Posted inଜାତୀୟ

ଜନସଂଖ୍ୟା ବୃଦ୍ଧିି ହାରକୁ ଟପିଲା ଛାତ୍ରୀଛାତ୍ର ଆତ୍ମହତ୍ୟା

ନୂଆଦିଲ୍ଲୀ,୨୯ା୮: ଭାରତରେ ଛାତ୍ରୀଛାତ୍ରଙ୍କ ଆତ୍ମହତ୍ୟା ଅତି ଚିନ୍ତାଜନକ ଭାବେ ବଢ଼ିବାରେ ଲାଗିଛି। ଏପରି କି ଦେଶରେ ଯେଉଁ ହାରରେ ଜନସଂଖ୍ୟା ବୃଦ୍ଧି ଘଟିଛି, ତା’ଠୁ ଅଧିକ ହୋଇଛି ଛାତ୍ରୀଛାତ୍ରଙ୍କ ଆତ୍ମହତ୍ୟା। ୨୦୨୧ରୁ ୨୦୨୨ ମଧ୍ୟରେ ଛାତ୍ରଙ୍କ ଆତ୍ମହତ୍ୟା ୬% ହ୍ରାସ ପାଇଥିବାବେଳେ ଛାତ୍ରୀଙ୍କ ଆତ୍ମହତ୍ୟା ୭% ବୃଦ୍ଧି ପାଇଥିବା ଏକ ନୂଆ ରିପୋର୍ଟରୁ ଜଣାପଡ଼ିଛି। ମହାରାଷ୍ଟ୍ର, ତାମିଲନାଡୁ ଓ ମଧ୍ୟପ୍ରଦେଶରେ ଛାତ୍ରୀଛାତ୍ରଙ୍କ ଆତ୍ମହତ୍ୟା ମାମଲା ସର୍ବାଧିକ ଦେଖିବାକୁ ମିଳିଛି। ଶିକ୍ଷା ବ୍ୟବସ୍ଥାରେ ମାନସିକ ସ୍ବାସ୍ଥ୍ୟ ପ୍ରତି ଅଧିକ ଦୃଷ୍ଟି ଦିଆଯିବା ଆବଶ୍ୟକ ବୋଲି ଏଥିରୁ ସ୍ପଷ୍ଟ ହୋଇଛି।
ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ (ଏନ୍‌ସିଆର୍‌ବି) ତଥ୍ୟକୁ ଭିତ୍ତିକରି ‘ଷ୍ଟୁଡେଣ୍ଟ ସୁଇସାଇଡ୍‌: ଆନ୍‌ ଏପିଡେମିକ୍‌ ସ୍ବିପିଙ୍ଗ୍‌ ଇଣ୍ଡିଆ’ ଶୀର୍ଷକ ଏକ ରିପୋର୍ଟ ପ୍ରସ୍ତୁତ କରାଯାଇଛି। ଆନୁଆଲ ଆଇସି୩ କନ୍‌ଫରେନ୍ସ ଆଣ୍ଡ୍‌ ଏକ୍ସପୋ ୨୦୨୪ରେ ବୁଧବାର ଏହି ରିପୋର୍ଟ ପ୍ରକାଶ କରାଯାଇଛି। ଏଥିରେ ଦର୍ଶାଯାଇଛି ଯେ, ସବୁ ପ୍ରକାର ଆତ୍ମହତ୍ୟା ହାର ବାର୍ଷିକ ୨% ବଢ଼ୁଥିବାବେଳେ ଛାତ୍ରୀଛାତ୍ରୀଙ୍କ ଆତ୍ମହତ୍ୟାରେ ୪% ବୃଦ୍ଧି ପରିଲକ୍ଷିତ ହୋଇଛି। ଗତ ୨ ଦଶନ୍ଧି ମଧ୍ୟରେ ଛାତ୍ରୀଛାତ୍ରଙ୍କ ଆତ୍ମହତ୍ୟା ଜାତୀୟ ସ୍ତରର ଆତ୍ମହତ୍ୟାର ଦୁଇଗୁଣ ଅଧିକ। ୨୦୨୨ରେ ମୋଟ ଆତ୍ମହତ୍ୟାର ୫୩% ଛାତ୍ର ଆତ୍ମହତ୍ୟା ରହିଥିଲା। ୨୦୨୧ରୁ ୨୦୨୨ ମଧ୍ୟରେ ଛାତ୍ରଙ୍କ ଆତ୍ମହତ୍ୟା ୫% ହ୍ରାସ ପାଇଥିବାବେଳେ ଛାତ୍ରୀଙ୍କ ଆତ୍ମହତ୍ୟା ୭% ବୃଦ୍ଧି ପାଇଥିବା ନେଇ ଆଇସି୩ ଇନ୍‌ଷ୍ଟିଚ୍ୟୁଟ୍‌ ପକ୍ଷରୁ ପ୍ରସ୍ତୁତ ଉକ୍ତ ରିପୋର୍ଟରେ ଦର୍ଶାଯାଇଛି। ଛାତ୍ରୀଛାତ୍ରଙ୍କ କ୍ଷେତ୍ରରେ ଜନସଂଖ୍ୟା ବୃଦ୍ଧିି ହାରକୁ
ଆତ୍ମହତ୍ୟା ହାର ଦେଶର ଜନସଂଖ୍ୟା ବୃଦ୍ଧି ଓ ମୋଟ ଆତ୍ମହତ୍ୟା ଧାରାଠାରୁ ଅଧିକ ରହିଛି। ଗତ ଦଶନ୍ଧିରେ ୦ରୁ ୨୪ ବର୍ଷୀୟଙ୍କ ଜନସଂଖ୍ୟା ୫୮୨ ନିୟୁତରୁ ୫୮୧ ନିୟୁତକୁ ହ୍ରାସ ପାଇଥିଲା। କିନ୍ତୁ ସମାନ ଅବଧି ମଧ୍ୟରେ ଛାତ୍ରୀଛାତ୍ରଙ୍କ ଆତ୍ମହତ୍ୟା ୬,୬୫୪ରୁ ୧୩,୦୪୪କୁ ବୃଦ୍ଧି ପାଇଥିଲା। ରିପୋର୍ଟ ଅନୁଯାୟୀ ମହାରାଷ୍ଟ୍ର, ତାମିଲନାଡୁ ଓ ମଧ୍ୟପ୍ରଦେଶରେ ସର୍ବାଧିକ ଅର୍ଥାତ୍‌ ଜାତୀୟ ହାରର ଏକ-ତୃତୀୟାଂଶ ଛାତ୍ରୀଛାତ୍ର ଆତ୍ମହତ୍ୟା କରୁଛନ୍ତି। ଦକ୍ଷିଣ ଭାରତୀୟ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଜାତୀୟ ହାରର ୨୯% ଛାତ୍ରୀଛାତ୍ରଙ୍କ ଆତ୍ମହତ୍ୟା ମାମଲା ନଜରକୁ ଆସିଛି। ଅନ୍ୟପକ୍ଷେ କୋଟା ଭଳି ସହରରେ କୋଚିଂ ସେଣ୍ଟରଗୁଡ଼ିକରେ ପଢ଼ୁଥିବା ପିଲାଙ୍କ ଆତ୍ମହତ୍ୟା ସଂଖ୍ୟା ବଢ଼ିଚାଲିଛି। ଏଥିଯୋଗୁ ଛାତ୍ରୀଛାତ୍ରଙ୍କ ଆତ୍ମହତ୍ୟା କ୍ଷେତ୍ରରେ ରାଜସ୍ଥାନ ଦେଶରେ ୧୦ମ ରାଜ୍ୟ ପାଲଟିଛି।
ପୋଲିସ ପଞ୍ଜୀକୃତ ଫାଷ୍ଟ ଇନ୍‌ଫର୍ମେଶନ ରିପୋର୍ଟ (ଏଫ୍‌ଆଇଆର୍‌) ଆଧାରରେ ଏନ୍‌ସିଆର୍‌ବି ରିପୋର୍ଟ ପ୍ରସ୍ତୁତ କରାଯାଇଛି। ତେବେ ଛାତ୍ରୀଛାତ୍ରଙ୍କ ଆତ୍ମହତ୍ୟାର ପ୍ରକୃତ ସଂଖ୍ୟା ଆହୁରି ଅଧିକ ହୋଇପାରେ ବୋଲି ଅନୁମାନ କରାଯାଉଛି। ସାମାଜିକ ଅପବାଦ, ଆତ୍ମହତ୍ୟା ଉଦ୍ୟମର ଅପରାଧୀକରଣ ଯୋଗୁ ପ୍ରକୃତ ଆତ୍ମହତ୍ୟା ସଂଖ୍ୟା ସାମ୍ନାକୁ ଆସିପାରୁ ନାହିଁ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି।
୨୦୧୭ର ମେଣ୍ଟାଲ ହେଲ୍‌ଥକେୟାର ଆକ୍ଟ ମାନସିକ ରୋଗୀଙ୍କ ଆତ୍ମହତ୍ୟା ଉଦ୍ୟମକୁ ଅପରାଧମୁକ୍ତ କରିଥିଲେ ହେଁ ଉପଯୁକ୍ତ ରିପୋର୍ଟିଂ କରାଯାଉ ନାହିଁ। ସେହିପରି ଗ୍ରାମାଞ୍ଚଳରେ ଆତ୍ମହତ୍ୟା ସମ୍ପର୍କିତ ତଥ୍ୟ ସଂଗ୍ରହ ଠିକ୍‌ ଭାବେ ହୋଇପାରୁ ନ ଥିବାରୁ ଡେଟାରେ ମଧ୍ୟ ତାଳମେଳ ରହୁନାହିଁ। ଆଇସି୩ ମୁଭ୍‌ମେଣ୍ଟ ପ୍ରତିଷ୍ଠାତା ଗଣେଶ କୋହଲି କହିଛନ୍ତି, ଆମ ଶିକ୍ଷାନୁଷ୍ଠାନଗୁଡ଼ିକରେ ମାନସିକ ସ୍ବାସ୍ଥ୍ୟ ସମ୍ପର୍କିତ ଚ୍ୟାଲେଞ୍ଜ ବଢ଼ିଚାଲିଥିବା ଏହି ରିପୋର୍ଟରୁ ଜଣାପଡ଼ୁଛି। ତେଣୁ ଶିକ୍ଷା ବ୍ୟବସ୍ଥାରେ ଏପରି ପାଠ୍ୟକ୍ରମକୁ ସାମିଲ କରାଯିବା ଉଚିତ, ଯାହାକି ପିଲାଙ୍କୁ ପରସ୍ପର ସହ ପ୍ରତିଯୋଗିତା ପରିବର୍ତ୍ତେ ନିଜ ନିଜ ସର୍ବାଙ୍ଗୀନ ଉନ୍ନତି ପାଇଁ ପ୍ରେରିତ କରିବ। ଏଥିସକାଶେ ପ୍ରତ୍ୟେକ ଶିକ୍ଷାନୁଷ୍ଠାନରେ ଏକ ବ୍ୟବସ୍ଥିତ, ବ୍ୟାପକ ଓ ପ୍ରଭାବଶାଳୀ କଲେଜ କାଉନ୍‌ସେଲିଂ ସିଷ୍ଟମ୍‌ ରହିବା ଉଚିତ ବୋଲି କୋହଲି ମତବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri