ହୋଇପାରୁନାହିଁ ଆଧାର କାର୍ଡ: ନବମ ଶ୍ରେଣୀରେ ନାମ ଲେଖାଇପାରିଲେନି ଛାତ୍ରୀ, ଚର୍ଚ୍ଚାରେ ଏହି ଘଟଣା…

ଗଞ୍ଜାମ,୧୫।୯ (ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ସାନ ରାମଚନ୍ଦ୍ର ପୁର ପଞ୍ଚାୟତ ଅଇଁଠା ବଣ ଗ୍ରାମରେ ରୁହନ୍ତି ଏସ ସୁରେନ୍ଦ୍ର ଦାସ ଓ ତାଙ୍କ ପରିବାର । ପରିବାର କହିଲେ ସୁରେନ୍ଦ୍ରଙ୍କ ବାପା,ମା, ପୁଅ ଓ ଗୋଟିଏ ଝିଅ । ସୁରେନ୍ଦ୍ରଙ୍କର ୨୫ ରୁ ୩୦ ଘୁଷୁରୀ ଥିବା ବେଳେ ପରିଣତ ବୟସରେ ମଧ୍ୟ ତାଙ୍କ ବାପା ମା’ ଘୁଷୁରୀ ଚରେଇବାରେ ସହଯୋଗ କରୁଛନ୍ତି । ଅତ୍ୟନ୍ତ ଗରିବ ପରିବାର । ତଥାପି ପୁଅ ଝିଅଙ୍କୁ ପାଠ ପଢ଼ାଇ ମଣିଷ କରିବାକୁ ଜିଦ୍‌ରେ ଅଟଳ ସୁରେନ୍ଦ୍ର। ପୁଅ ସଞ୍ଜୟ ଦାସ ମାଟ୍ରିକରେ ଭଲ ମାର୍କ ରଖି ପାସ୍‌ କରିବା ପରେ ବର୍ତ୍ତମାନ ଯୁକ୍ତ ଦୁଇରେ ଅଧ୍ୟୟନ କରୁଛନ୍ତି । ଝିଅ ମୋନାଲିସା ଦାସଙ୍କର ଆଧାର କାର୍ଡ ନ ଥିବାରୁ ସେ ପାଠ ପଢ଼ାରୁ ବଞ୍ଚିତ ଥିବା ଘଟଣା ପଦାକୁ ଆସିଛି । ମୋନାଲିସାଙ୍କୁ ଦେଢ଼ ବର୍ଷ ହୋଇଥିବା ବେଳେ ତାଙ୍କ ମା’ଙ୍କ ଦେହାନ୍ତ ହୋଇଗଲା । ମା ’ଛେଉଣ୍ଡ ମୋନାଲିସାଙ୍କ ପାଠ ପଢିବାକୁ ପ୍ରବଳ ଇଛା ଥିଲେ ମଧ୍ୟ ଆଧାରକାର୍ଡ ସାଜିଛି ବାଧକ। ଅଷ୍ଟମ ପାସ୍‌ କରିବା ପରେ ନବମ ଶ୍ରେଣୀ ପଢିବାକୁ ଗାଁ ପାଖ ବୁରୁଡି ସ୍କୁଲକୁ ଗଲା ବେଳେ ଆଧାର କାର୍ଡ ନ ଥିବା ଯୋଗୁଁ ମୋନାଲିସାଙ୍କୁ ସ୍କୁଲ କର୍ତ୍ତୃପକ୍ଷ ଫେରାଇ ଦେଲେ। ଆଉ କହିଲେ ଆଧାର କାର୍ଡ ଧରିକି ଆସିଲେ ହିଁ ସ୍କୁଲରେ ଆଡମିଶନ ହୋଇପାରିବ। ଅନ୍ୟପଟେ ସୁରେନ୍ଦ୍ର ତାଙ୍କ ଝିଅ ମୋନାଲିସାଙ୍କର ଆଧାର କାର୍ଡ ନିମନ୍ତେ ଗତ ୧୯/୧୨/ ୨୦୨୧ରେ ଆବେଦନ କରିଥିଲେ। ଚାରିବର୍ଷ ହେବ ବାରମ୍ବାର ବ୍ଲକକୁ ଦୌଡ଼ି ଦୌଡ଼ି ନୟାନ୍ତ ହୋଇ ପଡିଲେଣି କିନ୍ତୁ ଆଧାର କାର୍ଡ ହେଉନଥିବା ଗଣମାଧ୍ୟମକୁ କହିଛନ୍ତି ସୁରେନ୍ଦ୍ର। ଏ ସମ୍ପର୍କରେ ତହସିଲଦାର ସୁକାନ୍ତ ମିଶ୍ରଙ୍କୁ ଅବଗତ କରିବା ପରେ ଖୁବଶୀଘ୍ର ତଦନ୍ତ କରି ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି ।

 


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦଘାଟିତ, ତହସିଲଦାର…

ଦିଗପହଣ୍ଡି,୨୨ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ତହସିଲ ଓ ଏନଏସି ପ୍ରଶାସନ ପକ୍ଷରୁ ବଡଖେମୁଣ୍ଡି ହାଇସ୍କୁଲ ପରିସରରେ ଜାତୀୟ ଜନଗଣନା ୨୦୨୭ର…

ତାଲପାଲିପଡା ଶ୍ରୀରାମମନ୍ଦିର ବିଗ୍ରହ ପ୍ରତିଷ୍ଠା ଉତ୍ସବ ଆରମ୍ଭ, ଉତ୍ସବମୁଖର…

ବଲାଙ୍ଗୀର,୨୨ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ତାଲପାଲିପଡାରେ ପୁନଃନିର୍ମାଣ ହୋଇଥିବା ଶ୍ରୀରାମମନ୍ଦିରର ବିଗ୍ରହପ୍ରତିଷ୍ଠା ଉତ୍ସବ ରବିବାର ଠାରୁ ଆରମ୍ଭ ହୋଇଯାଇଛି । ଆୟୋଜକ କମିଟି ସହିତ ପଡାର ଶତାଧିକ…

ପଞ୍ଜାବ କିଙ୍ଗ୍ସକ ଦଳକୁ ନେଇ ବଡ଼ ମତ ରଖିଲେ ଇର୍ଫାନ ପଠାନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୨ା୩: ଭାରତର ପୂର୍ୱତନ ଅଲରାଉଣ୍ଡର ଇର୍ଫାନ ପଠାନଙ୍କ ମତରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ଏବେ ଉଚିତ ଦିଗରେ ଆଗଉଛି। ଦଳ ଅକ୍ସନରେ ଭଲ କରିବା ସହ ଚଳିତ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବସ୍‌ରେ ଚାଲାଣ ହେଉଥିଲା କଫସିରଫ: ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୨୨।୩(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ପୋଲିସ ରବିବାର ୟ୧୫ ସହ ବୋତଲ କଫସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

ଧରିତ୍ରୀ ପ୍ରଭାବ: ସଜଡା ହେଲା ବ୍ଲକ ଗେଟ୍‌, ମରାମତି ହେଲା ‘ମରଣଯନ୍ତା’

ଥୁଆମୂଳ ରାମପୁର,୨୨।୩(ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri