ବିପଦସଙ୍କୁଳ ନଦୀ ପାର ହେଉଛନ୍ତି ଛାତ୍ରୀଛାତ୍ର

ଆର.ଉଦୟଗିରି,୨୩ା୯(ଡି.ଏନ.ଏ.): ସରକାର ଗ୍ରାମାଞ୍ଚଳର ବିକାଶ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ଏବେ ବି ଅନେକ ଗାଁ ଅବହେଳିତ ଅବସ୍ଥାରେ ରହିଛି। ପୋଲ ନ ଥିବାରୁ ବିପଦସଙ୍କୁଳ ଅବସ୍ଥାରେ ଏକ ଦଉଡି ସହାୟତାରେ ନଦୀ ପାର ହୋଇ ସ୍କୁଲ ଓ କଲେଜକୁ ଯାଉଛନ୍ତି ୫ ଖଣ୍ଡ ଗାଁର ଛାତ୍ରୀଛାତ୍ର। ଏହା ଦେଖିବାକୁ ମିଳିଛି ଗଜପତି ଜିଲା ଲିଲିଗଡ ପଞ୍ଚାୟତରେ। ଲଗାଣ ବର୍ଷାରେ ଏହି ପଞ୍ଚାୟତର ଆଶାଢ଼ିଆମ୍ବ ନଦୀରେ ଜଳ ସ୍ତର ବୃଦ୍ଧିପାଇଛି। ହେଲେ ଉକ୍ତ ନଦୀ ଉପରେ ପୋଲ ନ ଥିବାରୁ ଜୀବନକୁ ବାଜି ଲଗାଇ ବହୁ ଛାତ୍ରୀଛାତ୍ର ଦଉଡି ସହାୟତାରେ ଆରପଟକୁ ପାର ହୋଇ ସ୍କୁଲ ଓ କଲେଜକୁ ପାଠ ପଢିବା ପାଇଁ ଯାଉଛନ୍ତି। ଛୋଟ ଛୋଟ ଶିଶୁଙ୍କୁ କାନ୍ଧରେ ଓ କାଖ କରି ଅଭିଭାବକମାନେ ନଦୀପାର କରାନ୍ତି। ବରିଷ୍ଠ ନାଗରିକମାନେ ଜରୁରୀ କାମରେ ମୋହନା ଓ ଅନ୍ୟ ଗ୍ରାମକୁ ଯିବାକୁ ହେଲେ ବିପଦସଙ୍କୁଳ ଅବସ୍ଥାରେ ଭରା ନଦୀ ପାର ହେଉଛନ୍ତି। ନଦୀ ସେପାଖ ଡେଙ୍ଗାଆମ୍ବ, ଟିଟିମେରି, କୁଇହୁରୁ, କୁତୁଣୀକୁଆ ଓ ରାଇପଦା ଗାଁ ସମେତ ୫ରୁ ଅଧିକ ଗ୍ରାମର ଗ୍ରାମବାସୀ ନିର୍ଭରଶୀଳ। ନଦୀର ଜଳ ସ୍ତର ବୃଦ୍ଧି ପାଇଲେ ସ୍କୁଲ କଲେଜ ବନ୍ଦ ହେବା ସହ ସ୍ବାସ୍ଥ୍ୟକେନ୍ଦ୍ର ଓ ହାଟ ବଜାର ସବୁ କିଛି ଠପ ହୋଇଯାଏ। ଜରୁରୀ କାମ ପଡ଼ିଲେ ଲୋକେ ମୋହନା ଆସିପାରନ୍ତି ନାହିଁ। ଏହି ସମସ୍ୟା ନେଇ ଗ୍ରାମବାସୀ ବାରମ୍ବାର ପୋଲ ନିର୍ମାଣ ପାଇଁ ପ୍ରଶାସନ ନିକଟରେ ଦାବି କରି ଆସୁଥିଲେ ମଧ୍ୟ ପୋଲ ନିର୍ମାଣ ହୋଇପାରୁନାହିଁ। ତେବେ ବର୍ଷାଦିନେ ଏଭଳି ସମସ୍ୟା ଉତ୍କଟ ରୂପ ଧାରଣ କରେ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୬ ବଲ୍‌ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍‌; ପ୍ରଥମ ଥର…

ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍‌ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍‌ରେ ଏହି କାରନାମା କରିବା ବହୁତ...

ଆଶେସ୍‌ ଖରାପ ପ୍ରଦର୍ଶନ ପରେ ମଦ ପିଇ ମାତାଲ ହେଲେ ଇଂଲଣ୍ଡ କ୍ରିକେଟର, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୩।୧୨: ଅଷ୍ଟ୍ରେଲିଆ ବିପକ୍ଷ ଆଶେସ୍ ସିରିଜ୍ ମଧ୍ୟରେ ଇଂଲଣ୍ଡ କ୍ରିକେଟ୍ ଦଳ ପାଇଁ ଏକ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଦଳର ଷ୍ଟାର୍ ବ୍ୟାଟର ବେନ୍...

ଦିଲ୍ଲୀ କ୍ୟାପିଟାଲ୍ସର ବଡ଼ ଘୋଷଣା: ୨୫ ବର୍ଷୀୟ ଏହି ଖେଳାଳି ହେଲେ ନୂଆ ଅଧିନାୟକ

ନୂଆଦିଲ୍ଲୀ,୨୩।୧୨: ଦିଲ୍ଲୀ କ୍ୟାପିଟଲ୍ସ ଏକ ବଡ଼ ଘୋଷଣା କରିଛି। ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ ସିଜନ୍ ପୂର୍ବରୁ ଟିମ୍‌କୁ ନୂଆ ଅଧିନାୟକ ମିଳିଛି। ଅକ୍ସନ୍...

Gotra Matching for Marriage: ସମାନ ଗୋତ୍ରରେ ବିବାହ କରିବା ଶୁଭ ନା ଅଶୁଭ? ଜାଣନ୍ତୁ କ’ଣ କୁହେ…

ହିନ୍ଦୁ ଧର୍ମରେ ବିବାହ ପୂର୍ବରୁ କୁଣ୍ଡଳୀ ମିଳନ ସହିତ ଗୋତ୍ରର ପରୀକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ଏକ ଗୋତ୍ରରେ ବିବାହକୁ ସାଧାରଣତଃ ଅଶୁଭ...

ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା: ପାଖରେ ପଡ଼ିଛି ମୋବାଇଲ, ବ୍ୟାଗ୍‌; ମିଳିନି ପରିଚୟ…

ଛତ୍ରପୁର, ୨୩।୧୨(ଦିଲ୍ଲୀପ ସାମଲ): ବିଶାଖାପାଟଣାରୁ ଭୁବନେଶ୍ୱର ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ପରିଚୟ ଜଣା ପଡ଼ିନାହିଁ।...

୨୦୨୬ ତାମିଲନାଡୁ ନିର୍ବାଚନ: ୩୦%ରୁ ଅଧିକ ଭୋଟ୍ ପାଇବା ନେଇ ବିଜୟଙ୍କ ଦାବି

ଚେନ୍ନାଇ,୨୩।୧୨: ୨୦୨୬ ତାମିଲନାଡୁ ବିଧାନସଭା ନିର୍ବାଚନକୁ ନେଇ ଏବେଠାରୁ ରାଜନୀତି ସରଗରମ ହେବାରେ ଲାଗିଛି। ସୁପରଷ୍ଟାର ବିଜୟଙ୍କ ନୂତନ ରାଜନୈତିକ ଦଳ ‘ତାମିଲଗା ଭେଟ୍ରି କାଝାଗାମ’...

ମହାନଦୀ ଜଳ ବିବାଦର ସମାଧାନ ପାଇଁ ତତ୍ପରତା: ଆନ୍ତଃ-ମନ୍ତ୍ରିସ୍ତରୀୟ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର,୨୩।୧୨: ମହାନଦୀ ଜଳ ବିବାଦର ସୌହାର୍ଦ୍ଦ୍ୟପୂର୍ଣ୍ଣ ସମାଧାନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଗଠିତ ଆନ୍ତଃ-ମନ୍ତ୍ରିସ୍ତରୀୟ କମିଟିର ପ୍ରଥମ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱରସ୍ଥିତ...

ଶିଶୁ ମନ୍ଦିରର ରୋପ୍ୟ ଜୟନ୍ତୀ ସମାରୋହ: ବାର୍ଷିକ ମୁଖପତ୍ର ‘ଆହ୍ବାନ’କୁ ଉନ୍ମୋଚନ କଲେ ବିଧାୟକ

ଦିଗପହଣ୍ଡି,୨୩।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ୨୫ ତମ ପ୍ରତିଷ୍ଠା ଦିବସ ଅବସରରେ ମଙ୍ଗଳବାର ସଂଧ୍ୟାରେ ଆୟୋଜିତ ରୌପ୍ୟ ଜୟନ୍ତୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri