ଗୁରୁ ନାଁରେ କଳଙ୍କ: ଯୌନ ନିର୍ଯାତନା ଦେବାରୁ ଆତ୍ମହତ୍ୟା କରିଥିଲେ ଛାତ୍ରୀ, କୋର୍ଟ ଚାଲାଣ ହେଲେ ଶିକ୍ଷକ

ଗୋଲାମୁଣ୍ଡା,୮ା୯(ବଟକୃଷ୍ଣ ପଣ୍ଡା): କଳାହାଣ୍ଡି ଜିଲା ଗୋଲାମୁଣ୍ଡା ଥାନା ଅନ୍ତର୍ଗତ ଦଶପୁର ଫାଣ୍ଡି ଅଧୀନ ବନ୍ଧଗାଁରେ ଗତ ରବିବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଥିଲା। ସ୍ଥାନୀୟ ଜଣେ ଛାତ୍ରୀ ଯୌନ ନିର୍ଯାତନାର ଶିକାର ହୋଇ ଶେଷରେ ବିଷ ପିଇ ଆତ୍ମହତ୍ୟା କରିଥିଲେ। ଛାତ୍ରୀ ଜଣଙ୍କର ଉକ୍ତ ଗାଁରେ ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସହ ଶିକ୍ଷକ ସୁନୀଲ ଚନ୍ଦ୍ର ଭୋଇଙ୍କ ସାଙ୍ଗରେ ଦୀର୍ଘ ୧ବର୍ଷ ଧରି ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ଶିକ୍ଷକ ଜଣକ ବିଭିନ୍ନ ପ୍ରଲୋଭନ ଓ ବିବାହର ପ୍ରତିଶ୍ରୁତି ଦେଇ ଛାତ୍ରୀଙ୍କୁ ଅନେକ ଥର ଯୌନ ଶୋଷଣ କରିଥିଲେ। କୌଣସି କାରଣରୁ ଦୀର୍ଘ ୨ମାସ ହେବ ଉଭୟଙ୍କ ପ୍ରେମ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା । ଫଳରେ ଶିକ୍ଷକ ଜଣକ ଉକ୍ତ ଛାତ୍ରୀ ସାଙ୍ଗରେ କଥାବାର୍ତ୍ତା ହେବା ସମ୍ପୂର୍ଣ୍ଣ ରୂପରେ ବନ୍ଦ କରିଦେଇଥିଲେ ଓ ଛାତ୍ରୀଙ୍କଠାରୁ ଦୂରେଇ ଯାଇଥିଲେ। ଫଳରେ ଛାତ୍ରୀ ଜଣକ ଲୋକଲଜ୍ଜା ଭୟରେ ଓ ଶିକ୍ଷକଙ୍କ ପ୍ରତାରଣା ସହି ନ ପାରି ରବିବାର ସକାଳେ ନିଜ ଘରେ ବିଷ ପିଇ ଆତ୍ମହତ୍ୟା କରିଥିଲେ। ଏନେଇ ଖବର ପାଇ ଦଶପୁର ଫାଣ୍ଡି ପୋଲିସ ପହଞ୍ଚି ମୃତଦେହ ଜବତ କରିଥିଲା। ମୃତଦେହ ବ୍ୟବଚ୍ଛେଦ ପରେ ପରିବାରର୍ଗଙ୍କୁ ହସ୍ତାନ୍ତର କରିଥିଲେ। ଏପରିକି ଘଟଣାସ୍ଥଳରୁ ଛାତ୍ରୀଙ୍କ ଏକ ହାତଲେଖା ଡାଇରୀ ଓ ବିଭିନ୍ନ ପ୍ରକାର ଗୁରୁତ୍ୱପୂର୍ଣ୍ଣ କାଗଜ ଜବତ କରିଥିଲା ପୋଲିସ। ଏହାକୁ ଆଧାର କରି ଦଶପୁର ପୋଲିସ ଏକ ମାମଲା ନଂ( ୧୨୯/୨୫) ରୁଜୁ କରି ଅଭିଯୁକ୍ତ ଶିକ୍ଷକ ସୁନୀଲ ଚନ୍ଦ୍ର ଭୋଇଙ୍କୁ ଗିରଫ କରି ରବିବାର କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ଶିକ୍ଷକଙ୍କ ଘର କେସିଙ୍ଗା ଥାନା ବ୍ରାହ୍ମଣୀ ଗାଁର ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ରାମ ରହିମଙ୍କୁ ମିଳିଲା ବଡ଼ ଆଶ୍ୱସ୍ତି, ୨୪ ବର୍ଷ ପୁରୁଣା ହତ୍ୟା ମାମଲାରେ କୋର୍ଟ ଶୁଣାଇଲେ ଏମିତି ରାୟ

ରୋହତକ,୭।୩: ଡେରା ସଚ୍ଚା ସୌଦା ମୁଖ୍ୟ ଗୁରମିତ ରାମ ରହିମଙ୍କୁ ଆଜି (ଶନିବାର, ମାର୍ଚ୍ଚ ୭, ୨୦୨୬) ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟରୁ ଏକ ବଡ଼ ଆଶ୍ୱସ୍ତି…

କଲେଜକୁ ଯାଉଥିଲେ ଛାତ୍ରୀ, ଦ୍ରୁତଗତିରେ ଆସି ଧକ୍କା ଦେଲା ବାଇକ, ଘଟଣାସ୍ଥଳରେ…

ବଲାଙ୍ଗୀର, ୭।୩( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଭିଆଇପି ରାସ୍ତା ଭାଗିରଥି ଛକରୁ ସର୍କିଟ ହାଉସ ରାସ୍ତାରେ ଏକ ସ୍ପିଡ ବାଇକର ଧକ୍କାରେ ଜଣେ ଆୟୁର୍ବେଦିକ କଲେଜ…

୧୨ ମାର୍ଚ୍ଚରେ ଯୁଦ୍ଧକୁ ନେଇ ବଡ଼ ଘୋଷଣା କରିବେ ଟ୍ରମ୍ପ! ୩ୟ ବିଶ୍ୱଯୁଦ୍ଧ ନେଇ…

ଓ଼୍ବାଶିଂଟନ୍‌,୭।୩: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗତ ବର୍ଷ ୧୨ ଦିନିଆ ଯୁଦ୍ଧ ସମୟରେ “ବିନା ସର୍ତ୍ତରେ ଆତ୍ମସମର୍ପଣ” ବାକ୍ୟାଂଶ ପୋଷ୍ଟ କରିଥିଲେ, ଯାହା ମାତ୍ର ଛଅ…

ଶିଶୁକୈନ୍ଦ୍ରିକ ଶିକ୍ଷା

ଅନେକ ସମୟରେ ମନକୁ ଆସେ ଆଜି ପର୍ଯ୍ୟନ୍ତ ଆମେ ଏମିତି ପରିବେଶଟେ ସୃଷ୍ଟି କରିପାରିଲେନି ଯେଉଁଠି ବିଦ୍ୟାଳୟ ଖୋଲିବାର ସମୟ ଏବଂ ଛୁଟି ସମୟର ଚିତ୍ର ପ୍ରାୟତଃ…

ସରକାର ଠିକାରେ ଚାଲିଛି

ଏକ ଚୁକ୍ତିବଦ୍ଧ କାମ ବା ସର୍ତ୍ତ ଆରୋପିତ କାର୍ଯ୍ୟକୁ ଠିକା କୁହାଯାଏ। ଯିଏ ସର୍ତ୍ତ ଅନୁଯାୟୀ କାମ ନ କରେ ତା’ଠାରୁ କାମ ଛଡାଇ ନିଆଯାଏ, ଏ…

ସିଇଓ ଅପେକ୍ଷାରେ

ନୀତି ଆୟୋଗ ସିଇଓ ଭାବେ ବିଭିଆର୍‌ ସୁବ୍ରମଣ୍ୟମଙ୍କ ବୃଦ୍ଧି ହୋଇଥିବା କାର୍ଯ୍ୟକାଳ ଏବେ ଶେଷ ହୋଇଛି। ଏହି ପରିପ୍ରେକ୍ଷୀରେ ଦିଲ୍ଲୀରେ ପରବର୍ତ୍ତୀ ସିଇଓ କିଏ ହେବେ ତାହାକୁ…

ଭାଜପା ବିଧାୟକଙ୍କ ପରଲୋକ: ଖେଳିଗଲା ଶୋକର ଛାୟା

ଅହମ୍ମଦାବାଦ୍‌,୭।୩:ଗୁଜରାଟରେ ଶାସକ ଭାରତୀୟ ଜନତା ପାର୍ଟି (ଭାଜପା)ର ବିଧାୟକ ଗୋବିନ୍ଦ ପରମାରଙ୍କର ପରଲୋକ ଘଟିଛି। ଦଳୀୟ ନେତାମାନେ ନିଶ୍ଚିତ କରିଛନ୍ତି ଯେ, ପରମାର ଆନନ୍ଦ ଜିଲାର ଉମରେଥ…

ଅଗ୍ନିକାଣ୍ଡରେ ଜଳିଗଲା ୨ ବଖରା ଘର: ସହାୟତା ଯୋଗାଇ ଦେବାକୁ ସରକାରଙ୍କ ନିକଟରେ ଦାବି

ପରଜଙ୍ଗ, ୭।୩ ( ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ଡମୋଳ ପଞ୍ଚାୟତର ଭାଲିଆତଇଲା ସାହିରେ ଭୟାବହ ଅଗ୍ନିକାଣ୍ଡ ଘଟି ଗ୍ରାମର ନମନ ବେହେରାଙ୍କ ୨…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri