ଲୋଇସିଂହା,୨୩।୫(ସୁଶାନ୍ତ ବାରିକ):ନିକଟରେ ସିଏଚ୍ଏସଇ ଯୁକ୍ତ ୨ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ପାଇଛି ା ଏଥିରେ ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଅନ୍ତର୍ଗତ ସକମାସ୍ଥିତ ଯୁବୋଦୟ କଲେଜର ଛାତ୍ରୀ ପ୍ରତୀକ୍ଷାରାଣୀ ପଧାନ ସମୁଦାୟ ୬୦୦ ମାର୍କରୁ ୫୮୭ (୯୭.୮୩%) ମାର୍କ ରଖି କଲେଜ ଓ ବଲାଙ୍ଗୀର ଜିଲା ଟପ୍ପର ହୋଇଛନ୍ତି ା ଭବିଷ୍ୟତରେ ଜଣେ ଉତ୍ତମ ଡାକ୍ତର ହୋଇ ରୋଗୀ ସେବା କରିବା ତାଙ୍କ ଲକ୍ଷ୍ୟ ବୋଲି ପ୍ରତୀକ୍ଷାରାଣୀ କହିଛନ୍ତି। ଆଗଲପୁର ବ୍ଲକ ସାନଟିକା ଗ୍ରାମର ମୂଳ ବାସିନ୍ଦା ହୋଇଥିବା ବେଳେ ବର୍ତ୍ତମାନ ତାଙ୍କ ପରିବାର ଲୋଇସିଂହାର ସପ୍ତରଙ୍ଗ ଗଳିରେ ରହୁଛନ୍ତି ା ତାଙ୍କ ମା’ ସଙ୍ଗୀତା ପଧାନ ଜଣେ ଗୃହିଣୀ, ବାପା ପ୍ରଦୀପ ପଧାନ ଆଗଲପୁର ବ୍ଲକ ବେନ୍ଦ୍ରା ହାଇସ୍କୁଲରେ ଗଣିତ ଶିକ୍ଷକ ଅଛନ୍ତି ା ପ୍ରତୀକ୍ଷାରାଣୀ ଜଣେ ମେଧାବୀ ଛାତ୍ରୀ ଓ ସେ ଦୈନିକ ୧୦ରୁ ୧୨ ଘଣ୍ଟା ପରିଶ୍ରମ କରୁଥିଲେ ା ଏହି ସଫଳତା ପାଇଁ ସେ କଲେଜର ଅଧ୍ୟାପିକା ଅଧ୍ୟାପକ ଓ ଅଭିଭାବକଙ୍କୁ ଶ୍ରେୟ ଦେଇଛନ୍ତି। ପ୍ରତୀକ୍ଷାରାଣୀ ୨୦୨୪ ମାଟ୍ରିକ ବୋର୍ଡ ପରୀକ୍ଷାରେ ଲୋଇସିଂହା ବ୍ଲକ ଟପ୍ପର ହେବାର ଗୌରବ ଅର୍ଜନ କରିଥିଲେ ା