ନୂଆଁଣିଆ ଚାଳ ଘରେ ଜୀବନ ଜୀଇବାକୁ ସଂଘର୍ଷ

କୁନ୍ଦୁରା,୧୨ା୬ (ଡି.ଏନ.ଏ.): ବୟସ ୭୦ ଟପିଲାଣି। ନୂଆଁଣିଆ ଚାଳ ଘରେ ଜୀବନ ଜୀଇବା ପାଇଁ ସଂଘର୍ଷ କରୁଛନ୍ତି ନାଗବାଲ ଦୁରୁଆ। ଜୀବନର ଅପରାହ୍ନ ବୟସରେ ତାଙ୍କର ନିଜ ପାଇଁ ଯେତିକି ଚିନ୍ତା ନାହିଁ ତା’ଠାରୁ ଅଧିକ ଚିନ୍ତା ନାତୁଣୀ ଗୁରୁବାରୀ ପାଇଁ। ଆଖି ରୋଗରେ ପୀଡିତ ନାତୁଣୀର ଆଖି ଭଲ କରିଦେବାକୁ ସେ ଠାକୁରଙ୍କୁ କରୁଛନ୍ତି ଆକୁଳ ନିବେଦନ। କୋରାପୁଟ ଜିଲା କୁନ୍ଦୁରା ବ୍ଳକ କେରିମିଟି ପଞ୍ଚାୟତ କେନ୍ଦୁଗୁଡା ଗ୍ରାମରେ ଦେଖିବାକୁ ମିଳିଛି ଏପରି ଦୃଶ୍ୟ।
ଗୁରୁବାରୀଙ୍କ ଆଖି ସମସ୍ୟା ଯୋଗୁ ସେ ନବମ ଶ୍ରେଣୀରୁ ପାଠପଢା ଛାଡିଥିଲେ। ଆଖି ଭଲ କରିବା ଅଶାରେ ବୃଦ୍ଧା ନାଗବାଲ ନାତୁଣୀକୁ ଧରି ଜୟପୁର,କୋରାପୁଟ ଏବଂ ବିଶାଖାପାଟଣା ନେଇ ଚିକିତ୍ସା କରିଥିଲେ। ମାତ୍ର ଏଥିରୁ ତାଙ୍କୁ କିଛି ସୁଫଳ ମଳି ନ ଥିଲା। ଉଚ୍ଚତର ଚିକିତ୍ସା ପାଇଁ ନାତୁଣୀ ଗୁରୁବାରୀଙ୍କୁ କଟକ ବଡଡାକ୍ତରଖାନା ନେବାକୁ ଡାକ୍ତର ପରାମର୍ଶ ଦେଇଥିଲେ ମଧ୍ୟ ଅର୍ଥ ଅଭାବରୁ ନାତୁଣୀକୁ ସେଠାକୁ ନେଇ ପାରି ନ ଥିଲେ ବୃଦ୍ଧା ନାଗବାଲ୍‌। କୁଲିଭୂତି କରି ପରିବାର ଚଳାଉଥିବା ପୁଅ ଧବୁଲୁଙ୍କ ରୋଗରେ ମୃତ୍ୟୁ ପରେ ଗୁରୁବାରୀଙ୍କ ଦାୟିତ୍ୱ ପଡିଥିଲା ବୃଦ୍ଧା ନାଗବାଲଙ୍କ ଉପରେ। ନିଜ କୂଳ ରକ୍ଷା ଲାଗି ସେ ସେବେଠାରୁ ନାତୁଣୀ ଗୁରୁବାରୀର ଲାଳନପାଳନ କରିଆସୁଛନ୍ତି। ବିଦ୍ୟାଳୟରେ ପାଠ ପଢୁଥିବା ବେଳେ ଗୁରୁବାରୀଙ୍କ ବାମ ଆଖିରେ ପ୍ରଥମେ ସମସ୍ୟା ଦେଖାଦେଲା। ତାଙ୍କୁ ଭଲ କରିବାକୁ ବୃଦ୍ଧା ନାଗବାଲ୍‌ ମାଗିଯାଚି ନାତୁଣୀ ଗୁରୁବାରୀଙ୍କୁ କୋରାପୁଟ ଜିଲାରେ ଥିବା ସବୁ ଚିକିତ୍ସାଳୟକୁ ନେଇ ଚିକିତ୍ସା କରିଥିଲେ ମଧ୍ୟ କିଛି ସୁଫଳ ମିଳି ନ ଥିଲା। ଏବେ ସେ ଦୃଷ୍ଟିବାଧିତ ନାତୁଣୀକୁ ଧରି ଯେତିକି ହଇରାଣ ହେଉଛନ୍ତି ତାଙ୍କ ଚିନ୍ତାରେ ସେତିକି ଘାଣ୍ଟି ହେଉଛନ୍ତି। ମୁଣ୍ଡ ଗୁଞ୍ଜିବାକୁ ଘର ଟିକେ ନାହିଁ। ସରକାରୀ ଭାବେ ମିଳୁଥିବା ୫ କେଜି ଚାଉଳ ଉଭୟଙ୍କୁ ନିଅଣ୍ଟ ପଡୁଛି। ପେଟକୁ ଦି ମୁଠା ଖାଇବା ଯୋଗାଡ କରିବା କଷ୍ଟକର ହେଉଛି। ନାତୁଣୀପାଇଁ ସାହି ପଡିଶାଙ୍କଠାରୁ ମାଗିବାକୁ ପଡୁଛି ବୋଲି କହନ୍ତି ନାଗବାଲ୍‌। ଭଲ ଘର ଖଣ୍ଡେ ନ ଥିବାରୁ ଭଙ୍ଗାରୁଜା ଘରେ ମୁଣ୍ଡ ଗୁଞ୍ଜିଛନ୍ତି ଉଭୟେ। ଘରଟିଏ ପାଇଁ ସରପଞ୍ଚଠାରୁ ଆରମ୍ଭ କରି ବ୍ଳକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ସମସ୍ତଙ୍କୁ କାକୁିମିନତି ହୋଇ କିଛି ସୁଫଳ ମିଳିନି ବୋଲି କହନ୍ତି ନାଗବାଲ୍‌ ଓ ତାଙ୍କ ନାତୁଣୀ ଗୁରୁବାରୀ। ବାରମ୍ବାର ଭତ୍ତା ପାଇଁ ଆବେଦନ କରି ଆମକୁ ମିଳିନି ବୋଲି କହନ୍ତି ଉଭୟେ।


Enter your email to get our daily news in your inbox.

All Right Reserved By Dharitri.Com

୨୦୨ ରନ୍‌ର ଟାର୍ଗେଟ୍ ମାତ୍ର ୧୫.୪ ଓଭରରେ ଶେଷ! ଆଇପିଏଲ୍‌ରେ ଆରସିବିର ନୂଆ ରେକର୍ଡ

ବେଙ୍ଗାଲୁର,୨୮।୩: ଆଇପିଏଲ୍‌ ୨୦୨୬ର ଶୁଭାରମ୍ଭ ଅତି ଜବରଦସ୍ତ ଶୈଳୀରେ ହୋଇଛି। ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ସନରାଇଜର୍ସ ହାଇଦ୍ରାବାଦ (SRH) ବିପକ୍ଷରେ ଏକ…

ମା’ଙ୍କୁ ହରାଇଲେ ଭଉଣୀଭାଇ, ପାଳିବା ଚିନ୍ତାରେ ଆଈ

ବ୍ରହ୍ମପୁର,୨୮ା୩(ଅଶୋକ କୁମାର ସାହୁ): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଅଧୀନ ଟାକେରା ପିଠାଖାଇ ଘାଟିରେ ଟୁରିଷ୍ଟ ବସ୍‌ ଦୁର୍ଘଟଣାରେ ମୃତକଙ୍କ ମଧ୍ୟରେ ବ୍ରହ୍ମପୁର ଧୋବାବନ୍ଧ ସାହିର ସୁମନ୍ତି…

ରୁଷିଆ ପାଇଁ ଆମେରିକାକୁ ଡ଼ରୁନାହିଁ ଇରାନ, ହଟିବାକୁ ନାରାଜ ମୋଜତାବା, ଆମେରିକା ପାଇଁ ବିପଦର ଘଣ୍ଟି!

ମସ୍କୋ/ତେହେରାନ,୨୮।୩: ବିଶ୍ୱ ରାଜନୀତିରେ ଏକ ନୂଆ ସମୀକରଣ ଦେଖିବାକୁ ମିଳିଛି। ପାଶ୍ଚାତ୍ୟ ଦେଶଗୁଡ଼ିକର କଠୋର ପ୍ରତିବନ୍ଧକ ସତ୍ତ୍ୱେ ରୁଷିଆ ଏବଂ ଇରାନ ମଧ୍ୟରେ ବନ୍ଧୁତା ଦିନକୁ ଦିନ…

ଆକ୍ସନରେ ପୋଲିସ: ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ସସ୍‌ପେଣ୍ଡ

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଏସ୍‌ପି ଅଭିଳାଷ ଜିଙ୍କ ଏକ ବଡ଼ ସୂଚନା ଦେଇଛନ୍ତି। ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ପ୍ରେମଚାନ୍ଦ ନାଗଙ୍କୁ ସସ୍‌ପେଣ୍ଡ କରାଯାଇଥିବା ଏସ୍‌ପି ଶନିବାର…

ହର୍ମୁଜରେ ଯୁଦ୍ଧର କାଉଣ୍ଟଡାଉନ୍‌: ପୁରା ଆରବକୁ ମାଟିରେ ମିଶାଇଦେବ ଇରାନ? ମୋଜତାବାଙ୍କ ଚେତାବନୀରେ ଥରିଲା ଦୁନିଆ

ତେହେରାନ/ୱାଶିଂଟନ,୨୮।୩: ମଧ୍ୟପ୍ରାଚ୍ୟରେ ବିଶ୍ୱଯୁଦ୍ଧର ପଦଧ୍ୱନି ଶୁଣାଗଲାଣି। ଆମେରିକାର ‘ଗ୍ରାଉଣ୍ଡ ଅପରେଶନ’ ଘୋଷଣା ପରେ ଇରାନ ଏହାର ଭୟଙ୍କର ଜବାବୀ ରଣନୀତି ପ୍ରସ୍ତୁତ କରିଛି। ଇରାନର ସର୍ବୋଚ୍ଚ ନେତା…

ଭେଡେନ ଓକିଲ ସଂଘ: ଅଶ୍ବିନୀ ସଭାପତି ନିର୍ବାଚିତ

ଭେଡେନ,୨୮।୩(ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଓକିଲ ସଂଘର ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଶ୍ୱିନୀ କୁମାର ଦାଶ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ।…

ମାନସିକ ବିକୃତ ଯୁବତୀ ଗର୍ଭବତୀ ମାମଲା: ଶିକ୍ଷକଙ୍କ ପରେ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ଗଞ୍ଜାମ,୨୮ା୩ (ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମା ଫାଣ୍ଡି ଅଞ୍ଚଳରେ ଜଣେ ମାନସିକ ବିକୃତ ଯୁବତୀ ଗର୍ଭବତୀ ହେବା ଘଟଣାରେ ଜଣେ ଶିକ୍ଷକ ଗିରଫ…

ମା’ ଠାକୁରାଣୀଙ୍କ ଚୈତ୍ର ଯାତ୍ରା

ଥୁଆମୂଳ ରାମପୁର, ୨୮ା୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ତାଲବନ୍ଦ ପଡ଼ାରେ ମା’ ଠାକୁରାଣୀଙ୍କ ଚୈତ୍ର ଯାତ୍ରା ବା ଘଣ୍ଟ ଯାତ୍ରାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri