ଅନ୍ୟ ଜିଲା ଠିକାଦାରଙ୍କୁ ଦୃଢ଼ ବିରୋଧ, ଟେଣ୍ଡର ପକାଇଲେ…

କେସିଙ୍ଗା,୧୮ା୧(ତୁମେଶ୍ୱର ସାହୁ): କଳାହାଣ୍ଡି ଠିକାଦାର କଣ୍ଟ୍ରାକ୍ଟର ଆସୋସିଏଶନର ଜିଲା ସଭାପତି ଜଗଦୀଶ ମଣ୍ଡଳଙ୍କ ସଭାପତିତ୍ୱରେ ଜିଲାସ୍ତରୀୟ ଠିକାଦାର ସଂଘର ଏକ ସାଧାରଣ ବୈଠକ କେସିଙ୍ଗା ସହରସ୍ଥିତ ଏକ ହୋଟେଲ୍‌ରେ ରବିବାର ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତଥି ଭାବେ ଜିଲା ସଭାପତି ଯୋଗଦେଇ ତାଙ୍କ ବ୍ୟକ୍ତବରେ ପ୍ରକାଶ କରିଥିଲେ ଯେ, ରାଜ୍ୟ ସରକାର ଚଳିତ ମାସ ୩ ତାରିଖରେ ନୋଟିଫିକେଶନ କରିଛନ୍ତି ୧୪.୯୯ରେ ଟେଣ୍ଡର ଭରିବା ପାଇ ସିମିତି ଥିଲା କିନ୍ତୁ କେତେକ ଠିକାଦାର ଏହି ସମିତି ଠାରୁ କମ ପର୍ସେଣ୍ଟରେ ମଧ୍ୟ ଟେଣ୍ଡର ପକାଇ କାମ କରୁଛନ୍ତି। ରାଜ୍ୟ ସରକାର ଧାର୍ଯ୍ୟ ରେଟ୍‌ଠାରୁ ବେଶୀ କିମ୍ବା କମ୍‌ ମଧ୍ୟ ନ କରିବା କଥା। କିନ୍ତୁ ଯଦି କମ ମୂଲ୍ୟରେ ଟେଣ୍ଡର ନେଇ ବିଭିନ୍ନ କାମ କଲେ ସେ କାମର ମାନ ଠିକ୍‌ ରହିବ ନାହିଁକି ମେଣ୍ଟେନାନ୍ସ କରିପାରିବ ନାହିଁ, ଯାହା ଫଳରେ ମାନ ଠିକ ନ ଥିଲେ ରାସ୍ତା, ବ୍ରିଜ, କିମ୍ବା ବିଲ୍ଡିଂ ମଧ୍ୟ ଭାଙ୍ଗି ନଷ୍ଟ ହେବାର ବହୁ ସମ୍ଭାବନା ରହିବ ବୋଲି ପ୍ରକାଶ କରିଥିଲେ। ରାଜ୍ୟ ସରକାର ଯେଉଁ ୧୪.୯୯ ନୋଟିଫିକେଶନ କରିଛନ୍ତି ତାହା ବଳବତ୍ତର ରହୁ ବୋଲି ଆଲ ଓଡ଼ିଶା ଠିକାଦାର ସଙ୍ଘ ପକ୍ଷରୁ ରାଜ୍ୟ ସରକାରଙ୍କୁ ଦାବି କରାଯାଇଛି।

କଳାହାଣ୍ଡି ଜିଲାର ଠିକାଦାର ହିଁ ଜିଲାରେ କାମ କରିବେ ଓ ଟେଣ୍ଡର ପକାଇ ପାରିବେ। ଅନ୍ୟ ଜିଲାର ଠିକାଦାର କଳାହାଣ୍ଡି ଜିଲାରେ ଟେଣ୍ଡର ପକାଇ କାମ କଲେ ଦୃଢ଼ ବିରୋଧ କରାଯିବ ବୋଲି ଆସୋସିଏଶନ ସଭାପତି ଚେତାବନୀ ଦେବା ସହ ଏହି ଗଣମାଧ୍ୟମ ଦ୍ୱାର ଅବଗତ କରାଇଛନ୍ତି। ପଡ଼ୋଶୀ ଜିଲା ବଲାଙ୍ଗୀର, ନବରଙ୍ଗପୁର,କୋରାପୁଟ ଜିଲାର ଠିକାଦାର କଳାହାଣ୍ଡି ଜିଲାରେ ଟେଣ୍ଡର ପକାଇ ପାରିବ ନାହିଁ କି ଏହି ଜିଲାର ଠିକାଦାର ଅନ୍ୟ ଜିଲାରେ କାମ କରିବା ପାଇଁ ଟେଣ୍ଡର ପକାଇ ପାରିବ ନାହିଁ ବୋଲି ଏହି ସାଧାରଣ ବୈଠକରେ ନିଷ୍ପତ୍ତି ନିଆଯାଇଥିବା ଜିଲା ସଭାପତି ସୂଚନା ଦେଇଛନ୍ତି।

ଏହି ସାଧାରଣ ସଭାରେ ସାଧାରଣ ସମ୍ପାଦକ ରଞ୍ଜନ ସାହୁ, ଉପସଭାପତି ବ୍ରଜ ଅଗ୍ରଓ୍ବାଲ, କୋଷାଧ୍ୟକ୍ଷ ପ୍ରକାଶ ମହାନ୍ତି ପ୍ରମୁଖ ଠିକାଦାର ଅଂଶଗ୍ରହଣ କରିଥିଲେ। କେସିଙ୍ଗାର ଠିକାଦାର ଗଣପତି ଅଗ୍ରଓ୍ବାଲଙ୍କ ସମେତ ବହୁ ଠିକାଦାର ଏହି ସାଧାରଣ ସଭାରେ ସହଯୋଗ କରିଥିଲେ।

Dharitri –Odisha’s No.1 Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଦିନଦ୍ୱିପ୍ରହରରେ ଭଞ୍ଜନଗର କୋର୍ଟ ଆଗରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ: ଖେଳିଗଲା ଆତଙ୍କ

ଭଞ୍ଜନଗର,୫।୩(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର କୋର୍ଟ ସମ୍ମୁଖରେ ଗୁରୁବାର ଦିନଦ୍ୱିପ୍ରହରରେ ସର୍ବସମ୍ମୁଖରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି। ମୃତ ଯୁବକ ଜଣକ ହେଲେ ବୁଦୁଲୀର ଅଶୋକ ସାଇଁ…

ରାଜ୍ୟ ସଭା ପାଇଁ ନାମାଙ୍କନ ଭରିଲେ ନୀତୀଶ କୁମାର, ଉପସ୍ଥିତ ଥିଲେ ଅମିତ ଶାହା

ପାଟନା,୫।୩: ବିହାରର ୧୦ ଥର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଥିବା ନୀତୀଶ କୁମାର ରାଜ୍ୟ ସଭା ନିର୍ବାଚନ ପାଇଁ ଗୁରୁବାର ନାମାଙ୍କନ ଦାଖଲ କରିଛନ୍ତି । କେନ୍ଦ୍ର…

ବିଜୁବାବୁଙ୍କୁ ଭାରତରତ୍ନ ମିଳିବା ନେଇ ଦାବି ଉଠାଇଲା ବିଜେଡି

ବରଗଡ଼,୫ା୩(ପ୍ରେମାନନ୍ଦ ଖମାରୀ): ମହାନ ଜନନାୟକ ପ୍ରବାଦପୁରୁଷ ବିଜୁ ପଟ୍ଟନାୟକ ୧୧୦ତମ ଜୟନ୍ତୀ ବିଜୁ ଜନତା ଦଳ ବରଗଡ଼ ଜିଲା ତରଫରୁ ଗୁରୁବାର ପାଳିତ ହୋଇଯାଇଛି। ପୂର୍ବତନ ବିଧାୟକ…

ଏନଏସି ବିଜେଡି ପକ୍ଷରୁ ବିଜୁବାବୁଙ୍କୁ ପୁଷ୍ପମାଲ୍ୟ: ବିଜୁ ବାବୁ ଅମର ରହେ ସ୍ଲୋଗାନରେ ପ୍ରକମ୍ପିତ ହେଲା ଅଞ୍ଚଳ

ଗଞ୍ଜାମ,୫।୩ (ବିଦ୍ୟାଧର ସାହୁ ): ଗଞ୍ଜାମ ସହର ଷ୍ଟେଶନ ରୋଡ଼ ସାମନ୍ତରା ସାହି ଛକଠାରେ ଥିବା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ଏନଏସି ବିଜେଡି ପକ୍ଷରୁ…

ବିଜୁବାବୁଙ୍କ ୧୧୦ତମ ଜନ୍ମଜୟନ୍ତୀ ପାଳିତ, ବିଜୁ ବାବୁ ଅମର ରହେ ନାରାରେ କମ୍ପିଲା….

ନନ୍ଦପୁର/ପାଡୁଆ, ୫ା୩ (ତୁଷାର କାନ୍ତ ମହାନ୍ତି):  କୋରାପୁଟ ଜିଲା ନନ୍ଦପୁର ବ୍ଲକ କୂଲାବିର ପଞ୍ଚାୟତ ସ୍ଥିତ ଧବଳେଶ୍ଵର ମନ୍ଦିର ପରିସରରେ ଗୁରୁବାର ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ୧୧୦…

ଓଡ଼ିଶାରେ ବିଜେଡି-କଂଗ୍ରେସ ମେଣ୍ଟ ସମ୍ପର୍କରେ ନବୀନଙ୍କ ବିସ୍ଫୋରକ ବୟାନ, କହିଲେ…

ଭୁବନେଶ୍ୱର,୫।୩: ରାଜ୍ୟ ସଭା ପାଇଁ ଗୁରୁବାର ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର, ଦତ୍ତେଶ୍ବର ହୋତା। ସଂତୃପ୍ତ ଓ ଦତ୍ତେଶ୍ବରଙ୍କ ପ୍ରାର୍ଥିପତ୍ର ଦାଖଲ ପରେ ବିଜେଡି ସୁପ୍ରିମୋ ନବୀନ…

‘ବିଜୁବାବୁଙ୍କ ନୀତି ଆଦର୍ଶକୁ ପାଥେୟ କରି ସମାଜସେବାରେ ବ୍ରତୀ ହେବାକୁ ଆହ୍ବାନ’

ବଞ୍ଚୋ,୫ା୩(ପ୍ରଦୋଷ କୁମାର ବିଶ୍ୱାଳ): ଆନନ୍ଦପୁର ଉପଖଣ୍ଡ ଅନ୍ତର୍ଗତ ହାଟଡିହୀ ବ୍ଲକରେ ଗୁରୁବାର ମହାନ ଜନନାୟକ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ ଅବସରରେ ବିଜୁ…

ଖୁସିରେ ଜେଜେ ମା’ଙ୍କୁ ରଙ୍ଗ ଲଗାଇଲେ ନାତି, ରାଗରେ ପଞ୍ଚମ ହୋଇ ଗରମ ପାଣି ଢ଼ାଳିଦେଲେ….

ମୁମ୍ବାଇ,୫ା୩: ନାଗପୁର ଜିଲାର କୋରାଡି ଅଞ୍ଚଳରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ହୋଲିରେ ରଙ୍ଗ ଖେଳୁଥିବା ସମୟରେ ଜେଜେ ମା’ ଉପରେ ପକାଇ ଦେଇଥିଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri