ଗରିବଙ୍କ ପାଇଁ ନିୟମ କଡ଼ା, ଧନୀଙ୍କୁ ଦୟା: ଗାଡ଼ି ମାଲିକଙ୍କୁ କୋହଳ ଅଭିଯୋଗ

ଦାରିଙ୍ଗବାଡି,୨୪।୧(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡିରେ ଜବରଦଖଲ ଉଚ୍ଛେଦ କରାଯିବା ଘଟଣାରେ ଏବେ ମଧ୍ୟ କିଛି ଅମାନିଆ ପ୍ରଭାଶାଳୀ ବ୍ୟକ୍ତି ସରକାରୀ ଜମିକୁ ଜବରଦଖଲ କରି ରଖିଛନ୍ତି। ପ୍ରକାଶ ଯେ, ବୁଧବାର ତହସିଲଦାର ତଥା କାର୍ଯ୍ୟନିର୍ବାହୀ ଦଣ୍ଡାଧିକାରୀ ଧିରଜ ପାତ୍ରଙ୍କ ଆବାହନ କ୍ରମେ ବିଡ଼ିଓ ପ୍ରୀତିରଞ୍ଜନ ରଥ ଆଇଆଇଆସି ସଂଗ୍ରାମ କେଶରୀ ଜେନା ପ୍ରମୁଖ ସଦଳବଳ ଜବରଦଖଲକାରୀଙ୍କୁ ଉଛେଦ କରିଥିଲେ। ଅଧିକାଂଶ ଗରିବ ଶ୍ରେଣୀର ବ୍ୟବସାୟୀ ମାନେ ୫୯ନଂ ଜାତୀୟ ରାଜପଥ କଡରେ ପନିପରିବା ଓ ଫଳ ଷ୍ଟେସେନାରୀ ଆଦି ବିକ୍ରିବଟା କରୁଥିଲେ। ସେମାନେ ପ୍ରଶାସନର କଥାରେ ଉଚ୍ଛେଦ ଆପେ ଆପେ ହୋଇଥିବାବେଳେ ଏବେ ମଧ୍ୟ କିଛି ପ୍ରଭାବଶାଳୀ ବ୍ୟକ୍ତି ରାଜପଥ ଉପରେ ସିଡ଼ି କରି ନିଜ ଘରକୁ ଯାତାୟାତ କରୁଛନ୍ତି। ଯିଏ ଏହି ବ୍ୟକ୍ତି ସିଡ଼ି ରାଜପଥର ଡ୍ରେନ ଉପରେ ସିଡ଼ି ନିର୍ମାଣ କରି ରଖିଛନ୍ତି ସେ କୁଆଡେ ତହସିଲଦାର କାର୍ଯ୍ୟାଳୟରେ ନିଜ ଗାଡି ଭଡା ସୂତ୍ରରେ ଦେଇଛନ୍ତି। ତେଣୁ ସେ ତାଙ୍କ ପ୍ରଭାବ ତହସିଲଦାରଙ୍କ ଉପରେ ରଖିଥିବାରୁ ତହସିଲଦାର ଉକ୍ତ ଅମାନିଆ ପ୍ରଭାବଶାଳୀଙ୍କୁ ଗରିବ ଲୋକଙ୍କ ଅପେକ୍ଷା ଅଧିକା ତାଙ୍କୁ ଦୟା ଦେଖାଉଥିବା ଦାରିଙ୍ଗବାଡି ବଜାରରେ ଚର୍ଚ୍ଚା ଚାଲିଛି।
ବାଲିଗୁଡା ଉପଜିଲାପାଳ ପ୍ରଣୀତା ଦାସଙ୍କ ନିର୍ଦ୍ଦେଶକୁ ତହସିଲଦାର ଅଣଦେଖା କରି ଗରିବ ଶ୍ରେଣୀ ପାଇଁ ଗୋଟିଏ ନିୟମ ଓ ପ୍ରଭାବଶାଳୀଙ୍କ ପାଇଁ ଗୋଟିଏ ନିୟମ ପାଳନ କରୁଥିବା ଏବେ ସବୁଠି ଚର୍ଚ୍ଚା ହେଉଛି। ଏନେଇ ତହସିଲଦାରଙ୍କ ପ୍ରତିକ୍ରିୟା ନିଆଯିବାରୁ ସିଡ଼ି ବାହାର କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି। ତେବେ ଯଦି ନିର୍ଦ୍ଦେଶ ଦିଆଯାଇଛି ତେବେ କାହିଁକି ରାଜପଥର ଡ୍ରେନ ଉପରେ ରହିଥିବା ସିଡ଼ିକୁ ପ୍ରଶାସନ ହଟାଇବାରେ ବିଳମ୍ବ କରୁଛି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସୂଚନାଯୋଗ୍ୟ ଯେ, ଜବରଦଖଲ ଉଚ୍ଛେଦ ପରେ ପଞ୍ଚାୟତ କାର୍ଯ୍ୟାଳୟ ପକ୍ଷରୁ ୯ ଜଣ ପନିପରିବା ବ୍ୟବସାୟୀଙ୍କୁ ଯେଉଁମାନଙ୍କୁ ଉଚ୍ଛେଦ କରାଯାଇଛି, ସେମାନଙ୍କୁ ପଞ୍ଚାୟତ ପକ୍ଷରୁ ପିଣ୍ଡି ଯୋଗାଇଦିଆଯାଇଛି। ସେହିପରି ୪ ଜଣ ଫଳ ଦୋକାନ, ୩ ଜଣଙ୍କୁ ଛାତ ଥିବା ପିଣ୍ଡି ଦିଆଯାଇଥିବାବେଳେ ପୁର୍ବରୁ ଗୋଟିଏ ଦଶନ୍ଧି ପୂର୍ବରୁ ୨୬ ଜଣ ଦୋକାନ ଗୃହ ପାଇଁ ଆବେଦନ କରିଥିଲେ ସେମାନଙ୍କୁ ଯୋଗାଇ ଦିଆଯାଇଥିବା ଦାରିଙ୍ଗବାଡି ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ରୋଶନ କୁମାର ରଥ କହିଛନ୍ତି। ସେ ଆହୁରି କହିଛନ୍ତି, ମୋଟ ୧୨୮ ଜଣ ଆବେଦନ କରିଛନ୍ତି ସେ ସବୁକୁ ଯାଞ୍ଚ କରାଯାଉଛି। ଏଥି ସହ ରବିବାର ଦିନ ନୂତନ ସ୍ଥାନ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଯୋଗାଇ ଦିଆଯାଇଥିବା ହାଟ ପିଣ୍ଡିରେ ନୂତନ ହାଟ ଖୋଲିବ ବୋଲି କହିଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ୮୮୦୦ ଶସ୍ତା ହେଲା ସୁନା,ରୂପା ବି ୨୫,୫୦୦ ଖସିଲା; ମୁଣ୍ଡରେ ହାତ ଦେଲେଣି ନିବେଶକ,ଆଗକୁ…

ନୂଆଦିଲ୍ଲୀ, ୧୯।୩: ଗୁରୁବାର ସାରେ ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX) ରେ ସୁନା ଓ ରୁପା ଦରରେ ଜୋରଦାର ହ୍ରାସ ପରିଲକ୍ଷିତ ହୋଇଛି। ମଧ୍ୟ-ପ୍ରାଚ୍ୟରେ ଉତ୍ତେଜନା ଲାଗି…

ଦିଗପହଣ୍ଡିରେ ଦୁଇଦିନିଆ ଶିକ୍ଷଣ ସାମଗ୍ରୀ କର୍ମଶାଳା ଉଦଯାପିତ: ପ୍ରଭାବଶାଳୀ ଶିକ୍ଷାଦାନ ପାଇଁ…

ଦିଗପହଣ୍ଡି, ୧୯।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ବଡ଼ଖେମୁଣ୍ଡି ହାଇସ୍କୁଲ ପରିସରରେ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଆୟୋଜିତ ଦୁଇଦିନିଆ ଶିକ୍ଷଣ ସାମଗ୍ରୀ…

ଚଷାନିମଖଣ୍ଡି ସରକାରୀ ହାଇସ୍କୁଲର ବାର୍ଷିକୋତ୍ସବ: ମନ ଜିଣିଲା ନାଟକ ‘ଗୁରୁ ସାକ୍ଷାତ ପରଂବ୍ରହ୍ମ’

ଦିଗପହଣ୍ଡି, ୧୯।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଚଷାନିମଖଣ୍ଡି ଗ୍ରାମ ସରକାରୀ ହାଇସ୍କୁଲ ପରିସରରେ ବାର୍ଷିକୋତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର…

ଥୁଆମୂଳ ରାମପୁର ବ୍ଲକ କାର୍ଯ୍ୟାଳୟ ସମ୍ମୁଖ ମରଣଯନ୍ତା: ଗଳା ଫାଶ ସାଜିଛି ‘ଲୁହା ଜାଲି’, ପ୍ରଶାସନ ନିଦାବିଷ୍ଣୁ

ଥୁଆମୂଳ ରାମପୁର, ୧୯।୩ (ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ମୁଖ୍ୟ ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ…

ବଜ୍ରପାତରେ ଜଳିଗଲା ନଡ଼ିଆ ଗଛ

ଢେଙ୍କିକୋଟ,୧୯ା୩(ନୀଳମଣି ମଣ୍ଡଳ): କେନ୍ଦୁଝର ଜିଲା ଢେଙ୍କିକୋଟଠାରେ କାଳବୈଶାଖୀ ପ୍ରଭାବରେ ବଜ୍ରପାତ ସାଙ୍ଗକୁ ବର୍ଷା ହୋଇଥିଲା। ବଜ୍ରପାତରେ ଢେଙ୍କିକୋଟ ବଜାରସ୍ଥିତ ରାମଚନ୍ଦ୍ର ସାହୁଙ୍କ ବାଡ଼ିରେ ଥିବା ନଡ଼ିଆ ଗଛ…

ସୁରେଶ ରେଡ୍ଡି ହେଲେ ଭାଜପା ଯୁବ ମୋର୍ଚ୍ଚାର ରାଜ୍ୟ ସଂଯୋଜକ: ଛତ୍ରପୁର ଅଞ୍ଚଳରେ ଉତ୍ସାହ

ଛତ୍ରପୁର, ୧୯।୩ (ଦିଲ୍ଲୀପ ସାମଲ): ଭାରତୀୟ ଜନତା ପାର୍ଟି (ଭାଜପା) ଯୁବ ମୋର୍ଚ୍ଚାର ସଂଗଠନକୁ ଅଧିକ ସୁଦୃଢ଼ କରିବା ପାଇଁ ଏକ ବଡ଼ ପଦକ୍ଷେପ ନିଆଯାଇଛି। ଛତ୍ରପୁରର…

ଅକାଳରେ ଚାଲିଗଲା ସିଆର୍‌ପିଏଫ୍‌ ଯବାନଙ୍କ ଜୀବନ: ରାୟଗଡ଼ା ଚତୁର୍ଥ ବାଟାଲିୟନରେ ଶୋକର ଛାୟା

ରାୟଗଡ଼ା, ୧୯।୩ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲାରେ ମ୍ୟାଲେରିଆର ପ୍ରାଦୁର୍ଭାବ ଜଣେ କର୍ତ୍ତବ୍ୟରତ ସିଆରପିଏଫ (CRPF) ଯବାନଙ୍କ ଜୀବନ ନେଇଛି। ମୃତ ଯବାନ ଜଣକ ହେଉଛନ୍ତି…

ତାରାତାରିଣୀ ପୀଠରେ ବାସନ୍ତିକ ନବରାତ୍ରୀ ଉତ୍ସବ ଆରମ୍ଭ: ବେଦମନ୍ତ୍ରରେ ପ୍ରକମ୍ପିତ ରତ୍ନଗିରି ପାହାଡ଼

ପୁରୁଷୋତ୍ତମପୁର,୧୯।୩(ସବିତା ମିଶ୍ର): ଦକ୍ଷିଣ ଓଡ଼ିଶାର ପ୍ରସିଦ୍ଧ ଶକ୍ତିପୀଠ ତଥା ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠରେ ଗୁରୁବାର ରାତିରୁ ମହାସମାରୋହରେ ଆରମ୍ଭ ହୋଇଛି ବାସନ୍ତିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri