କୋଟପାଡ଼,୧୭ା୧୨(କେ.ରାଜଶେଖର ରାଓ): କୋରାପୁଟ ଜିଲା କୋଟପାଡ଼ ଧାମନାହାଣ୍ଡି ପଞ୍ଚୟତର ୬୩ ନଂ ଜାତୀୟ ରାଜପଥ ୬୩ ପାର୍ଶ୍ୱ ଗାନ୍ଧୀନଗରର ଆବାସିକ ବିଦ୍ୟାଳୟ ପରିସରରେ ପୁରାତନ ୩ ଫୁଟ ଉଚ୍ଚର ଏକ ସାଇନ୍ବୋର୍ଡ ପଡ଼ି ଜଣେ ଛାତ୍ରଙ୍କ ମୃତ୍ୟୁ ହେଇଥିବା ବେଳେ ୨ ଜଣ ଗୁରୁତର ହେଇଥିବା ଜଣାପଡ଼ିଛି। ଗୁରୁତର ଛାତ୍ରଙ୍କୁ ଜୟପୁର ଜିଲା ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଯାଇଥିବା ବେଳେ ଅନ୍ୟ ଜଣଙ୍କୁ କୋଟପାଡ଼ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରାଯାଇଥିବା ଜଣାପଡ଼ିଛି।
ଘଟଣାସ୍ଥଳକୁ କୋଟପାଡ଼ ମଙ୍ଗଳ ବିଭାଗ ଅଧିକାରୀ ଆକାଶ ଜେନା, ବିଡିଓ ମନୋଜ ନାୟକ ଗସ୍ତ କରିଥିବା ବେଳେ ଗୋଷ୍ଠୀ ଚିକିତ୍ସାକେନ୍ଦ୍ରରେ ପୂର୍ବତନ ବିଧାୟକ ପଦ୍ମିନୀ ଦିଆନ, ଚନ୍ଦ୍ର ଶେଖର ମାଝୀ, ଥାନା ଅଧିକାରୀ ପ୍ରେମାନନ୍ଦ ସୁନାନୀ, ପୂର୍ବତନ ଏମ୍ପି ପ୍ରଦୀପ ମାଝୀ, ପ୍ରମୁଖ ଉପସ୍ଥିତ ରହିଥିବା ଦେଖିବାକୁ ମିଳିଛି।


