୨୮ନଂ. ଜୋନ୍‌ରେ ଜୋରଦାର ଲଢ଼େଇ

ବିଞ୍ଝାରପୁର,୧୧ା୨(ଡି.ଏନ.ଏ.): ଯାଜପୁର ଜିଲା ପରିଷଦ ଅଧୀନ ବିଞ୍ଝାରପୁର ବ୍ଲକର ୨୮ ନଂ. ଜୋନରେ ବିଜେଡି, ଭାଜପା ଓ କଂଗ୍ରେସ ୩ ପ୍ରମୁଖ ଦଳ ମଧ୍ୟରେ ଜୋରଦାର ଲଢ଼େଇ ଦେଖିବାକୁ ମିଳିଛି। ବ୍ଲକର ବାଙ୍ଗରା, ଜରି, ସିଂହପୁର, ହଳଦୀଡ଼ିହ, ଆଉଁରୀ, ଓଳେଇଚନ୍ଦନପୁର, ବାଚ୍ଛୋଳ ଓ ଟିଣା ସମେତ ୮ ପଞ୍ଚାୟତକୁ ନେଇ ଉକ୍ତ ଜୋନ୍‌ ଗଠିତ। ପୂର୍ବରୁ କଂଗ୍ରେସ ଅଧୀନରେ ଥିବା ଉକ୍ତ ଜୋନକୁ ୧୦ ବର୍ଷହେଲା ବିଜେଡି ନିଜ ଅକ୍ତିଆରରେ ରଖିଛି। ତେବେ ଚଳିତ ନିର୍ବାଚନରେ ପୂର୍ବତନ ଜିଲାପରିଷଦସଭ୍ୟ ତଥା ବିଜେଡି ଦଳର ନିର୍ବାଚନମଣ୍ଡଳୀ ସଭାପତି ଖଗେଶ୍ୱର ମହାନ୍ତିଙ୍କୁ ଦଳ ପ୍ରାର୍ଥୀ କରିଛି। ବିଜେଡି ସରକାରର ବିକାଶ ସାଙ୍ଗକୁ ନବୀନଙ୍କ ଭାବମୂର୍ତ୍ତି ଓ ବିଧାୟିକା ପ୍ରମିଳା ମଲିକଙ୍କ ନୀତିଆଦର୍ଶକୁ ପାଥେୟକରି ମହାନ୍ତି ଘରକୁଘର ବୁଲି ଭୋଟ ଭିକ୍ଷା କରିବାସହ ଦଳର ଗଡ଼ ବଞ୍ଚାଇବାକୁ ଚେଷ୍ଟା ଚଳାଇଛନ୍ତି।
ସେହିପରି କଂଗ୍ରେସ ଛାଡି ଭାଜପାରେ ମିଶିଥିବା ଭୂବନାନନ୍ଦ ସାମଲଙ୍କୁ ଭାଜପା ଏହି ଜୋନରେ ପ୍ରାର୍ଥୀ କରିଛି। ୨୦୧୭ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଏହି ଜୋନରେ ଦ୍ୱିତୀୟ ସ୍ଥାନ ଅକ୍ତିଆର କରିଥିବା ଭାଜପା ଚଳିତ ନିର୍ବାଚନରେ ଜୋନକୁ ନିଜ ଅକ୍ତିଆରକୁ ନେବାପାଇଁ ସାମଲଙ୍କୁ ପ୍ରାର୍ଥୀ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକାଶ ଧାରା ଓ ବିଜେଡିର ଦୁର୍ନୀତିକୁ ପାଥେୟକରି ଲୋକଙ୍କ ନିକଟତର ହେବାକୁ ଚେଷ୍ଟା କରୁଛି ଭାଜପା। ଏହି ଜୋନରେ ଥିବା ବିଭିନ୍ନ ପଞ୍ଚାୟତରେ ଘରକୁ ଘର ବୁଲି ଲୋକଙ୍କ ଆଶୀର୍ବାଦ ଭିକ୍ଷା କରିବାସହ ଭାଜପାକୁ ବିପୁଳ ସଂଖ୍ୟାରେ ଭୋଟ ଦେବାକୁ ସାମଲ ଲୋକଙ୍କୁ ନିବେଦନ କରୁଛନ୍ତି।
ସେହିପରି କଂଗ୍ରେସ ଉକ୍ତ ଜୋନ୍‌ରେ ମନୋଜ କୁମାର ସାମଲଙ୍କୁ ପ୍ରାର୍ଥୀ କରିଛି। ୨୦୧୭ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଏହି ଜୋନରେ ତୃତୀୟ ସ୍ଥାନ ଅକ୍ତିଆର କରିଥିବା କଂଗ୍ରେସ ଚଳିତ ନିର୍ବାଚନରେ ଜଣେ ନୂଆ ଚେହେରାଙ୍କୁ ପ୍ରାର୍ଥୀ କରିଛି। ସାମଲ ପୂର୍ବରୁ ବିଞ୍ଝାରପୁର ବ୍ଲକ ଯୁବ କଂଗ୍ରେସ ସଭାପତି ଭାବେ କାର୍ଯ୍ୟ କରିବାସହ ବାତ୍ୟା, ବନ୍ୟା ସମେତ ବିଭିନ୍ନ ସମୟରେ ଲୋକଙ୍କ ସହିତ ଜଡ଼ିତରହି ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଏହି ଯୁବ ସାମାଜିକ କର୍ମୀ ସାମଲ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦୋଷ ଦୁର୍ବଳତାକୁ ଲୋକଙ୍କ ନିକଟରେ ପହଞ୍ଚାଇବାସହ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କ ନୀତି ଆଦର୍ଶ, ଦରଦାମ ବୃଦ୍ଧି, ବେକାରି ସମସ୍ୟାକୁ ପାଥେୟକରି ଲୋକଙ୍କ ନିକଟତର ହେବାକୁ ଚାହୁଁଛନ୍ତି। ଜୋନରେ ଥିବା ବିଭିନ୍ନ ପଞ୍ଚାୟତରେ ଘରକୁ ଘର ବୁଲି ଲୋକଙ୍କ ଆଶୀର୍ବାଦ ଭିକ୍ଷା କରିବାସହ କଂଗ୍ରେସକୁ ବିପୁଳ ସଂଖ୍ୟାରେ ଭୋଟ ଦେବାକୁ ଲୋକଙ୍କୁ ନିବେଦନ କରୁଛନ୍ତି। ସାମଲଙ୍କ ସମେତ କଂଗ୍ରେସର ରାଜ୍ୟ ସାଧାରଣ ସମ୍ପାଦିକା କନକଲତା ମଲିକ, ବ୍ଲକ ସଭାପତି ପ୍ରଦ୍ୟୁମ୍ନ ପାତ୍ର ଓ ଅମର ମଲିକ ପ୍ରମୁଖଙ୍କୁ ସାମଲଙ୍କ ସହିତ ଦେଖିବାକୁ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri