ନବମ ଶ୍ରେଣୀ ଛାତ୍ରୀ ହେଲେ ମା’

କେନ୍ଦୁଝର,୨୮ା୧(ସ୍ବ.ପ୍ର.): କେନ୍ଦୁଝର ସଦର ଥାନା ଅଞ୍ଚଳରେ ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗର ଜଣେ ୧୫ ବର୍ଷର ଆଦିବାସୀ ଛାତ୍ରୀ କନ୍ୟା ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି। ମାଆ ଦେହ ଭଲ ଥିବା ବେଳେ ଶିଶୁ ଏସଏନସିୟୁରେ ଭର୍ତ୍ତି ହୋଇଥିବା ଜଣାପଡ଼ିଛି। ଘଟଣାରେ ପୋଲିସ ଜଣେ ବିବାହିତ ୨୨ ବର୍ଷର ଯୁବକଙ୍କୁ ଅଟକ ରଖି ପଚରାଉଚୁରା କରୁଛି। ଯଦିଓ ଘଟଣାଟି ସଦର ଥାନା ଅଞ୍ଚଳରେ ଘଟିଛି ପୀଡ଼ିତାଙ୍କ ମା’ଙ୍କ ଏତଲା କ୍ରମେ ଟାଉନ ଥାନାରେ ଏକ ମାମଲା ରୁଜୁ ହୋଇଛି। ତେବେ ବାଳିକାଟି ସ୍କୁଲରେ ନବମ ଶ୍ରେଣୀରେ ପଢୁଥିବା ବେଳେ କିପରି ଗର୍ଭବତୀ ହେଲେ ଏବଂ ଘଟଣା ସମ୍ପର୍କରେ ଜଣାପଡ଼ିଲା ନାହିଁ କିପରି ତାହାର ଖୋଳତାଡ଼ ପୋଲିସ ଆରମ୍ଭ କରିଛି। ଅନ୍ୟ ପକ୍ଷରେ ବାଳିକାର ସ୍ବାସ୍ଥ୍ୟ ଉପରେ ଡାକ୍ତରମାନେ ନଜର ରଖି ଚିକିସତ୍ାଜାରୀ ରଖିଛନ୍ତି। ଏଭଳି ସମ୍ବେଦନଶୀଳ ଘଟଣାକୁ ନେଇ ସ୍କୁଲ କର୍ତ୍ତୃପକ୍ଷ କିପରି ଆଗୁଆ ଜାଣି ପାରିଲେ ନାହିଁ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏନେଇ ପ୍ରଶାସନ ପକ୍ଷରୁ କଣ ପଦକ୍ଷେପ ଗ୍ରହଣ କରାଯାଉଛି ତାହା ଉପରେ ଅଭିଭାବକମାନଙ୍କ ନଜର ରହିଛି। ଏ ନେଇ ଟାଉନ ଥାନା ଅଧିକାରିଣୀ ପ୍ରମୋଦିନୀ ସାହୁ କହିଛନ୍ତି, ଅଭିଯୋଗ ପାଇବା ପରେ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ କରାଯାଉଛି ା