କିମ୍‌ଙ୍କୁ କଡ଼ା ଜବାବ୍‌, ଆମେରିକା-ଦକ୍ଷିଣ କୋରିଆ ପରୀକ୍ଷା କଲେ ୮ କ୍ଷେପଣାସ୍ତ୍ର…

ଓ୍ବାଶିଂଟନ/ସିଓଲ, ୬।୬ : ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ ଉନ୍‌ ୮ଟି ବାଲିଷ୍ଟିକ କ୍ଷେପଣାସ୍ତ୍ର ଉତକ୍ଷେପଣ କରିଥିଲେ। ଏହାର ଜବାବରେ ଆମେରିକା ଏବଂ ଦକ୍ଷିଣ କୋରିଆ ପକ୍ଷରୁ ମଧ୍ୟ ଆଠଟି କ୍ଷେପଣାସ୍ତ୍ର ପରୀକ୍ଷା କରିଛନ୍ତି। ଏହି କ୍ଷେପଣାସ୍ତ୍ର ପରୀକ୍ଷା ବିଷୟରେ ସୂଚନା ଦକ୍ଷିଣ କୋରିଆର ଅଧିକାରୀଙ୍କଠାରୁ ଆସିଛି। ଯେଉଁଥିରେ କୁହାଯାଇଛି ଯେ ବିଭିନ୍ନ ଟାର୍ଗେଟରେ ଏହି କ୍ଷେପଣାସ୍ତ୍ରଗୁଡିକ ପରୀକ୍ଷା କରାଯାଇଥିଲା। ଏହା ଦ୍ୱାରା କିମ୍‌ଙ୍କୁ କଡ଼ା ଜବାବ ମିଳିଥିବାର କୁହାଯାଉଛି।

ସ୍ଥାନୀୟ ନ୍ୟୁଜ ଏଜେନ୍ସି ଅନୁଯାୟୀ ଦକ୍ଷିଣ କୋରିଆ-ଆମେରିକା ଭୂପୃଷ୍ଠରୁ ଭୂପୃଷ୍ଠରେ ଲକ୍ଷ୍ୟଭେଦ କରୁଥିବା କ୍ଷେପଣାସ୍ତ୍ରର ମିଳିତ ପରୀକ୍ଷଣ କରିବା ସହିତ ଆକ୍ରମଣ ସମୟରେ ସଠିକ ଷ୍ଟ୍ରାଇକ କରିବାର କ୍ଷମତାର ପ୍ରଦର୍ଶନ ମଧ୍ୟ କରିଛନ୍ତି।

ଦକ୍ଷିଣ କୋରିଆ ଏକ ବିବୃତ୍ତି ଜାରି କରି କହିଛି ଯେ ’ଆମର ସୈନ୍ୟବାହିନୀ ଉତ୍ତର କୋରିଆ ଦ୍ୱାରା କରାଯାଉଥିବା ବାଲିଷ୍ଟିକ କ୍ଷେପଣାସ୍ତ୍ରକୁ ଦୃଢ଼ନିନ୍ଦା କରୁଛି। ଏଥିସହିତ ଦୁଇଦେଶ ମଧ୍ୟରେ ସାମରିକ ଉତ୍ତେଜନା ବୃଦ୍ଧି କରୁଥିବା ତଥା ସୁରକ୍ଷା ଚିନ୍ତା ବଢ଼ାଉଥିବା ଯେ କୌଣସି କାର୍ଯ୍ୟକଳାପକୁ ତୁରନ୍ତ ବନ୍ଦ କରିବାକୁ ଉତ୍ତର କୋରିଆକୁ ଅନୁରୋଧ କରିଛି।

ରବିବାର ଉତ୍ତର କୋରିଆ ସ୍ବଳ୍ପ ଦୂରଗାମୀ ବାଲିଷ୍ଟିକ କ୍ଷେପଣାସ୍ତ୍ର ପରୀକ୍ଷା କରିଥିଲା। ଏହାପୂର୍ବରୁ ଉତ୍ତର କୋରିଆର ନେତା କିମ ଜୋଙ୍ଗ ଉନ କହିଥିଲେ ଯେ ତାଙ୍କ ଦେଶ ପରମାଣୁ କ୍ଷମତାକୁ ବୃଦ୍ଧି କରିବ।

୧୦ ବର୍ଷରୁ ଅଧିକ କ୍ଷମତାରେ ଥିବା ବେଳେ ଉତ୍ତର କୋରିଆ ନେତା କିମ ଜୋଙ୍ଗ ୧୦୦ରୁ ଅଧିକ କ୍ଷେପଣାସ୍ତ୍ର ଉତକ୍ଷେପଣ କରିଛନ୍ତି। ସେଥିମଧ୍ୟରେ ଯେପରିକି ଆନ୍ତଃମହାଦେଶୀୟ କ୍ଷେପଣାସ୍ତ୍ର ରହିଛି। ଏହା ସହିତ କିମ୍‌ ଚାରିଟି ଆଣବିକ ପରୀକ୍ଷଣ ମଧ୍ୟ କରିଛନ୍ତି। ତାଙ୍କର ୧୦ ବର୍ଷ କାର୍ଯ୍ୟକାଳ ମଧ୍ୟରେ, ତାଙ୍କ ପିତା କିମ ଜୋଙ୍ଗ ଇଲ ୧୬ ଟି କ୍ଷେପଣାସ୍ତ୍ର ଉତକ୍ଷେପଣ କରିଥିବାବେଳେ ଦୁଇଟି ପରମାଣୁ ପରୀକ୍ଷଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତକୁ ପାକ୍ ନେତାଙ୍କ କ୍ଷେପଣାସ୍ତ୍ର ମାଡ଼ ଧମକ: ବାଂଲାଦେଶ ସହ ସାମରିକ ମେଣ୍ଟ ପାଇଁ ଆହ୍ୱାନ

ଭୁବନେଶ୍ୱର,୨୩।୧୨: ପଡ଼ୋଶୀ ବାଂଲାଦେଶରେ ଜାରି ରହିଥିବା ଅଶାନ୍ତି ଏବଂ ଭାରତ ସହ ବଢୁଥିବା ତିକ୍ତତା ମଧ୍ୟରେ ପାକିସ୍ତାନର ଜଣେ ପ୍ରଭାବଶାଳୀ ନେତା ଭାରତ ବିରୋଧରେ ବିଷୋଦଗାର...

ଫସିଗଲେ କପିଲ ଶର୍ମା: ମାମଲା ରୁଜୁ

ଫସିଯାଇଛନ୍ତି କମେଡି କିଙ୍ଗ କପିଲ ଶର୍ମା। ତାଙ୍କ ଶୋ ‘ଦି ଗ୍ରେଟ ଇଣ୍ଡିଆନ କପିଲ ଶୋ’ ପୁଣିଥରେ ଚର୍ଚ୍ଚାରେ। ନୂତନ ସିଜିନର ପ୍ରଥମ ଏପିସୋଡରେ ପ୍ରିୟଙ୍କା...

ଶୀତଦିନେ ବ୍ରଏଲର କୁକୁଡ଼ାର ନିଅନ୍ତୁ ବିଶେଷ ଯତ୍ନ: ଅବହେଳା କଲେ ହୋଇପାରେ ବଡ଼ ଆର୍ଥିକ କ୍ଷତି

ଭୁବନେଶ୍ୱର,୨୩।୧୨: ଓଡ଼ିଶାରେ ଶୀତର ପ୍ରକୋପ ବଢ଼ୁଥିବା ବେଳେ ବ୍ରଏଲର କୁକୁଡ଼ା ଚାଷୀଙ୍କ ପାଇଁ ସତର୍କତା ଜାରି କରାଯାଇଛି। ଅତ୍ୟଧିକ ଥଣ୍ଡା ଯୋଗୁଁ କୁକୁଡ଼ାଙ୍କ ଶାରୀରିକ ଅଭିବୃଦ୍ଧି...

ବିଜୁଙ୍କୁ ମିଳିଲା ଆଜୀବନ କାରାଦଣ୍ଡ: ଅଢେଇ ବର୍ଷ ତଳେ…

ବ୍ରହ୍ମପୁର, ୨୩/୧୨(ସୁବାସ ଚନ୍ଦ୍ର ପାଢ଼ୀ): ଜିଲା ଜଜ ଅଶାନ୍ତ କୁମାର ଦାସ ମଙ୍ଗଳବାର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ପ୍ରକାଶ କରିଛନ୍ତି। ଅଭିଯୁକ୍ତଙ୍କୁ ଦୋଷୀ...

ଓଡ଼ିଶାରେ ବଢୁଛି ଶୀତର ପ୍ରକୋପ: ୩ ଦିନରେ ଏସବୁ ଜିଲାରେ ହ୍ରାସ ପାଇବ ପାରଦ

ଭୁବନେଶ୍ୱର,୨୩।୧୨: ରାଜ୍ୟରେ ଶୀତର ଲହରି ଜାରି ରହିଥିବା ବେଳେ ରାଜଧାନୀ ଭୁବନେଶ୍ୱର ସମେତ ବିଭିନ୍ନ ସହରର ତାପମାତ୍ରା ଗତ ୩ ଦିନ ମଧ୍ୟରେ ଗୁରୁତର ଭାବେ...

ଚାଷୀଙ୍କୁ ଶୋଷଣ ଚଳିବ ନାହିଁ, ନଚେତ୍‌ ନିଆଁ ଜଳିବ: ପ୍ରଦୀପ ମାଝୀ

ଝରିଗାଁ, ୨୩।୧୨ (କିଶୋର ଚନ୍ଦ୍ର ମଣ୍ଡଳ):ନବରଙ୍ଗପୁର ଜିଲାର ଝରିଗାଁ, ଉମରକୋଟ ଓ ରାଇଘର, ଚନ୍ଦାହାଣ୍ଡି ବ୍ଲକ ଠାରେ ଚାଷୀ ମହାସଂଘ ପକ୍ଷରୁ ବ୍ଳକ ବନ୍ଦ କରାଯାଇଛି।...

କେନ୍ଦ୍ରାପଡ଼ାରେ ନାବାଳିକାଙ୍କ ସହ ଘଟିଗଲା ଏପରି ଅଘଟଣ: କଡା ଚେତାବନୀ ଦେଲେ ଉପମୁଖ୍ୟମନ୍ତ୍ରୀ

କେନ୍ଦ୍ରାପଡା,୨୩।୧୨: କେନ୍ଦ୍ରାପଡ଼ା ଜିଲା ସାତଭାୟା ଗ୍ରାମରେ ଘଟିଥିବା କଥିତ ନାବାଳିକା ବିବାହ ଘଟଣାକୁ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଗଭୀର ଉଦବେଗ ପ୍ରକାଶ କରିଛନ୍ତି। ଏହି...

ଦାରିଙ୍ଗବାଡି ଶୀତ ମହୋତ୍ସବ: ରାଜ୍ୟର ୪ ମୁଖିଆଙ୍କୁ ନିମନ୍ତ୍ରଣ

ଦାରିଙ୍ଗବାଡି, ୨୩।୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡିଠାରେ ଜାନୁଆରୀରେ ହେବାକୁ ରହିଥିବା ଶୀତ ମହୋତ୍ସବରେ ଅନ୍ୟ ଅତିଥିଙ୍କ ମଧ୍ୟରେ ଓଡ଼ିଶା ସରକାରଙ୍କ ଗୃହ ଏବଂ ନଗର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri