ଚାଷ ଜମିରେ ଶିଳ୍ପକୁ ଜୋରଦାର ବିରୋଧ: ଜିଲାପାଳଙ୍କ ଅଫିସ ସମ୍ମୁଖରେ ବିଶାଳ ବିକ୍ଷୋଭ

କେନ୍ଦୁଝର,୪।୯(ନରେଶ ଚନ୍ଦ୍ର ପଟ୍ଟନାୟକ): ପାଟଣାଠାରେ ହେବାକୁ ଥିବା ପ୍ରସ୍ତାବିତ ଇସ୍ପାତ କାରଖାନା ରଦ୍ଦ କରିବା ଦାବିରେ ଗୁରୁବାର ଜିନ୍ଦଲ-ପୋସ୍କୋ ପ୍ରତିରୋଧ ମଞ୍ଚ ଓ ଅଲ ଇଣ୍ଡିଆ କିଷାନ କ୍ଷେତ ମଜଦୁର ସଂଗଠନ (ଏ.ଆଇ.କେ.କେ.ଏମ.ଏସ) ପକ୍ଷରୁ କେନ୍ଦୁଝର ଜିଲାପାଳଙ୍କ ଅଫିସ ସମ୍ମୁଖରେ ଏକ ବିଶାଳ ବିକ୍ଷୋଭ ହୋଇଯାଇଛି। ଏହି ମଞ୍ଚ ନେତୃତ୍ୱରେ ହଜାର ହଜାର ଚାଷୀ, ମହିଳା, ଛାତ୍ର ଓ ଯୁବକ କେନ୍ଦୁଝର କରଞ୍ଜିଆ ବସଷ୍ଟାଣ୍ଡ୍‌ଠାରୁ ହାତରେ ପ୍ଲାକାର୍ଡ ଧରି ଜିନ୍ଦଲ ପୋସ୍କୋ ହଟାଅ ଭିଟାମାଟି ବଞ୍ଚାଅ, ଚାଷ ଜମିରେ ଶିଳ୍ପ ପ୍ରତିଷ୍ଠା ବନ୍ଦ କର ଆଦି ସ୍ଲୋଗାନ ଦେଇ ଜିଲାପାଳ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ବିକ୍ଷୋଭସ୍ଥଳରେ ପ୍ରତିରୋଧ ମଞ୍ଚର ସଭାପତି କମ୍ରେଡ ଘନଶ୍ୟାମ ମହାନ୍ତଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ଏସ.ୟୁ.ସି.ଆଇ(କମ୍ୟୁନିଷ୍ଟ)ର ପୂର୍ବତନ ବିଧାୟକ କମ୍ରେଡ ଶମ୍ଭୁନାଥ ନାଏକ ଯୋଗଦେଇ ଚାଷ ଜମିରେ ଶିଳ୍ପ ପ୍ରତିଷ୍ଠାକୁ ଦୃଢ଼ଭାବେ ବିରୋଧ କରିଥିଲେ।

ଏହା ସହିତ ଡବଲ ଇଞ୍ଜିନ ଭାଜପା ସରକାରଙ୍କ କର୍ପୋରେଟ ପ୍ରୀତିନୀତିକୁ ସମାଲୋଚନା କରିବା ସହ ସରକାରଙ୍କ ଶ୍ରମିକ ଓ ଚାଷୀମାରଣ ନୀତି ବିରୋଧରେ ଦୀର୍ଘସ୍ଥାୟୀ ଗଣ ଆନ୍ଦୋଳନ ଗଢ଼ିତୋଳିବା ପାଇଁ ଉପସ୍ଥିତ ଜନସାଧାରଣଙ୍କୁ ଆହ୍ବାନ କରିଥିଲେ। ଏହି ବିକ୍ଷୋଭ ସମାବେଶରେ ଅଲଇଣ୍ଡିଆ କିଷାନ କ୍ଷେତ ମଜଦୁର ସଂଗଠନର ରାଜ୍ୟ ସଂପାଦକ ତଥା ପ୍ରତିରୋଧ ମଞ୍ଚର ଉପଦେଷ୍ଟା କମ୍ରେଡ ରଘୁନାଥ ଦାସ ଯୋଗ ଦେଇ ବେକାରି ସମସ୍ୟା ସମାଧାନ ପାଇଁ ନିଯୁକ୍ତି ଭିତ୍ତିକ ଶିଳ୍ପ କଳକାରଖାନା ସରକାରୀ ଉଦ୍ୟୋଗରେ କରାଯିବା ଆବଶ୍ୟକ କହିଥିଲେ। ଏଥିପାଇଁ କେନ୍ଦୁଝର ଜିଲାରେ ସରକାରଙ୍କ ହାତରେ ୩ ହଜାରୁ ଅଧିକ ଏକର ଜମି ବାଂଶପାଳ ବ୍ଲକର ତରମାକାନ୍ତ ଠାରେ ଅଛି। ଏହାଛଡା ଲୁହାପଥର ଖଣି ସଂଲଗ୍ନ ଅଞ୍ଚଳରେ ପର୍ଯ୍ୟାପ୍ତ ପରିମାଣର ସରକାରୀ ଜମି ରହିଛି । ସରକାର ସେଠାରେ କଳକାରଖାନା ନକରି ହଜାର ହଜାର ଲୋକଙ୍କୁ ବିସ୍ତାପିତ କରି ଉର୍ବର ଚାଷ ଜମିକୁ ବଳପୂର୍ବକ ଅଧିଗ୍ରହଣ କରି କମ୍ପାନୀମାନଙ୍କୁ ଟେକିଦେବା ପାଇଁ କାହିଁକି ଯୋଜନା କରୁଛନ୍ତି ବୋଲି କମ୍ରେଡ ଦାସ ପ୍ରଶ୍ନ ଉଠାଇଛନ୍ତି ?
ଚାଷ ଜମି ଅଧିଗ୍ରହଣ ବନ୍ଦ କରିବା ସହ ଜିନ୍ଦଲ ଓ ପୋସ୍କୋ ସହ ହୋଇଥିବା ଏମ.ଓ.ୟୁକୁ ତୁରନ୍ତ ରଦ୍ଦ କରିବା ଏବଂ ସରକାରୀ ଉଦ୍ୟୋଗରେ ଶ୍ରମ ଭିଭିକ ଓ ଖଣି ସଂଲଗ୍ନ ଅଞ୍ଚଳରେ ଇସ୍ପାତ ଶିଳ୍ପ ପ୍ରତିଷ୍ଠା ପାଇଁ କମ୍ରେଡ ଦାସ
ଗୁରୁତ୍ୱାରୋପ କରିଛନ୍ତି।
ଏହି ବିକ୍ଷୋଭ ସଭାରେ ଜିନ୍ଦଲ-ପୋସ୍କୋ ପ୍ରତିରୋଧ ମଞ୍ଚର ସମ୍ପାଦକ କମ୍ରେଡ ବେଣୁଧର ସର୍ଦାର, ଉପସଭାପତି ସରୋଜ କୁମାର ସିଂହ, ପ୍ରକାଶ ମଲ୍ଲିକ, ରବିନ୍ଦ୍ର କୁମାର ମହାନ୍ତ ସେମାନଙ୍କ ବକ୍ତବ୍ୟରେ ରକ୍ତ ଦେବୁପଛେ ଭିଟ୍ଟାମାଟି ଛାଡିବୁ ନାହିଁ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଇନ୍ଦ୍ରମଣି ମହାନ୍ତ, ନିର୍ମଳା ନାଏକ, ଶତ୍ରୁଘ୍ନ ନାଏକ, ତ୍ରିଲୋଚନ ମହାନ୍ତ, ଲାଲମୋହନ ନାଏକ, ଲୋକନାଥ ପାତ୍ର, ଭୁବନାନନ୍ଦ ସର୍ଦାର, ବେଣୁଧର ନହରା, ମନରଞ୍ଜନ ମହାନ୍ତ, ରଘୁନାଥ ନାଏକ, ନେତ୍ରାନନ୍ଦ ନାଏକ, ଇଶର ଚନ୍ଦ୍ର ମହାନ୍ତ, ଗଣେଶର ନାଏକ, ଲକ୍ଷ୍ମୀପ୍ରିୟା ମହାନ୍ତ, ରାମଚନ୍ଦ୍ର ମହାନ୍ତ, ଚନ୍ଦ୍ରଭାନୁ ମହାନ୍ତ, କୌଳାସ ଚନ୍ଦ୍ର ମହାନ୍ତ, ବିମ୍ବାଧର ମହାନ୍ତ ଓ ମଙ୍ଗୁଳି ନାଏକ ପ୍ରମୁଖ ସେମାନଙ୍କ ବକ୍ତବ୍ୟରେ କୌଣସି ପରିସ୍ଥିତିରେ ଭିଟାମାଟି ଓ ଚାଷଜମି ଛାଡିବୁ ନାହିଁ ଓ ଆବଶ୍ୟକ ହେଲେ ନିଜର ଜୀବନ ବିସର୍ଜନ କରିବାକୁ ପଛଘୁଞ୍ଚା ଦେବୁନାହୁଁ ବୋଲି ବଜ୍ର
ଶପଥ ନେଇଥିଲେ।
କମ୍ରେଡ ପ୍ରକାଶ ମଲ୍ଲିକଙ୍କ ନେତୃତ୍ୱରେ, ବେଣୁଧର ସର୍ଦାର, ସରୋଜ କୁମାର ସିଂହ, ଭାଗବତ ମହାନ୍ତ, ଆଇନଜିବୀ ବିଷ୍ଣୁଶର୍ମା ସାହୁଙ୍କୁ ନେଇ ଗଠିତ ଏକ ପ୍ରତିନିଧ ମଣ୍ଡଳୀ ଜିଲାପାଳଙ୍କୁ ଭେଟି ଲିଖ ୩ ଦଫା ଦାବି ସମ୍ବଳିତ ଏକ ସ୍ମାରକପତ୍ର ସହିତ ୧୮ ଟି ଗ୍ରାମର କ୍ଷତିଗ୍ରସ୍ତ ଗ୍ରାମବାସୀମାନଙ୍କ ଦସ୍ତଖତ ପ୍ରଦାନ କରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

କର୍ମୀଙ୍କ ବିଶ୍ୱାସରେ ବିଷ ଦେଲେ ବିଧାୟକ, କ୍ରସ ଭୋଟିଂକୁ ନିନ୍ଦା, ରମେଶଙ୍କ ସହ ୩ଜଣଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି

ଭଞ୍ଜନଗର,୧୭।୩ (ବାବୁଲା ପ୍ରଧାନ): ରାଜ୍ୟ ସଭା ନିର୍ବାଚନରେ କ୍ରସ ଭୋଟିଂକୁ ନେଇ ଓଡ଼ିଶା ରାଜନୀତିରେ ବଡ଼ ଧରଣର ଚର୍ଚ୍ଚା ଲାଗି ରହିଛି। କଂଗ୍ରେସ ଓ ବିଜେଡିର ୧୧…

ହରମୁଜରେ ଫସିଲା ପାକିସ୍ତାନର ତେଲ ଜାହାଜ, ଇରାନ କଲା ବଡ଼ ଘୋଷଣା

ତେହରାନ,୧୭।୩: ଇରାନ ପାକିସ୍ତାନର ବାଣିଜି୍ୟକ ତୈଳ ଟ୍ୟାଙ୍କରକୁ ହରମୁଜ ମଧ୍ୟରେ ଏହାର କ୍ଷେତ୍ରୀୟ ଜଳସୀମା ଦେଇ ଯିବା ପାଇଁ ଅନୁମତି ପ୍ରଦାନ କରିଛି। ପାକିସ୍ତାନ ନ୍ୟାସନାଲ ସିପିଂ…

କେରଳରେ ଦୁଇ ଦାଦନ ଶ୍ରମିକଙ୍କ ମୃତ୍ୟୁ, ଛେଳିକୁ ବଞ୍ଚେଇବାକୁ ଯାଇ…

ପାତ୍ରପୁର, ୧୭।୦୩(ଉମା ଚରଣ ନେପାକ): ଜରଡା ଥାନା ଖାରିଆଗୁଡା ଫାଣ୍ଡି ଅନ୍ତର୍ଗତ ଖାରିଆଗୁଡା ଗ୍ରାମର ଦୁଇ ଜଣ ଦାଦନ ଶ୍ରମିକଙ୍କ କେରଳରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି…

ୱାରେଣ୍ଟିଙ୍କୁ ଗିରଫ ପରେ କୋର୍ଟ ଚାଲାଣ

ଦିଗପହଣ୍ଡି,୧୭।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ମଙ୍ଗଳବାର ଦିଗପହଣ୍ଡି ବ୍ଲକ କୈଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗ୍ରାମର ଟୁନା ମହାନ୍ତିଙ୍କୁ ୱାରେଣ୍ଟ ବଳରେ ଗିରଫ କରି…

ଦିଗପହଣ୍ଡିରେ ସାମାଜିକ ସମୀକ୍ଷା ଜନ ଶୁଣାଣି; କାମ ନ କରି ୪୯ ହଜାର ଟଙ୍କା ଉଠାଣ

ଦିଗପହଣ୍ଡି,୧୭।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପ୍ରଶାସନ ପକ୍ଷରୁ ମଙ୍ଗଳବାର ବ୍ଳକସ୍ତରୀୟ ସାମାଜିକ ସମୀକ୍ଷା ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ବ୍ରହ୍ମପୁର ସହକାରୀ ଉପ…

ଜିଓ କମ୍ପାନୀର ମରଣଯନ୍ତା: ଜଙ୍ଘ ହାଡ଼ ଭାଙ୍ଗି ଯୁବକ ଶଯ୍ୟାଶାୟୀ, ୪ ଗୋରୁ ମୃତ

ଥୁଆମୂଳ ରାମପୁର ୧୭।୦୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା କର୍ଲାପାଟ ଥାନା ଅନ୍ତର୍ଗତ ରଣପୁର ଗ୍ରାମରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଜିଓ କମ୍ପାନୀ ପକ୍ଷରୁ…

ଗାଈକୁ ମାରି ଖାଇଲା କିଏ, ବନ୍ୟ ଜନ୍ତୁ ନା ବାଘ

ମୋହନା,୧୭।୩( ମନ୍ମଥ ମିଶ୍ର )ଗଞ୍ଜାମ,ଗଜପତି ଜିଲା ସୀମାନ୍ତ ଅଞ୍ଚଳରେ ଥିବା ଢେପାଗୁଡା ପଞ୍ଚାୟତର କାଇଟିମା ଓ ବାରିଆଦରା ଗାଁରେ ବାଘ ଆତଙ୍କ ଅଭିଯୋଗ କରିଛନ୍ତି ଗ୍ରାମବାସୀ। ୪…

ଯୁଦ୍ଧ ଭିତରେ ଟ୍ରମ୍ପଙ୍କୁ ଜୋରଦାର ଝଟ୍‌କା, ବଡ଼ ଘୋଷଣା କରି ବିଶ୍ୱରେ ପକାଇଲେ ଚହଳ

ଓ଼୍ବାଶିଂଟନ,୧୭।୩: ଇରାନ ସହିତ ଚାଲିଥିବା ବିବାଦ ମଧ୍ୟରେ, ଡୋନାଲ୍ଡ ଟ୍ରମ୍ପ ପ୍ରଶାସନକୁ ଏକ ବଡ଼ ଝଟକା ଲାଗିଛି। ଆମେରିକାର ଜାତୀୟ ଆତଙ୍କବାଦ ବିରୋଧୀ କେନ୍ଦ୍ରର ନିର୍ଦ୍ଦେଶକ ଜୋ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri