ସକାଳୁ ଉଠିଲେ ପାଣି ପାଇଁ ସଂଘର୍ଷ: ୩୦ ପରିବାରକୁ ଗୋଟିଏ ନଳକୂପ

ଦାରିଙ୍ଗବାଡି, ୫/୧୨ (ଅରୁଣ ସାହୁ): ଭୋର ଉଠିଲେ ପିଇବା ଓ ବ୍ୟବହାର କରିବାକୁ ପାଣି ପାଇଁ ସଂଘର୍ଷ କରିବାକୁ ପଡୁଛି। ଦିନେ କି ୨ ଦିନ ନୁହଁ ବର୍ଷ ବର୍ଷ ଧରି ପିଇବା ପାଣି ପାଇଁ ଗୋଟିଏ ନଳକୂପ ହିଁ ଭରସା ପୁଣି ଲମ୍ବା ଧାଡ଼ିରେ ଠିଆ ହୋଇ ପାଣି ସଂଗ୍ରହ ନ କଲେ କିଛି ସମୟ ପରେ ଗୋଳି ପାଣି ବାହାରୁଛି। ଫଳରେ ଚିନ୍ତା ବଢୁଛି ଏଭଳି ଘଟଣା ଦାରିଙ୍ଗବାଡି ବ୍ଲକ ସିମନବାଡି ପଞ୍ଚାୟତ କୁମ୍ଭାରସାହି ରେ ଦେଖିବାକୁ ମିଳିଛି।
ପ୍ରକାଶ ଯେ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ମାତ୍ର ୩ ଶହ ମିଟର ଦୂରତା ରେ ରହିଛି ଏହି କୁମ୍ଭାରସାହି । ପଞ୍ଚାୟତ କାର୍ଯ୍ୟାଳୟଠାରୁ ଏହି ସାହିକୁ ସଂଯୋଗ କରୁଥିବା ପଞ୍ଚାୟତ ରାସ୍ତା ଦୀର୍ଘ ବର୍ଷ ଧରି ମରଣଯନ୍ତା ପାଲଟିଥିବା ବେଳେ ସାହିରେ ରହିଥିବା ଅଙ୍ଗନାୱାଡି କେନ୍ଦ୍ର କୁ ମଧ୍ୟ ଭଲ ସବୁଦିନିଆ ରାସ୍ତା ଟିଏ ନାହିଁ ସେହିପରି ସବୁଠାରୁ ବଡ଼ ସମସ୍ୟା କହିଲେ ଗୋଟିଏ ନଳକୂପ ରହିଛି। ଯେଉଁଠି ଲୁହାଯୁକ୍ତ ପାଣି ଓ ନଳକୂପ କିଛି ସମୟ ପାଣି ବାହାରିବା ପରେ ଗୋଳିଆ ପାଣି ବାହାରୁଛି। ଫଳରେ ଲୋକ ବାଧ୍ୟ ହୋଇ ଗାଁ ବାହାରେ ରହିଥିବା ଚୁଆରୁ ପାଣି ବୋହି ଆଣି ପିଉଛନ୍ତି।
ସେହିପରି ଲମ୍ବା ଧାଡି ପାଇଁ ମହିଳା ମହିଳାଙ୍କ ମଧ୍ୟରେ ପାଣି ପାଇଁ ନଳକୂପ ନିକଟରେ ଏକାଧିକ ଥର ଝଗଡା ସୃଷ୍ଟି ହେଉଥିବା କହିଛନ୍ତି ଖୋଦ ମହିଳାମାନେ। ଗାଁକୁ ବସୁଧା ଯୋଜନାରେ ପାଣି ପାଇପ ବିଛାଯାଇଛି। କିନ୍ତୁ ଏହା କରାଯିବାର ୧୦ ବର୍ଷ ବିତିଯାଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ପାଣି ଟୋପାଏ ଆସୁନଥିବା ସାହି ବାସିନ୍ଦା ଅଭିଯୋଗ କରିଛନ୍ତି। ଏନେଇ ଗାଁର ବରୁଣ ବେହେରା, ସୁରୁଚି ବେହେରା, ରାଜଲଷ୍ମୀ ବେହେରା, କୃଷ୍ଣ ଚନ୍ଦ୍ର ବେହେରା ପ୍ରମୁଖ ଅଭିଯୋଗ କରିଛନ୍ତି।

ସେହିପରି ଅଙ୍ଗନୱାଡିକୁ ସବୁଦିନିଆ ରାସ୍ତା ସହ ପିଇବାପାଣି ଓ ବିଦ୍ୟୁତ ସଂଯୋଗ ବ୍ୟବସ୍ଥା ସମେତ ସାହିରେ ପିଇବା ପାଣି ବ୍ୟବସ୍ଥା କରାଯିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ନହେଲେ ଆଗାମୀ ଦିନରେ ରାଜରାସ୍ତାକୁ ଓଲ୍ହାଇବାକୁ ସାହି ଲୋକ ଚେତାବନୀ ଦେଇଛନ୍ତି। ଏନେଇ ବିଡ଼ିଓ ପ୍ରୀତିରଞ୍ଜନ ରଥ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଏହି ସବୁ ସମସ୍ୟାର ଶୀଘ୍ର ସମାଧାନ କରାଯିବ ବୋଲି ସେ କହିଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଭାରତର ୭ ବଡ଼ ବ୍ୟବସାୟୀ ଟ୍ରମ୍ପଙ୍କ ସହ କରିବେ ଡିନର୍‌, ଶକ୍ତି ପ୍ରଦର୍ଶନ କରିବ ଭାରତ

ନୂଆଦିଲ୍ଲୀ,୨୧।୧: ଡାଭୋସରେ ଚାଲିଥିବା ବିଶ୍ୱ ଅର୍ଥନୈତିକ ଫୋରମ (WEF) ସମୟରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅନେକ ବଡ଼ ଭାରତୀୟ ବ୍ୟବସାୟୀଙ୍କୁ ଭେଟିବେ। NDTV ଅନୁଯାୟୀ,...

ଇତିହାସ ରଚିଲା ‘ଭେରୋନିକା’: ବିଶ୍ୱର ପ୍ରଥମ ଗାଈ ଭାବେ କଲା ଏପରି କାରନାମା

ପଶୁ ଜଗତର ବୁଦ୍ଧିମତାକୁ ନେଇ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଛି। ଅଷ୍ଟ୍ରିଆର ‘ଭେରୋନିକା’ ନାମକ ଏକ ଗାଈ ନିଜର ଚତୁରତା ପାଇଁ ଏବେ ସାରା...

ଅରବିନ୍ଦ ମହାପାତ୍ରଙ୍କ ନିଲମ୍ବନ ନେଇ ମୁହଁ ଖୋଲିଲେ ନବୀନ, ନୂଆ ମୁଖିଆ….

ଭୁବନେଶ୍ୱର,୨୧।୧:  ଅରବିନ୍ଦ ମହାପାତ୍ରଙ୍କ ନିଲମ୍ବନ ଉପରେ ମୁହଁ ଖୋଲିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ତେବେ କାହିଁକି ବିଜୁ ଜନତା ଦଳରୁ ଅରବିନ୍ଦଙ୍କୁ ନିଲମ୍ବନ...

୧୮ରୁ ୫୫ ବର୍ଷୀୟ ଏହି ମହିଳାମାନଙ୍କୁ ସରକାର ଦେବେ ୫୦୦୦ ଟଙ୍କା, ଯୋଜନାର ଲାଭ କିପରି ନେବେ ଜାଣି ରଖନ୍ତୁ…

ନୂଆଦିଲ୍ଲୀ,୨୧।୧: ଭାରତ ସରକାର ଦେଶର ନାଗରିକଙ୍କ ପାଇଁ ଅନେକ କଲ୍ୟାଣକାରୀ ଯୋଜନା ଚଳାଇଛନ୍ତି। ଏହି ଯୋଜନାଗୁଡ଼ିକ ମଧ୍ୟରୁ ଏକ ଗୁରୁତ୍ୱପୂର୍ଣ୍ଣ ଯୋଜନା ହେଉଛି ପ୍ରଧାନମନ୍ତ୍ରୀ ମାତୃ...

ବରଗଡ଼ରେ ପୁଣି କଫ ସିରପ କାରବାର: ୭୬ ହଜାରରୁ ଅଧିକ ଟଙ୍କା ଜବତ ସହ…

ବରଗଡ଼,୨୧ା୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ପୋଲସ ବୁଧବାର ୫୦୫୦ବୋତଲ କଫ୍‌ ସିରପ୍‌ ଜବତ କରିଛି। ଏଥିରେ ସମ୍ପୃକ୍ତ ୬ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିବାବେଳେ...

BCBକୁ ଆଉ ଗୋଟିଏ ଦିନ ସମୟ ଦେଇଛି ICC, ଯଦି ବାଂଲାଦେଶ ଟି-୨୦ ବିଶ୍ୱକପ ପାଇଁ ଭାରତ ନ ଆସେ ତେବେ…

ନୂଆଦିଲ୍ଲୀ,୨୧।୧: ୨୦୨୬ ଟି୨୦ ବିଶ୍ୱକପ ପାଇଁ ବାଂଲାଦେଶ ଦଳ ଭାରତ ଯାତ୍ରା କରିବ କି ନାହିଁ ସେ ବିଷୟରେ ଏପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ନିଷ୍ପତ୍ତି ହୋଇନାହିଁ।...

ଯୁବକଙ୍କୁ ହଜି ଯାଇଥିବା ଫୋନ୍‌ ଫେରାଇଲେ ଏମ୍‌ପିଙ୍କ ପିଏ

ରାୟଗଡ଼ା,୨୧ା୧(ଆଶିଷ ରଞ୍ଜନ ପଣ୍ଡା): କୋରାପୁଟ ଏମ୍‌ପିଙ୍କ ପିଏ ବାପି ପଟ୍ଟନାୟକ ଜଣେ ଯୁବକଙ୍କ ହଜି ଯାଇଥିବା ମୋବାଇଲ ଫେରାଇ ମାନବିକତାର ପରିଚୟ ଦେଖାଇଛନ୍ତି। ସୂଚନା ମୁତାବକ...

ଝିଅର ଜୀବନ ବଞ୍ଚାଇବାକୁ ଏମିତି ଅପିଲ କଲେ ମହିଳା ପ୍ରଶଂସକ, ଭିଡିଓ ହେଉଛି ଭାଇରାଲ

ନୂଆଦିଲ୍ଲୀ,୨୧।୧: ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଛି ଯେଉଁଥିରେ ଜଣେ ମହିଳା ସୁରକ୍ଷା ଭାଙ୍ଗୁଥିବା ଏବଂ ପୂର୍ବତନ ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କ ପାଖକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri