କପି କରୁଥିଲେ ପରୀକ୍ଷାର୍ଥୀ: ମାଡ଼ି ବସିଲେ ସ୍କ୍ବାଡ

ପାଟଣା,୧୯।୩(ବୀର କିଶୋର ଦାଶ): ଧରଣୀଧର ବିଶ୍ୱବିଦ୍ୟାଳୟ ଦ୍ୱାରା ପରିଚାଳିତ ଯୁକ୍ତ ୩ ବିଜ୍ଞାନ ଏବଂ କଳା ପ୍ରଥମ ବର୍ଷ ଛାତ୍ରୀଛାତ୍ରଙ୍କ ପରୀକ୍ଷା ମଙ୍ଗଳବାରଠାରୁ ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ କେନ୍ଦୁଝର ଜିଲା ପାଟଣା ବ୍ଲକ ଆଞ୍ଚଳିକ ମହାବିଦ୍ୟାଳୟରେ କୋର-୧ ପରୀକ୍ଷା ଚାଲିଥିବାବେଳେ ଖିରେଇଟାଙ୍ଗିରି ବିଶ୍ୱବିନାୟକ ଡିଗ୍ରୀ ମହାବିଦ୍ୟାଳୟର ଜଣେ ପରୀକ୍ଷାର୍ଥୀ କପି କରି ଧରାପଡିଛନ୍ତି। ପରୀକ୍ଷା ସୁପରିଣ୍ଟେଣ୍ଡେଣ୍ଟ ବୀରେନ୍ଦ୍ର ସାହୁ ଏହି ସୂଚନା ଦେଇଛନ୍ତି।

ପରୀକ୍ଷା ଚାଲିଥିବା ବେଳେ ଧରଣୀଧର ବିଶ୍ୱବିଦ୍ୟାଳୟର ୨ ସ୍କ୍ବାଡ ପହଞ୍ଚିଥିଲେ। ସେତିକିବେଳେ ଜଣେ ପରୀକ୍ଷାର୍ଥୀ ପରୀକ୍ଷା ହଲରେ କପି କରୁଥିବା ଦେଖି ଛାତ୍ରଙ୍କୁ ଏକ୍ସପେଲ୍‌ କରିଥିଲେ। ଏପରି କି ସ୍କ୍ବାଡ ଶେଷ ପର୍ଯ୍ୟନ୍ତ ପରୀକ୍ଷା ହଲରେ ଜଗି ରହିଥିଲେ।