ଓସିଏସ୍‌ ମେନ୍‌: ଚିନ୍ତାରେ ପରୀକ୍ଷାର୍ଥୀ

ଭୁବନେଶ୍ୱର, ୧୩।୧(ବ୍ୟୁରୋ): ରାଜ୍ୟରେ କରୋନା ଏବେ ଉପରମୁହାଁ ରହିଛି। ଆହୁରି ଦୁଇମାସ ଏହି ଧାରା ଜାରି ରହିବ ବୋଲି ସ୍ବାସ୍ଥ୍ୟ ବିଭାଗ କହିସାରିଲାଣି। ଏଭଳି ସ୍ଥିତିରେ ଓଡ଼ିଶା ଲୋକସେବା ଆୟୋଗ(ଓପିଏସ୍‌ସି) ପରୀକ୍ଷା କିଭଳି ଦେବେ, ତାହାକୁ ନେଇ ପରୀକ୍ଷାର୍ଥୀ ଚିନ୍ତାରେ ପଡ଼ିଯାଇଛନ୍ତି। ଆସନ୍ତା ୨୦ ତାରିଖରୁ ଓପିଏସ୍‌ସିର ଓଡ଼ିଶା ସିଭିଲ୍‌ ସର୍ର୍ଭିସ୍‌ (ଓସିଏସ୍‌) ମେନ୍‌ ପରୀକ୍ଷା ଆରମ୍ଭ ହେବ। ୪,୭୫୪ଜଣ ଛାତ୍ରୀଛାତ୍ର ପରୀକ୍ଷା ଦେବେ। ରାଜ୍ୟର ୫ଟି ସହରରେ ପରୀକ୍ଷା ଅନୁଷ୍ଠିତ ହେବ। ଫେବୃୟାରୀ ୮ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପରୀକ୍ଷା ପାଇଁ ମଙ୍ଗଳବାର ଓପିଏସ୍‌ସି ଆଡ୍‌ମିଟ୍‌ କାର୍ଡ ମଧ୍ୟ ଦେଇ ସାରିଛି। ତେଣୁ ପରୀକ୍ଷା ହେବା ନିଶ୍ଚିତ ହୋଇଥିଲେ ମଧ୍ୟ କରୋନା ସ୍ଥିତି ପାଇଁ ଯୋଗ୍ୟ ବିବେଚିତ ସମସ୍ତ ପ୍ରାର୍ଥୀ ପରୀକ୍ଷାରେ ଯୋଗଦେବା ନେଇ ଆଶଙ୍କା ପ୍ରକାଶ ପାଇଛି। ଅଧିକାଂଶ ପିଲା ଏହି ପରୀକ୍ଷାକୁ ସ୍ଥଗିତ ରଖିବାକୁ ଚାହିଁଛନ୍ତି। ଏନେଇ କେତେଜଣ ପରୀକ୍ଷାର୍ଥୀ ରାଜ୍ୟ ସରକାରଙ୍କ ଦୃଷ୍ଟିଗୋଚର କରିଛନ୍ତି।

ଏ ସମ୍ପର୍କରେ ପରୀକ୍ଷାର୍ଥୀ ପୂଜା ବରାଳ କହିଛନ୍ତି, ଜାନୁୟାରୀ ଶେଷ ଓ ଫେବୃୟାରୀ ଆରମ୍ଭ ବେଳକୁ କରୋନା ପିକ୍‌ରେ ଥିବ। ଏହି ସମୟରେ ଅଫ୍‌ଲାଇନ୍‌ ପରୀକ୍ଷା ଦେବା ସମ୍ଭବ ନୁହେଁ। ପରୀକ୍ଷା ସମୟରେ ଆମେ ଯଦି ସଂକ୍ରମିତ ହେବୁ, ପୂରା ପରୀକ୍ଷା ଦେଇପାରିବୁ ନାହିଁ। ଫଳରେ ଆମର ଗୋଟେ ବର୍ଷ ନଷ୍ଟ ହେବ। ଚିନ୍ତା ବି ବଢ଼ିବ। ତେଣୁ ପରୀକ୍ଷାକୁ ସ୍ଥଗିତ କରିଦେବା ଉଚିତ। ଯଦି ବି ପରୀକ୍ଷା କରୁଛନ୍ତି, ତେବେ ସବୁ ପ୍ରକାର କୋଭିଡ୍‌ ଗାଇଡ୍‌ଲାଇନ୍‌କୁ ପାଳନ କରିବା ଉଚିତ। ଯଦି କେହି ପିଲା ସଂକ୍ରମିତ ହୁଅନ୍ତି, ତେବେ ସେମାନଙ୍କ ପାଇଁ ପରୀକ୍ଷା କେନ୍ଦ୍ରରେ ସ୍ବତନ୍ତ୍ର ହଲ୍‌ କରାଯାଉ।

