କେନ୍ଦୁଝରରେ ଧର୍ମଘଟ: ଏଆଇଟିୟୁସି କର୍ମୀ ବାଇକ୍‌ରେ ବୁଲି ବୁଲି ଦୋକାନ ବଜାର ବନ୍ଦ ପାଇଁ କଲେ ଅନୁରୋଧ

କେନ୍ଦୁଝର,୧୨ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଆଜି ଫେବୃଆରୀ ୧୨ ତାରିଖ କେନ୍ଦ୍ରୀୟ ଶ୍ରମିକ ସଂଗଠନମାନଙ୍କ ଡାକରାରେ କେନ୍ଦୁଝର ଜିଲାର ସଦର ମହକୁମା ସମେତ ଖଣି ଅଞ୍ଚଳ ଯୋଡ଼ା, ବଡ଼ବିଲ, ବଲାଣି, ଗୁଆଲି, ଜିଲିଂ ଆଦି ଅଞ୍ଚଳରେ ଭାରତ ବନ୍ଦର ବିଶେଷ ପ୍ରଭାବ ପରିଲିଖିତ ହୋଇଥିଲା। କେନ୍ଦୁଝର ସହରରେ ଶହଶହ ଏଆଇଟିୟୁସି କର୍ମୀମାନେ ବାଇକ୍‌ ଯୋଗେ ବୁଲି ବୁଲି ଦୋକାନ ବଜାର ବନ୍ଦ କରିବା ପାଇଁ ଅନୁରୋଧ କରିଥିଲେ। କଂଗ୍ରେସର କର୍ମୀମାନେ ବାଇକ୍‌ ରାଲି କରି ସହର ପରିକ୍ରମା କରି ବନ୍ଦକୁ ସମର୍ଥନ କରିବାକୁ ନିବେଦନ କରିଥିଲେ ଏବଂ ଗାନ୍ଧୀ ଛକ ନିକଟରେ ଜମା ହୋଇ ସମର୍ଥନ କରିଥିଲେ। ଜିଲାପାଳ କାର୍ଯ୍ୟାଳୟ ଛକ ଓ ଗାନ୍ଧୀ ଛକଠାରେ ରାସ୍ତା ଅବରୋଧ କରାଯାଇଥିଲା। ସମଗ୍ର ସହର ଲାଲ ଝଣ୍ଡାରେ ପରିଣତ ହୋଇଥିଲା। ବିଭିନ୍ନ ସରକାରୀ କାର୍ଯ୍ୟାଳୟ, ଜିଲାପାଳ କାର୍ଯ୍ୟାଳୟ ଆଦି ବନ୍ଦ ଥିବା ବେଳେ ରାସ୍ତାରେ ଯାନବାହନ ଚଳାଚଳ ବନ୍ଦ ରହିଥିଲା। ସେହିଭଳି ବଡ଼ବିଲ, ଯୋଡ଼ା, ଆଦି ଖଣି ଅଞ୍ଚଳରେ ମଧ୍ୟ ପରିବହନ କାର୍ଯ୍ୟ ସମ୍ପୂର୍ଣ୍ଣ ବନ୍ଦ ଥିଲା ବେଳେ ଶହଶହ ଟ୍ରକ୍‌ ରାସ୍ତା କଡ଼ରେ ଛିଡ଼ା ହୋଇ ରହିଥିଲା। ଜିଲା ଅଧିକାଂଶ ଖଣି ଓ କାରଖାନା ବନ୍ଦ ରହିଥିବା ବେଳେ ଶ୍ରମିକମାନେ ସ୍ବତଃସ୍ଫୂର୍ତ୍ତ ଭାବରେ ବନ୍ଦରେ ଭାଗ ନେଇଥିଲେ। ଶ୍ରମିକ ବିରୋଧୀ ଶ୍ରମ କୋର୍ଡ ବାତିଲ କରିବା, ଓଡ଼ିଶା ସରକାରଙ୍କ ଶ୍ରମ ଆଇନ ସଂଶୋଧନ କରି ଦୈନିକ ଦଶ ଘଣ୍ଟା କାର୍ଯ୍ୟ କରିବା ନିଷ୍ପତ୍ତି ପ୍ରତ୍ୟାହାର କରିବା, ମହିଳାମାନଙ୍କୁ ରାତିରେ ଡ୍ୟୁଟି କରିବା ନିଷ୍ପତ୍ତି ପ୍ରତ୍ୟାହାର, ଚାଷୀମାନଙ୍କ ଧାନ ବିକ୍ରି ପାଇଁ ମଣ୍ଡି ଅବ୍ୟବସ୍ଥା ବନ୍ଦ, ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ଓ ଆଇନ ପ୍ରଣୟନ, ସର୍ବନିମ୍ନ ମଜୁରୀ ମାସିକ ୩୦ ହଜାର ଟଙ୍କା ଘୋଷଣା କରିବା, ଗ୍ରାଚ୍ୟୁଇଟି, ବୋନସ୍‌, ଇପିଏଫ୍‌, ଓ ଇଏସ୍‌ଆଇର ସିଲିଂ ଉଚ୍ଛେଦ କରିବା ଇତ୍ୟାଦି ଦାବିରେ ସମସ୍ତ କେନ୍ଦ୍ରୀୟ ଶ୍ରମିକ ସଂଗଠନ ତରଫରୁ ଫେବୃଆରୀ ୧୨ରେ ସାଧାରଣ ଧର୍ମଘଟ ପାଇଁ ଡାକରା ଦିଆଯାଇଥିଲା। ସେହି ଭଳି ଖଣି ଅଞ୍ଚଳ ଯୋଡ଼ା, ବଡ଼ବିଲ, ଗୋଆଲି, ଭଦ୍ରାସାହି, ବଲାଣି, ବାମେବାରୀ ଓ ଗନ୍ଧମାର୍ଦ୍ଦନ ଅଂଚଳରେ ଧର୍ମଘଟ ସଫଳ କରିବା ପାଇଁ ଏଆଇଟିୟୁସି କର୍ମୀମାନେ ବିଭିନ୍ନ ସ୍ଥାନରେ ପିକେଟିଙ୍ଗ ଓ ରାସ୍ତାରୋକ କରିଥିଲେ। ଆମ୍ବୁଲାନ୍ସ, ପାଣି ଗାଡ଼ି, ଆଇନ ଶୃଙ୍ଖଳା ପାଇଁ ବ୍ୟବହୃତ ଗାଡ଼ି ଓ ଅନ୍ୟାନ୍ୟ ଜରୁରୀ ସେବାରେ ନିୟୋଜିତ ଗାଡ଼ି ବ୍ୟତୀତ ଅନ୍ୟ ସମସ୍ତ ପରିବହନ ଓ ଯାତାୟାତ ଗାଡ଼ି ବନ୍ଦ ରହିବା ସହ ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରହିଥିଲା। ଜିଲା ସାଧାରଣ ସମ୍ପାଦକ ମହେଶ୍ବର ରାଉତ କେନ୍ଦୁଝର ସହରରେ ଧର୍ମଘଟର ନେତୃତ୍ୱ ନେଇଥିଲେ ଓ ଅନ୍ୟମାନଙ୍କ ମଧ୍ୟରେ ଶ୍ରୀହରି ଘଣା, ରାଜାରାମ ମୁଣ୍ଡା, ହୃଦାନନ୍ଦ ପାତ୍ର, ବିରଞ୍ଚି ଦେହୁରୀ, ମାର୍କଣ୍ଡ ଦେହୁରୀ, ଘାସିରାମ ମାଝୀ, ନିରଞ୍ଜନ ପଲେଇ ପ୍ରଭୃତି ଧର୍ମଘଟରେ ଭାଗ ନେଇଥିଲେ। ବଡ଼ବିଲ ଠାରେ ଉପ ସାଧାରଣ ସମ୍ପାଦକ କପିଳ ମହାନ୍ତି, ଜିଲିଂ ଠାରେ କାହ୍ନୁ ସାମଲ, ବଦ୍ରୁ ଜାମା, ଗୋଆଲି ଠାରେ ଲିପୁ ପାତ୍ର, ଯୋଡ଼ାରେ ହୃଦାନନ୍ଦ ପାତ୍ର, ଚମ୍ପୁଆ ଠାରେ ସତ୍ୟଜିତ ମହାକୁଡ, ରଜିଆ ଛକରେ ସରସୱତୀ ଦାସ, ବଲାଣିରେ ଅରବିନ୍ଦ ସାହି, କିରିବୁରୁରେ ଶୈଳେନ୍ଦ୍ର ସିଂ, ଝୁମ୍ପୁରା ଠାରେ ରଙ୍ଗା ପାତ୍ର, ବାମେବାରୀଠାରେ ଅନିଲ ବାରିକ, ଭିକାରୀ ବାରିକ ପ୍ରମୁଖ ଧର୍ମଘଟରେ ଭାଗ ନେଇଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଦମଦାର ବିଜୟ ସହ ସିଜିନ୍‌ ଆରମ୍ଭ କଲା ରାଜସ୍ଥାନ ରୟାଲ

ଗୁଆହାଟୀ,୩୦।୩: ରାଜସ୍ଥାନ ରୟାଲ୍ସ ଏକ ଦମଦାର ବିଜୟ ସହିତ IPL 2026 ସିଜିନ ଆରମ୍ଭ କରିଛି। ଗୁଆହାଟୀରେ ଖେଳାଯାଇଥିବା ସେମାନଙ୍କର ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ସମ୍ପୂର୍ଣ୍ଣ…

ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଧାରଣା: ପ୍ରଶାସନର ଏଭଳି ପ୍ରତିଶ୍ରୁତି ପରେ ହଟିଲା…

ଦେବଗଡ଼, ୩୦।୩ (ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବ୍ଲକ ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଅଙ୍ଗନୱାଡି କର୍ମୀ ବ୍ଲକ ସମ୍ମୁଖରେ ଦେଉଥିବା ଧାରଣାସ୍ଥଳରେ ସୋମବାର…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ଡାକ୍ତରଙ୍କ ପାଖକୁ ଯାଆନ୍ତୁ ନିଶିକାନ୍ତ ଦୁବେ: ବର୍ଷିଲେ ନବୀନ

ଭୁବନେଶ୍ୱର, ୩୦।୩: ଏମ୍‌ପି ନିଶିକାନ୍ତ ଦୁବେଙ୍କ ଦ୍ୱାରା ବିଜୁ ବାବୁଙ୍କ ବାବଦରେ ରବିବାର ରଖାଯାଇଥିବା ବିବୃତ୍ତି ଶୁଣି ଆଶ୍ଚର୍ଯ୍ୟ ହେଲି। ତାଙ୍କର ଏଭଳି ମନ୍ତବ୍ୟକୁ ନିନ୍ଦା କରୁଛି।…

ହଠାତ୍‌ ଭାରସାମ୍ୟ ହରାଇ ଷ୍ଟ୍ରିଟଲାଇଟ ଖୁଣ୍ଟକୁ ଧକ୍କା ଦେଲା କାର୍‌: ଘଟଣାସ୍ଥଳରେ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ସୋମବାର ଅପରାହ୍ନରେ ଦେବଗଡ ପୌରାଞ୍ଚଳ ମୋହିନୀପୁର ଛକ ନିକଟସ୍ଥ ୫୩ ନମ୍ବର ଜାତୀୟ ରାଜପଥରେ ଏକ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି ।…

ଅପସାରିତ ପୌରାଧ୍ୟକ୍ଷାଙ୍କୁ ପୁନଃ ଅବସ୍ଥାପିତ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ, ତୁରନ୍ତ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ୨୦୨୫ ଜାନୁଆରୀ ୨୮ ତାରିଖରେ ରାଜ୍ୟ ସରକାରଙ୍କ ଦ୍ୱାରା ଗାଦିଚ୍ୟୁତ ହୋଇଥିବା ଦେବଗଡ ପୌର ପରିଷଦ ଅଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଈଙ୍କୁ ଏହି…

ବିଜୁ ପଟ୍ଟନାୟକଙ୍କ ଉପରେ ଅସମ୍ମାନଜନକ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବୈଜୟନ୍ତ ପଣ୍ଡା: କହୁ କହୁ କହିଦେଲେ…

ଭୁବନେଶ୍ୱର,୩୦।୩: ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କୁ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି। ବିଜୁ ବାବୁଙ୍କ ପ୍ରତି ମନ୍ତବ୍ୟ ନେଇ…

ଅନ୍ତର୍ଜାତୀୟ ବଡ଼ି ଲିଫ୍ଟ ପ୍ରତିଯୋଗିତାରେ ଦିଗପହଣ୍ଡିର ଶଙ୍କର ପୁରସ୍କୃତ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୩ ନଂ ୱାର୍ଡ ନୂଆସାହିରେ ରହୁଥିବା ନନ୍ଦୁ ଓରଫ ଶଙ୍କର ବେହେରା ଅନ୍ତର୍ଜାତୀୟ ବଡି ଲିଫ୍ଟ ପ୍ରତିଯୋଗିତାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri