ଚାଷ ଜମିରେ ଶିଳ୍ପକୁ ଜୋରଦାର ବିରୋଧ: ଜିଲାପାଳଙ୍କ ଅଫିସ ସମ୍ମୁଖରେ ବିଶାଳ ବିକ୍ଷୋଭ

କେନ୍ଦୁଝର,୪।୯(ନରେଶ ଚନ୍ଦ୍ର ପଟ୍ଟନାୟକ): ପାଟଣାଠାରେ ହେବାକୁ ଥିବା ପ୍ରସ୍ତାବିତ ଇସ୍ପାତ କାରଖାନା ରଦ୍ଦ କରିବା ଦାବିରେ ଗୁରୁବାର ଜିନ୍ଦଲ-ପୋସ୍କୋ ପ୍ରତିରୋଧ ମଞ୍ଚ ଓ ଅଲ ଇଣ୍ଡିଆ କିଷାନ କ୍ଷେତ ମଜଦୁର ସଂଗଠନ (ଏ.ଆଇ.କେ.କେ.ଏମ.ଏସ) ପକ୍ଷରୁ କେନ୍ଦୁଝର ଜିଲାପାଳଙ୍କ ଅଫିସ ସମ୍ମୁଖରେ ଏକ ବିଶାଳ ବିକ୍ଷୋଭ ହୋଇଯାଇଛି। ଏହି ମଞ୍ଚ ନେତୃତ୍ୱରେ ହଜାର ହଜାର ଚାଷୀ, ମହିଳା, ଛାତ୍ର ଓ ଯୁବକ କେନ୍ଦୁଝର କରଞ୍ଜିଆ ବସଷ୍ଟାଣ୍ଡ୍‌ଠାରୁ ହାତରେ ପ୍ଲାକାର୍ଡ ଧରି ଜିନ୍ଦଲ ପୋସ୍କୋ ହଟାଅ ଭିଟାମାଟି ବଞ୍ଚାଅ, ଚାଷ ଜମିରେ ଶିଳ୍ପ ପ୍ରତିଷ୍ଠା ବନ୍ଦ କର ଆଦି ସ୍ଲୋଗାନ ଦେଇ ଜିଲାପାଳ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ବିକ୍ଷୋଭସ୍ଥଳରେ ପ୍ରତିରୋଧ ମଞ୍ଚର ସଭାପତି କମ୍ରେଡ ଘନଶ୍ୟାମ ମହାନ୍ତଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ଏସ.ୟୁ.ସି.ଆଇ(କମ୍ୟୁନିଷ୍ଟ)ର ପୂର୍ବତନ ବିଧାୟକ କମ୍ରେଡ ଶମ୍ଭୁନାଥ ନାଏକ ଯୋଗଦେଇ ଚାଷ ଜମିରେ ଶିଳ୍ପ ପ୍ରତିଷ୍ଠାକୁ ଦୃଢ଼ଭାବେ ବିରୋଧ କରିଥିଲେ।

ଏହା ସହିତ ଡବଲ ଇଞ୍ଜିନ ଭାଜପା ସରକାରଙ୍କ କର୍ପୋରେଟ ପ୍ରୀତିନୀତିକୁ ସମାଲୋଚନା କରିବା ସହ ସରକାରଙ୍କ ଶ୍ରମିକ ଓ ଚାଷୀମାରଣ ନୀତି ବିରୋଧରେ ଦୀର୍ଘସ୍ଥାୟୀ ଗଣ ଆନ୍ଦୋଳନ ଗଢ଼ିତୋଳିବା ପାଇଁ ଉପସ୍ଥିତ ଜନସାଧାରଣଙ୍କୁ ଆହ୍ବାନ କରିଥିଲେ। ଏହି ବିକ୍ଷୋଭ ସମାବେଶରେ ଅଲଇଣ୍ଡିଆ କିଷାନ କ୍ଷେତ ମଜଦୁର ସଂଗଠନର ରାଜ୍ୟ ସଂପାଦକ ତଥା ପ୍ରତିରୋଧ ମଞ୍ଚର ଉପଦେଷ୍ଟା କମ୍ରେଡ ରଘୁନାଥ ଦାସ ଯୋଗ ଦେଇ ବେକାରି ସମସ୍ୟା ସମାଧାନ ପାଇଁ ନିଯୁକ୍ତି ଭିତ୍ତିକ ଶିଳ୍ପ କଳକାରଖାନା ସରକାରୀ ଉଦ୍ୟୋଗରେ କରାଯିବା ଆବଶ୍ୟକ କହିଥିଲେ। ଏଥିପାଇଁ କେନ୍ଦୁଝର ଜିଲାରେ ସରକାରଙ୍କ ହାତରେ ୩ ହଜାରୁ ଅଧିକ ଏକର ଜମି ବାଂଶପାଳ ବ୍ଲକର ତରମାକାନ୍ତ ଠାରେ ଅଛି। ଏହାଛଡା ଲୁହାପଥର ଖଣି ସଂଲଗ୍ନ ଅଞ୍ଚଳରେ ପର୍ଯ୍ୟାପ୍ତ ପରିମାଣର ସରକାରୀ ଜମି ରହିଛି । ସରକାର ସେଠାରେ କଳକାରଖାନା ନକରି ହଜାର ହଜାର ଲୋକଙ୍କୁ ବିସ୍ତାପିତ କରି ଉର୍ବର ଚାଷ ଜମିକୁ ବଳପୂର୍ବକ ଅଧିଗ୍ରହଣ କରି କମ୍ପାନୀମାନଙ୍କୁ ଟେକିଦେବା ପାଇଁ କାହିଁକି ଯୋଜନା କରୁଛନ୍ତି ବୋଲି କମ୍ରେଡ ଦାସ ପ୍ରଶ୍ନ ଉଠାଇଛନ୍ତି ?
ଚାଷ ଜମି ଅଧିଗ୍ରହଣ ବନ୍ଦ କରିବା ସହ ଜିନ୍ଦଲ ଓ ପୋସ୍କୋ ସହ ହୋଇଥିବା ଏମ.ଓ.ୟୁକୁ ତୁରନ୍ତ ରଦ୍ଦ କରିବା ଏବଂ ସରକାରୀ ଉଦ୍ୟୋଗରେ ଶ୍ରମ ଭିଭିକ ଓ ଖଣି ସଂଲଗ୍ନ ଅଞ୍ଚଳରେ ଇସ୍ପାତ ଶିଳ୍ପ ପ୍ରତିଷ୍ଠା ପାଇଁ କମ୍ରେଡ ଦାସ
ଗୁରୁତ୍ୱାରୋପ କରିଛନ୍ତି।
ଏହି ବିକ୍ଷୋଭ ସଭାରେ ଜିନ୍ଦଲ-ପୋସ୍କୋ ପ୍ରତିରୋଧ ମଞ୍ଚର ସମ୍ପାଦକ କମ୍ରେଡ ବେଣୁଧର ସର୍ଦାର, ଉପସଭାପତି ସରୋଜ କୁମାର ସିଂହ, ପ୍ରକାଶ ମଲ୍ଲିକ, ରବିନ୍ଦ୍ର କୁମାର ମହାନ୍ତ ସେମାନଙ୍କ ବକ୍ତବ୍ୟରେ ରକ୍ତ ଦେବୁପଛେ ଭିଟ୍ଟାମାଟି ଛାଡିବୁ ନାହିଁ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଇନ୍ଦ୍ରମଣି ମହାନ୍ତ, ନିର୍ମଳା ନାଏକ, ଶତ୍ରୁଘ୍ନ ନାଏକ, ତ୍ରିଲୋଚନ ମହାନ୍ତ, ଲାଲମୋହନ ନାଏକ, ଲୋକନାଥ ପାତ୍ର, ଭୁବନାନନ୍ଦ ସର୍ଦାର, ବେଣୁଧର ନହରା, ମନରଞ୍ଜନ ମହାନ୍ତ, ରଘୁନାଥ ନାଏକ, ନେତ୍ରାନନ୍ଦ ନାଏକ, ଇଶର ଚନ୍ଦ୍ର ମହାନ୍ତ, ଗଣେଶର ନାଏକ, ଲକ୍ଷ୍ମୀପ୍ରିୟା ମହାନ୍ତ, ରାମଚନ୍ଦ୍ର ମହାନ୍ତ, ଚନ୍ଦ୍ରଭାନୁ ମହାନ୍ତ, କୌଳାସ ଚନ୍ଦ୍ର ମହାନ୍ତ, ବିମ୍ବାଧର ମହାନ୍ତ ଓ ମଙ୍ଗୁଳି ନାଏକ ପ୍ରମୁଖ ସେମାନଙ୍କ ବକ୍ତବ୍ୟରେ କୌଣସି ପରିସ୍ଥିତିରେ ଭିଟାମାଟି ଓ ଚାଷଜମି ଛାଡିବୁ ନାହିଁ ଓ ଆବଶ୍ୟକ ହେଲେ ନିଜର ଜୀବନ ବିସର୍ଜନ କରିବାକୁ ପଛଘୁଞ୍ଚା ଦେବୁନାହୁଁ ବୋଲି ବଜ୍ର
ଶପଥ ନେଇଥିଲେ।
କମ୍ରେଡ ପ୍ରକାଶ ମଲ୍ଲିକଙ୍କ ନେତୃତ୍ୱରେ, ବେଣୁଧର ସର୍ଦାର, ସରୋଜ କୁମାର ସିଂହ, ଭାଗବତ ମହାନ୍ତ, ଆଇନଜିବୀ ବିଷ୍ଣୁଶର୍ମା ସାହୁଙ୍କୁ ନେଇ ଗଠିତ ଏକ ପ୍ରତିନିଧ ମଣ୍ଡଳୀ ଜିଲାପାଳଙ୍କୁ ଭେଟି ଲିଖ ୩ ଦଫା ଦାବି ସମ୍ବଳିତ ଏକ ସ୍ମାରକପତ୍ର ସହିତ ୧୮ ଟି ଗ୍ରାମର କ୍ଷତିଗ୍ରସ୍ତ ଗ୍ରାମବାସୀମାନଙ୍କ ଦସ୍ତଖତ ପ୍ରଦାନ କରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଅଭିଯୋଗ ଆଣିଲେ ଏମ୍‌ପି:ଦେଶର ଅର୍ଥନୈତିକ ଅଭିବୃଦ୍ଧି ଚିନ୍ତାଜନକ; ଗ୍ରାମୀଣ ବିକାଶକୁ ଅଣଦେଖା, ବଡ଼ ବଡ଼ …

ରାୟଗଡ଼ା,୩୦।୧(ଆଶିଷ ରଞ୍ଜନ ପଣ୍ଡା): ଆର୍ଥିକ ସର୍ବେକ୍ଷଣ ୨୦୨୫-୨୬ ଅନୁସାରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ପ୍ରାୟ ୭% ରହିବାର ପୂର୍ବାନୁମାନ କରାଯାଇଛି। ଯାହା ବିଶ୍ୱସ୍ତରୀୟ ଅନିଶ୍ଚିତତା ସତ୍ୱେ ଦେଶର ସାମଗ୍ରିକ…

ସରକାରଙ୍କ ବଡ଼ ଘୋଷଣା : ଝାରବନ୍ଧ ଓଡ଼ିଶାର ପ୍ରଥମ ଦୁଗ୍ଧ ଗ୍ରାମ; ସମୃଦ୍ଧି, ସଶକ୍ତିକରଣ ସ୍ଥାୟୀ ଗ୍ରାମୀଣ ବିକାଶର…

ବରଗଡ଼, ୩୦।୧( ପ୍ରେମାନନ୍ଦ ଖମାରୀ) – ସାମୁହିକ ପ୍ରଚେଷ୍ଟାରେ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ଦିଗରେ ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଉପାନ୍ତ ଝାରବନ୍ଧ ଦୁଗ୍ଧ…

ଗୁଣପୁର-ବିଷମକଟକ ବିଧାନସଭା ଆସନ ଉପରେ ଭାଜପାର ଫୋକସ୍‌: ପୂର୍ବତନ ଜିଲା ପରିଷଦ ଦମ୍ପତିଙ୍କ ପୁଅ ମିଶିଲେ ଭାଜପାରେ

ରାୟଗଡ଼ା,୩୧।୧(ଆଶିଷ ରଞ୍ଜନ ପଣ୍ଡା): ୨୦୨୪ ସାଧାରଣ ନିର୍ବାଚନ ପରେ ରାଜ୍ୟରେ ଭାଜପା ଏକାକୀ ସରକାର ଗଠନ କରିବା ପରେ ଜିଲାରେ ସକ୍ରିୟ ହୋଇଛନ୍ତି ଭାଜପା କାର୍ଯ୍ୟକର୍ତ୍ତା। ଆଗାମୀ…

YouTube ଏବଂ Instagramରୁ କେମିତି କରିବେ ମୋଟା ଅଙ୍କର ରୋଜଗାର? ସରଳ ଭାଷାରେ ବୁଝନ୍ତୁ…

ନୂଆଦିଲ୍ଲୀ,୩୦।୧:  ଆଜିର ଡିଜିଟାଲ୍ ଯୁଗରେ ଯୁଟ୍ୟୁବ୍ ଓ ଇନ୍‌ଷ୍ଟାଗ୍ରାମ୍ ଅନେକ ଲୋକଙ୍କ ପାଇଁ ମୋଟା ଅଙ୍କର ରୋଜଗାରର ଏକ ମାଧ୍ୟମ ହୋଇଛି। ଏହି ଦୁଇଟି ପ୍ଲାଟଫର୍ମରେ ଆଡ୍ସ…

ଋଷିମାଳରେ କନ୍ଧମାଳ ଜିଲାପାଳ: ବ୍ରାହ୍ମଣୀଗାଁର ବିଭିନ୍ନ ଉନ୍ନୟନ କାର୍ଯ୍ୟ ଦେଖିଲେ

ଦାରିଙ୍ଗବାଡି,୩୦।୧(ଅରୁଣ ସାହୁ): କନ୍ଧମାଳ ଜିଲାପାଳ ବେଦ ଭୂଷଣ ଶୁକ୍ରବାର ଅପରାହ୍ନରେ ହଟାତ ଦାରିଙ୍ଗବାଡି ଗସ୍ତରେ ଆସିଥିଲେ। ସେ ଉକ୍ତ ବ୍ଲକର ଦୁର୍ଗମ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ ହାତୀମୁଣ୍ଡା…

ଗଲା ଗୋଟିଏ ପରେ ଗୋଟିଏ ଜୀବନ: ୫ ମଇଁଷି ମୃତ

ଖଜୁରିପଡ଼ା,୩୦ା୧ ( ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ଅନ୍ତର୍ଗତ ଚାରିପଡ଼ା ଗ୍ରାମରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୫ଟି ମଇଁଷିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ବିଦ୍ୟୁତ୍‌ ଖୁଣ୍ଟରୁ…

ପ୍ରବୋଧନ ତାଲିମ: ୨୯୪ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ…

ଦିଗପହଣ୍ଡି,୩୦ା୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଓଡିଶା ପାଠ୍ୟକ୍ରମ ଆଧାର ବିଦ୍ୟାଳୟ ଶିକ୍ଷା-୨୦୨୫ ଓ ୨୦୨୦ ଜାତୀୟ ଶିକ୍ଷା…

ବନୀକରଣ ପ୍ରକଳ୍ପରୁ ଲୁହାବାଡ଼ ଚୋରି: ବନ ବିଭାଗ ଜାଲରେ ୪ ଅନ୍ତଃଜିଲା ଚୋର

ଥୁଆମୂଳରାମପୁର,୩୦।୧(ଦୁର୍ଗା କୀର୍ତ୍ତି): ସରକାରୀ ସମ୍ପତ୍ତି ଲୁଟ କରିବା ଚୋରଙ୍କୁ ପଡ଼ଲା ମହଙ୍ଗା । କାଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଗୋପାଳପୁର ପଞ୍ଚାୟତସ୍ଥିତ ପାଟଜୋର ଡଙ୍ଗର ବନୀକରଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri