ଛାତ୍ରୀଙ୍କୁ ଗଣ ବଳାତ୍କାର ମାମଲା, ୫ କୋର୍ଟ ଚାଲାଣ

କେନ୍ଦ୍ରାପଡା/ରାଜକନିକା, ୨୧ା୨(ଜଗନ୍ନାଥ ଧଳ/ ସଞ୍ଜୟ କୁମାର ଦାଶ/ ରବୀନ୍ଦ୍ର କୁମାର ଦାଶ):କେନ୍ଦ୍ରାପଡା ଜିଲା ରାଜକନିକା ବ୍ଲକ ଓଳାଭର ଅଞ୍ଚଳର ଏକ ଘରୋଇ ଇଂଲିଶ ମିଡିୟମ ସ୍କୁଲରେ ଜଣେ ଛାତ୍ରୀଙ୍କୁ ଜାନୁଆରୀ ୧୪ ତାରିଖରେ ଗଣବଳାତ୍କାର କରାଯାଇଥିବା ନେଇ ଛାତ୍ରୀଜଣକ ତାଙ୍କ ମା’ଙ୍କୁ ଜଣାଇଥିଲେ। ପରିବାର ପକ୍ଷରୁ ଗତ ୧୮ ତାରିଖରେ ସିଡବ୍ଲ୍ୟୁସିରେ ଅଭିଯୋଗ କରାଯାଇଥିଲା। ସିଡବ୍ଲ୍ୟୁସିର କର୍ମକର୍ତ୍ତାମାନେ ଘଟଣାସ୍ଥଳ ପରିଦର୍ଶନ କରି ବୁଝିବା ପରେ ପୋଲିସ ଶନିବାର ତଦନ୍ତ କରିଥିଲା। ପରେ ପରିବାର ଲୋକେ ୨୧ ତାରିଖରେ ରାଜକନିକା ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗରେ ସ୍କୁଲର ଶିକ୍ଷକ ଚନ୍ଦନ କୁମାର ପୃଷ୍ଟି(୩୭), ବିଶ୍ୱରଞ୍ଜନ ସାହୁ(୩୧), ରଶ୍ମିକାନ୍ତ ବିଶ୍ୱାଳ(୪୭), ମିନତି ବାଈ(୩୪) ଓ ପିଅନ ରଶ୍ମୀରଞ୍ଜନ ରଣାଙ୍କ ନାମରେ ନଂ.୫୪/୨୬ରେ ପୋକ୍‌ସୋ ଆଇନରେ ମାମଲା ରୁଜୁ ପରେ ଗିରଫକରି କୋର୍ଟ ଚାଲାଣ କରାଯାଇଛି। ପୀଡିତା ସପ୍ତମ ଶ୍ରେଣୀର ନାବାଳିକା ଛାତ୍ରୀ ଓ ଅଟକ ୫ ଜଣଙ୍କର ବୟାନ ରେକର୍ଡ କରାଯାଇଛି।
ସୂଚନାଯୋଗ୍ୟ, ଜାନୁଆରୀରେ ପୀଡିତା ଛାତ୍ରୀ ସ୍କୁଲରେ ଥିଲେ। ମଧ୍ୟାହ୍ନ ସମୟରେ ତାଙ୍କୁ ସ୍କୁଲ ଅଫିସକୁ ଡକାଇ ଏହି ଜଘନ୍ୟ କାଣ୍ଡ କରିଥିବା ଅଭିଯୋଗ ରହିଛି।  ଗଣ ବଳାତ୍କାରରେ ଭୟ ପାଇ ପୀଡିତା ସ୍କୁଲକୁ ଯାଉ ନ ଥିଲେ। ବିଦେଶରେ ଥିବା ବାପା ଘରକୁ ଫେରିବା ପରେ ପୀଡିତା ଛାତ୍ରୀ ଏ ସମ୍ପର୍କରେ ପରିବାରକୁ ସୂଚନା ଦେଇଥିଲେ। ସିଡବ୍ଲ୍ୟୁସି ଅଧ୍ୟକ୍ଷ ଗୀତାଞ୍ଜଳି ପାତ୍ରଙ୍କ ଟିମ୍‌ ପୀଡିତା ଛାତ୍ରୀଙ୍କ ବୟାନ ରେକର୍ଡ ସହ ଏହାର ରିପୋର୍ଟ ଏସ୍‌ପିଙ୍କୁ ୨୦ ତାରିଖରେ ଦେଇଛନ୍ତି। ରିପୋର୍ଟ ଲେଖା ପର୍ଯ୍ୟନ୍ତ ଏସ୍‌ପି ସିଦ୍ଧାର୍ଥ କାଟାରିଆଙ୍କ ନିର୍ଦ୍ଦେଶ ଅନୁଯାୟୀ ଏଏସ୍‌ପି ସୁଧାକର ଦାସ, ପଟ୍ଟାମୁଣ୍ଡାଇ ଏସ୍‌ଡିପିଓ ସୁକାନ୍ତ ପାତ୍ର ରାଜକନିକା ଥାନାରେ ପହଞ୍ଚି ଅଭିଯୁକ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ ପିଅନଙ୍କୁ ପଚରାଉଚରା କରୁଛନ୍ତି।
ଏନେଇ ଥାନା ଅଧିକାରୀ ସଞ୍ଜୟ କୁମାର ମଲ୍ଲିକ କହିଛନ୍ତି, ଅଭିଯୁକ୍ତଙ୍କ ନାମରେ ପୋସ୍‌କୋ ଧାରାରେ ମାମଲା ରୁଜୁ ହୋଇଛି। ଘଟଣା ସ୍ପର୍ଶକାତର ଥିବାରୁ ଏସ୍‌ପି କାଟାରିଆ ଏହି ମାମଲାରେ ତଦନ୍ତ କରୁଛନ୍ତି। ଅପରପକ୍ଷରେ ଏହି ଘଟଣାକୁ ଜିଲା କଂଗ୍ରେସ ଗୁରୁତର ଭାବେ ଗ୍ରହଣ କରିଛି। ଜିଲା କଂଗ୍ରେସ ସଭାପତି ଡା. ଦେବସ୍ମିତା ଶର୍ମା ଓ ବ୍ଲକ ଅଧ୍ୟକ୍ଷା ପୀଡିତାଙ୍କ ଘରକୁ ଯାଇ ଘଟଣା ସମ୍ପର୍କରେ ଅନୁଧ୍ୟାନ କରିଛନ୍ତି।ଏହା ଏକ ଲଜ୍ୟାଜନକ ଘଟଣା ଓ ପୀଡିତା ଛାତ୍ରୀଙ୍କୁ ନ୍ୟାୟ ଦେବା ପାଇଁ ଶେଷ ପର୍ଯ୍ୟନ୍ତ ଜିଲା କଂଗ୍ରେସ ପରିବାର ସହିତ ଥିବା ଡା. ଶର୍ମା ପ୍ରକାଶ କରିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଚାଲି ଚାଲି ଯାଉଥିଲେ, ଧକ୍କା ଦେଇ ଚାଲିଗଲା ଗାଡ଼ି; ମହିଳା…

ଛତ୍ରପୁର,୮।୪(ଦିଲ୍ଲୀପ ସାମଲ):  ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧିନ ଜାତୀୟ ରାଜପଥ ରଘୁନାଥପୁରଠାରେ ଟାଟା ଏସିଇ ଧକ୍କାରେ ଜଣେ ମହିଳା ମୃତ୍ୟୁ ହୋଇଛି । ମୃତକ ଜଣକ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ମାନସିକ ଚାପରୁ ଚରମ ନିଷ୍ପତ୍ତି, ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା…

କୋକସରା,୮ା୪ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ):v କଳାହାଣ୍ଡି ଜିଲା କୋକସରା ଥାନା ବୋବରିଆ ଗ୍ରାମର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ନିଜ ଘର ଭିତରୁ ଜବତ ହୋଇଛି। ମୃତକ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଶ୍ରୀରାମ ନବମୀର ୭୫ ବର୍ଷ ପୂର୍ତ୍ତି ସମାରୋହ, ଯୋଗଦେଲେ ଯୁବ ନେତା ନୀଳମାଧବ ସିଂଦେଓ

ରିଷିଡ଼ା, ୮ା୪ (ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ତା ବ୍ଲକ ତେରେସିଂହା ପଞ୍ଚାୟତ ବିନ୍ଧାଣି ଗ୍ରାମରେ ପବିତ୍ର ରାମନବମୀ ପାଳନର ୭୫ ବର୍ଷ ପୂର୍ତ୍ତି ସମାରୋହ ଅନୁଷ୍ଠିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri