Posted inଜାତୀୟ

ଛୁଟି ନେଇ ମଧ୍ୟ ଭୋଟ ନ ଦେଲେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ…

ନୂଆଦିଲ୍ଲୀ, ୯।୬ : ସହରାଞ୍ଚଳରେ ଭୋଟରଙ୍କ ଉଦାସୀନତାକୁ ଦୂର କରିବା ପାଇଁ ନିର୍ବାଚନ ଆୟୋଗ (ଇସି) ସମସ୍ତ କେନ୍ଦ୍ର ତଥା ରାଜ୍ୟ ସରକାରୀ ବିଭାଗ, ସରକାରୀ କ୍ଷେତ୍ର ଏବଂ ୫୦୦ରୁ ଅଧିକ କର୍ମଚାରୀ ଥିବା ବେସରକାରୀ କମ୍ପାନୀଗୁଡିକୁ ନିର୍ବାଚନ ଦିନ ବିଶେଷ ଅବକାଶର ଲାଭ କେତେଜଣ କର୍ମଚାରୀ ଗ୍ରହଣ କରୁଛନ୍ତି ତାହା ଉପରେ ନଜର ରଖିବାକୁ କହିଛନ୍ତି।

ବହୁ କର୍ମଚାରୀ ଭୋଟ ପାଇଁ ଛୁଟି ନେଇ ମଧ୍ୟ ଭୋଟ ଦେଉନଥିବା କୁହାଯାଉଛି। ଏହି ପରିପ୍ରେକ୍ଷୀରେ, ନିର୍ବାଚନ ଆୟୋଗ ଉପରୋକ୍ତ ନିଯୁକ୍ତିଦାତାଙ୍କୁ ଏକ ଚିଠି ଲେଖିବା ପ୍ରକ୍ରିୟାରେ ଅଛନ୍ତି। ଇଣ୍ଡିଆନ ଏକ୍ସପ୍ରେସରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ନିର୍ବାଚନ ଆୟୋଗ ସ୍ଥାନୀୟ ଜିଲା ନିର୍ବାଚନ ଅଧିକାରୀଙ୍କ ମାଧ୍ୟମରେ ସରକାରୀ ବିଭାଗ, ପିଏସ୍‌ୟୁ ଏବଂ ବେସରକାରୀ କମ୍ପାନୀମାନଙ୍କୁ ନୋଡାଲ ଅଧିକାରୀ ନିଯୁକ୍ତ କରିବାକୁ କହିବେ ଯେଉଁମାନେ ଭୋଟ ଦେଉ ନଥିବା କର୍ମଚାରୀଙ୍କ ଉପରେ ନଜର ରଖିବେ।

 

ନିର୍ବାଚନ ଆୟୋଗର ଜଣେ ବରିଷ୍ଠ ଅଧିକାରୀ ଇଣ୍ଡିଆନ ଏକ୍ସପ୍ରେସକୁ କହିଛନ୍ତି ଯେ ଆମେ ନିଯୁକ୍ତିଦାତାଙ୍କୁ ଅନୁରୋଧ କରିବୁ ଭୋଟ ଦେଇ ନ ଥିବା କର୍ମଚାରୀଙ୍କୁ ନିର୍ବାଚନ ଆୟୋଗ ଦ୍ୱାରା ଆୟୋଜିତ ସ୍ବତନ୍ତ୍ର ଭୋଟର ସଚେତନତା କର୍ମଶାଳାରେ ଯୋଗଦେବା ପାଇଁ ପଠାଇବେ। ବିଶେଷକରି ସହରାଞ୍ଚଳରେ ଭୋଟରଙ୍କ ଉଦାସୀନତାକୁ ମୁକାବିଲା କରିବାର ଯୋଜନା କରାଯାଉଛି। ଲୋକମାନେ ଛୁଟି ନେଇ ଭୋଟ ନଦେବା ଦୁର୍ଭାଗ୍ୟଜନକ ବୋଲି ସେ କହିଛନ୍ତି।

ଲୋକ ପ୍ରତିନିଧୀ ଅଧିନିୟମ, ୧୯୫୧ ର ଧାରା ୧୩୫-ବି ଅନୁଯାୟୀ, ଯେ କୌଣସି ବ୍ୟବସାୟ, ବାଣିଜ୍ୟ, ଶିଳ୍ପାୟନ କିମ୍ବା ଅନ୍ୟ ପ୍ରତିଷ୍ଠାନରେ ନିୟୋଜିତ ପ୍ରତ୍ୟେକ କର୍ମଚାରୀ ଲୋକ ସଭା କିମ୍ବା ବିଧାନସଭାକୁ ନିର୍ବାଚନରେ ଭୋଟ ଦେବାର ଅଧିକାର ସାବ୍ୟସ୍ତ କରିବା ଲାଗି ସବୈତନିକ ଛୁଟି ନେଇ ପାରିବେ।

ନିର୍ବାଚନ ଆୟୋଗର ତଥ୍ୟ ଅନୁଯାୟୀ, ଭୋଟ ଅଧିକାର ବିଷୟରେ ଅଧିକ ସଚେତନତା ସତ୍ତ୍ୱେ ସହରାଞ୍ଚଳରେ ଭୋଟରଙ୍କ ଉଦାସୀନତା ସର୍ବାଧିକ ରହିଛି। ଦେଶର ସହରାଞ୍ଚଳରେ ସର୍ବନିମ୍ନ ମତଦାନ ହୋଇଥାଏ। ଏହା ବ୍ୟତୀତ ଆମେ ପ୍ରତ୍ୟେକ ବିଧାନସଭା ନିବାଚନମଣ୍ଡଳୀରେ ଅତି କମରେ ୫ ଟି ମତଦାନ କେନ୍ଦ୍ର ଚିହ୍ନଟ କରିବାକୁ ସମସ୍ତ ଜିଲା ନିର୍ବାଚନ ଅଧିକାରୀ / ରିଟର୍ଣ୍ଣିଂ ଅଫିସରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହି ଅଧିକାରୀମାନେ କମ ମତଦାନର କାରଣ ଚିହ୍ନଟ କରିବେ ଏବଂ ଭୋଟ ପ୍ରକ୍ରିୟାରେ ବାଧା ସୃଷ୍ଟି କରୁଥିବା ଅନ୍ୟାନ୍ୟ କାରଣ ହଟାଇବା ପାଇଁ ଏହି ବୁଥଗୁଡିକ ପରିଦର୍ଶନ କରିବେ ।


Enter your email to get our daily news in your inbox.

All Right Reserved By Dharitri.Com

ଦମଦାର ବିଜୟ ସହ ସିଜିନ୍‌ ଆରମ୍ଭ କଲା ରାଜସ୍ଥାନ ରୟାଲ

ଗୁଆହାଟୀ,୩୦।୩: ରାଜସ୍ଥାନ ରୟାଲ୍ସ ଏକ ଦମଦାର ବିଜୟ ସହିତ IPL 2026 ସିଜିନ ଆରମ୍ଭ କରିଛି। ଗୁଆହାଟୀରେ ଖେଳାଯାଇଥିବା ସେମାନଙ୍କର ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ସମ୍ପୂର୍ଣ୍ଣ…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ଡାକ୍ତରଙ୍କ ପାଖକୁ ଯାଆନ୍ତୁ ନିଶିକାନ୍ତ ଦୁବେ: ବର୍ଷିଲେ ନବୀନ

ଭୁବନେଶ୍ୱର, ୩୦।୩: ଏମ୍‌ପି ନିଶିକାନ୍ତ ଦୁବେଙ୍କ ଦ୍ୱାରା ବିଜୁ ବାବୁଙ୍କ ବାବଦରେ ରବିବାର ରଖାଯାଇଥିବା ବିବୃତ୍ତି ଶୁଣି ଆଶ୍ଚର୍ଯ୍ୟ ହେଲି। ତାଙ୍କର ଏଭଳି ମନ୍ତବ୍ୟକୁ ନିନ୍ଦା କରୁଛି।…

ବିଜୁ ପଟ୍ଟନାୟକଙ୍କ ଉପରେ ଅସମ୍ମାନଜନକ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବୈଜୟନ୍ତ ପଣ୍ଡା: କହୁ କହୁ କହିଦେଲେ…

ଭୁବନେଶ୍ୱର,୩୦।୩: ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କୁ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି। ବିଜୁ ବାବୁଙ୍କ ପ୍ରତି ମନ୍ତବ୍ୟ ନେଇ…

ନାବାଳିକାଙ୍କୁ ଅପହରଣ କରିନେଇଥିଲେ ଶୁଭମ, ବଳାତ୍କାର ପରେ…

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ପାଟପୁର ପୋଲିସ…

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ଚାଷୀ ଶୁଣିଲେ ହୋଇଯିବେ ଖୁସି

ନୂଆଦିଲ୍ଲୀ,୩୦।୩: ଦେଶରେ ଆଗାମୀ ଖରିଫ ଋତୁକୁ ନେଇ ଚାଷୀମାନେ କିଛି ଆଶ୍ୱସ୍ତି ପାଇଛନ୍ତି। କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି ଯେ ଦେଶରେ ପ୍ରଚୁର ପରିମାଣରେ ସାର ଗଚ୍ଛିତ…

ମୋଦିଙ୍କୁ ନେଇ ଏମିତି କହିଦେଲେ ଓମାର ଅବଦୁଲ୍ଲା: ରାଜନୀତିରେ ହଲଚଲ

ଶ୍ରୀନଗର,୩୦।୩: ଜମ୍ମୁ ଏବଂ କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଯୁଦ୍ଧକୁ ନେଇ ନିଜ ମତ ରଖିଛନ୍ତି। ସେ କହିଛନ୍ତି, ଆମେ ନିଶ୍ଚିତ ଭାବରେ ଆଶା କରୁଛୁ ଯେ…

ଦିଗପହଣ୍ଡିରେ ଅସାମାଜିକ ଯୁବକଙ୍କ ଆତଙ୍କ: ଦେଶୀମଦ ପାଇଁ କରୁଛନ୍ତି ଚୋରି

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସହରରେ ଅସାମାଜିକ ଯୁବକଙ୍କ ଆତଙ୍କରାଜ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ପୁଞ୍ଜିକଂୟା ଛକ, ବଜାର ସାହି, ଜନତା ଲେନ, ମେଡିକାଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri