ଦାରିଙ୍ଗବାଡି,୧୬।୪ (ଅରୁଣ ସାହୁ)- କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବାଡାବାଙ୍ଗା ସେବାଶ୍ରମରେ ଛାତ୍ରୀଛାତ୍ରଙ୍କୁ ମହୁମାଛି ଆକ୍ରମଣ ଘଟଣା ଚିନ୍ତାର ବିଷୟ ପାଲଟିଥିଲା। ତେବେ ବୁଧବାର ମଧ୍ୟ ମହୁମାଛି ସେବାଶ୍ରମ ପରିସର ମଧ୍ୟରେ ଘୁରି ବୁଲୁଥିବା ଦେଖାଯାଇଛି। ଘଟଣା ଘଟିବା ଦିନ ବିଳମ୍ବିତ ରାତିରେ ମହୁମାଛି ବସାରେ ନିଆଁ ଲଗାଇ ପୋଡି ଦିଆଯାଇଥିଲା। କିନ୍ତୁ ପୁଣି ବୁଧବାର ଜଙ୍ଗଲରୁ ମହୁମାଛି ସେବାଶ୍ରମ ଭିତରକୁ ପଶିଆସିଥିଲେ ଓ ପୁଣି ସେହି ପୋଡ଼ାଯାଇଥିବା ସ୍ଥାନରେ ହିଁ ନୂଆ ବସା ତିଆରି କରିଥିଲେ। ଫଳରେ ଚିନ୍ତା ବଢିଥିଲା। କୌଣସି ଉପାୟ ନପାଇ ବିଡିଓ ପ୍ରୀତିରଞ୍ଜନ ରଥ ଏହାର ସ୍ଥାୟୀ ସମାଧାନ ପାଇଁ ଦାରିଙ୍ଗବାଡି ବନାଞ୍ଚଳ ଅଧିକାରୀ ଏବଂ ବାଲିଗୁଡା ଡିଫଓଙ୍କୁ ଚିଠି ଲେଖିଛନ୍ତି। ସେବାଶ୍ରାମ ପରିସରରୁ ମହୁମାଛିଙ୍କୁ ହଟାଇବା ସହ ନିକଟସ୍ଥ ଜଙ୍ଗଲରେ ଥିବା ମହୁମାଛି ବସାକୁ ନଷ୍ଟ କରି ଛାତ୍ରୀଛାତ୍ରଙ୍କୁ ସୁରକ୍ଷା ଦେବାକୁ ସେ ଚିଠିରେ ଜଣାଇଛନ୍ତି।