ଛାତ୍ର ରୋହିତ ବିଶ୍ୱାଳ କହିଛନ୍ତି, ମୁଁ କନ୍ଧମାଳରେ ରୁହେ। ମୋର ଭୁବନେଶ୍ୱରରେ ପରୀକ୍ଷା କେନ୍ଦ୍ର ପଡ଼ିଛି। ଏତେଦିନ ପରୀକ୍ଷା ପାଇଁ ଭୁବନେଶ୍ୱରରେ କେଉଁଠି ରହିବି ଜାଣି ପାରୁନାହିଁ। କାରଣ ଭୁବନେଶ୍ୱରରେ ହଷ୍ଟେଲ ବନ୍ଦ ରହିଛି। ଏତିକି ଦିନ ପାଇଁ ଘର ଭଡ଼ା ନେଇକି ମଧ୍ୟ ରହି ହେବ ନାହିଁ। ଏପରି ସ୍ଥିତିରେ ପରୀକ୍ଷା ଦେବା କଷ୍ଟକର। ଆଉଜଣେ ଛାତ୍ର କାର୍ତ୍ତିକ ବେହେରା କହିଛନ୍ତି, ଏବେ ବହୁ ଛାତ୍ରୀଛାତ୍ର କରୋନାରେ ସଂକ୍ରମିତ ହୋଇ ଆଇସୋଲେଶନରେ ଅଛନ୍ତି। ସେମାନଙ୍କ ପାଠପଢ଼ା ବି ପ୍ରଭାବିତ ହୋଇଛି। ସେହିଭଳି ଜାନୁୟାରୀ ଶେଷ ବେଳକୁ ସଂକ୍ରମଣ ଶୀର୍ଷରେ ରହିବ ବୋଲି ଆକଳନ କରାଯାଉଥିବାରୁ ପିଲାମାନେ ଭୟରେ କେବଳ ପରୀକ୍ଷା ଦେବା ପାଇଁ ଯିବେ। ପରୀକ୍ଷା ସମୟରେ କେହି ସଂକ୍ରମିତ ହେଲେ ଶାରୀରିକ ଓ ମାନସିକ ଚାପରେ ପଡ଼ିବେ। ଯଦି କେଉଁ ପିଲା ଓଡ଼ିଶା ବାହାରୁ ପରୀକ୍ଷା ଦେବା ପାଇଁ ଆସିବ ଏବଂ ବିମାନବନ୍ଦରରେ ତା’ର କୋଭିଡ୍‌ ପଜିଟିଭ୍‌ ବାହାରିବ, ତେବେ ସେହି ପିଲାଟି କ୍ୱାରାଣ୍ଟାଇନ୍‌ ନିୟମକୁ ଠିକ୍‌ରେ ପାଳନ କରିପାରିବ ନାହିଁ କି ପରୀକ୍ଷା ଦେଇପାରିବ ନାହିଁ। ଏ ସବୁକୁ ଦୃଷ୍ଟିରେ ରଖି ପରୀକ୍ଷାକୁ ସ୍ଥଗିତ କରାଗଲେ ପରୀକ୍ଷାର୍ଥୀମାନେ ଉପକୃତ ହେବେ।

ଛାତ୍ରୀ ଈପ୍‌ସିତା ମହାନ୍ତି କହିଛନ୍ତି, ମୋର ଏବେ କରୋନା ଲକ୍ଷଣ ରହିଛି। ପ୍ରସ୍ତୁତି ବି ଠିକ୍‌ରେ କରିପାରୁନି। ଆଉ ପରୀକ୍ଷା ବି ଏତେ ଦିନ ହେବ, ସେଥିରେ ବି ସଂକ୍ରମଣର ଭୟ ରହୁଛି। ତେଣୁ କରୋନା ସ୍ଥିତିରେ ସୁଧାର ଆସିବା ପରେ ପରୀକ୍ଷା ପାଇଁ ବ୍ୟବସ୍ଥା କରାଯାଉ। ଛାତ୍ରୀ ତୃପ୍ତିମୟୀ ପ୍ରଧାନ କହଛନ୍ତି, ମନରେ ଭୟ ତ ରହିଛି। କିନ୍ତୁ ପରୀକ୍ଷା ହେଇଯାଉ ବୋଲି ମୁଁ ଚାହୁଁଛି। କାରଣ ପରୀକ୍ଷା ପାଇଁ ପ୍ରସ୍ତୁତି କରିସାରିଛି। ଆଉ ସମୟ ନଷ୍ଟ କରିବା ପାଇଁ ଚାହୁଁନି। ତେବେ କରୋନା କଟକଣାକୁ କଡ଼ାକଡ଼ି ଭାବେ ପାଳନ କରି ପରୀକ୍ଷା ପରିଚାଳନା କରାଯାଉ ବୋଲି ସେ ମତ ରଖିଛନ୍ତି।

ଏ ସମ୍ପର୍କରେ ଓପିଏସ୍‌ସି ସଦସ୍ୟ ପ୍ରଫେସର ସଙ୍ଗୀତା ରଥ କହିଛନ୍ତି, ବର୍ତ୍ତମାନ ଓପିଏସ୍‌ସିର ବିଭିନ୍ନ ପରୀକ୍ଷା ଚାଲିଛି। ପରୀକ୍ଷା ସ୍ଥଗିତ ନେଇ ସରକାର ଏ ସଂକ୍ରାନ୍ତରେ କିଛି ନିର୍ଦ୍ଦେଶ ଦେଇନାହାନ୍ତି। ତେଣୁ ଆପାତତଃ ଓସିଏସ୍‌ ମେନ୍‌ ପରୀକ୍ଷା ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri