ଜଗତସିଂହପୁର,୨୯।୭: ପୁଣି ଜଣେ ଗଣିତ ଅଧ୍ୟାପକଙ୍କ ନାଁରେ ଅଭିଯୋଗ। ତିର୍ତ୍ତେଲର ଏକ କଲେଜରେ ଗଣିତ ଅଧ୍ୟାପକଙ୍କ ନାଁରେ ଛାତ୍ରୀ ଅଭିଯୋଗ ଆଣିଛନ୍ତି। ଇଣ୍ଟରନାଲ ପରୀକ୍ଷାରେ ମାର୍କ କମାଇ ଦେଇଥିବା ଅଭିଯୋଗ କରିଛନ୍ତି ଛାତ୍ରୀ। ଟ୍ୟୁଶନ ନ ହେବାରୁ ଇଣ୍ଟରନାଲ ମାର୍କ କମାଇ ଦେଇଥିବା କହିଛନ୍ତି ଛାତ୍ରୀଙ୍କ ବାପା। କଲେଜ ପ୍ରିନ୍ସିପାଲ ଓ ଉପଜିଲାପାଳଙ୍କୁ ଲେଖି ଫେରାଦ ଦେଲେ। ଉଚ୍ଚ ଶିକ୍ଷା ବିଭାଗକୁ ଏନେଇ ଉପଜିଲାପାଳ ଚିଠି ଲେଖିଛନ୍ତି। ଏହା ସହ ଯଦି ତ୍ରୁଟି ପ୍ରମାଣିତ ହୁଏ, ତା’ହେଲେ କାର୍ଯ୍ୟାନୁଷ୍ଠାନ ହେବ ବୋଳି ଉପଜିଲାପାଳ କହିଛନ୍ତି।


