ରାଇକିଆ,୩୧।୧୦(ପ୍ରଦୀପ ବେହେରା): ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ତମ ଜୟନ୍ତୀ ଅବସରରେ କନ୍ଧମାଳ ଜିଲା ରାଇକିଆ ପୋଲିସ ତରଫରୁ ଶୁକ୍ରବାର ଏକତା ଦୌଡ଼ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଗଣ ଦୌଡ କାର୍ଯ୍ୟକ୍ରମରେ କଲେଜ ଛାତ୍ରୀଛାତ୍ର ଏବଂ ପୋଲିସ ସୁରକ୍ଷାବାହିନୀ ସାମିଲ ହୋଇ ଜୀବନ ଜ୍ୟୋତି କଲେଜଠାରୁ ବାହାରି ଚାଞ୍ଚେଡି ଛକ ପର୍ଯ୍ୟନ୍ତ ପହଞ୍ଚିଥିଲେ । କାର୍ଯ୍ୟକ୍ରମରେ ଥାନା ଅଧିକାରୀ ଆଶୁତୋଷ ପାଇକରାୟ, ବରିଷ୍ଠ ଅଧ୍ୟାପକ ସନ୍ତୋଷ ନାୟକ, ବେରେଡାକିଆ ସରପଞ୍ଚ ଅକ୍ଷୟ ପ୍ରଧାନ, ଦଡିଙ୍ଗିଆ ସମିତି ସଭ୍ୟ ପ୍ରଦୀପ ପ୍ରଧାନ ପ୍ରମୁଖ ସାମିଲ ହୋଇ ଛାତ୍ରୀଛାତ୍ରଙ୍କୁ ଉତ୍ସାହିତ କରିଥିଲେ। ବିଭାଗ ତରଫରୁ ଏସଆଇ ରାଜେନ୍ଦ୍ର ମିଶ୍ର, ମାନସ ମାଝୀ, ସୀତା ପ୍ରସାଦ ବିଷୋୟୀ, ତପନ କୁମାର ଦାସ, ସିଦ୍ଧାର୍ଥ ଶଙ୍କର ପତି, ସଜେସ ପ୍ରଧାନ ପ୍ରମୁଖ ପରିଚାଳନା କରିଥିଲେ ।
Dharitri – Odisha’s No.1 Odia Daily

