ଶ୍ୱାସ ନେବାକୁ ସଂଘର୍ଷ

ତାଳଚେର,୨୨ା୬(ନି.ପ୍ର.) ଘରୁ ବାହାରିଲେ ମାସ୍କ ବାଧ୍ୟତାମୂଳକ। କୋଭିଡ୍‌ ସଂକ୍ରମିତ କିମ୍ବା ସନ୍ଦିଗ୍ଧ ହୋଇଥିଲେ, ଘରେ ମାସ୍କ ପିନ୍ଧିବାକୁ ବାଧ୍ୟ। କରୋନାକୁ କାବୁ କରିବାକୁ ମହାମାରୀ ପରିଚାଳନା ଆଇନରେ ଏପରି ନିୟମ କରିଛନ୍ତି ସରକାର। କିନ୍ତୁ ସୁସ୍ଥ ଲୋକଙ୍କ ପାଇଁ ଘରେ ମାସ୍କ ପରିଧାନକୁ ଏଯାଏ ବାଧ୍ୟବାଧକତା କରାଯାଇ ନାହିଁ। ତଥାପି ଅନୁଗୋଳ ଜିଲା ତାଳଚେରର ଅଧିକାଂଶ ଲୋକଙ୍କୁ ଘର ମଧ୍ୟରେ ମାସ୍କ ପିନ୍ଧିବାକୁ ପଡ଼ୁଛି। କାରଣ କରୋନା ଅପେକ୍ଷା ଏଠାରେ ପ୍ରଦୂଷଣ ହିଁ ସ୍ବାସ୍ଥ୍ୟପ୍ରତି ଅଧିକ ସଙ୍କଟ ସୃଷ୍ଟି କରୁଛି। ତେଣୁ ଉଡ଼ୁଥିବା କୋଇଲା ଗୁଣ୍ଡ, ପାଉଁଶ ଓ ଧୂଳିରୁ ବର୍ତ୍ତିବା ପାଇଁ ତାଳଚେରବାସୀଙ୍କୁ ଦୈନିକ ଏପରି ସଂଘର୍ଷ କରିବାକୁ ପଡ଼ୁଛି।
ତାଳଚେରରେ କୋଇଲା ଶିଳ୍ପ ଯେତିକି ପୁରୁଣା, ପ୍ରଦୂଷଣ ସମସ୍ୟା ମଧ୍ୟ ସେତିକି ପୁରୁଣା। ହେଲେ ଏଠାରୁ ବାର୍ଷିକ ସହସ୍ରାଧିକ କୋଟି ଟଙ୍କା ରାଜସ୍ବ ନେଉଥିବା ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦୃଷ୍ଟିକୁ ଏହା ଦୃଶ୍ୟମାନ ହେଉନାହିଁ। କୋଇଲା ଉତ୍ତୋଳନ କରୁଥିବା ଶିଳ୍ପସଂସ୍ଥା କି ଏହାକୁ ବ୍ୟବହାର କରି ବିଦ୍ୟୁତ୍‌ ଉତ୍ପାଦନ କରୁଥିବା ଉଦ୍ୟୋଗଗୁଡ଼ିକ ପକ୍ଷରୁ ଏହାର ନିରାକରଣ ଦିଗରେ ସେପରି ଦୃଢ଼ ପଦକ୍ଷେପ ନିଆଯାଉ ନାହିଁ। ଏହି କାରଣରୁ ତାଳଚେରର ମାଟି, ପାଣି ଓ ପବନ ପ୍ରଦୂଷିତ ହୋଇଚାଲିଛି। ବିଶେଷକରି ସହର ଦେଇ ଯାଇଥିବା ୫୩ ନମ୍ବର ଜାତୀୟ ରାଜପଥରେ ଦୈନିକ ହଜାର ହଜାର କୋଇଲା ବୋଝେଇ ଟ୍ରକ୍‌ ଯାତାୟାତ କରୁଥିଲେ ମଧ୍ୟ ଉଡ଼ୁଥିବା କୋଇଲା ଗୁଣ୍ଡ ଓ ଧୂଳି ରୋକିବାକୁ ପାଣି ସିଞ୍ଚନ କରାଯାଉ ନାହିଁ। ରାଜପଥ ମରାମତି ନିମନ୍ତେ ପଦକ୍ଷେପ ନିଆଯାଉ ନାହିଁ। ଶିଳ୍ପଗୁଡ଼ିକରେ କୋଇଲା ପାଉଁଶ ପରିଚାଳନା ଠିକ୍‌ ଭାବେ ହେଉ ନାହିଁ। ଫଳରେ ସବର୍ଦା କୁହୁଡ଼ି ପରି ଧୂଳି ଓ ଧୂଆଁଳିଆ ପରିବେଶ ତାଳଚେର ବାୟୁମଣ୍ଡଳକୁ ଆଚ୍ଛାଦିତ କରି ରଖୁଛି। ଖରାଦିନେ ଧୂଳି ଯୋଗୁ ଏହି ରାଜପଥରେ ଯାତାୟାତ କରିବା ଜନସାଧାରଣଙ୍କ ପକ୍ଷେ କଷ୍ଟକର ହୋଇପଡ଼ୁଛି। ସେହିପରି ବର୍ଷାଦିନେ ଆଣ୍ଠୁଏ ଲେଖାଁଏ କାଦୁଅ ରାଜପଥରେ ଭରିଯାଉଛି। ଉଡ଼ୁଥିବା କୋଇଲା ଗୁଣ୍ଡ, ପାଉଁଶ ଓ ଧୂଳି ଯୋଗୁ ଏଠାକାର ଚାଷ ଜମି ପ୍ରଭାବିତ ହୋଇଛି। ସେହିପରି ଶିଳ୍ପଗୁଡ଼ିକର ପାଉଁଶ ପାଣି ବିଭିନ୍ନ ଜଳସ୍ରୋତରେ ମିଶୁଥିବାରୁ ତାଳଚେରର ନଦୀ ନାଳ ଜଳ ଦୂଷିତ ହୋଇଚାଲିଛି। ଦୀର୍ଘବର୍ଷ ଧରି ଏପରି ସମସ୍ୟା ଯୋଗୁ ଏଠାକାର ୫୦ରୁ ୬୦ ପ୍ରତିଶତ ଲୋକ ଶ୍ୱାସଜନିତ ରୋଗ ଭୋଗୁଛନ୍ତି। ଅନେକ ଲୋକଙ୍କ ଜୀବନ ମଧ୍ୟ ଗଲାଣି। ତେଣୁ ଏଥିରୁ ବର୍ତ୍ତିବା ପାଇଁ ଅଧିକାଂଶ ଲୋକ ଘରେ ମଧ୍ୟ ମାସ୍କ ପିନ୍ଧିବାକୁ ବାଧ୍ୟ ହେଉଛନ୍ତି। ତାଳଚେରରେ ଏପରି ସ୍ଥିତି ସତ୍ତ୍ୱେ ପ୍ରଶାସନ, ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ଏମ୍‌ସିଏଲ୍‌ ପକ୍ଷରୁ ସମସ୍ୟାର ସମାଧାନ ନିମନ୍ତେ ଦୃଢ଼ ପଦକ୍ଷେପ ନିଆଯାଉ ନାହିଁ। ଜନପ୍ରତିନିଧିମାନେ ମଧ୍ୟ ନୀରବତା ଅବଲମ୍ବନ କରିଚାଲିଛନ୍ତି। ପ୍ରଦୂଷଣର ପ୍ରତିକାର ପାଇଁ ୨୦୧୩ ମେ ୧୬ରେ ଆଡିଶନାଲ ଚିଫ୍‌ ସେକ୍ରେଟାରି ଫାଇନାନ୍ସଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱରଠାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଅନୁଗୋଳ, ତାଳଚେର, ଝାରସୁଗୁଡା, ସମ୍ବଲପୁର, ସୁନ୍ଦରଗଡ ଓ ସୁକିନ୍ଦାରେ ବାୟୋପାର୍କ ନିର୍ମାଣ କରାଯିବାକୁ ସ୍ଥିର କରାଯାଇଥିଲା। ହେଲେ ପ୍ରଶାସନ ଓ ଜନପ୍ରତିନିଧିମାନଙ୍କ ଆନ୍ତରିକତା ଅଭାବରୁ ଉକ୍ତ ନିଷ୍ପତ୍ତି ଅଦ୍ୟାବଧି କାର୍ଯ୍ୟକାରୀ ହୋଇପାରିଲା ନାହିଁ। ଏ ନେଇ ତାଳଚେରବାସୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧିପାଇବାରେ ଲାଗିଛି। ଏକ ଉଚ୍ଚସ୍ତରୀୟ କମିଟି ଦ୍ୱାରା ସ୍ଥିତି ଅନୁଧ୍ୟାନ କରାଯାଇ ପ୍ରଦୂଷଣର ନିରାକରଣ ଦିଗରେ ଏକ ମାଷ୍ଟର ପ୍ଲାନ କରାଯିବାକୁ ତାଳଚେରବାସୀ ଦାବି କରିଛନ୍ତି।
ସ୍ଥାୟୀ ପ୍ରତିକାର ନ ହେଲେ ଭୟଙ୍କର ସ୍ଥିତି
ପ୍ରଶାସନିକ ଅଧିକାରୀମାନେ ନୈତିକ ଦାୟିତ୍ୱ ପାଳନ କରୁ ନ ଥିବାରୁ ପ୍ରଦୂଷଣ ସମସ୍ୟା ବଢ଼ି ଚାଲିଛି। ବାରମ୍ବାର ଦୃଷ୍ଟି ଆକର୍ଷଣ କରାଯାଉଥିବା ସତ୍ତ୍ୱେ ଏ ଦିଗରେ ଉପଯୁକ୍ତ ପଦକ୍ଷେପ ନିଆଯାଉ ନାହିଁ। ସ୍ଥାୟୀ ପ୍ରତିକାର ବ୍ୟବସ୍ଥା କରା ନ ଗଲେ ଆଗାମୀ ଦିନରେ ପ୍ରଦୂଷଣ ଜନିତ ପରିସ୍ଥିତି ଭୟଙ୍କର ହେବା ଆଶଙ୍କା କରାଯାଉଛି।
-ନିମାଇଁ ପ୍ରଧାନ, ଶିକ୍ଷାବିତ୍‌, ତାଳଚେର
ନୀରବତା ବୁଝାପଡ଼ୁନି
ତାଳଚେରରେ ପ୍ରଦୂଷଣ ଧୀରେ ଧୀରେ ନିୟନ୍ତ୍ରଣ ବାହାରକୁ ଯିବାରେ ଲାଗିଛି। ଏହାର ପ୍ରଭାବରେ ଏଠାକାର ଅଧିକାଂଶ ଲୋକ ବିଭିନ୍ନ ଶ୍ୱାସଜନିତ ରୋଗରେ ପୀଡ଼ିତ ହେଉଛନ୍ତି। ଟିବି, ଆଜମା, ବ୍ରୋଙ୍କାଇଟିସ ରୋଗ ଜୀବନ ନେବା ଆରମ୍ଭ କରିଛି। ତଥାପି ପ୍ରଶାସନ, ଜନ ପ୍ରତିନିଧି, ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓ ଶିଳ୍ପସଂସ୍ଥା କର୍ତ୍ତୃପକ୍ଷ ନୀରବ ରହିଛନ୍ତି।
-ଜ୍ୟୋତିର୍ମୟୀ ସାହୁ, ସଭାପତି, ପ୍ରଗତି ଅନୁଷ୍ଠାନ
ବଞ୍ଚିବାର ଅଧିକାର ଉଲ୍ଲଂଘନ ହେଉଛି
କୋଇଲା ଗୁଣ୍ଡ ଓ କୋଇଲା ପାଉଁଶ ଯୋଗୁ ତାଳଚେରର ମାଟି, ପାଣି, ପବନ ପ୍ରଦୂଷିତ ହୋଇ ଚାଲିଛି। ଏହାର ନିରାକରଣ ଦିଗରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ଆନ୍ତରିକତା ନାହିଁ। ଏଠିକାର ଜନସାଧାରଣଙ୍କ ବଞ୍ଚିବାର ଅଧିକାର ଉଲ୍ଲଂଘନ ହେଉଛି। ତାଳଚେରର ନିରନ୍ତର ଉନ୍ନତି ପାଇଁ ଆକ୍ସନପ୍ଲାନ କରାଯାଇ ପ୍ରଦୂଷଣ ମୁକ୍ତ ଦିଗରେ ପଦକ୍ଷେପ ଜରୁରୀ।
-ବାଉରିବନ୍ଧୁ ବେଜ, ପରିବେଶବିତ୍‌
ଶିଳ୍ପାନୁଷ୍ଠାନଗୁଡ଼ିକ ଗୁରୁଦାୟିତ୍ୱ ବୋଲି ଭାବନ୍ତୁ
ଦୀର୍ଘବର୍ଷ ହେଲା ତାଳଚେରରେ ପ୍ରଦୂଷଣ ସମସ୍ୟା ଲାଗି ରହିଛି। ଶିଳ୍ପାନୁଷ୍ଠାନ ଗୁଡ଼ିକ ନିଜର ଗୁରୁଦାୟିତ୍ୱ ଭାବି ଏହାର ସମାଧାନ କରିବା ଜରୁରୀ। ନୂତନ ଜ୍ଞାନକୌଶଳ ବ୍ୟବହାର କରାଯାଇ ପ୍ରଦୂଷଣସ୍ତର ହ୍ରାସ କରାଯିବା ଅତ୍ୟନ୍ତ ଆବଶ୍ୟକ। ନଚେତ ଆଗାମୀ ଦିନରେ ଏହା ଆହୁରି ବୃଦ୍ଧି ପାଇବ।
-ବିଶ୍ୱରଞ୍ଜନ ରଥ, ଉପଜିଲାପାଳ, ତାଳଚେର


Enter your email to get our daily news in your inbox.

All Right Reserved By Dharitri.Com

ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ବଡ଼ ଘୋଷଣା: ବିଶ୍ୱବିଦ୍ୟାଳୟରେ ପୂରଣ ହେବ ଖାଲି ପଦବୀ, ଜୁଲାଇ ପୂର୍ବରୁ ହେବ…

ଭୁବନେଶ୍ୱର,୪ା୪: ବିଶ୍ୱବିଦ୍ୟାଳୟରେ ଖାଲିପଡ଼ିଥିବା ୧୪୦୦ ପଦବୀ ପୂରଣ ହେବ। ଏନେଇ ବଡ଼ ଘୋଷଣା କରିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। କୁଳପତି ନିଯୁକ୍ତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା…

ଶପଥ ନେଇ ନିଜ ନିଜର ଦାୟିତ୍ୱ ଗ୍ରହଣ କଲେ ଓକିଲ ସଂଘର ନବନିର୍ବାଚିତ କର୍ମକର୍ତ୍ତା

ପୁରୁଷୋତ୍ତମପୁର,୪ା୪(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଓକିଲ ସଂଘର ନବନିର୍ବାଚିତ କର୍ମକର୍ତ୍ତାମାନେ ଶନିବାର ଶପଥ ନେଇ ନିଜନିଜର ଦାୟିତ୍ୱ ଗ୍ରହଣ କରିଛନ୍ତି। ଓକିଲ ସଂଘ କକ୍ଷରେ ଆୟୋଜିତ…

ଜଙ୍ଗଲରୁ ଜବତ ହେଲା ମଣିଷ ଖପୁରୀ ସହ ହାଡ଼, ମହିଳାଙ୍କ ଲୁଗା ପାଖରେ….

ପାଟଣା,୪।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଦାମାହୁଦା ପଞ୍ଚାୟତ ଅନ୍ତର୍ଗତ ସୁନାପଶି ଗ୍ରାମ ହୁଡ଼ିର ଜଙ୍ଗଲରୁ ଶନିବାର ପାଟଣା ପୋଲିସ ମଣିଷର ଖପୁରି ଓ…

ଷ୍ଟୋଭ ନିଆଁରୁ ହୁତୁହୁତୁ ହୋଇ ଜଳିଗଲା ସି-ଫୁଡ ଟ୍ରକ, ଡ୍ରାଇଭର…..

ବାଲେଶ୍ୱର,୪ା୪( ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ନଂ ଜାତୀୟ ରାଜପଥର ଖନ୍ତାପଡ଼ା ଥାନା ଅନ୍ତର୍ଗତ ଶେରଗଡ଼ ଢ଼ାବା ନିକଟରେ ଜଳିଲା ଟ୍ରକ । ଶନିବାର ଏକ ସି ଫୁଡ…

ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ମିଳିଲା ଜଙ୍ଗଲ ଜମି ଅନୁମତି

ପୁରୀ,୪ା୪: ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ମିଳିଛି ଜଙ୍ଗଲ ଜମି ଅନୁମତି। ଶ୍ରୀଜଗନ୍ନାଥ ବିମାନବନ୍ଦର ପାଇଁ କେନ୍ଦ୍ର ସରକାର ଷ୍ଟେଜ୍‌-୧ ଅନୁମୋଦନ କରିଛନ୍ତି। ପ୍ରକଳ୍ପକୁ ବାସ୍ତବରେ ରୂପାୟନ…

ଖଡ଼ିଛୁଆଁ, ପ୍ରବେଶ ଉତ୍ସବର ଶୁଭାରମ୍ଭ କଲେ ପାଟଣା ବିଧାୟକ

ପାଟଣା,୪ା୪(ବୀରକିଶୋର ଦାଶ): ରାଜ୍ୟରେ ଓଡ଼ିଆ ପକ୍ଷ ପାଳନ ହେଉଛି। ଏହି ଅବସରରେ ଶନିବାର କେନ୍ଦୁଝର ଜିଲା ପାଟଣା ବ୍ଲକସ୍ତରୀୟ ଖଡ଼ିଛୁଆଁ ଓ ପ୍ରବେଶ ଉତ୍ସବ ପାଟଣା ମୁଖ୍ୟାଳୟ…

ମୁଖ୍ୟ ବଜାରରେ ବୋମାମାଡ଼ : ଭୁବନେଶ୍ୱରରୁ ବନ୍ଧା ହେଲେ ୫

ଚିକିଟି, ୪ା୪(ପ୍ରକାଶ ଚନ୍ଦ୍ର ସାହୁ ): ବ୍ରହ୍ମପୁର ପୋଲିସ ଜିଲା କେ. ନୂଆଗାଁ ଥାନା ଚିକିଟିପେଣ୍ଠ ମୁଖ୍ୟ ବଜାରରେ ଗତ ମଙ୍ଗଳବାର ରାତି ସାଢେ ୮ଟାରେ ହୋଇଥିବା…

ମେଡିକାଲ ଯାଇଥିଲେ ମା’ ବାପା: ଫେରିଲା ବେଳକୁ ୧୩ ବର୍ଷର ପୁଅକୁ ମାରି ଟାଙ୍ଗିଦେଇଛି…

କଳିଙ୍ଗନଗର,୪ା୪(ଶୁଭାଶିଷ ରାଉତ): ଯାଜପୁର ଜିଲା କଳିଙ୍ଗନଗର ଥାନା ଅନ୍ତର୍ଗତ ବାରାଖାଇ ଗ୍ରାମରେ ପୂର୍ବ ଶତ୍ରୁତାରୁ ଜଣେ ନାବାଳକଙ୍କୁ ଶୁକ୍ରବାର ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତକ ହେଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri