ନୂଆଁଣିଆ ଚାଳ ଘରେ ଜୀବନ ଜୀଇବାକୁ ସଂଘର୍ଷ

କୁନ୍ଦୁରା,୧୨ା୬ (ଡି.ଏନ.ଏ.): ବୟସ ୭୦ ଟପିଲାଣି। ନୂଆଁଣିଆ ଚାଳ ଘରେ ଜୀବନ ଜୀଇବା ପାଇଁ ସଂଘର୍ଷ କରୁଛନ୍ତି ନାଗବାଲ ଦୁରୁଆ। ଜୀବନର ଅପରାହ୍ନ ବୟସରେ ତାଙ୍କର ନିଜ ପାଇଁ ଯେତିକି ଚିନ୍ତା ନାହିଁ ତା’ଠାରୁ ଅଧିକ ଚିନ୍ତା ନାତୁଣୀ ଗୁରୁବାରୀ ପାଇଁ। ଆଖି ରୋଗରେ ପୀଡିତ ନାତୁଣୀର ଆଖି ଭଲ କରିଦେବାକୁ ସେ ଠାକୁରଙ୍କୁ କରୁଛନ୍ତି ଆକୁଳ ନିବେଦନ। କୋରାପୁଟ ଜିଲା କୁନ୍ଦୁରା ବ୍ଳକ କେରିମିଟି ପଞ୍ଚାୟତ କେନ୍ଦୁଗୁଡା ଗ୍ରାମରେ ଦେଖିବାକୁ ମିଳିଛି ଏପରି ଦୃଶ୍ୟ।
ଗୁରୁବାରୀଙ୍କ ଆଖି ସମସ୍ୟା ଯୋଗୁ ସେ ନବମ ଶ୍ରେଣୀରୁ ପାଠପଢା ଛାଡିଥିଲେ। ଆଖି ଭଲ କରିବା ଅଶାରେ ବୃଦ୍ଧା ନାଗବାଲ ନାତୁଣୀକୁ ଧରି ଜୟପୁର,କୋରାପୁଟ ଏବଂ ବିଶାଖାପାଟଣା ନେଇ ଚିକିତ୍ସା କରିଥିଲେ। ମାତ୍ର ଏଥିରୁ ତାଙ୍କୁ କିଛି ସୁଫଳ ମଳି ନ ଥିଲା। ଉଚ୍ଚତର ଚିକିତ୍ସା ପାଇଁ ନାତୁଣୀ ଗୁରୁବାରୀଙ୍କୁ କଟକ ବଡଡାକ୍ତରଖାନା ନେବାକୁ ଡାକ୍ତର ପରାମର୍ଶ ଦେଇଥିଲେ ମଧ୍ୟ ଅର୍ଥ ଅଭାବରୁ ନାତୁଣୀକୁ ସେଠାକୁ ନେଇ ପାରି ନ ଥିଲେ ବୃଦ୍ଧା ନାଗବାଲ୍‌। କୁଲିଭୂତି କରି ପରିବାର ଚଳାଉଥିବା ପୁଅ ଧବୁଲୁଙ୍କ ରୋଗରେ ମୃତ୍ୟୁ ପରେ ଗୁରୁବାରୀଙ୍କ ଦାୟିତ୍ୱ ପଡିଥିଲା ବୃଦ୍ଧା ନାଗବାଲଙ୍କ ଉପରେ। ନିଜ କୂଳ ରକ୍ଷା ଲାଗି ସେ ସେବେଠାରୁ ନାତୁଣୀ ଗୁରୁବାରୀର ଲାଳନପାଳନ କରିଆସୁଛନ୍ତି। ବିଦ୍ୟାଳୟରେ ପାଠ ପଢୁଥିବା ବେଳେ ଗୁରୁବାରୀଙ୍କ ବାମ ଆଖିରେ ପ୍ରଥମେ ସମସ୍ୟା ଦେଖାଦେଲା। ତାଙ୍କୁ ଭଲ କରିବାକୁ ବୃଦ୍ଧା ନାଗବାଲ୍‌ ମାଗିଯାଚି ନାତୁଣୀ ଗୁରୁବାରୀଙ୍କୁ କୋରାପୁଟ ଜିଲାରେ ଥିବା ସବୁ ଚିକିତ୍ସାଳୟକୁ ନେଇ ଚିକିତ୍ସା କରିଥିଲେ ମଧ୍ୟ କିଛି ସୁଫଳ ମିଳି ନ ଥିଲା। ଏବେ ସେ ଦୃଷ୍ଟିବାଧିତ ନାତୁଣୀକୁ ଧରି ଯେତିକି ହଇରାଣ ହେଉଛନ୍ତି ତାଙ୍କ ଚିନ୍ତାରେ ସେତିକି ଘାଣ୍ଟି ହେଉଛନ୍ତି। ମୁଣ୍ଡ ଗୁଞ୍ଜିବାକୁ ଘର ଟିକେ ନାହିଁ। ସରକାରୀ ଭାବେ ମିଳୁଥିବା ୫ କେଜି ଚାଉଳ ଉଭୟଙ୍କୁ ନିଅଣ୍ଟ ପଡୁଛି। ପେଟକୁ ଦି ମୁଠା ଖାଇବା ଯୋଗାଡ କରିବା କଷ୍ଟକର ହେଉଛି। ନାତୁଣୀପାଇଁ ସାହି ପଡିଶାଙ୍କଠାରୁ ମାଗିବାକୁ ପଡୁଛି ବୋଲି କହନ୍ତି ନାଗବାଲ୍‌। ଭଲ ଘର ଖଣ୍ଡେ ନ ଥିବାରୁ ଭଙ୍ଗାରୁଜା ଘରେ ମୁଣ୍ଡ ଗୁଞ୍ଜିଛନ୍ତି ଉଭୟେ। ଘରଟିଏ ପାଇଁ ସରପଞ୍ଚଠାରୁ ଆରମ୍ଭ କରି ବ୍ଳକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ସମସ୍ତଙ୍କୁ କାକୁିମିନତି ହୋଇ କିଛି ସୁଫଳ ମିଳିନି ବୋଲି କହନ୍ତି ନାଗବାଲ୍‌ ଓ ତାଙ୍କ ନାତୁଣୀ ଗୁରୁବାରୀ। ବାରମ୍ବାର ଭତ୍ତା ପାଇଁ ଆବେଦନ କରି ଆମକୁ ମିଳିନି ବୋଲି କହନ୍ତି ଉଭୟେ।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ...

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri