ସକାଳୁ ସକାଳୁ ପାଇଖାନାରୁ ମିଳିଲା ଛାତ୍ରଙ୍କ ହାତବନ୍ଧା ମୃତଦେହ: ହତ୍ୟା ସନ୍ଦେହ

ଭଦ୍ରକ, ୨୧।୫(ସନାତନ ରାଉତ):ଭଦ୍ରକ ଟାଉନ ଥାନା ଚରମ୍ପାର ଏକ ପାଇଖାନାରୁ ଜଣେ ଛାତ୍ରଙ୍କ ହାତବନ୍ଧା ମୃତଦେହ ଉଦ୍ଧାର l ପରିବାର ପକ୍ଷରୁ ହତ୍ୟା ସନ୍ଦେହ କରାଯାଉଛି l ମୃତକ ହେଉଛନ୍ତି ଚରମ୍ପା ରାଜେନ୍ଦ୍ର ବିଶ୍ୱାଳଙ୍କ ସାନପୁଅ ସମ୍ବିତ l ସମ୍ବିତ ଯୁକ୍ତ ୩ ଦିତୀୟ ବର୍ଷ ବାଣିଜ୍ୟ ଛାତ୍ର ଅଟନ୍ତି l ପରିବାର ଲୋକଙ୍କ କହିବା ମୁତାବକ ସମ୍ବିତ ଭୋର ସମୟରୁ ମର୍ଣ୍ଣିଙ୍ଗ ୱାକରେ ଯାଇଥିଲେ l ସକାଳେ ଘର ବାହାରେ ଥିବା ଏକ ଛୋଟ ପାଇଖାନାରେ ତାଙ୍କ ମୃତଦେହ ଝୁଲୁଥିବାର ଦେଖିଥିଲେ l ତାଙ୍କ ପୁଅକୁ ହତ୍ୟା କରାଯାଇଥିବା ପରିବାର ପକ୍ଷରୁ କୁହାଯାଉଛି। ଟାଉନ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି l ଘଟଣାସ୍ଥଳରେ ଲୋକଙ୍କ ଭିଡ ଜମିଛି l

 

Dharitri – Odisha’s No.1 Odia Daily

 

Share