Categories: ଖେଳ

ଟିମ୍‌ ଇଣ୍ଡିଆର ଦମ୍‌ଦାର ବ୍ୟାଟିଂ ଆରମ୍ଭ

ଗୁଆହାଟି,୧୦।୧: ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ର ମଙ୍ଗଳବାର ଗୁଆହାଟିରେ ଖେଳା ଯାଉଥିବା ପ୍ରଥମ ଦିନିକିଆ ମ୍ୟାଚ୍‌ରେ ଶ୍ରୀଲଙ୍କାର ଅଧିନାୟକ ଦସୁନ ଶନକା ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଛନ୍ତି। ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଭାରତ ବ୍ୟାଟିଂ ଆରମ୍ଭ କରିଛି। ୧୦ ଓଭର ଖେଳ ସୁଦ୍ଧା ଟିମ୍‌ ଇଣ୍ଡିଆ ବିନା କୌଣସି ଉଇକେଟ ବିନିମୟରେ ୭୮ ରନ୍‌ କରି ଖେଳ ଜାରି ରଖିଛି।

ଦିନିକିଆ ସିରିଜ ପୂର୍ବରୁ ଟିମ୍‌ ଇଣ୍ଡିଆ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଟି-୨୦ ସିରିଜ ଖେଳିଥିଲା। ସିରିଜକୁ ଦଳ ୨-୧ରେ ଜିତି ନେଇଛି। ହେଲେ ସିରିଜ୍‌ରେ କମାଲ କରିଥିବା ସୂର୍ଯ୍ୟ କୁମାର ଯାଦବଙ୍କୁ ଦିନିକିଆ ମ୍ୟାଚରେ ସୁଯୋଗ ମିଳି ନାହିଁ। ଭାରତ ୩ ଦ୍ରୁତ ବୋଲର ଏବଂ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହ ମୈଦାନକୁ ଓହ୍ଲାଇଛି। ଦଳରେ ୟୁଜି ଚହଲ ଓ ଅକ୍ଷର ପଟେଲ ସ୍ପିନ ଦାୟିତ୍ୱ ସମ୍ଭାଳିବେ। ପୂର୍ବଭଳି ୩ନମ୍ବରରେ ବିରାଟ ବ୍ୟାଟିଂ କରିବେ। ଅନ୍ୟପକ୍ଷେ ଶ୍ରୀଲଙ୍କା ଗୋଟିଏ ପରିବର୍ତ୍ତନ କରିଛି। ମହୀଶ ତୀକଶାନାଙ୍କ ବଦଳରେ ଦୁନିତ ୱେଲ୍ଲାଲାଗେଙ୍କୁ ସୁଯୋଗ ଦିଆଯାଇଛି।

Share