ହୋଇପାରୁନାହିଁ ଆଧାର କାର୍ଡ: ନବମ ଶ୍ରେଣୀରେ ନାମ ଲେଖାଇପାରିଲେନି ଛାତ୍ରୀ, ଚର୍ଚ୍ଚାରେ ଏହି ଘଟଣା…

ଗଞ୍ଜାମ,୧୫।୯ (ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ସାନ ରାମଚନ୍ଦ୍ର ପୁର ପଞ୍ଚାୟତ ଅଇଁଠା ବଣ ଗ୍ରାମରେ ରୁହନ୍ତି ଏସ ସୁରେନ୍ଦ୍ର ଦାସ ଓ ତାଙ୍କ ପରିବାର । ପରିବାର କହିଲେ ସୁରେନ୍ଦ୍ରଙ୍କ ବାପା,ମା, ପୁଅ ଓ ଗୋଟିଏ ଝିଅ । ସୁରେନ୍ଦ୍ରଙ୍କର ୨୫ ରୁ ୩୦ ଘୁଷୁରୀ ଥିବା ବେଳେ ପରିଣତ ବୟସରେ ମଧ୍ୟ ତାଙ୍କ ବାପା ମା’ ଘୁଷୁରୀ ଚରେଇବାରେ ସହଯୋଗ କରୁଛନ୍ତି । ଅତ୍ୟନ୍ତ ଗରିବ ପରିବାର । ତଥାପି ପୁଅ ଝିଅଙ୍କୁ ପାଠ ପଢ଼ାଇ ମଣିଷ କରିବାକୁ ଜିଦ୍‌ରେ ଅଟଳ ସୁରେନ୍ଦ୍ର। ପୁଅ ସଞ୍ଜୟ ଦାସ ମାଟ୍ରିକରେ ଭଲ ମାର୍କ ରଖି ପାସ୍‌ କରିବା ପରେ ବର୍ତ୍ତମାନ ଯୁକ୍ତ ଦୁଇରେ ଅଧ୍ୟୟନ କରୁଛନ୍ତି । ଝିଅ ମୋନାଲିସା ଦାସଙ୍କର ଆଧାର କାର୍ଡ ନ ଥିବାରୁ ସେ ପାଠ ପଢ଼ାରୁ ବଞ୍ଚିତ ଥିବା ଘଟଣା ପଦାକୁ ଆସିଛି । ମୋନାଲିସାଙ୍କୁ ଦେଢ଼ ବର୍ଷ ହୋଇଥିବା ବେଳେ ତାଙ୍କ ମା’ଙ୍କ ଦେହାନ୍ତ ହୋଇଗଲା । ମା ’ଛେଉଣ୍ଡ ମୋନାଲିସାଙ୍କ ପାଠ ପଢିବାକୁ ପ୍ରବଳ ଇଛା ଥିଲେ ମଧ୍ୟ ଆଧାରକାର୍ଡ ସାଜିଛି ବାଧକ। ଅଷ୍ଟମ ପାସ୍‌ କରିବା ପରେ ନବମ ଶ୍ରେଣୀ ପଢିବାକୁ ଗାଁ ପାଖ ବୁରୁଡି ସ୍କୁଲକୁ ଗଲା ବେଳେ ଆଧାର କାର୍ଡ ନ ଥିବା ଯୋଗୁଁ ମୋନାଲିସାଙ୍କୁ ସ୍କୁଲ କର୍ତ୍ତୃପକ୍ଷ ଫେରାଇ ଦେଲେ। ଆଉ କହିଲେ ଆଧାର କାର୍ଡ ଧରିକି ଆସିଲେ ହିଁ ସ୍କୁଲରେ ଆଡମିଶନ ହୋଇପାରିବ। ଅନ୍ୟପଟେ ସୁରେନ୍ଦ୍ର ତାଙ୍କ ଝିଅ ମୋନାଲିସାଙ୍କର ଆଧାର କାର୍ଡ ନିମନ୍ତେ ଗତ ୧୯/୧୨/ ୨୦୨୧ରେ ଆବେଦନ କରିଥିଲେ। ଚାରିବର୍ଷ ହେବ ବାରମ୍ବାର ବ୍ଲକକୁ ଦୌଡ଼ି ଦୌଡ଼ି ନୟାନ୍ତ ହୋଇ ପଡିଲେଣି କିନ୍ତୁ ଆଧାର କାର୍ଡ ହେଉନଥିବା ଗଣମାଧ୍ୟମକୁ କହିଛନ୍ତି ସୁରେନ୍ଦ୍ର। ଏ ସମ୍ପର୍କରେ ତହସିଲଦାର ସୁକାନ୍ତ ମିଶ୍ରଙ୍କୁ ଅବଗତ କରିବା ପରେ ଖୁବଶୀଘ୍ର ତଦନ୍ତ କରି ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି ।

 


Enter your email to get our daily news in your inbox.

All Right Reserved By Dharitri.Com

ବ୍ରହ୍ମପୁର ଦୁର୍ଘଟଣା: ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ପ୍ରତି ମୃତକଙ୍କ ପରିବାରକୁ ମିଳିବ…

ଭୁବନେଶ୍ୱର,୩୧ା୧: ବ୍ରହ୍ମପୁର ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ପ୍ରତ୍ୟେକ ପରିବାରକୁ ୪ ଲକ୍ଷ ଲେଖାଏ ଟଙ୍କା ସହାୟତା ଘୋଷଣା…

ପାନ ମସଲାକୁ ନେଇ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବଡ଼ ବୟାନ: କହିଲେ ଜୋରଦାର ହେବ…

ଭୁବନେଶ୍ୱର,୩୧।୧: ଡ଼ିଶାରେ ପାନ ମସଲାକୁ ବ୍ୟାନ କରିଥିଲେ ରାଜ୍ୟ ସରକାର । ବିଡ଼ି, ସିଗାରେଟ, ଗୁଟଖା ଏବଂ ତମାଖୁ ଭଳି ଉତ୍ପାଦର ପ୍ୟାକେଜିଂ, ସଂରକ୍ଷଣ ଏବଂ ଉତ୍ପାଦନ…

ବେଲୁଚିସ୍ତାନରେ ପୁଣି ଜଳିଲା ବିଦ୍ରୋହର ନିଆଁ! BLA ଚଳାଇଛି Operation Herof 2.0 , ୧୨ ପାକିସ୍ତାନୀ ସେନା ନିହତ

କ୍ୱେଟା,୩୧।୧: ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶ ପୁଣି ଥରେ ଯୁଦ୍ଧକ୍ଷେତ୍ର ପାଲଟିଛି, ଶନିବାର (ଜାନୁଆରୀ ୩୧) ବେଲୁଚି ଆର୍ମିମାନେ ଏକକାଳୀନ ୧୦ଟି ସହରରେ ପାକିସ୍ତାନୀ ସେନା ଏବଂ ISI…

ଭେଙ୍କଟପଲମ ମେଗା ପାନୀୟ ଜଳ ପ୍ରକଳ୍ପ: ପରିଦର୍ଶନ କଲେ ବିଧାନ ସଭା ଷ୍ଟାଣ୍ଡିଂ କମିଟି ସଦସ୍ୟ

କାଲିମେଳା,୩୧।୧(ଜୀବନକୃଷ୍ଣ ଦାସ ): ମାଲକାନଗିରି ଜିଲା କାଲିମେଳା ବ୍ଲକ ଭେଙ୍କଟପଲମ ପଞ୍ଚାୟତରେ ଚାଲିଥିବା ମେଗାପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ ପରିଦର୍ଶନ କରିଛନ୍ତି ବିଧାନସଭା ଷ୍ଟାଣ୍ଡିଂ କମିଟିର ସଦସ୍ୟ।…

କ’ଣ ଏମିତି କହିଲା ତୁର୍କୀ? ଖପ୍ପା ହୋଇଗଲା Pakistan, ଜାଣନ୍ତୁ ପୂରା ଘଟଣା

ଇସଲାମାବାଦ,୩୧।୧: ଇସଲାମିକ ନାଟୋ ଗଠନ କରିବାକୁ ଚେଷ୍ଟା କରୁଥିବା Pakistanକୁ ତୁର୍କୀ ଏକ ଗୁରୁତ୍ୱପୂର୍ଣ୍ଣ ଧକ୍କା ଦେଇଛି। ତୁର୍କୀର ବୈଦେଶିକ ମନ୍ତ୍ରୀ ହାକାନ ଫିଦାନ ସ୍ପଷ୍ଟ କରିଛନ୍ତି…

ଗର୍ଜିଲେ ଅନୁସୂଚିତ ଜାତି, ଜନଜାତି ଓ ପଛୁଆବର୍ଗର ଲୋକେ, ସ୍ଥାୟୀ ଠିକଣା ଦାବି କରି…

ଦାରିଙ୍ଗବାଡ଼ି,୩୧ା୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକରେ ଶନିବାର ସର୍ବଭାରତୀୟ ମୂଳ ନିବାସୀ ସଂଘର ବିଭିନ୍ନ ଦାବିରେ ସଭା, ଶୋଭାଯାତ୍ରା ଓ ବିକ୍ଷୋଭ କରାଯାଇଛି। ସଂଘର ବ୍ଲକସ୍ତରୀୟ…

ସ୍କୁଲ ଛାତ୍ର ନିକଟରୁ ମିଳିଲା ବନ୍ଧୁକ: ସ୍କୁଲ ଗେଟ୍‌ରେ ତାଲା ପକାଇ ଧାରଣାରେ ବସିଲେ ଅଭିଭାବକ

ବାହାନଗା, ୩୧। ୧(ଅରୂପ କୁମାର ଦାସ ): ରେମୁଣା ବ୍ଲକ ଖନ୍ତାପଡ଼ା ଥାନା ଶ୍ରୀଜଙ୍ଗସ୍ଥିତ ଦାସମହାପାତ୍ର ହାଇସ୍କୁଲର ଜଣେ ଛାତ୍ରଙ୍କ ବ୍ୟାଗରୁ ଏକ ବନ୍ଧୁକ ବାହାରିଥିଲା। ଏହି…

୧୨ ପ୍ରସ୍ତାବକୁ ମିଳିଲା କ୍ୟାବିନେଟ୍‌ ମଞ୍ଜୁରୀ, ମୁଖ୍ୟ ଶାସନ ସଚିବ ସୂଚନା ଦେଇ କହିଲେ ଏହି ବିଭାଗର…

ଭୁବନେଶ୍ୱର,୩୧ା୧: ସରିଲା କ୍ୟାବିନେଟ୍‌ ବୈଠକ। ଏହା ପରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ସୂଚନା ଦେଇ କହିଛନ୍ତି, ୧୦ଟି ବିଭାଗର ୧୨ ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri