ପାଳି କରି ଷ୍ଟ୍ରଙ୍ଗରୁମ୍‌ ଜଗୁଛନ୍ତି ଭାଜପା କର୍ମୀ

କେନ୍ଦୁଝର, ୩୧।୫(ନରେଶ ଚନ୍ଦ୍ର ପଟ୍ଟନାୟକ): ମତଦାନ ଶେଷ ହୋଇଛି। ଇଭିଏମ୍‌ରେ ବନ୍ଦ ରହିଛି ପ୍ରାର୍ଥୀଙ୍କ ଭାଗ୍ୟ। ଜୁନ ୪ ତାରିଖ ଫଳାଫଳକୁ ଅପେକ୍ଷା। ହେଲେ କେଉଁ ଦଳର ପ୍ରାର୍ଥୀ ବିଜୟୀ ହେବାର ସମ୍ଭାବନା ରହିଛି, କେତେ ଭୋଟ ବ୍ୟବଧାନ ରହିବ, କେଉଁଠୁ କେତେ ଭୋଟ ଆସିବ ଏହି ସବୁକୁ ନେଇ ବିଭିନ୍ନ ଆକଳନ କରାଯାଉଛି। ଗୋଟିଏ ପଟେ ଭୋଟରଙ୍କ ନଜର ଫଳାଫଳ ଉପରେ ରହିଥିବା ବେଳେ ଅନ୍ୟପକ୍ଷେ ଦଳୀୟ କର୍ମୀ ଅଙ୍କକଷାରେ ଲାଗିପଡିଛନ୍ତି। ଏଭଳି ସ୍ଥିତିରେ ଇଭିଏମ୍‌ ମେଶିନଗୁଡିକ ଷ୍ଟ୍ରଙ୍ଗରୁମ୍‌ରେ ପହଞ୍ଚି କଡ଼ା ସୁରକ୍ଷା ମଧ୍ୟରେ ରକ୍ଷାଯାଇଛି। ଷ୍ଟ୍ରଙ୍ଗରୁମ୍‌ ଆଗରେ ସୁରକ୍ଷାବଳ ପଇଁତରା ମାରୁଛନ୍ତି । ସେହିପରି ବିଭିନ୍ନ ଦଳ ପକ୍ଷରୁ ମଧ୍ୟ ଷ୍ଟ୍ରଙ୍ଗରୁମ୍‌ ପ୍ରତି ତୀକ୍ଷଣ ନଜର ରଖାଯାଇଛି । କେତେକ ଦଳର କର୍ମୀମାନେ ଚବିଶ ଘଣ୍ଟା ଷ୍ଟ୍ରଙ୍ଗରୁମ୍‌କୁ ଜଗି ରହିଛନ୍ତି ।

କେନ୍ଦୁଝର ଜିଲା ମୁଖ୍ୟାଳୟରେ ସ୍ଥାନୀୟ ଓଡିଶା ଖଣି ଓ ଯାନ୍ତ୍ରିକ ବିଦ୍ୟାଳୟରେ ଇଭିଏମ୍‌ ମେଶିନ ରଖାଯାଇଛି। ଏଠାରେ କେନ୍ଦୁଝର ଓ ତେଲକୋଇ ନିର୍ବାଚନ ମଣ୍ଡଳୀର ଇଭିଏମ୍‌ ରହିଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସିସିଟିଭି କ୍ୟାମେରା ଷ୍ଟ୍ରଙ୍ଗରୁମ୍‌ ପରିସରରେ ଲଗାଯାଇଛି। ଏହାର ସିଧାସଳଖ ଚିତ୍ର ଦେଖିବା ପାଇଁ ବାହାରେ ଦୁଇଟି ଏଲ୍‌ଇଡିର ବ୍ୟବସ୍ଥା କରାଯାଇଛି।

ହେଲେ ଭାଜପା ଦଳର କର୍ମୀମାନେ ପାଳି କରି ଷ୍ଟ୍ରଙ୍ଗ ରୁମ ଯୋଗୁଛନ୍ତି ବୋଲି ଭାଜପାର ଅଫିସ ସେକ୍ରେଟେରି ପ୍ରକାଶ ସୂତ୍ରଧର କହିଛନ୍ତି। ସେହିପରି ଆନନ୍ଦପୁର ଓ ଚମ୍ପୁଆରେ ମଧ୍ୟ କଡ଼ା ସୁରକ୍ଷା ମଧ୍ୟରେ ଷ୍ଟ୍ରଙ୍ଗ ରୁମରେ ଇଭିଏମ୍‌ ୟେରଖାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ମିଳିନି ୪ମାସର ଭତ୍ତା, ଜିଲାପାଳଙ୍କୁ ଭେଟିଲେ ବୃଦ୍ଧାବୃଦ୍ଧ

ନୟାଗଡ଼,୫।୨(ଲୋକନାଥ ମିଶ୍ର): ୪ମାସ ଧରି ଭତ୍ତା ନ ପାଇବାରୁ ନୟାଗଡ଼ ବ୍ଲକ ବାଲୁଗଁା ଓ ଲାଠିପଡା ଗ୍ରାମର ବୃଦ୍ଧାବୃଦ୍ଧ ବୁଧବାର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିଥିଲେ।…

୬.୬.୬.୬.୬.୬.୬…ମାତ୍ର ୨୦ ବଲ୍‌ରେ ଚମତ୍କାର କଲେ ଇଶାନ

ନୂଆଦିଲ୍ଲୀ,୫।୨: ଆଇସିସି ଟି-୨୦ ବିଶ୍ୱକପ ୨୦୨୬ ପାଇଁ ଟିମ ଇଣ୍ଡିଆ ପ୍ରସ୍ତୁତି ଆରମ୍ଭ କରିଦେଇଛି। ଗତ ୪ ଫେବୃଆରୀ ରାତିରେ ଟି-୨୦ ବିଶ୍ୱକପ ଅଭ୍ୟାସ ମ୍ୟାଚରେ ଟିମ…

ଉଠିଲାଣି ୫୬ ଲକ୍ଷ, ପଡ଼ିରହିଛି ୭ ଲକ୍ଷ କୁଇଣ୍ଟାଲ

ଭବାନୀପାଟଣା,୫ା୨ (ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲାରେ ଚଳିତ ଖରିଫ ଧାନ କିଣା ଆରମ୍ଭରୁ ଅବ୍ୟବସ୍ଥା ଲାଗିରହିଛି। ଧାନ କିଣାକୁ ୨ ମାସରୁ ଊଦ୍ଧର୍‌ବ ସମୟ ବିତିଯାଇଥିଲେ ମଧ୍ୟ…

ଛାତିଥରା…ଦୁଇ ଗାଁରେ 162 ଜଣଙ୍କୁ ହତ୍ୟା

ନୂଆଦିଲ୍ଲୀ,୫।୨: ପଶ୍ଚିମ ନାଇଜେରିଆର ଦୁଇଟି ଗାଁରେ ଆକ୍ରମଣ କରି ସଶସ୍ତ୍ର ଆତଙ୍କବାଦୀମାନେ ଅତି କମରେ ୧୬୨ ଜଣଙ୍କୁ ନିର୍ମମ ଭାବରେ ହତ୍ୟା କରିଛନ୍ତି। ବୁଧବାର ଦିନ ଜଣେ…

ଘର ଭାଙ୍ଗି ଧାନ, ଚାଉଳ ଖାଇଲେ ହାତୀପଲ

ନୂଆପଡ଼ା,୫ା୨ (ମକାରୁ ବେମାଲ):ନୂଆପଡ଼ା ଜିଲା ସୁନାବେଡା ଅଭୟାରଣ୍ୟ ଭିତରେ ବସବାସ କରୁଥିବା ଏକ ଗଁାର ୧୦ରୁ ଊର୍ଦ୍ଧ୍ୱ ଘରକୁ ହାତୀ ଭାଙ୍ଗିଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ…

ମହାନଦୀ ଜଳ ବିବାଦ: ଓଡ଼ିଶା ଚାହୁଁଛି କେନ୍ଦ୍ର ମଧ୍ୟସ୍ଥତା

ଭୁବନେଶ୍ୱର,୫ା୨(ରବିନାରାୟଣ ଜେନା):ମହାନଦୀ ଜଳ ବିବାଦର ସମାଧାନ ପାଇଁ ରାଜ୍ୟ ସରକାର ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି। ଏହା ଟ୍ରିବ୍ୟୁନାଲ ମାଧ୍ୟମରେ ସମାଧାନ ହେବା ସମୟସାପେକ୍ଷ। ତେଣୁ ମଧ୍ୟସ୍ଥ ଜରିଆରେ…

ଜୀବନ ରକ୍ଷା କରିବ ‘ହାର୍ଟଗାର୍ଡ’ ମାସ୍କ, ହୃଦଘାତ ପୂର୍ବରୁ ବାଜିବ ଆଲାର୍ମ

କଟକ,୫।୨(କୁମାରଶ୍ରୀ): ମୁହଁରେ ବନ୍ଧା ଯାଇଥିବା ମାସ୍କ ଜୀବନ ରକ୍ଷା କରିପାରିବ। ସମ୍ପୃକ୍ତ ବ୍ୟକ୍ତିଙ୍କ ହୃଦ୍‌ଘାତ ହେବା ପୂର୍ବରୁ ବାଜିବ ଆଲାର୍ମ। ଶାରୀରିକ ଅସୁସ୍ଥତାକୁ ସୂଚାଇ ମାସ୍କ ଜରିଆରେ…

୨୪ ବର୍ଷ ଦେଶସେବା କରି ଘରକୁ ଫେରିଲେ ଯବାନ: ବାଜବାଣ, ନାଚଗୀତରେ ଦୁଲୁକିଲା ଦାଣ୍ଡ

କେନ୍ଦୁଝର,୪ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ୨୪ ବର୍ଷ ଧରି ଦେଶସେବା କରି ଅବସର ପରେ ଗାଁକୁ ଫେରିଲେ ଯବାନ। ଏଥିପାଇଁ ଗ୍ରାମବାସୀଙ୍କ ମିଳିତ ସହଯୋଗରେ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri