କାର୍ଯ୍ୟାନୁଷ୍ଠାନ ଦାବିରେ ଥାନା ଆଗରେ ଧାରଣା

କୋଣାର୍କ,୨୭ା୮(ଡି.ଏନ୍‌.ଏ): କୋଣାର୍କ ଏନ୍‌ଏସିର ୧୦ନଂ. ଓ୍ବାର୍ଡରେ ରହୁଥିବା ଜ୍ଞାନନରଞ୍ଜନ ପଣ୍ଡାଙ୍କୁ ରାସ୍ତାରୁ ଉଠାଇ ନେଇ କୋଣାର୍କ ଥାନା ଏସଆଇ ଦିଲୀପ କୁମାର ବେହେରା ମାଡ ମାରିଛନ୍ତି। ଏ ନେଇ ଜ୍ଞାନରଞ୍ଜନଙ୍କ ସ୍ତ୍ରୀ ଶୈଳବାଳା ମଙ୍ଗଳବାର ଥାନାରେ ଅଭିଯୋଗ କରିଥିଲେ। ତେବେ ଘଟଣାକୁ ୪୮ଘଣ୍ଟା ବିତିଯାଇଥିଲେ ମଧ୍ୟ ମାମଲା ରୁଜୁ ହୋଇ ନ ଥିବାବେଳେ ସମ୍ପୃକ୍ତ ପୋଲିସ ଅଧିକାରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯାଇ ନାହିଁ। ଏହି ଦାବିରେ ବୁଧବାର ଜ୍ଞାନରଞ୍ଜନଙ୍କ ସ୍ତ୍ରୀ ଶୈଳବାଳା ଥାନା ଆଗରେ ଧାରଣା ଦେଇଛନ୍ତି। ସୂଚନାଯୋଗ୍ୟ, ଗତ ୨୪ତାରିଖରେ ଜ୍ଞାନରଞ୍ଜନ ଥାନା ଛକ ନିକଟ ଗ୍ରସେରି ଦୋକାନକୁ ସାମଗ୍ରୀ ଆଣିବାକୁ ଯାଇଥିଲେ। ଏହି ସମୟରେ ଏସ୍‌ଆଇ ବେହେରା ଜ୍ଞାନଙ୍କୁ ରାସ୍ତାରୁ ଉଠାଇ ନେବା ସହ ଥାନା ଭିତରେ ମାଡ଼ ମାରିଥିଲେ। ପରେ ଆଇଆଇସି ରଞ୍ଜନ କୁମାର ମଲ୍ଲିକ ଅଚେତ ଅବସ୍ଥାରେ ଜ୍ଞାନଙ୍କୁ ହସ୍ପିଟାଲ ନେଇ ଚିକିତ୍ସା କରାଇଥିଲେ। ପରେ ଜ୍ଞାନଙ୍କ ଭାଇ ମନୋରଞ୍ଜନ ଥାନାକୁ ଯାଇ ତାଙ୍କୁ ଘରକୁ ଆଣିଥିଲେ। ଘଟଣା ସମ୍ପର୍କରେ ଶୈଳବାଳା ଜାଣିବା ପରେ ମଙ୍ଗଳବାର ଏସ୍‌ଆଇଙ୍କ ନାମରେ ଅଭିଯୋଗ କରିଥିଲେ। ଘଟଣାକୁ ୪୮ଘଣ୍ଟା ବିତିଯାଇଥିଲେ ମଧ୍ୟ ଥାନା ପକ୍ଷରୁ ମାମଲା ରୁଜୁ ନ ହେବା ଓ ସମ୍ପୃକ୍ତ ଏସ୍‌ଆଇଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନ ଥିବାରୁ ଶୈଳବାଳା ଓ କେତେଜଣ ମହିଳା ବୁଧବାର ଅପରାହ୍ନ ୪ଟାରେ ଥାନା ଆଗରେ ଧାରଣା ଦେଇଥିଲେ। ୨ଘଣ୍ଟା ବସିବା ପରେ ମଧ୍ୟ ଥାନାର କୌଣସି କର୍ମଚାରୀ ଆସି ନ ଥିଲେ। ପରେ ସନ୍ଧ୍ୟା ହୋଇଯିବାରୁ ଧାରଣାରୁ ଉଠିଥିଲେ ମଧ୍ୟ ଆଗକୁ ଧାରଣା ଜାରି ରହିବ ବୋଲି ଶୈଳବାଳା କହିଛନ୍ତି। ବୁଧବାର ମଧ୍ୟ ଏସ୍‌ଆଇଙ୍କ ପ୍ରତିକ୍ରିୟା ମିଳି ନ ଥିବାବେଳେ ଆଇଆଇସି ମଲ୍ଲିକ କହିଛନ୍ତି, ତଦନ୍ତ ଜାରି ରହିଛି। ଘଟଣାରେ ସମ୍ପୃକ୍ତ ପୋଲିସ ଅଧିକାରୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଏସପିଙ୍କୁ ଅବଗତ କରାଯାଇଛି। ଏସ୍‌ପିଙ୍କ ନିର୍ଦ୍ଦେଶ ଆସିଲେ ମାମଲା ରୁଜୁ କରାଯାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୋହନା ପୋଲିସ ପକ୍ଷରୁ ନୂତନ ଜଳଛତ୍ର ଉଦଘାଟନ: ସଚେତନ ବାର୍ତ୍ତା ଦେଲେ ଥାନା ଅଧିକାରୀ

ମୋହନା,୭।୪: ଦିନକୁ ଦିନ ଗ୍ରୀଷ୍ମ ପ୍ରବାହ ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଗଜପତି ଜିଲା ମୋହନା ଥାନା ପକ୍ଷରୁ ଆଜି ନୂତନ ଜଳଛତ୍ର ଖୋଲାଯାଇଛି। ଏହି…

ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କୁ ମିଳିଲା ବଡ଼ ଦାୟିତ୍ୱ : ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇ କହିଲେ…

ଛତ୍ରପୁର, ୭।୪(,ଦିଲ୍ଲୀପ ସାମଲ): ଆଜି ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠି ଗଞ୍ଜାମ ଜିଲା ଯୋଜନା କମିଟିର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଦଳୀୟ ନେତା…

କେଉଁ ବୋତଲରେ ପାଣି ପିଇବା ଉଚିତ୍‌: ଜାଣନ୍ତୁ କ’ଣ ରହିଛି…

ଜଳ ହିଁ ଜୀବନ । ପାଣି ପିଇବା ପାଇଁ କିଏ ପ୍ଲାଷ୍ଟିକ୍‌ ବଟଲ ବ୍ୟବହାର କରନ୍ତି ତ ଆଉ କିଏ ତମ୍ବା ନ ହେଲେ ଷ୍ଟିଲ୍‌। ଘରୁ…

୮ ଏପ୍ରିଲରୁ ଏୟାର ଇଣ୍ଡିଆର ଯାତ୍ରା ହେବ ମହଙ୍ଗା! ଜାଣନ୍ତୁ କେତେ ବଢ଼ିବ

ନୂଆଦିଲ୍ଲୀ,୭।୪: ଟାଟା ଗ୍ରୁପ୍ ନେତୃତ୍ୱରେ ପରିଚାଳିତ ବିମାନ କମ୍ପାନୀ ଏୟାର ଇଣ୍ଡିଆ ଯାତ୍ରୀମାନଙ୍କୁ ଏକ ଝଟକା ଦେଇଛି । ବଢି଼ପାରେ ଭଡ଼ା । କମ୍ପାନୀ ୮ ଏପ୍ରିଲରୁ…

ଫାଇନାନ୍ସ କମ୍ପାନୀ ମ୍ୟାନେଜରଙ୍କୁ ହତ୍ୟା ଉଦ୍ୟମ ଅଭିଯୋଗ: ସୁନା ଚେନ୍‌ ଛଡାଇ…

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଆଙ୍କୋରଡ଼ା ଗାଁ ନିକଟରେ ଥିବା କ୍ରସର ୟୁନିଟରୁ ପଶ୍ଚିମବଙ୍ଗ କୋଲକତାସ୍ଥିତ ସିଭିଲ କୋର୍ଟଙ୍କ ଆଦେଶ କ୍ରମେ କୋବେଲକୋ…

ନବୀନ ପଟ୍ଟନାୟକଙ୍କୁ ନେଇ ଏମିତି କହିଦେଲେ ମନମୋହନ: ଆମ ଦ୍ୱାର ସବୁବେଳେ ଖୋଲା…

ଭୁବନେଶ୍ୱର,୭।୪: ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପଞ୍ଚାୟତରାଜ ନିର୍ବାଚନ ପୂର୍ବରୁ ବିଭିନ୍ନ ଜିଲା ଗସ୍ତ କରିବେ ବୋଲି ଜଣାପଡ଼ିଛି। ନବୀନଙ୍କ ଜିଲା…

ହୃଦୟ ବିଦାରକ… ପ୍ରେମିକ ସହିତ ଧରାପଡ଼ିଲେ ସ୍ତ୍ରୀ, ପୋଲିସ ଉପସ୍ଥିତିରେ ଗଳା କାଟି ହତ୍ୟା କଲେ ସ୍ବାମୀ

ହାଇଦ୍ରାବାଦ,୭।୪: ତେଲେଙ୍ଗାନାର ସାଙ୍ଗାରେଡ୍ଡି ଜିଲାର ଜାହିରାବାଦରୁ ଏକ ହୃଦୟ ବିଦାରକ ଖବର ସାମ୍ନାକୁ ଆସିଛି । ଜଣେ ସ୍ୱାମୀ ପୋଲିସ ଉପସ୍ଥିତିରେ ଚଳନ୍ତା ଗାଡ଼ି ଭିତରେ ତାଙ୍କ…

୩୬ ଲକ୍ଷ ଟଙ୍କା ଦରମା ପ୍ୟାକେଜ୍‌ ଛାଡ଼ି ହୋଇଥିଲେ ବାବା: ଏବେ ବିବାହ କରି ଚର୍ଚ୍ଚାରେ ଅଭୟ ସିଂ, ଆଗକୁ କରିବେ…

ଧର୍ମଶାଳା,୭।୪: ଆଇଆଇଟି ବାବା ଓରଫ ଅଭୟ ସିଂ, ୨୦୨୫ର ପ୍ରୟାଗରାଜ ମହାକୁମ୍ଭ ସମୟରେ ତାଙ୍କର ଅନନ୍ୟ ଆଧ୍ୟାତ୍ମିକ ଯାତ୍ରା ପାଇଁ ରାତାରାତି ପ୍ରସିଦ୍ଧି ହାସଲ କରିଥିଲେ। ଏବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri