ବିଜ୍ଞାନ ଶିକ୍ଷାରୁ ବଞ୍ଚିତ ଛାତ୍ରୀଛାତ୍ର

ଲାଠୋର,୧୯ା୮(ଡି.ଏନ.ଏ.): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଳକ ଅଞ୍ଚଳରେ କୌଣସି ସରକାରୀ ଯୁକ୍ତ ୩ ବିଜ୍ଞାନ କଲେଜ ନାହିଁ। ଏଥିଯୋଗୁ ଯୁକ୍ତ ୨ବିଜ୍ଞାନରେ କୃତକାର୍ଯ୍ୟ ହେବା ପରେ ପାଟଣାଗଡ ଓ ଅନ୍ୟାନ୍ୟ ସ୍ଥାନକୁ ଯାଇ ଉଚ୍ଚଶିକ୍ଷା ଲାଭ କରୁଛନ୍ତି। ଯେଉଁମାନଙ୍କର ସମ୍ବଳ ନାହିଁ ସେମାନେ ବିଜ୍ଞାନ ଶିକ୍ଷାରୁ ବଞ୍ଚିତ ହେଉଛନ୍ତି। ବାରମ୍ବାର ଦାବି ସତ୍ତ୍ୱେ ଏ ଦିଗରେ କୌଣସି ପଦକ୍ଷେପ ନିଆଯାଉ ନ ଥିବାରୁ ବୁଦ୍ଧିଜୀବୀ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି।
ବ୍ଲକ ଅନ୍ତର୍ଗତ ମାଲପଡ଼ାଠାରେ ଓଡ଼ିଶା ସରକାରଙ୍କ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଦ୍ୱାରା ପରିଚାଳିତ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରହିଛି। ୨୦୦୬ ମସିହାରୁ ଯୁକ୍ତ ୨ ବିଜ୍ଞାନ ବିଭାଗ ଖୋଲି ପିଲାଙ୍କୁ ଶିକ୍ଷାଦାନ ଦିଆଯାଉଛି। ଭିତ୍ତିଭୂମି ଥିଲେ ମଧ୍ୟ ଏଠାରେ ଯୁକ୍ତ ୩ ବିଜ୍ଞାନ ବିଭାଗ ଖୋଲାଯାଉନାହିଁ। ଏହାକୁ ନେଇ ସ୍ଥାନୀୟ ଡ଼ାଇଜ ଯୁବ ଅନୁଷ୍ଠାନ ମାଲପଡ଼ା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁକ୍ତ ୩ ବିଜ୍ଞାନ ବିଭାଗ ଖୋଲିବା ପାଇଁ ଟ୍ବିଟ ଯୋଗେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ଏସ୍‌ସି, ଏସଟି ବିଭାଗୀୟ ମନ୍ତ୍ରୀ, ଏମ୍‌ପି, ପାଟଣାଗଡ଼ ବିଧାୟକ, ଉଚ୍ଚଶିକ୍ଷା ବିଭାଗ, ମୁଖ୍ୟ ଶାସନ ସଚିବ, କେବିକେ ମୁଖ୍ୟ ପ୍ରଶାସକ, ଆରଡ଼ିସି ସମ୍ବଲପୁର, ଚେୟାରମ୍ୟାନ ଡ଼ବ୍ଳ୍ୟୁଓଡ଼ିସି ଏବଂ ଜିଲାପାଳଙ୍କୁ ଅବଗତ କରିଛନ୍ତି। ଏଥିରେ ସେମାନେ ଉଲ୍ଲେଖ କରିଛନ୍ତି ଯେ, ଖପ୍ରାଖୋଲ ବ୍ଳକରେ ସରକାରୀ ଭାବେ କେବଳ ମାଲପଡ଼ା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁକ୍ତ ୨ ବିଜ୍ଞାନରେ ୧୨୮ଟି ସିଟ୍‌ ରହିଛି। ହେଲେ ସେମାନେ ଯୁକ୍ତ ୨ ପାସ କଲାପରେ ଆଖ ପାଖରେ ଯୁକ୍ତ ୩ ବିଜ୍ଞାନ ପଢିବା ପାଇଁ କଲେଜ ନାହିଁ। ଆର୍ଥିକ ସ୍ଥିତି ସ୍ବଚ୍ଛଳ ନ ଥିବା ପିଲାଏ ଯୁକ୍ତ ୨ବିଜ୍ଞାନରେ ହିଁ ଡୋରି ବାନ୍ଧୁଛନ୍ତି ଅଥବା ଯୁକ୍ତ ୩ କଳା ଏବଂ ବାଣିଜ୍ୟ ପଢିବାକୁ ବାଧ୍ୟ ହେଉଛନ୍ତି।

ଆଦିବାସୀ ବହୁଳ ଖପ୍ରାଖୋଲ ବ୍ଲକରେ ବିଜ୍ଞାନରେ ଉଚ୍ଚଶିକ୍ଷା ପଛେଇ ଯିବା ଆଦୌ ସ୍ପୃହଣୀୟ ନୁହେଁ। ଏଠିକାର ପିଲାଙ୍କୁ ବିଜ୍ଞାନରେ ଡିଗ୍ରୀ ଶିକ୍ଷା ଦେବା ଦିଗରେ ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗ ଦୃଷ୍ଟି ଦେବା ଜରୁରୀ ହୋଇ ପଡିଛି।
ନୀଳମାଧବ ପଣ୍ଡା, ଅବସରପ୍ରାପ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ
ମାଲପଡ଼ାରୁ ବିଜ୍ଞାନରେ ଯୁକ୍ତ ୨ ପାସ୍‌ ପରେ ବିଜ୍ଞାନରେ ଡିଗ୍ରୀ କୋର୍ସ କରିବା ପାଇଁ ସୁବିଧା ନାହଁି। ବାହାରେ ଯାଇ ଯୁକ୍ତ ୩ବିଜ୍ଞାନ ଶିକ୍ଷା ଲାଭ ସମସ୍ତଙ୍କ ପକ୍ଷରେ ସମ୍ଭବ ହେଉନାହିଁ। ଜିଲା ପ୍ରଶାସନ ଓ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପିଲାଙ୍କ ଭବିଷ୍ୟତ ପ୍ରତି ଅବିଳମ୍ବେ ପଦକ୍ଷେପ ନେଉ।
ଗଜମଣି ବାଗ, ଶିକ୍ଷକ
ଇଛା ଥିଲେ ବି ବିଜ୍ଞାନରେ ଡିଗ୍ରୀ କୋର୍ସ କରିବା ଅଞ୍ଚଳର ପିଲାଙ୍କ ପାଇଁ ସମ୍ଭବ ହେଉନାହିଁ। ଦାଦନ ପ୍ରବଣ ଏହି ବ୍ଲକର ପିଲାଏ ମାଲପଡ଼ାରୁ ଯୁକ୍ତ ୨ ବିଜ୍ଞାନରେ ଉତ୍ତୀର୍ଣ୍ଣ ବାଟ ବଦଳାଇ ଅନ୍ୟ ମାଧ୍ୟମରେ ଶିକ୍ଷାଲାଭ କରୁଛନ୍ତି, ଅଥବା ପାଠରେ ଡୋରି ବାନ୍ଧୁଛନ୍ତି।
ସନ୍ତୋଷ କୁମାର ଭଇଁଷାଲ, ଅଞ୍ଚଳବାସୀ
ମାଲପଡ଼ା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁକ୍ତ ୩ ବିଜ୍ଞାନ ଖୋଲିବା ପାଇଁ ଭିତ୍ତିଭୂମି ରହିଛି। ସରକାର ଏଥିପ୍ରତି ଦୃଷ୍ଟି ଦେଲେ ଏଠିକାର ପିଲାମାନେ ଉପକୃତ ହୋଇ ପାରନ୍ତେ।
ତନ୍ତ୍ର ଧରୁଆ, ସଭାପତି, ଡ଼ାଇଜ ଯୁବ ଅନୁଷ୍ଠାନ


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri