବଂ ଦାଦନ ସମସ୍ୟା ଦୂର ପାଇଁ ବ୍ୟାପକ ନିଯୁକ୍ତି ସୃଷ୍ଟି କରାଯାଉଛି । ଏଥିପାଇଁ ଆବଶ୍ୟକ ଭିତ୍ତିଭୂମୀ ପ୍ରସ୍ତୁତ ଚାଲିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ,କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଞ୍ଜାମ ଜିଲାର ବିକାଶ ପାଇଁ ସତନ୍ତ୍ର ଦୃଷ୍ଟି ଦେଉଛନ୍ତି। ଗୁଜରାଟର ଏକ ସୂତାକଳ ସଂସ୍ଥା ଗଞ୍ଜାମ ଜିଲାରେ ୭୦୦୦ କୋଟି ଟଙ୍କା ନିବେଶ କରିବ। ଏଥିପାଇଁ ଜିଲାର କେତେକ ସ୍ଥାନରେ ଜମି ଚୟନ ଚାଲିଛି। ସେଥିମଧ୍ୟରୁ ଭଞ୍ଜନଗର ନିର୍ବାଚନମଣ୍ଡଳୀର ଗେରେଡା ନିକଟରେ ୧୦୦ ଏକର ଜମି ଦେଖା ହୋଇଛି। ଆଗାମୀ ଦିନରେ କାରଖାନା ନିର୍ମାଣ ହେଲେ ଜିଲାରେ ଆଉ ଦାଦନ ଶ୍ରମିକ ସମସ୍ୟା ରହିବ ନାହିଁ। ଏଥିସହ ଅନ୍ୟାନ୍ୟ କ୍ଷେତ୍ରରେ ମଧ୍ୟ ନିଯୁକ୍ତି ପାଇଁ ମଧ୍ୟ ବ୍ୟାପକ ପଦକ୍ଷେପ ନିଆଯାଉଛି। ଏପରିକି ଭଞ୍ଜନଗର ଅଞ୍ଚଳର ସମସ୍ତ ଶିକ୍ଷାନୁଷ୍ଠାନର ବିକାଶ ପାଇଁ ପଦକ୍ଷେପ ନିଆଯାଉଛି। ସେଥିମଧ୍ୟରୁ କେବଳ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟର ବିକାଶ ପାଇଁ ୧୦୭ କୋଟି ଟଙ୍କା ଖର୍ଚ୍ଚ କରିବା ଯୋଜନା ରହିଛି। ଏଥିପାଇଁ ଏଷ୍ଟିମେଟ ଚାଲିଛି। ଏତେବଡ କଲେଜର ଚାରିପଟେ ପାଚେରୀ ନାହିଁ। ତେଣୁ ସମ୍ପୂର୍ଣ୍ଣ ପାଚେରୀ ହେବ। ହଷ୍ଟେଲ, ଷ୍ଟାଫ ଘର, ନୂତନ କ୍ଲାସ ରୁମ ନିର୍ମାଣ ହେବ। ଏଥିସହ ଛାତ୍ରୀଛାତ୍ରଙ୍କ ଆବଶ୍ୟକତାକୁ ଦେଖି ଅନ୍ୟାନ୍ୟ କାର୍ଯ୍ୟ ମଧ୍ୟ କରାଯିବ ବୋଲି ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଛାତ୍ରୀଛାତ୍ରଙ୍କୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୃତଦେହ ସହିତ ୧୩ ଘଣ୍ଟା ଉଡିଲା ବିମାନ, ହେଲେ ଜରୁରୀକାଳୀନ ଅବତରଣ କଲେନି ପାଇଲଟ, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୨୩।୩: ହଂକଂରୁ ଲଣ୍ଡନ ଯାଉଥିବା ବ୍ରିଟିଶ ଏୟାରୱେଜ ବିମାନ BA32ରେ ଏକ ଏଭଳି ଘଟଣା ଘଟିଛି, ଯାହା ବିମାନ ଚଳାଚଳ ନିୟମ ଏବଂ ମାନବ ସମ୍ବେଦନଶୀଳତା ମଧ୍ୟରେ…

ସମସ୍ୟା କହିଲେ ଲୋକେ: ୧୬୬ ଅଭିଯୋଗ ଶୁଣିଲେ…

ବାଙ୍କୀ,୨୩।୩( ଶୁଭେନ୍ଦୁ ମହାପାତ୍ର ): କଟକ ଜିଲା ଡମପଡା ବ୍ଲକ ଅଧୀନ ଜାତମୁଣ୍ଡିଆ ପଞ୍ଚାୟତ ଭବନଠାରେ ଏକ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର କଟକ ଜିଲାପାଳ…

ଗାଁରେ ପଡିଛି ମହିଳାଙ୍କ ଦରପୋଡା ମୃତଦେହ, ହତ୍ୟା ପରେ ଜାଳିଦେଲେ….

ଦେବଗଡ,୨୩।୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲା କୁଣ୍ଢେଇଗୋଳା ଥାନା ମହ୍ଲାରବାହାଲ ଗ୍ରାମରେ ଭୟାନକ ହତ୍ୟାକାଣ୍ଡ । ମହିଳାଙ୍କୁ ହତ୍ୟା ପରେ ନିଆଁ ଲଗାଇ ପୋଡି ଦେଇଥିବା ନେଇ…

ପାଣି ପାଇଁ ତାତିଲେ ଗ୍ରାମବାସୀ: ହାଣ୍ଡି, ମାଠିଆ, ବାଲଟି ରଖି ରାସ୍ତାରେ ଶୋଇ ପ୍ରତିବାଦ

ବାରଙ୍ଗ,୨୩।୩(ଲିଙ୍ଗରାଜ ରାଉତ): ପିଇବା ପାଣି ଠିକ୍‌ ଭାବେ ନ ମିଳିବା ପ୍ରତିବାଦରେ ସୋମବାର ପାଟପୁର ଗ୍ରାମବାସୀ ତ୍ରିଶୁଳିଆ-ବାଙ୍କି ରାସ୍ତାକୁ ପାଟପୁର ଗାଁ ମୁଣ୍ଡରେ ଅବରୋଧ କରିଥିଲେ ।…

ଡାକ୍ତରଙ୍କ ଅମାନବୀୟ କାର୍ଯ୍ୟ; ଚିକିତ୍ସା ବାହାନାରେ ନିଶା ଇଞ୍ଜେକ୍ସନ ଦେଲେ, ଅଶ୍ଳୀଳ ଭିଡିଓ କରି…

ଭୋପାଳ,୨୩।୩: ମଧ୍ୟପ୍ରଦେଶର ଇନ୍ଦୋର ଜିଲ୍ଲାର ମହୁରେ, ଜଣେ ଡାକ୍ତର ଏକ ଘୃଣ୍ୟ କାର୍ଯ୍ୟ ସାମ୍ନାକୁ ଆସିଛି ।ଅଭିଯୋଗ ହୋଇଛି ଯେ ଡାକ୍ତର ଜଣେ ଯୁବତୀଙ୍କୁ ଚିକିତ୍ସା ସମୟରେ…

ପୁଣିଥରେ ସାରା ବିଶ୍ୱରେ ଘାରିଲାଣି ଲକ୍‌ଡାଉନ ଛାୟା, ପ୍ରସ୍ତୁତି ଆରମ୍ଭ କରିଦେଲେଣି ଅନେକ ଦେଶ

ନୂଆଦିଲ୍ଲୀ,୨୩।୩: ମଧ୍ୟପ୍ରାଚ୍ୟରେ, ଇରାନ ସହିତ ଚାଲିଥିବା ଉତ୍ତେଜନା ହର୍ମୁଜ ପ୍ରଣାଳୀକୁ ପ୍ରାୟତଃ ଅବରୋଧ କରିଛି, ଯେଉଁଠାରୁ ବିଶ୍ୱ ତୈଳ ଯୋଗାଣର ଏକ ବଡ଼ ଅଂଶ ଯାଏ। ଏହା…

ଭବାନୀପୁର ଆସନ ମମତା ବାନାର୍ଜୀଙ୍କ ପାଇଁ କାହିଁକି ଏତେ ସ୍ବତନ୍ତ୍ର, ଜାଣନ୍ତୁ କ’ଣ କହିଲେ ଦିଦି…

କୋଲକାତା,୨୩ା୩: ପଶ୍ଚିମବଙ୍ଗ ରାଜନୀତିରେ ଭବାନୀପୁର ପରି କିଛି ନିର୍ବାଚନମଣ୍ଡଳୀର ଐତିହାସିକ ଗୁରୁତ୍ୱ ରହିଛି। ଏହି ଆସନର ନିର୍ବାଚନୀ ଯାତ୍ରା ରାଜ୍ୟରେ କଂଗ୍ରେସ ପ୍ରାଧାନ୍ୟରୁ ଟିଏମ୍‌ସିର ଉତ୍ଥାନ ପତ୍ତନ…

ଯୁଦ୍ଧ ମଧ୍ୟରେ ଏଲପିଜିକୁ ନେଇ ବଡ଼ ପଦକ୍ଷେପ ନେଲେ ସରକାର, ଏଣିକି…

ନୂଆଦିଲ୍ଲୀ,୨୩।୩: ଉପସାଗରୀୟ ଦେଶଗୁଡ଼ିକରେ ଚାଲିଥିବା ସଂଘର୍ଷ ଏବେ ଭାରତର ଶକ୍ତି ଯୋଗାଣକୁ ପ୍ରଭାବିତ କରୁଛି। ଅଶୋଧିତ ତୈଳ ଏବଂ ଗ୍ୟାସ ଯୋଗାଣ ପ୍ରଭାବିତ ହୋଇଛି, ଯାହା ଫଳରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri