ସ୍କୁଲରେ କବାଡ଼ି ଖେଳରେ ଆହତ ଛାତ୍ରଙ୍କ ଚାଲିଗଲା ଜୀବନ

କେନ୍ଦୁଝର,୮ା୧(ନରେଶ ଚନ୍ଦ୍ର ପଟ୍ଟନାୟକ): ସ୍କୁଲରେ କବାଡ଼ି ଖେଳୁଥିବା ବେଳେ ଆହତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତ ଛାତ୍ରଙ୍କ ନାମ ଅମିତ୍‌ ମୁଣ୍ଡା (୧୪) ବୋଲି ଜଣାପଡ଼ିଛି।

ଏଭଳି ଘଟଣା କେନ୍ଦୁଝର ଜିଲା ବାରିଆ ଥାନା ଅନ୍ତର୍ଗତ ଗିଧିବାସ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ଘଟିଛି। ପ୍ରକାଶ ଯେ, ଗତ ମଙ୍ଗଳବାର ବିଦ୍ୟାଳୟରେ ଅମିତ୍‌ ଅନ୍ୟମାନଙ୍କ ସହିତ କବାଡ଼ି ଖେଳୁଥିବା ବେଳେ ତାଙ୍କୁ ଆଘାତ ଲାଗିଥିଲା। ତେବେ ଘଟଣାକୁ ସାମାନ୍ୟ ନେଇ ସ୍କୁଲର କର୍ତ୍ତୃପକ୍ଷ ଗୁରୁତ୍ୱ ଦେଇ ନ ଥିଲେ। ବୁଧବାର ସକାଳୁ ତା’ଙ୍କ ଅବସ୍ଥା ଗୁରୁତର ହେବାରୁ ନିକଟସ୍ଥ ଭଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ନିଆଯାଇଥିଲା। ତେବେ ସେଠାରୁ କେନ୍ଦୁଝର ଜିଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ତେବେ ଏହି ଘଟଣାକୁ ନେଇ ତାଙ୍କ ମା’ଙ୍କୁ ବିଳମ୍ବରେ ସୂଚନା ଦିଆଯାଇଥିଲା। ମୃତକ ବାରିଆ ଥାନା କେନ୍ଦୁଆ ଗ୍ରାମର ସ୍ବର୍ଗତ ଶୁକଦେବ ମୁଣ୍ଡାଙ୍କ ପୁଅ ଅମିତ। ସେ ହଷ୍ଟେଲରେ ରହି ଅଷ୍ଟମ ଶ୍ରେଣୀରେ ପାଠ ପଢ଼ୁଥିଲେ। ଖେଳରେ ଆହତ ହେଇଥିଲେ ସୁଦ୍ଧା ମଙ୍ଗଳବାର ପରିବାର ଲୋକଙ୍କୁ ନ ଜଣାଇ ତାଙ୍କ ଅବସ୍ଥା ଗୁରୁତର ହେବା ପରେ କେନ୍ଦୁଝର ଡାକ୍ତରଖାନାରେ ଥିବା ବେଳେ ତାଙ୍କ ମା’ଙ୍କୁ ଜଣାଇଥିଲେ। ଖବର ପାଇ ତାଙ୍କ ମାଆ ଡାକ୍ତରଖାନାରେ ପହଞ୍ଚିଥିଲେ ମାତ୍ର ସେ ଡାକ୍ତରଖାନାରେ ପହଞ୍ଚିବା ପୂର୍ବରୁ ତାଙ୍କର ମୃତ୍ୟୁ ହେଇଯାଇଥିଲା। ସ୍କୁଲ କର୍ତ୍ତୃପକ୍ଷଙ୍କ ଅବହେଳା ପାଇଁ ଅମିତଙ୍କ ମୃତ୍ୟୁ ହୋଇଥିବା ତାଙ୍କ ମା’ ଅଭିଯୋଗ କରିଛନ୍ତି। ଗତକାଲି ସନ୍ଧ୍ୟାରେ ଅମିତଙ୍କ ମୃତଦେହ ଘରକୁ ଅଣାଯିବା ପରେ ଘଟଣାର ତଦନ୍ତ ଦାବି ସହ କାର୍ଯ୍ୟାନୁଷ୍ଠାନ ଦାବିରେ ଘରଲୋକ ମୃତଦେହ ଗ୍ରହଣ କରି ନ ଥିଲେ। ଫଳରେ ଚାପା ଉତ୍ତେଜନା ଦେଖାଦେଇଥିଲା। ଖବର ପାଇ ଚମ୍ପୁଆ ଉପଜିଲାପାଳ, ଝୁମ୍ପୁରା ଓ ଚମ୍ପୁଆ ତହସିଲଦାର, ଚମ୍ପୁଆ ଏସ୍‌ଡିପିଓ ରାତିରେ ତାଙ୍କ ଘରେ ପହଞ୍ଚି ପରିବାର ଲୋକଙ୍କୁ ବୁଝାଶୁଝା କରି ମୃତଦେହ ହସ୍ତାନ୍ତର କରିଥିଲେ।

ଅନ୍ୟପକ୍ଷରେ ସ୍କୁଲ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁ ଅମିତଙ୍କ ମୃତ୍ୟୁ ହେଇଥିବା ଅଭିଯୋଗ କରିଛନ୍ତି ଘରଲୋକ। ଏନେଇ ବାରିଆ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ତେବେ ପରିବାର ପକ୍ଷରୁ କୌଣସି ଅଭିଯୋଗ ହୋଇ ନାହିଁ ବୋଲି ଚମ୍ପୁଆ ଏସ୍‌ଡିପିଓ ରଶ୍ମିରଞ୍ଜନ ସାହୁ କହିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବିଦେଶୀ ମଦ ହେଉଥିଲା ଚୋରାଚାଲାଣ: ମାଡ଼ିବସିଲା ପୋଲିସ

ବଲାଙ୍ଗୀର,୨।୩(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପୁଇଁନ୍ତଳା ଥାନା ପୋଲିସ ବଲାଙ୍ଗୀର-ସୋନପୁର ରାସ୍ତା ସାତମାଇଲ ଛକରୁ ୩୭ ଲିଟର ମଦ ଜବତ କରିଛି। ବେଆଇନ ଚାଲାଣ ହେଉଥିବା…

ରିଲିଜ ହେଲା ‘ଟକ୍ସିକ’ର ପ୍ରଥମ ଗୀତ, ପ୍ରଶଂସା ସାଉଁଟୁଛନ୍ତି କିଆରା

ମୁମ୍ବାଇ: ଆସନ୍ତା ୧୯ରେ ମୁକ୍ତିଲାଭ କରିବାକୁ ଯାଉଛି ଫିଲ୍ମ ଟକ୍ସିକ। ୟଶଙ୍କ ଏହି ଫିଲ୍ମ ରଣବୀର ସିଂହଙ୍କ ଧୂରନ୍ଧର-୨ ସହିତ କଡ଼ା ଟକ୍କର ଦେବ। ଯାହା ୨୦୨୫ର…

ରାସ୍ତା ଉନ୍ନତିକରଣ:  ଭିତ୍ତିପ୍ରସ୍ତର ସ୍ଥାପନ କଲେ ମନ୍ତୀ ଗୋକୁଳାନନ୍ଦ

ବୁଗୁଡ଼ା,୨।୩(କାଳିଚରଣଦାଶ): ଓଡ଼ିଶା ସରକାର ଗ୍ରାମ୍ୟ ଉନ୍ନୟନ ବିଭାଗ ଗ୍ରାମ୍ୟ ରାସ୍ତାର ଉନ୍ନତିକରଣ ଯୋଜନା ଆନୁକୂଲ୍ୟରେ ବୁଗୁଡ଼ା ବ୍ଲକ ଅନ୍ତର୍ଗତ ବୁଗୁଡ଼ା ସିନେମା ହଲ ଛକ ଓ ଗୋଳାବନ୍ଧ…

ଇଚ୍ଛାମୃତ୍ୟୁ ଦାବି ନେଇ ଧାରଣାରେ ବସିଲେ ଦିବ୍ୟାଙ୍ଗ ଯୁବତୀ, ଏହି କାରଣ ପାଇଁ…

ବାଲେଶ୍ୱର, ୨।୩( ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଇଚ୍ଛାମୃତ୍ୟୁ ଦାବି ନେଇ ଧାରଣାରେ ବସିଲେ ଦିବ୍ୟାଙ୍ଗ ଯୁବତୀ। ବାଲେଶ୍ୱର ଜିଲା ନୋତିପାଟଣା ଗ୍ରାମର ଚମ୍ପାବତୀ…

ସ୍ୱଦେଶ ଫେରିପାରୁନାହିଁ ଜିମ୍ୱାଓ୍ୱେ ଦଳ

ନୂଆଦିଲ୍ଲୀ, ୧ା୩: ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ଜିମ୍ୱାଓ୍ୱେର ଅଭିଯାନ ଶେଷ ହୋଇଛି। ଦଳ ବର୍ତ୍ତମାନ ସ୍ୱଦେଶ ଫେରିବାକୁ ଥିବାବେଳେ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଯୋଗୁ ବର୍ତ୍ତମାନ ଦୁବାଇ…

ଲାଇଭ୍ ଶୋ’ରେ କାନ୍ଦିଲେ ପାକିସ୍ତାନୀ ଆଙ୍କର, ଭାବପ୍ରବଣ ହୋଇ କହିଲେ ମୋ ପରିବାର….

ନୂଆଦିଲ୍ଲୀ,୨।୩: ଆମେରିକା-ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ତୀବ୍ର ହୋଇଛି । ଏହା ଉଲ୍ଲେଖନୀୟ ଯେ, ଇରାନରେ ହୋଇଥିବା ଆକ୍ରମଣରେ ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି…

ବିମାନବନ୍ଦର ପରିସର ବାହାରେ ଭୟାବହ ଅଗ୍ନିକାଣ୍ଡ, ଚାରିଆଡ଼େ ବ୍ୟାପିବାରୁ…

ଝାରସୁଗୁଡ଼ା,୨ା୩(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡା ବିମାନବନ୍ଦର ପରିସର ବାହାରେ ଥିବା କୁଟି ଜଙ୍ଗଲଠାରେ ସୋମବାର କୌଣସି କାରଣରୁ ନିଆଁ ଲାଗି ଯାଇଥିଲା। ଏହାକୁ ଆୟତ୍ତ କରିବା ପାଇଁ…

ଯାଦବ ସମାଜ ଦୋଳ ମହୋତ୍ସବ: ଦେଖିବାକୁ ମିଳିଛି ପାରମ୍ପରିକ ବାଡ଼ି ଖେଳ

ବଲାଙ୍ଗୀର,୭।୩(ସୁନିଲ କୁମାର ମହାନ୍ତି): ସ୍ଥାନୀୟ ପୌରାଞ୍ଚଳ  ଯାଦବ ମହାସଭା ପକ୍ଷରୁ ୩୦ ତମ ଦୋଳ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ମହୋତ୍ସବ ପାଳନ ଅବସରରେ ସ୍ଥାନୀୟ ଯାଦବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri