ଗଛ ତଳେ ମୋବାଇଲ ଧରି ପଢୁଛନ୍ତି ବିଦ୍ୟାର୍ଥୀ

ଧରାକୋଟ,୨୨ା୮(ବିଷ୍ଣୁ କେଶରୀ ଆଚର୍ଯ୍ୟ): ଧରାକୋଟ ଅଞ୍ଚଳରେ ନେଟ ୱାର୍କ ସମସ୍ୟା ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ପହଞ୍ଚିଛି। ଗାଁ ଗାଁ ରେ ମୋବାଇଲ ସମସ୍ୟାକୁ ନେଇ ଭିନ୍ନ ଭିନ୍ନ ଚିତ୍ର ଦେଖିବାକୁ ମିଳୁଛି। କେଉଁଠି ପିଲାମାନେ ଗଛ ତଳେ ବସି ମୋବାଇଲ ଧରି ଅନଲାଇନରେ ପାଠ ପଢ଼ୁଛନ୍ତି ତ ଅନ୍ୟ ପଟରେ ନେଟୱର୍କ ଆସୁନଥିବା ଯୋଗୁ ଲୋକେ ନିଜ ନିଜର ଘର ସାମନାରେ ପଲିଥିନରେ ଭର୍ତ୍ତିକରି ମୋବାଇଲ ଓହଳାଇ ରଖିଛନ୍ତି। ନେଟଓ୍ବକ ନଥିବାରୁ ବିଭିନ୍ନ ସରକାରୀ ଓ ବେସରକାର କାର୍ଯ୍ୟାଳୟରେ ବହୁ ସମସ୍ୟା ହେଉଛି। ସଂପ୍ରତି ୫-ଜି ସେବା ଆରମ୍ଭ ହେବାପରେ ଧରାକୋଟ ଅଞ୍ଚଳରେ ନେଟୱର୍କ ସମସ୍ୟା ଗମ୍ଭୀର ହୋଇପଡିଛି। ଧରାକୋଟର ବାହାରପୁର, ଚାରିଛକ, ଦଶମାଇଲି, ମାଣିକ ପୁର ଅଞ୍ଚଳରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବାହାରପୁର ହେଉଛି ପଞ୍ଚାୟତ ସଦରହକୁମା । ଏଠାରେ ଘର ଭିତରେ ଆଦୌ ନେଟଓ୍ବାର୍କ ଆସୁନଥିବାରୁ ଲୋକେ ସାହି ସାହିରେ ନିଜ ନିଜର ଘର ଆଗରେ ପଲିଥିନ ଭିତରେ ମୋବାଇଲକୁ ଓହଳାଇ ରଖିଥିବା ଦେଖିବାକୁ ମିଳିଛି। ସେପଟେ ପୋଖରୀ ହିଡରେ ଥିବା ଗଛ ତଳେ କିମ୍ବା ଘରର ଛାତ ଉପରେ ବସି ପିଲାଏ ପାଠ ପଢୁଛନ୍ତି। ଏପରିକି ଅଞ୍ଚଳରେ ୟୁପିଆଇ କାରବାର ହୋଇପାରୁନାହିଁ । ବାହାରପୁର ସହ ଆଖପାଖ ଅଞ୍ଚଳରେ ବିଦ୍ୟୁତ ଚାଲିଗଲେ ମୋବାଇଲ ନେଟୱର୍କ ଚାଲି ଯାଉଥିବାରୁ ଅଧାରେ କଥା ବନ୍ଦ ହୋଇ ଯାଉଛି। ଫଳରେ ଜରୁରୀ କାଳୀନ କଥା ହେବା ବେଳେ ବହୁ ଅସୁବିଧା ହେଉଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଲା ମୋବାଇଲ କମ୍ପାନୀ ଗୁଡ଼ିକ ନିଜ ନିଜର ଗ୍ରାହକମାନଙ୍କ ଠାରୁ ରିଚାର୍ଜ ଦ୍ୱାରା ଅର୍ଥ ଶୋଷଣ କରି ନେଉଥିବା ବେଳେ ସେହି ଅନୁପାତରେ ସେବା ପ୍ରଦାନ
କରୁନାହାନ୍ତି । ତେବେ ଏଥିପ୍ରତି ଦୃଷ୍ଟି ଦେବାକୁ ଅଞ୍ଚଳବାସି ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri