Posted inଜାତୀୟ

ଟ୍ରାଫିକ୍‌ ନିୟମ କଡ଼ାକଡ଼ି: ଇ-ଚାଲାଣ ପୈଠ ନ କଲେ ଡ୍ରାଇଭିଂ ଲାଇସେନ୍ସ ହେବ ଜବତ

ନୂଆଦିଲ୍ଲୀ,୩୧ା୩:ଟ୍ରାଫିକ୍‌ ନିୟମ ଉଲ୍ଲଂଘନ ଘଟଣାରେ ଦଣ୍ଡସ୍ବରୂପ ଯେତିକି ଇ-ଚାଲାଣ କଟାଯାଉଛି, ତା’ର ମାତ୍ର ୪୦ ପ୍ରତିଶତ ଦେୟ ଆଦାୟ ହେଉଥିବା ଜଣାପଡ଼ିଛି। ଅନେକ ନିୟମ ଉଲ୍ଲଂଘନକାରୀ ଜରିମାନା ରାଶି ଭରୁନାହାନ୍ତି। ତେଣୁ ବେପରୁଆ ଗାଡ଼ି ଚାଳକଙ୍କୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ସରକାର ଟ୍ରାଫିକ୍‌ ନିୟମ ପାଳନକୁ କଡ଼ାକଡ଼ି କରିବାକୁ ଯାଉଛନ୍ତି। ତଦନୁଯାୟୀ, ୩ ମାସ ମଧ୍ୟରେ ଟ୍ରାଫିକ୍‌ ଇ-ଚାଲାଣ (ଜରିମାନା) ପୈଠ ନ କଲେ ଡ୍ରାଇଭିଂ ଲାଇସେନ୍ସ (ଡିଏଲ୍‌)କୁ ସ୍ଥଗିତ ରଖାଯିବ। ଲାଲ୍‌ବତିକୁ ଅତିକ୍ରମ କରିଯିବା କିମ୍ବା ବିପଜ୍ଜନକ ଡ୍ରାଇଭିଂ ପାଇଁ ଗୋଟିଏ ଆର୍ଥତ୍କ ବର୍ଷରେ ୩ ଥର ଚାଲାଣ କଟାଯାଇଥିଲେ, ଲାଇସେନ୍ସକୁ ଅନୂ୍ୟନ ୩ ମାସ ପାଇଁ ଜବତ କରାଯିବ। ଯଦି ଜଣେ ଡ୍ରାଇଭର ପୂର୍ବ ଆର୍ଥତ୍କ ବର୍ଷରୁ ଅନୂ୍ୟନ ୨ଟି ଚାଲାଣ ପୈଠ ନ କରି ଅଟକାଇ ରଖିଥିବେ, ତେବେ ତାଙ୍କ ଉପରେ ଅଧିକ ବୀମା ପ୍ରିମିୟମ୍‌ ଲଗାଯିବ।
କେନ୍ଦ୍ରୀୟ ମୋଟର ଯାନ ଆଇନର ବ୍ୟବସ୍ଥା ଅନୁଯାୟୀ ଇଲେକ୍ଟ୍ରୋନିକ ପର୍ଯ୍ୟବେକ୍ଷଣ କାର୍ଯ୍ୟକାରିତା ସମ୍ପର୍କିତ ଅନୁପାଳନ ରିପୋର୍ଟ ଦାଖଲ କରିବା ପାଇଁ ସୁପ୍ରିମକୋର୍ଟ ୨୩ ରାଜ୍ୟ ଓ ୭ କେନ୍ଦ୍ରଶାସିତ ଅଞ୍ଚଳକୁ ନିର୍ଦ୍ଦେଶ ଦେବା ପରେ ସରକାର ଆଇନ ପାଳନକୁ କଡ଼ାକଡ଼ି କରିବାକୁ ନିଷ୍ପତ୍ତି ନେଇଛନ୍ତି। ଉକ୍ତ ଆଇନର ଧାରା ୧୩୬ଏ ଅନୁଯାୟୀ, ଉତ୍ତମ ଟ୍ରାଫିକ ପରିଚାଳନାକୁ ସୁନିଶ୍ଚିତ କରାଇବା ଏବଂ ଟ୍ରାଫିକ୍‌ ଆଇନର କାର୍ଯ୍ୟକାରିତା ପାଇଁ ସିସିଟିଭି କ୍ୟାମେରା, ଅଟୋମେଟିକ୍‌ ନମ୍ବର ପ୍ଲେଟ୍‌ ଚିହ୍ନଟ ବ୍ୟବସ୍ଥା, ସ୍ପିଡ୍‌ ଗନ୍‌, ଶରୀରରେ ପିନ୍ଧାଯାଇପାରୁଥିବା କ୍ୟାମେରା ଆଦି ଉନ୍ନତ ପ୍ରଯୁକ୍ତି ବ୍ୟବହାର କରାଯାଇପାରିବ।
ଟ୍ରାଫିକ୍‌ ନିୟମ ଉଲ୍ଲଂଘନ କରୁଥିବା ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟରୁ ଦିଲ୍ଲୀରେ ଇ-ଚାଲାଣ ଜରିଆରେ ସର୍ବନିମ୍ନ ୧୪ ପ୍ରତିଶତ ଜରିମାନା ଆଦାୟ ହୋଇଥିବା ଜଣାପଡ଼ିଛି। କର୍ନାଟକରେ ଇ-ଚାଲାଣ ଜରିଆରେ ଜରିମାନା ଆଦାୟ ପରିମାଣ ୨୧ ପ୍ରତିଶତ ରହିଥିତ୍ବାବେଳେ ତାମିଲନାଡୁ ଓ ଉତ୍ତରପ୍ରଦେଶରେ ୨୭%, ଓଡ଼ିଶାରେ ୨୯% ରହିଛି। ଅନ୍ୟପକ୍ଷରେ ରାଜସ୍ଥାନ, ବିହାର, ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଓ ହରିୟାଣାରେ ଜରିମାନା ଆଦାୟ ହାର ୬୨ରୁ ୭୬ ପ୍ରତିଶତ ରହିଛି। ତଥ୍ୟରୁ ଆହୁରି ଜଣାପଡ଼ିଛି, ଯେଉଁମାନେ ଅଦାଲତଙ୍କ ଦ୍ୱାରସ୍ଥ ହୋଇଛନ୍ତି, ପୋଲିସ୍‌ ଲଗାଇଥିବା ଜରିମାନା ଉପରେ ସେମାନଙ୍କୁ ପାଖାପାଖି ୮୦ ପ୍ରତିଶତ ଛାଡ଼ ମିଳିଛି।
ଜନସାଧାରଣ ଜରିମାନା ତୁରନ୍ତ ପୈଠ ନ କରିବାର ଅନେକ କାରଣ ରହିଛି। ସେଗୁଡ଼ିକ ହେଲା, ଚାଲାଣ କଟାଯାଇଥିବା ନେଇ ବିଳମ୍ବରେ ସତର୍କ ସୂଚନା ଆସିବା ଏବଂ ତ୍ରୁଟିପୂର୍ଣ୍ଣ ଚାଲାଣ। ଏଥିରେ ସୁଧାର ଆଣିବା ପାଇଁ ସରକାର ଏକ ବିସ୍ତୃତ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର ଆଣିବାକୁ ଯାଉଛନ୍ତି, ଯେଉଁଥିରେ କ୍ୟାମେରା ସମ୍ପର୍କିିତ ସୂଚନା ରହିବା ସହ ବକେୟା ଚାଲାଣ ସମ୍ପର୍କରେ ସତର୍କ କରାଇବ। ଜରିମାନା ପୈଠ ହେପା ପର୍ଯ୍ୟନ୍ତ ପ୍ରତି ମାସରେ ଗାଡ଼ି ମାଲିକ କିମ୍ବା ଡ୍ରାଇଭରଙ୍କ ପାଖକୁ ବାରମ୍ବାର ଆଲର୍ଟ ପଠାଯିବ। ଉଦାହରଣ ସ୍ବରୂପ, ୩ ଦିନ ମଧ୍ୟରେ ଡ୍ରାଇଭର କିମ୍ବା ଗାଡ଼ି ମାଲିକଙ୍କ ପାଖକୁ ଇ-ଚାଲାଣ ନୋଟିସ୍‌ ଯିବ। ନୋଟିସ୍‌ ପାଇବାକୁ ଥିବା ବ୍ୟକ୍ତି ଏହାକୁ ଗ୍ରହଣ କରିବା ସହ ୩୦ ଦିନ ମଧ୍ୟରେ ଏହାକୁ ପୈଠ କରିବେ କିମ୍ବା ସମ୍ପୃକ୍ତ ଆପତ୍ତି ଅଭିଯୋଗ କର୍ତ୍ତୃପକ୍ଷଙ୍କ ନିକଟରେ ଚ୍ୟାଲେଞ୍ଜ କରିବେ। ୩୦ ଦିନ ମଧ୍ୟରେ ଏହା ନ କଲେ, ତ୍ରୁଟିକୁ ଆପଣ ଗ୍ରହଣ କଲେ ବୋଲି ଧରାଯିବ। ୯୦ ଦିନ ମଧ୍ୟରେ ଜରିମାନା ପୈଠ ନ କଲେ ଏହା ପୈଠ ହେବା ପର୍ଯ୍ୟନ୍ତ ଡିଏଲ୍‌ କିମ୍ବା ରେଜିଷ୍ଟ୍ରେଶନ ସାର୍ଟିଫିକେଟ ସ୍ଥଗିତ ରହିବ।

 


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରାପଡ଼ା: ୨୧ ବର୍ଷ ପରେ କାର୍ଯ୍ୟାନୁଷ୍ଠାନ; ୩ ବାଂଲାଦେଶୀଙ୍କୁ ଦେଶାନ୍ତର କଲା ଜିଲା ପ୍ରଶାସନ

କେନ୍ଦ୍ରାପଡ଼ା, ୩୦ା୧ (ଜଗନ୍ନାଥ ଧଳ): ଦୀର୍ଘ ୨୧ ବର୍ଷ ପରେ କେନ୍ଦ୍ରାପଡ଼ା ଜିଲାରେ ଅନୁପ୍ରବେଶକାରୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ୩ ଜଣ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଜିଲା…

କୈଳାସ ସାହୁଙ୍କୁ ଗଳା କାଟି ହତ୍ୟା, ପହଞ୍ଚିଲା ବିଷମ କଟକ ପୋଲିସ… 

ବିଷମ କଟକ, ୩୦।୧(ପ୍ରସନ୍ନ କୁମାର ପଣ୍ଡା): ରାୟଗଡା ଜିଲା ବିଷମ କଟକ ସଦର ସ୍ଥିତ ବ୍ରାହ୍ମଣ ସାହି ନିବାସୀ କୈଳାସ ଚନ୍ଦ୍ରଙ୍କୁ କେହି ଦୁର୍ବୃତ୍ତ ଗଳା କାଟି…

ଅଭିଯୋଗ ଆଣିଲେ ଏମ୍‌ପି:ଦେଶର ଅର୍ଥନୈତିକ ଅଭିବୃଦ୍ଧି ଚିନ୍ତାଜନକ; ଗ୍ରାମୀଣ ବିକାଶକୁ ଅଣଦେଖା, ବଡ଼ ବଡ଼ …

ରାୟଗଡ଼ା,୩୦।୧(ଆଶିଷ ରଞ୍ଜନ ପଣ୍ଡା): ଆର୍ଥିକ ସର୍ବେକ୍ଷଣ ୨୦୨୫-୨୬ ଅନୁସାରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ପ୍ରାୟ ୭% ରହିବାର ପୂର୍ବାନୁମାନ କରାଯାଇଛି। ଯାହା ବିଶ୍ୱସ୍ତରୀୟ ଅନିଶ୍ଚିତତା ସତ୍ୱେ ଦେଶର ସାମଗ୍ରିକ…

ସରକାରଙ୍କ ବଡ଼ ଘୋଷଣା : ଝାରବନ୍ଧ ଓଡ଼ିଶାର ପ୍ରଥମ ଦୁଗ୍ଧ ଗ୍ରାମ; ସମୃଦ୍ଧି, ସଶକ୍ତିକରଣ ସ୍ଥାୟୀ ଗ୍ରାମୀଣ ବିକାଶର…

ବରଗଡ଼, ୩୦।୧( ପ୍ରେମାନନ୍ଦ ଖମାରୀ) – ସାମୁହିକ ପ୍ରଚେଷ୍ଟାରେ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ଦିଗରେ ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଉପାନ୍ତ ଝାରବନ୍ଧ ଦୁଗ୍ଧ…

YouTube ଏବଂ Instagramରୁ କେମିତି କରିବେ ମୋଟା ଅଙ୍କର ରୋଜଗାର? ସରଳ ଭାଷାରେ ବୁଝନ୍ତୁ…

ନୂଆଦିଲ୍ଲୀ,୩୦।୧:  ଆଜିର ଡିଜିଟାଲ୍ ଯୁଗରେ ଯୁଟ୍ୟୁବ୍ ଓ ଇନ୍‌ଷ୍ଟାଗ୍ରାମ୍ ଅନେକ ଲୋକଙ୍କ ପାଇଁ ମୋଟା ଅଙ୍କର ରୋଜଗାରର ଏକ ମାଧ୍ୟମ ହୋଇଛି। ଏହି ଦୁଇଟି ପ୍ଲାଟଫର୍ମରେ ଆଡ୍ସ…

ଫେବୃଆରୀ ୨୦ରେ Odisha Budget 2026-27

ଭୁବନେଶ୍ୱର,୩୦।୧: ଫେବୃଆରୀ ୧୭ରୁ ବିଧାନସଭା ବଜେଟ ଅଧିବେଶନ  ଆରମ୍ଭ ହେବ। ଦୁଇଟି ପର୍ଯ୍ୟାୟରେ ଚାଲିବ Odisha Budget 2026-27 ଅଧିବେଶନ। ଫେବୃଆରୀ ୨୦ରେ ଆଗତ ହେବ ବଜେଟ-୨୦୨୬।…

ଭୁଲ୍‌ ଇଲେକ୍ଟ୍ରି ବିଲ୍‌ ଆସୁଛି କି? ଜାଣନ୍ତୁ କେଉଁଠି କରିବେ ଅଭିଯୋଗ, ଶିଖନ୍ତୁ ଏହି ସହଜ ଉପାୟ…

ପ୍ରତ୍ୟେକ ପରିବାର ପାଇଁ ପ୍ରତି ମାସରେ ପ୍ରାପ୍ତ ହେଉଥିବା ଇଲେକ୍ଟ୍ରି ବିଲ୍‌ ଏକ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ। ଏଥିରେ ମାସିକ ଇଲେକ୍ଟ୍ରି ବ୍ୟବହାର ଏବଂ ବିଲ୍‌ ବିଷୟରେ ବିବରଣୀ…

ଗୋଲାପଙ୍କୁ ପୋଡ଼ି ମାରିବାକୁ ଉଦ୍ୟମ କରିଥିଲେ ଶ୍ୱଶୁର ଘର ଲୋକେ: ପୋଲିସ ନେଲା…

ଆନନ୍ଦପୁର, ୩୦।୧(ସୁଶାନ୍ତ କୁମାର ସାହୁ): ବୋହୂଙ୍କୁ ଘର ଭିତରେ କବାଟ ଦେଇ ପୋଡି ମାରିଦେବାକୁ ଉଦ୍ୟମ କଲେ ଶ୍ୱଶୁର ଘର ଲୋକେ। ଏଭଳି ଏକ ସମ୍ବେଦନଶୀଳ ଘଟଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri