ଛାତ୍ରଙ୍କୁ ଅପହରଣ ମାମଲା: ୩ ବାଇକ, ୨ ମୋବାଇଲ ଜବତ, ୪ ଗିରଫ

କଟକ,୧୦ା୭ (କାର୍ତ୍ତିକ ସାହୁ): ଜଣେ ଇଭେଣ୍ଟ ମ୍ୟାନେଜମେଣ୍ଟ ଛାତ୍ରଙ୍କୁ ଅପହରଣ ମାମଲାରେ ଦରଘାବଜାର ଥାନା ପୋଲିସ ୪ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ତିନୋଟି ବାଇକ ଓ ଦୁଇଟି ମୋବାଇଲ୍‌  ଜବତ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ଦରଘାବଜାର ଥାନା ଅନ୍ତର୍ଗତ ହକଂକକଂ ହୋଟେଲ ନିକଟରେ ରହୁଥିବା ସେକ ନକିବ(୨୧), ପିଏମ୍‌ ଏକାଡେମି ନିକଟରେ ରହୁଥିବା ସେକ ଫୈଜେନ(୨୦), ମଙ୍ଗଳାବାଗ ଥାନା ଅନ୍ତର୍ଗତ କେଶରପୁର ବଡ଼ି ମଜସିଦ ଅଞ୍ଚଳର ସେକ ଓ୍ବାସିମ(୨୧) ଓ ଦରଘାବଜାର ତିନିକୋଣିଆ ବଗିଚା ଅଞ୍ଚଳର ମହମ୍ମଦ ଅସିଫ(୨୦)। ପୋଲିସ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରିଥିବା ଜଣାଯାଇଛି।
ସୂଚନା ଅନୁସାରେ, ଦରଘାବଜାର ଥାନା ହାତୀପୋଖରୀ ଅଞ୍ଚଳର ମହମ୍ମଦ ତାହିରଙ୍କ ପୁଅ ମହମ୍ମଦ ମୁସ୍ତାକ(୧୮) ଭୁବନେଶ୍ବରର ଏକ ଘରୋଇ ଶିକ୍ଷାନୁଷ୍ଠାନରେ ଇଭେଣ୍ଟ ମ୍ୟାନେଜମେଣ୍ଟ ପଢ଼ୁଥିଲେ। କୌଣସି କାରଣରୁ ଗିରଫ ଯୁବକମାନେ ତାଙ୍କୁ ଗତ ଫେବ୍ରୁଆରି ମାସରୁ ଟଙ୍କା ଦେବାକୁ କହିଆସୁଥିଲେ। ଏଥିସହ ଫେବୃଆରି ମାସରେ ତାଙ୍କର ଏକ ମୋବାଇଲ  ବି ସେମାନେ ଛଡ଼ାଇ ନେଇଥିଲେ। ସେମାନେ ଗତ ୪ ତାରିଖ ସାରେ ମୁସ୍ତାକଙ୍କୁ ତାଙ୍କ ଘର ସାମନାରୁ ବାଇକ୍‌ରେ ଉଠାଇ ନେଇଥିଲେ। ମୁସ୍ତାକ ହାତୀପୋଖରୀ ଅଞ୍ଚଳରୁ ଓଲଡ୍‌ କ୍ୟାଣ୍ଟନମେଣ୍ଟ ଥାନା ନିକଟରେ ଥିବା ବେଳେ ଏଭଳି କାଣ୍ଡ ଘଟିଥିଲା। ଅଭିଯୁକ୍ତମାନେ ମୁସ୍ତାକଙ୍କୁ ମାଡ଼ ମାରିବା ସହିତ ଅଟକ ରଖିଥିଲେ। ସେମାନେ ମୁସ୍ତାକଙ୍କୁ ୪୦ ହଜାର ଟଙ୍କା ଦେବା ପାଇଁ କହିଥିଲେ। ଟଙ୍କା ନ ଦେଲେ ଛାଡ଼ିବେ ନାହିଁ ବୋଲି ସେମାନେ ଧମକ ଦେଇଥିଲେ। ମୁସ୍ତାକ ସେଠାରୁ କୌଶଳ କ୍ରମେ ଖସିଆସି ଦରଘାବଜାର ଥାନାରେ ଅଭିଯୋଗ କରିଥିଲେ। ଭାରତୀୟ ନ୍ୟାୟ ସଂହିତାର ଧାରା ୧୩୭(୨), ୧୧୫(୨), ୨୯୬, ୩୫୧(୩), ୩୫୧(୪), ୩୦୮(୫), ୬୧(୨), ୪୯, ୩(୫)ରେ ପୋଲିସ ଗତ ୫ ତାରିଖରେ ମାମଲା ନଂ ୧୪୨/୨୦୧୪ ରୁଜୁ କରିଥିଲା। ପୋଲିସ ତଦନ୍ତ ବେଳେ ଅଭିଯୁକ୍ତଙ୍କ ବିରୋଧରେ ପୂର୍ବରୁ ଏକାଧିକ ଅପରାଧୀକ ମାମଲା ଥାନାରେ ରୁଜୁ ହୋଇଥିବା ଦରଘାବଜାର ଥାନା ଆଇଆଇସି ଚିନ୍ତେଶ୍ବର ମୁଣ୍ଡ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri