‘ମୋନ୍ଥା’ ପରେ ଦାଉ ସାଧୁଛି ମାଟିଆଗୁଣ୍ଡି ରୋଗପୋକ, ଧାନଫସଲ ନଷ୍ଟ, ଚାଷୀ ହତାଶ

ଦିଗପହଣ୍ଡି,୩୧ା୧୦(ଅଶେଷ ନାଥ ମିଶ୍ର): ବାତ୍ୟା ‘ମୋନ୍ଥା’ ପ୍ରଭାବରେ ପବନ ଓ ଲଗାଣ ବର୍ଷା ଯୋଗୁ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଞ୍ଚଳର ଚାଷଜମିରେ ଚଳିତବର୍ଷ ଖରିଫ ଧାନ ଓ ପନିପରିବା ଫସଲ ପ୍ରାୟତଃ ନଷ୍ଟ ହୋଇଛି। ଖାଲୁଆ ଜମିରେ ପାଣି ଜମି ରହିଛି। ଅନେକ ଜମିର ଧାନଗଛ ବର୍ଷା ଓ ପବନ ମାଡ଼ରେ ଶୋଇଯାଇଛି। ବର୍ଷା ପବନ ପରେ ଚାଷଜମିରେ ବ୍ରାଉନ ପ୍ଲାଣ୍ଟ ହପର ( ମାଟିଆଗୁଣ୍ଡି ପୋକ ) ଦାଉ ସାଧୁଛି। ଧାନଗଛରେ ରୋଗପୋକ ବ୍ୟାପୁଥିବାରୁ ଚାଷୀ ହତାଶ ହୋଇପଡ଼ିଛନ୍ତି। ଧାନଗଛର ମୂଳଗୁଡ଼ିକୁ ପୋକ କାଟି ନଷ୍ଟ କରିଦେଉଛି। ଗୁରୁବାର ସିଦ୍ଧେଶ୍ୱର ଗ୍ରାମର ବଳରାମ ସାହୁ,ଶଙ୍କର ରାଉତ, ମାଗତା ଡାକୁଆ, ରାମ ସାହୁ, ରାଜେନ୍ଦ୍ର ସାହୁ, ଲଡୁ ନାହାକଙ୍କ ସମେତ ବହୁ ସଂଖ୍ୟକ ଚାଷୀ ସରପଞ୍ଚ ବିଜୟ କୁମାର ପ୍ରଧାନଙ୍କୁ ଏନେଇ ଅଭିଯୋଗ କରିବା ପରେ ସରପଞ୍ଚ ଦିଗପହଣ୍ଡି କୃଷି ଜିଲା କାର୍ଯ୍ୟାଳୟରେ ଅଭିଯୋଗ କରିଥିଲେ।

ସମ୍ଭାବ୍ୟ ପରିସ୍ଥିତିକୁ ଦୃଷ୍ଟିରେ ରଖି ଚାଷୀ କିଭଳି ତାଙ୍କ ଧାନ ଫସଲକୁ ସୁରକ୍ଷିତ ରଖିପାରିବେ ସେ ନେଇ ବ୍ୟାପକ କୃଷି ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯାଇଥିବା କୃଷି ଜିଲା ଅଧିକାରୀ ପ୍ରଶାନ୍ତ କୁମାର ନାଥ କହିଛନ୍ତି। ଚଳିତବର୍ଷ ରାଜ୍ୟ ସରକାର ରୋଗପୋକ ନିରାକରଣ ସକାଶେ କୀଟନାଶକ କିଣିବା ପାଇଁ ସବସିଡି ବ୍ୟବସ୍ଥା କରିଛନ୍ତି। ସର୍ବାଧିକ ୨ ହେକ୍ଟର ଜମିରେ ରୋଗପୋକ ଦମନ ସକାଶେ କୀଟନାଶକ କିଣିବା ପାଇଁ ୫୦ ପ୍ରତିଶତ ରିହାତି ବ୍ୟବସ୍ଥା କରିଛନ୍ତି। ଏଥିଲାଗି ଚାଷୀଙ୍କୁ ଲାଇସେନ୍ସପ୍ରାପ୍ତ ଦୋକାନରୁ ରୋଗପୋକ ନିରୋଧ କୀଟନାଶକ କ୍ରୟ କରି ଏହାର ରସିଦ ସ୍ଥାନୀୟ କୃଷି ଅଧିକାରୀଙ୍କୁ ପ୍ରଦାନ କଲେ ସେମାନଙ୍କୁ ସବ୍‌ସିଡି ଅର୍ଥରାଶି ପ୍ରଦାନ କରାଯିବ ବୋଲି ସେ କହିଛନ୍ତି। ଧାନ ଗଛରୁ ରୋଗପୋକ ନିରାକରଣ କ୍ଷେତ୍ରରେ ଚାଷୀଙ୍କୁ ଅଧିକ ସତର୍କତାର ସହିତ ନିର୍ଦ୍ଧାରିତ କୀଟନାଶକ ବ୍ୟବହାର କରିବା ଉଚିତ। କୃଷି କର୍ମଚାରୀଙ୍କ ଠାରୁ ଆବଶ୍ୟକ ପରାମର୍ଶ ନେଇ ସଠିକ୍‌ ପରିମାଣରେ ଏବଂ ଉପଯୁକ୍ତ ପ୍ରଣାଳୀରେ କୀଟମରା ଔଷଧ ବ୍ୟବହାର କରିବାକୁ ସେ ଚାଷୀଙ୍କୁ ପରାମର୍ଶ ଦେଇଛନ୍ତି। ଏଥିସହ କୀଟନାଶକ ବ୍ୟବହାର ପୂର୍ବରୁ ଫସଲ କେଉଁ ରୋଗ ଆକ୍ରାନ୍ତ ହୋଇଛି ଏବଂ ଏଥିଲାଗି କେଉଁ ପ୍ରକାର କୀଟନାଶକ ଦରକାର। ସେଥିଲାଗି କୃଷି ବିଭାଗର ପରାମର୍ଶ ନେବାକୁ କୁହାଯାଇଛି।

ସୂଚନାନୁଯାୟୀ, ଚଳିତବର୍ଷ ଦିଗପହଣ୍ଡି ବ୍ଲକ ଅଞ୍ଚଳରେ ପ୍ରାୟ ୧୫ ହଜାର ହେକ୍ଟର ଜମିରେ ଖରିଫ ଧାନଚାଷ କରାଯାଇଛି।

Dharitri – Odisha’s No.1 Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ସ୍କ୍ରବ୍‌ ଟାଇଫସ୍‌କୁ ନେଇ ଏମିତି କହିଲେ ସ୍ୱାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୯/୯: ରାଜ୍ୟର କେତେକ ଅଞ୍ଚଳରେ ସ୍କ୍ରବ୍‌ ଟାଇଫସ୍‌କୁ ନେଇ ଚିନ୍ତା ପ୍ରକାଶ ପାଉଥିବା ବେଳେ ଲୋକଙ୍କୁ ଭୟଭୀତ ନ ହେବାକୁ ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡା.…

ଚର୍ଚ୍ଚାରେ ନୀତା ଅମ୍ବାନୀଙ୍କ ହାର, ତିଆରି କରିବାକୁ ଲାଗିଥିଲା ୩ ବର୍ଷ, ଗଢ଼ିଛନ୍ତି ୧୪ କାରିଗର, ଦାମ୍‌ ଜାଣିଲେ…

ମୁମ୍ବାଇ,୧୯ା୯: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ମାଲିକ ମୁକେଶ ଅମ୍ବାନୀଙ୍କ ସ୍ତ୍ରୀ ନୀତା ଅମ୍ବାନୀଙ୍କୁ କୌଣସି ପରିଚୟର ଆବଶ୍ୟକତା ନାହିଁ। ୬୦ ବର୍ଷ ବୟସରେ ନୀତା ଅମ୍ବାନୀ ତାଙ୍କର ପ୍ରତ୍ୟେକ…

ମଧ୍ୟପ୍ରଦେଶ ବୁଲିବାକୁ ଯାଇ ୭ ଓଡ଼ିଆ ମୃତ, ଦୁଃଖ ପ୍ରକାଶ କରି ନବୀନ କହିଲେ…

ଭୁବନେଶ୍ୱର,୧୯ା୯: ମଧ୍ୟପ୍ରଦେଶ ବୁଲିବାକୁ ଯାଇ ୭ ଓଡ଼ିଆଙ୍କ ମୃତ୍ୟୁ ଘଟିଥିବା ନେଇ ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ଦୁଃଖ ପ୍ରକାଶ କରିଛନ୍ତି। ନବୀନ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ…

ଭାରତୀୟ କ୍ରିକେଟ ଦଳକୁ ନେଇ ହଟଚମଟ; Asian Gamesକୁ ନେଇ ଉଠିଲା ନୂଆ ବିବାଦ

ନୂଆଦିଲ୍ଲୀ,୧୯।୯: ୨୦୨୬ ଏସୀୟ କ୍ରୀଡ଼ା ପାଇଁ ଭାରତୀୟ ପୁରୁଷ କ୍ରିକେଟ ଦଳ ରବିବାର ଜାପାନ ଗସ୍ତ କରିବାକୁ ପ୍ରସ୍ତୁତ ହେଉଥିବା ବେଳେ ଏହି ଯାତ୍ରା ପୂର୍ବରୁ ଏକ…

ମଧ୍ୟପ୍ରଦେଶରେ ୭ ଓଡ଼ିଆଙ୍କ ମୃତ୍ୟୁ, ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୯ା୯: ମଧ୍ୟପ୍ରଦେଶରେ ୭ ଓଡ଼ିଆ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି। ଏନେଇ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇ…

୨୦୦୦ରୁ ଅଧିକ UPI ପେମେଣ୍ଟ ବନ୍ଦ? ପେଟ୍ରୋଲ ପମ୍ପ ଆଗରେ ଝୁଲିଲା ନୋଟିସ, ବଢ଼ିଲା ହଟଚମଟ!

ନୂଆଦିଲ୍ଲୀ,୧୯।୯: ଯଦି ଆପଣଙ୍କ ପକେଟରେ ମଧ୍ୟ କ୍ୟାସ (ନଗଦ ଟଙ୍କା) ରହୁନାହିଁ ଏବଂ ଆପଣ ୫ ଟଙ୍କାର ଚା’ଠାରୁ ଆରମ୍ଭ କରି ୫୦୦୦ ଟଙ୍କାର ସପିଂ କିମ୍ୱା…

‘ସଚେତନତା ବଢ଼ିଲେ ରୋକି ହେବ ଏଡ୍‌ସ ମହାମାରୀ’

ଭଞ୍ଜନଗର,୧୯ା୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ଶନିବାର ଏଡ୍‌ସ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜାତୀୟ ସେବା ଯୋଜନା (ଏନ୍‌ଏସ୍‌ଏସ୍‌)…

ବିରାଟ କୋହଲିଙ୍କ କ୍ରେଜ ଦେଖିଛନ୍ତି? ମାତ୍ର ୨୪ ଘଣ୍ଟା ମଧ୍ୟରେ ବିକ୍ରି ହୋଇଯାଇଥିଲା ପ୍ରଥମ ଦିନିକିଆ ମ୍ୟାଚ ପାଇଁ ୫୦,୦୦୦ ଟିକେଟ

ନୂଆଦିଲ୍ଲୀ,୧୯।୯: ୱେଷ୍ଟଇଣ୍ଡିଜ କ୍ରିକେଟ ଦଳ ତିନୋଟି ODI (ଏକଦିବସୀୟ) ଏବଂ ପାଞ୍ଚୋଟି T20I ମ୍ୟାଚ ବିଶିଷ୍ଟ ସିରିଜ ପାଇଁ ଭାରତ ଗସ୍ତ କରୁଛି। ଏହି ଗସ୍ତ ସେପ୍ଟେମ୍ବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?