ଶ୍ୱାସ ନେବାକୁ ସଂଘର୍ଷ

ତାଳଚେର,୨୨ା୬(ନି.ପ୍ର.) ଘରୁ ବାହାରିଲେ ମାସ୍କ ବାଧ୍ୟତାମୂଳକ। କୋଭିଡ୍‌ ସଂକ୍ରମିତ କିମ୍ବା ସନ୍ଦିଗ୍ଧ ହୋଇଥିଲେ, ଘରେ ମାସ୍କ ପିନ୍ଧିବାକୁ ବାଧ୍ୟ। କରୋନାକୁ କାବୁ କରିବାକୁ ମହାମାରୀ ପରିଚାଳନା ଆଇନରେ ଏପରି ନିୟମ କରିଛନ୍ତି ସରକାର। କିନ୍ତୁ ସୁସ୍ଥ ଲୋକଙ୍କ ପାଇଁ ଘରେ ମାସ୍କ ପରିଧାନକୁ ଏଯାଏ ବାଧ୍ୟବାଧକତା କରାଯାଇ ନାହିଁ। ତଥାପି ଅନୁଗୋଳ ଜିଲା ତାଳଚେରର ଅଧିକାଂଶ ଲୋକଙ୍କୁ ଘର ମଧ୍ୟରେ ମାସ୍କ ପିନ୍ଧିବାକୁ ପଡ଼ୁଛି। କାରଣ କରୋନା ଅପେକ୍ଷା ଏଠାରେ ପ୍ରଦୂଷଣ ହିଁ ସ୍ବାସ୍ଥ୍ୟପ୍ରତି ଅଧିକ ସଙ୍କଟ ସୃଷ୍ଟି କରୁଛି। ତେଣୁ ଉଡ଼ୁଥିବା କୋଇଲା ଗୁଣ୍ଡ, ପାଉଁଶ ଓ ଧୂଳିରୁ ବର୍ତ୍ତିବା ପାଇଁ ତାଳଚେରବାସୀଙ୍କୁ ଦୈନିକ ଏପରି ସଂଘର୍ଷ କରିବାକୁ ପଡ଼ୁଛି।
ତାଳଚେରରେ କୋଇଲା ଶିଳ୍ପ ଯେତିକି ପୁରୁଣା, ପ୍ରଦୂଷଣ ସମସ୍ୟା ମଧ୍ୟ ସେତିକି ପୁରୁଣା। ହେଲେ ଏଠାରୁ ବାର୍ଷିକ ସହସ୍ରାଧିକ କୋଟି ଟଙ୍କା ରାଜସ୍ବ ନେଉଥିବା ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦୃଷ୍ଟିକୁ ଏହା ଦୃଶ୍ୟମାନ ହେଉନାହିଁ। କୋଇଲା ଉତ୍ତୋଳନ କରୁଥିବା ଶିଳ୍ପସଂସ୍ଥା କି ଏହାକୁ ବ୍ୟବହାର କରି ବିଦ୍ୟୁତ୍‌ ଉତ୍ପାଦନ କରୁଥିବା ଉଦ୍ୟୋଗଗୁଡ଼ିକ ପକ୍ଷରୁ ଏହାର ନିରାକରଣ ଦିଗରେ ସେପରି ଦୃଢ଼ ପଦକ୍ଷେପ ନିଆଯାଉ ନାହିଁ। ଏହି କାରଣରୁ ତାଳଚେରର ମାଟି, ପାଣି ଓ ପବନ ପ୍ରଦୂଷିତ ହୋଇଚାଲିଛି। ବିଶେଷକରି ସହର ଦେଇ ଯାଇଥିବା ୫୩ ନମ୍ବର ଜାତୀୟ ରାଜପଥରେ ଦୈନିକ ହଜାର ହଜାର କୋଇଲା ବୋଝେଇ ଟ୍ରକ୍‌ ଯାତାୟାତ କରୁଥିଲେ ମଧ୍ୟ ଉଡ଼ୁଥିବା କୋଇଲା ଗୁଣ୍ଡ ଓ ଧୂଳି ରୋକିବାକୁ ପାଣି ସିଞ୍ଚନ କରାଯାଉ ନାହିଁ। ରାଜପଥ ମରାମତି ନିମନ୍ତେ ପଦକ୍ଷେପ ନିଆଯାଉ ନାହିଁ। ଶିଳ୍ପଗୁଡ଼ିକରେ କୋଇଲା ପାଉଁଶ ପରିଚାଳନା ଠିକ୍‌ ଭାବେ ହେଉ ନାହିଁ। ଫଳରେ ସବର୍ଦା କୁହୁଡ଼ି ପରି ଧୂଳି ଓ ଧୂଆଁଳିଆ ପରିବେଶ ତାଳଚେର ବାୟୁମଣ୍ଡଳକୁ ଆଚ୍ଛାଦିତ କରି ରଖୁଛି। ଖରାଦିନେ ଧୂଳି ଯୋଗୁ ଏହି ରାଜପଥରେ ଯାତାୟାତ କରିବା ଜନସାଧାରଣଙ୍କ ପକ୍ଷେ କଷ୍ଟକର ହୋଇପଡ଼ୁଛି। ସେହିପରି ବର୍ଷାଦିନେ ଆଣ୍ଠୁଏ ଲେଖାଁଏ କାଦୁଅ ରାଜପଥରେ ଭରିଯାଉଛି। ଉଡ଼ୁଥିବା କୋଇଲା ଗୁଣ୍ଡ, ପାଉଁଶ ଓ ଧୂଳି ଯୋଗୁ ଏଠାକାର ଚାଷ ଜମି ପ୍ରଭାବିତ ହୋଇଛି। ସେହିପରି ଶିଳ୍ପଗୁଡ଼ିକର ପାଉଁଶ ପାଣି ବିଭିନ୍ନ ଜଳସ୍ରୋତରେ ମିଶୁଥିବାରୁ ତାଳଚେରର ନଦୀ ନାଳ ଜଳ ଦୂଷିତ ହୋଇଚାଲିଛି। ଦୀର୍ଘବର୍ଷ ଧରି ଏପରି ସମସ୍ୟା ଯୋଗୁ ଏଠାକାର ୫୦ରୁ ୬୦ ପ୍ରତିଶତ ଲୋକ ଶ୍ୱାସଜନିତ ରୋଗ ଭୋଗୁଛନ୍ତି। ଅନେକ ଲୋକଙ୍କ ଜୀବନ ମଧ୍ୟ ଗଲାଣି। ତେଣୁ ଏଥିରୁ ବର୍ତ୍ତିବା ପାଇଁ ଅଧିକାଂଶ ଲୋକ ଘରେ ମଧ୍ୟ ମାସ୍କ ପିନ୍ଧିବାକୁ ବାଧ୍ୟ ହେଉଛନ୍ତି। ତାଳଚେରରେ ଏପରି ସ୍ଥିତି ସତ୍ତ୍ୱେ ପ୍ରଶାସନ, ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ଏମ୍‌ସିଏଲ୍‌ ପକ୍ଷରୁ ସମସ୍ୟାର ସମାଧାନ ନିମନ୍ତେ ଦୃଢ଼ ପଦକ୍ଷେପ ନିଆଯାଉ ନାହିଁ। ଜନପ୍ରତିନିଧିମାନେ ମଧ୍ୟ ନୀରବତା ଅବଲମ୍ବନ କରିଚାଲିଛନ୍ତି। ପ୍ରଦୂଷଣର ପ୍ରତିକାର ପାଇଁ ୨୦୧୩ ମେ ୧୬ରେ ଆଡିଶନାଲ ଚିଫ୍‌ ସେକ୍ରେଟାରି ଫାଇନାନ୍ସଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱରଠାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଅନୁଗୋଳ, ତାଳଚେର, ଝାରସୁଗୁଡା, ସମ୍ବଲପୁର, ସୁନ୍ଦରଗଡ ଓ ସୁକିନ୍ଦାରେ ବାୟୋପାର୍କ ନିର୍ମାଣ କରାଯିବାକୁ ସ୍ଥିର କରାଯାଇଥିଲା। ହେଲେ ପ୍ରଶାସନ ଓ ଜନପ୍ରତିନିଧିମାନଙ୍କ ଆନ୍ତରିକତା ଅଭାବରୁ ଉକ୍ତ ନିଷ୍ପତ୍ତି ଅଦ୍ୟାବଧି କାର୍ଯ୍ୟକାରୀ ହୋଇପାରିଲା ନାହିଁ। ଏ ନେଇ ତାଳଚେରବାସୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧିପାଇବାରେ ଲାଗିଛି। ଏକ ଉଚ୍ଚସ୍ତରୀୟ କମିଟି ଦ୍ୱାରା ସ୍ଥିତି ଅନୁଧ୍ୟାନ କରାଯାଇ ପ୍ରଦୂଷଣର ନିରାକରଣ ଦିଗରେ ଏକ ମାଷ୍ଟର ପ୍ଲାନ କରାଯିବାକୁ ତାଳଚେରବାସୀ ଦାବି କରିଛନ୍ତି।
ସ୍ଥାୟୀ ପ୍ରତିକାର ନ ହେଲେ ଭୟଙ୍କର ସ୍ଥିତି
ପ୍ରଶାସନିକ ଅଧିକାରୀମାନେ ନୈତିକ ଦାୟିତ୍ୱ ପାଳନ କରୁ ନ ଥିବାରୁ ପ୍ରଦୂଷଣ ସମସ୍ୟା ବଢ଼ି ଚାଲିଛି। ବାରମ୍ବାର ଦୃଷ୍ଟି ଆକର୍ଷଣ କରାଯାଉଥିବା ସତ୍ତ୍ୱେ ଏ ଦିଗରେ ଉପଯୁକ୍ତ ପଦକ୍ଷେପ ନିଆଯାଉ ନାହିଁ। ସ୍ଥାୟୀ ପ୍ରତିକାର ବ୍ୟବସ୍ଥା କରା ନ ଗଲେ ଆଗାମୀ ଦିନରେ ପ୍ରଦୂଷଣ ଜନିତ ପରିସ୍ଥିତି ଭୟଙ୍କର ହେବା ଆଶଙ୍କା କରାଯାଉଛି।
-ନିମାଇଁ ପ୍ରଧାନ, ଶିକ୍ଷାବିତ୍‌, ତାଳଚେର
ନୀରବତା ବୁଝାପଡ଼ୁନି
ତାଳଚେରରେ ପ୍ରଦୂଷଣ ଧୀରେ ଧୀରେ ନିୟନ୍ତ୍ରଣ ବାହାରକୁ ଯିବାରେ ଲାଗିଛି। ଏହାର ପ୍ରଭାବରେ ଏଠାକାର ଅଧିକାଂଶ ଲୋକ ବିଭିନ୍ନ ଶ୍ୱାସଜନିତ ରୋଗରେ ପୀଡ଼ିତ ହେଉଛନ୍ତି। ଟିବି, ଆଜମା, ବ୍ରୋଙ୍କାଇଟିସ ରୋଗ ଜୀବନ ନେବା ଆରମ୍ଭ କରିଛି। ତଥାପି ପ୍ରଶାସନ, ଜନ ପ୍ରତିନିଧି, ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓ ଶିଳ୍ପସଂସ୍ଥା କର୍ତ୍ତୃପକ୍ଷ ନୀରବ ରହିଛନ୍ତି।
-ଜ୍ୟୋତିର୍ମୟୀ ସାହୁ, ସଭାପତି, ପ୍ରଗତି ଅନୁଷ୍ଠାନ
ବଞ୍ଚିବାର ଅଧିକାର ଉଲ୍ଲଂଘନ ହେଉଛି
କୋଇଲା ଗୁଣ୍ଡ ଓ କୋଇଲା ପାଉଁଶ ଯୋଗୁ ତାଳଚେରର ମାଟି, ପାଣି, ପବନ ପ୍ରଦୂଷିତ ହୋଇ ଚାଲିଛି। ଏହାର ନିରାକରଣ ଦିଗରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ଆନ୍ତରିକତା ନାହିଁ। ଏଠିକାର ଜନସାଧାରଣଙ୍କ ବଞ୍ଚିବାର ଅଧିକାର ଉଲ୍ଲଂଘନ ହେଉଛି। ତାଳଚେରର ନିରନ୍ତର ଉନ୍ନତି ପାଇଁ ଆକ୍ସନପ୍ଲାନ କରାଯାଇ ପ୍ରଦୂଷଣ ମୁକ୍ତ ଦିଗରେ ପଦକ୍ଷେପ ଜରୁରୀ।
-ବାଉରିବନ୍ଧୁ ବେଜ, ପରିବେଶବିତ୍‌
ଶିଳ୍ପାନୁଷ୍ଠାନଗୁଡ଼ିକ ଗୁରୁଦାୟିତ୍ୱ ବୋଲି ଭାବନ୍ତୁ
ଦୀର୍ଘବର୍ଷ ହେଲା ତାଳଚେରରେ ପ୍ରଦୂଷଣ ସମସ୍ୟା ଲାଗି ରହିଛି। ଶିଳ୍ପାନୁଷ୍ଠାନ ଗୁଡ଼ିକ ନିଜର ଗୁରୁଦାୟିତ୍ୱ ଭାବି ଏହାର ସମାଧାନ କରିବା ଜରୁରୀ। ନୂତନ ଜ୍ଞାନକୌଶଳ ବ୍ୟବହାର କରାଯାଇ ପ୍ରଦୂଷଣସ୍ତର ହ୍ରାସ କରାଯିବା ଅତ୍ୟନ୍ତ ଆବଶ୍ୟକ। ନଚେତ ଆଗାମୀ ଦିନରେ ଏହା ଆହୁରି ବୃଦ୍ଧି ପାଇବ।
-ବିଶ୍ୱରଞ୍ଜନ ରଥ, ଉପଜିଲାପାଳ, ତାଳଚେର


Enter your email to get our daily news in your inbox.

All Right Reserved By Dharitri.Com

ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗକୁ ଧରିଲା ବଲାଙ୍ଗୀର ପୋଲିସ: ଦେଶୀ ବନ୍ଧୁକ, ବାଇକ୍‌ ଜବତ

ବଲାଙ୍ଗୀର,୨୭।୧୨(ସୁନିଲ ମହାନ୍ତି): ବଲାଙ୍ଗୀର ଟାଉନ ଥାନା ପୋଲିସଏକ ସ୍ବତନ୍ତ୍ର ଟିମ୍‌ ଶନିବାର ଏକ ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗକୁ ଧରିଛି l ଏ ନେଇ ବଲାଙ୍ଗୀର ଏସ୍‌ପି...

ଅଧା ଭଙ୍ଗା ଘରେ କଟୁଛି ଓକିଲଙ୍କ ଜୀବନ

ଚକାପାଦ,୨୭ା୧୨(ପ୍ରତାପ କିଶୋର ବେହେରା): ଚକାପାଦ ବ୍ଲକ୍‌ ଅନ୍ତର୍ଗତ ବପଲମେଣ୍ଡି(ଲା) ଡେଲିପଙ୍ଗା ଗ୍ରାମର ଓକିଲ ଡିଗାଲ (୬୫)ଙ୍କ ୨ ପୁଅ ନିଜ ନିଜ ସଂସାରକୁ ନେଇ ଚଳୁଛନ୍ତି।...

ରାସ୍ତାରେ ଟ୍ରକ୍‌ ରଖି ଶୌଚ ପାଇଁ ଯାଇଥିଲେ ଡ୍ରାଇଭର, ଆପଣା ଛାଏଁ ପଛକୁ ପଛ ଗଡ଼ି…

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଦେଇ ଯାଇଥିବା ଗୋପାଳପୁର-ରାଇପୁରକୁ ସଂଯୋଗ କରୁଥିବା ୫୯ ନଂ ଜାତୀୟ ରାଜପଥର ସିମନବାଡ଼ି ନିକଟ ଟୋଲ୍‌ ଗେଟ୍‌ ନିକଟରେ...

ଭାଜପା ଦାରିଙ୍ଗବାଡ଼ି ମଣ୍ଡଳରେ ନୂଆ କର୍ମକର୍ତ୍ତା: ରାଜନୀତିକୁ ଆସୁଛନ୍ତି ଶିକ୍ଷିତ, ସ୍ବୟଂସେବକ

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): ବିଭିନ୍ନ ଦଳରେ ଉଚ୍ଚ ଶିକ୍ଷିତ ଯୁବଗୋଷ୍ଠୀ ରାଜନୀତିକୁ ଆସିବା ଦେଖିବାକୁ ମିଳିଛି। ଏହି କ୍ରମରେ ରାଜ୍ୟ ଓ କେନ୍ଦ୍ରରେ ଶାସନ କରୁଥିବା ଭାଜପା...

ଗୁଲୁଆ-ବର୍ଷା: ଶ୍ୱଶୁରଙ୍କୁ କାନ୍ଦି କାନ୍ଦି ନେହୁରା ହେଉଛନ୍ତି ବର୍ଷା, ଭାଇରାଲ ହେଉଛି ଅଡିଓ…

ଭୁବନେଶ୍ୱର,୨୭।୧୨:ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି। ଅଲଗା...

ଓମ୍‌ସାର ଆନ୍ଦୋଳନ ଆଜି ବି ଜାରି: ଆଉଟ୍‌ଡୋରରେ ଘଣ୍ଟାଏ ରୋଗୀସେବା ବନ୍ଦ

ଛତ୍ରପୁର,୨୭ା୧୨(ଦିଲ୍ଲୀପ ସାମଲ): ସାରା ରାଜ୍ୟରେ ମଞ୍ଜୁରୀପ୍ରାପ୍ତ ପଦ ଅପେକ୍ଷା ପାଖାପାଖି ଅଧାରୁ ଅଧିକ ଡାକ୍ତର ପଦବୀ ଖାଲି ରହିଛି। ଏହି ପଦବୀ ସବୁ ପୂରଣ କରିବା...

ବର୍ଷା-ଗୁଲୁଆଙ୍କୁ ନେଇ ମୁହଁ ଖୋଲିଲେ ସାଙ୍ଗ, କହୁକହୁ କହିଦେଲେ ଭିତିରି କଥା…

ଭୁବନେଶ୍ୱର,୨୭ା୧୨: ଥମୁନି ୟୁଟ୍ୟୁବର ଦମ୍ପତି ତଥା କମେଡିଆନ ଗୁଲୁଆ-ବର୍ଷାଙ୍କ ବିବାଦ। ତାଙ୍କ ସହ ଅତି ନିକଟତର ଥିବା ଜଣଙ୍କ ପରେ ଜଣେ ବ୍ୟକ୍ତି ମିଡିଆ ସାମ୍ନାକୁ...

୫ ଶ୍ରେଣୀ ଛାତ୍ରୀଙ୍କୁ ଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ: ବାନ୍ଧିଲା ପୋଲିସ

ବାରିପଦା,୨୭ା୧୨: ଜଣେ ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଗିରଫ ହୋଇଛନ୍ତି ଜଣେ ଶିକ୍ଷକ। ଏପରି ଏକ ନିନ୍ଦନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲା-ଝାରପୋଖରିଆ ଥାନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri