ଚିନ୍ତାରେ ଛାତ୍ରୀଙ୍କ ସମ୍ମାନ, ସୁରକ୍ଷା

ଯାଜପୁର,୧୬ା୯(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲାର ୧୦ ବ୍ଲକର ୯୦ ସରକାରୀ ଅନୁଦାନପ୍ରାପ୍ତ ଓ ଆବାସିକ ବିଦ୍ୟାଳୟରେ ଏଯାଏ ବାଳିକାମାନଙ୍କ ସୁରକ୍ଷା ଦୃଷ୍ଟିରୁ ସ୍ବତନ୍ତ୍ର ଶୌଚାଳୟ ନିର୍ମାଣ ହୋଇପାରିନାହିଁ। ଏଥିରୁ ଛାତ୍ରୀମାନଙ୍କ ସୁରକ୍ଷା ଏବଂ ସମ୍ମାନ ପ୍ରତି ସରକାର କେତେ ଯତ୍ନବାନ ତାହା ସ୍ପଷ୍ଟ ହେଉଛି। ଅଧିକାଂଶ ସ୍କୁଲରେ ପାଇଖାନା ଥିଲେ ମଧ୍ୟ ତାହା ବିପର୍ଯ୍ୟସ୍ତ ହୋଇ ପଡ଼ିଥିବାରୁ ଏବେ ବି ସ୍କୁଲ ପିଲାମାନେ ବାହାରେ ମଳମୂତ୍ର ତ୍ୟାଗ କରୁଥିବା ଦେଖିବାକୁ ମିଳିଛି। ସମସ୍ତ ସ୍କୁଲରେ ଏଯାଏ ଜଳଯୋଗାଣ ବ୍ୟବସ୍ଥା ହୋଇ ପାରି ନ ଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଏଭଳି ଅନେକ ଶିକ୍ଷାଗତ ସମସ୍ୟାଗୁଡ଼ିକୁ ଉପଲବ୍ଧି କରି ଉଚ୍ଚ କର୍ତ୍ତୃପକ୍ଷ ବାରମ୍ବାର ତାଗିଦ କରୁଥିଲେ ହେଁ କିଛି ସୁଫଳ ମିଳି ପାରି ନ ଥିବା ଅଭିଯୋଗ ହେଉଛି।
ଯାଜପୁର ଜିଲାର ସମସ୍ତ ସ୍କୁଲରେ ଶୌଚାଳୟ ଓ ଜଳଯୋଗାଣ ବ୍ୟବସ୍ଥା କରିବାକୁ ସରକାରୀ ଓ ବେସରକାରୀସ୍ତରରେ ବହୁ କୋଟି ଟଙ୍କା ଅନୁଦାନ ଆସୁଛି। ବିଶେଷକରି ବାଳିକାମାନଙ୍କ ସୁରକ୍ଷା ଦୃଷ୍ଟିରୁ ଶୌଚାଳୟ ନିର୍ମାଣକୁ ଅଧିକ ଗୁରୁତ୍ୱ ଦିଆଯାଉଛି। ହେଲେ ବିଭାଗୀୟ ଅଧିକାରୀଙ୍କ ଖାମଖିଆଲ ମନୋବୃତ୍ତି ଓ ଆନ୍ତରିକତାର ଅଭାବ ଯୋଗୁ ଯୋଜନା ବିଫଳ ହୋଇଛି ବୋଲି ଚର୍ଚ୍ଚା ହେଉଛି। ବିଶେଷକରି ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀଛାତ୍ରଙ୍କ ସୁରକ୍ଷା ଦୃଷ୍ଟିରୁ ଶୌଚାଳୟ ନିର୍ମାଣ ଓ ସେଥିରେ ଜଳଯୋଗାଣ ବ୍ୟବସ୍ଥାକୁ ରାଜ୍ୟ ସରକାର ଅଧିକ ଗୁରୁତ୍ୱ ଦେଉଛନ୍ତି। ଏହିକ୍ରମରେ ଯାଜପୁର ଜିଲାର ୨ ପୌରାଞ୍ଚଳ ଓ ୧୦ ବ୍ଲକ ଅଧୀନ ୨୧୦୫ ସ୍କୁଲରେ ଶତପ୍ରତିଶତ ପାଇଖାନା ନିର୍ମାଣ କରି ସେଥିରେ ଜଳଯୋଗାଣ ବ୍ୟବସ୍ଥା କରିବାକୁ ୨୦୧୫ ଜୁଲାଇରେ ନିଷ୍ପତ୍ତି ହୋଇଥିଲା। ଏହିକ୍ରମରେ ଏମ୍‌ସିଏଲ୍‌ ଅନୁଦାନ ବ୍ୟତୀତ ସରକାରୀ ଯୋଜନା ପାଣ୍ଠିରେ ପ୍ରାୟ ସ୍କୁଲରେ ଶୌଚାଳୟ ନିର୍ମାଣ ହୋଇଛି। ହେଲେ ଅଧିକାଂଶ ଶୌଚାଳୟ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ି ରହିଛି। କେତେକ ପାଇଖାନାର କବାଟ ଝରକାରେ ଉଇହୁଙ୍କା ଲାଗି ନଷ୍ଟ ହେବାକୁ ବସିଛି। ପାଇଖାନାର ଭିତର ଅଂଶରେ ଲଟାବୁଦା ମାଡ଼ିଯାଇଛି। ଏଭଳିସ୍ଥିତିରେ ପିଲାମାନେ ବାହାରେ ଶୌଚ କରିବାକୁ ବାଧ୍ୟ ହେଉଛନ୍ତିି। ଏବେ ବାଳିକାମାନଙ୍କ ସମ୍ମାନ ଦୃଷ୍ଟିରୁ ଶୌଚାଳୟ ନିହାତି ଆବଶ୍ୟକ ବୋଲି ସରକାରୀ ଅଧିକାରୀମାନଙ୍କ ମଧ୍ୟରେ ଚେତା ପଶିଛି। ଏହା କେବଳ ସୁପ୍ରିମକୋର୍ଟରେ ହୋଇଥିବା ପିଆଇଏଲ ନମ୍ବର ୧୦୦୦/୨୦୨୨ ମାମଲାର ଅନୁପାଳନ ନିର୍ଦ୍ଦେଶ ପରେ ସମ୍ଭବ ହୋଇଛି। ଏହା ପୂର୍ବରୁ ଛାତ୍ରୀମାନଙ୍କ ସୁରକ୍ଷା ଏବଂ ସମ୍ମାନ ପ୍ରତି କାହାରି ଆନ୍ତରିକତା ନ ଥିଲା ବୋଲି ସାଧାରଣରେ ମତପ୍ରକାଶ ପାଇଛି।
ଯାଜପୁର ସମଗ୍ର ଶିକ୍ଷା କାର୍ଯ୍ୟାଳୟରୁ ମିଳିଥିବା ତଥ୍ୟ ଅନୁସାରେ ବଡ଼ଚଣା ବ୍ଲକର ୭, ବରୀର ୧୧, ବିଞ୍ଝାରପୁରର ୬, ଦାନଗଦିର ୩, ଦଶରଥପୁରର ୯, ଧର୍ମଶାଳାର ସର୍ବାଧିକ ୨୬, ଯାଜପୁରର ୮, କୋରେଇର ୧୩, ରସୁଲପୁରର ୩ ଏବଂ ସୁକିନ୍ଦା ବ୍ଲକର ୪ ସରକାରୀ ସ୍କୁଲରେ ଛାତ୍ରୀମାନଙ୍କ ପାଇଁ ସ୍ବତନ୍ତ୍ର ଶୌଚାଳୟ ନିର୍ମାଣ ହୋଇପାରିନାହିଁ। ତେବେ ସୁପ୍ରିମକୋର୍ଟଙ୍କ ଅନୁପାଳନ ନିର୍ଦ୍ଦେଶ ପରେ ଯାଜପୁର ଜିଲା ସମଗ୍ର ଶିକ୍ଷା ବିଭାଗ ତତ୍ପରତା ପ୍ରକାଶ କରିଥିବା ଜଣାପଡ଼ିଛି। ଜିଲା ପ୍ରକଳ୍ପ ସଂଯୋଜକ(ଡିପିସି) ନିବେଦିତା ପାଣି ସମସ୍ତ ବିଡିଓଙ୍କୁ ସିଏଫ୍‌ସି, ଏସ୍‌ଏଫ୍‌ସି, ଏମଏଲ୍‌ଏ ଲାଡ୍‌, ଏମ୍‌ପି ଲାଡ ଇତ୍ୟାଦି ପାଣ୍ଠିରୁ ଛାତ୍ରୀମାନଙ୍କ ପାଇଁ ସ୍ବତନ୍ତ୍ର ଶୌଚାଳୟ ନିର୍ମାଣ କରିବାକୁ ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍କାଉଟସ-ଗାଇଡ଼ସ କ୍ୟାମ୍ପରୀ ଉଦଯାପିତ: ଦଣ୍ଡ ନାଚରେ ଦୁଲୁକିଲା ମଞ୍ଚ

ଦାରିଙ୍ଗବାଡି,୭।୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପରିସର ମଧ୍ୟରେ ଗତ ୩ ଦିନ ଧରି ଚାଲିଥିବା ୨୨ତମ ଜିଲାସ୍ତରୀୟ…

ବଦଳୁଛି ସମୟ, ମାଟି ଘରକୁ ଦିଆଯାଉଛି ନୂଆ ରୂପ: ସ୍ବଚ୍ଛତାକୁ ପ୍ରାଧାନ୍ୟ

ଦାରିଙ୍ଗବାଡି, ୭।୨ (ଅରୁଣ ସାହୁ): ଜୀବନରେ ସମସ୍ତଙ୍କ ସ୍ବପ୍ନ ଥାଏ ଭଲ ଘର ଟିଏ କରି ପରିବାର ସହ ସୌଖିନ ଜୀବନଯାପନ କରିବାକୁ। ଏହି ସ୍ବପ୍ନ କାହାର…

ମଦ, ଫଳ, ଡ୍ରାଏ ଫ୍ରୁଟ୍ସ, ସୋୟାବିନ ତେଲ ଏସବୁ ହୋଇଯିବ ଖୁବ ଶସ୍ତା, ଆମେରିକା ସହିତ ବାଣିଜ୍ୟ ଚୁକ୍ତି ପରେ ଆଉ କ’ଣ ଶସ୍ତା ହେବ?ଜାଣନ୍ତୁ…

ନୂଆଦିଲ୍ଲୀ/ଓ୍ବାଶିଂଟନ,୭।୨: ଟ୍ରମ୍ପ ପ୍ରଶାସନ ଭାରତ ଉପରେ ଲଗାଯାଇଥିବା ଅତିରିକ୍ତ ୨୫ ପ୍ରତିଶତ ଶୁଳ୍କ ଉଠାଇ ଦେଇଛି ଏବଂ ଏକ ସ୍ପଷ୍ଟ ଧମକ ବଜାୟ ରଖିଛି ଯେ ଯଦି…

ହାତୀ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ରାସ୍ତାରୋକ

ଖୋର୍ଦ୍ଧା,୭।୨(ପ୍ରଭାତ ପାଣିଗ୍ରାହୀ): ଦନ୍ତା ହାତୀ ନେଲା ଜଣେ ଯୁବକଙ୍କ ଜୀବନ। ଦନ୍ତାହାତୀ ଆକ୍ରମଣରେ ମୃତ୍ୟୁ ହୋଇଥିବା ଯୁବକ ହେଲେ ଖଡିପଦର ଗ୍ରାମର ଶଙ୍କର ରାଉତରାୟ ବୋଲି ଜଣାପଡିଥିବା।…

ବେଆଇନ ଗୋ ଚାଲାଣ ହେଉଥିବାବେଳେ ଚଢାଉ କଲା ପୋଲିସ, ବାପପୁଅଙ୍କୁ…

ଆନନ୍ଦପୁର, ୭।୨(ସୁଶାନ୍ତ କୁମାର ସାହୁ): ପୋଲିସର ବ୍ୟାପକ ଚଢାଉ ପରେ ବି କେନ୍ଦୁଝର ଜିଲାରେ ବେଆଇନ ଗୋ ଚାଲାଣ କମିବାର ନା ଧରୁନି। ଶୁକ୍ରବାର ବିଳମ୍ବିତ ରାତିରେ…

Jasprit Bumrah: ଟିମ୍ ଇଣ୍ଡିଆକୁ ଆଉ ଏକ ଝଟକା, ପ୍ରଥମ ମ୍ୟାଚରୁ ଜସପ୍ରିତ ବୁମରା ବାଦ!

ନୂଆଦିଲ୍ଲୀ,୭।୨: ୨୦୨୬ ଟି-୨୦ ବିଶ୍ୱକପ୍ ଆରମ୍ଭ ନହେଉଣୁ ଟିମ୍ ଇଣ୍ଡିଆକୁ ଝଟକା ଲାଗିଛି । ବିଶ୍ୱକପ୍ ଆରମ୍ଭ ହେବାର ଗୋଟିଏ ଦିନ ପୂର୍ବରୁ ଯୁବ ଦ୍ରୁତ ବୋଲର…

କାମରୁ ଫେରୁଥିବାବେଳେ ହାତୀ ହାବୁଡ଼ରେ ପଡିଗଲେ ବ୍ୟକ୍ତି, ମୁଣ୍ଡ-ଗଣ୍ଡି ସମ୍ପୂର୍ଣ୍ଣ ଅଲଗା

ନିରାକାରପୁର, ୭।୨(ମାନସ ଚନ୍ଦ୍ର ପଟ୍ଟନାୟକ): ପୁଣି ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ସେ ହେଲେ ଖୋର୍ଦ୍ଧା ବନଖଣ୍ଡ ଟାଙ୍ଗୀ ବନାଞ୍ଚଳ ସିକୋ ଖଡ଼ିପଦର…

BCCI ସେଣ୍ଟ୍ରାଲ୍‌ କଣ୍ଟ୍ରାକ୍ଟରେ ସର୍ବାଧିକ ଦରମା ପାଇବେ ଏହି ୩ ଖେଳାଳି: ତଳକୁ ଖସିବେ ରୋହିତ-କୋହଲି

ନୂଆଦିଲ୍ଲୀ,୭।୨: ଭାରତୀୟ କ୍ରିକେଟ ଦଳର ତାରକାମାନେ ଏହି ବର୍ଷ କେତେ ଟଙ୍କା ପାଇବେ ତାହା ସ୍ଥିର ହୋଇସାରିଛି। ସବୁଦିନ ପରି ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (BCCI)…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri