ଛୁଟିରେ ସ୍କୁଲ ଖୋଲିଲେ କଡ଼ା କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ

ଭୁବନେଶ୍ୱର,୨୫ା୪: ବେସରକାରୀ ସ୍କୁଲ ଓ କଲେଜକୁ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କଡ଼ା ଚେତାବନୀ ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, ସରକାରଙ୍କ ଗ୍ରୀଷ୍ମ ପ୍ରବାହ ଏସ୍‌ଓପି ନ ମାନି ସ୍କୁଲ, କଲେଜ ଖୋଲିଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଗ୍ରୀଷ୍ମ ପ୍ରବାହକୁ ନେଇ ପଦକ୍ଷେପ ନିଆଯାଇଛି, ସ୍ଥିତି ନିୟନ୍ତ୍ରଣରେ ରହିଥିବା ମନ୍ତ୍ରୀ କହିଛନ୍ତି।

ଏଥିସହିତ ସତର୍କ କରାଇ ମନ୍ତ୍ରୀ କହିଛନ୍ତି, ଅତି ଆବଶ୍ୟକ ନଥିଲେ ଘରୁ ବାହାରନ୍ତୁ ନାହିଁ। ଅଂଶୁଘାତ ଓ୍ବାର୍ଡ ପ୍ରସ୍ତୁତ ରଖିବାକୁ ସିଏଚ୍‌ସି ଏବଂ ପିଏଚ୍‌ସିକୁ ମଧ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

୨୩ ତାରିଖଠାରୁ ଅଙ୍ଗନବାଡି, ଶିଶୁବାଟିକାଠାରୁ ଆରମ୍ଭ କରି ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି।। ରାଜ୍ୟରେ ବର୍ତ୍ତମାନ ଚାଲିଥିବା ଭିଷଣ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ପିଲାମାନଙ୍କ ସ୍ବାସ୍ଥ୍ୟର ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିବା ପରେ ଏହି ନିର୍ଦ୍ଦେଶ ଦେଇଛନ୍ତି। ନିର୍ଦ୍ଦେଶ ଅନୁଯାୟୀ ଅଙ୍ଗନବାଡି କେନ୍ଦ୍ର, ଶିଶୁବାଟିକା ଠାରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସରକାରୀ, ବେସରକାରୀ ସ୍କୁଲ ବନ୍ଦ ରହିଛି।। ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଓ ଦିନ ତାପମାତ୍ରାରେ ଅତ୍ୟଧିକ ବୃଦ୍ଧି ଯୋଗୁ ସାଧାରଣ ଜୀବନଯାପନ ବାଧାପ୍ରାପ୍ତ ହେଉଛି। ତେଣୁ ପିଲାମାନଙ୍କ ସ୍ବାସ୍ଥ୍ୟକୁ ସର୍ବାଧିକ ଗୁରୁତ୍ବ ଦେଇ ମୁଖ୍ୟମନ୍ତ୍ରୀ ଏହି ନିଷ୍ପତ୍ତି ନେଇଛନ୍ତି । ଏହି ସମୟ ମଧ୍ୟରେ ଅଙ୍ଗନବାଡି ପିଲା ମାନଙ୍କୁ ସେମାନଙ୍କ ଘରେ ଶୁଖିଲା ଖାଦ୍ୟ ଯୋଗାଇ ଦେବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ଉଭୟ ସରକାରୀ ଓ ବେସରକାରୀ କଲେଜ ପିଲାମାନଙ୍କ ପାଇଁ ରାଜ୍ୟ ସରକାର ଛୁଟି ଘୋଷଣା କରିଛନ୍ତି । ଏହି ସମୟରେ ପୂର୍ବରୁ ନିର୍ଦ୍ଧାରିତ ପରୀକ୍ଷା ଗୁଡିକ ନିର୍ଦ୍ଦିଷ୍ଟ ତାରିଖରେ ହେବ ଏବଂ ସଂପୃକ୍ତ ଅଧିକାରୀମାନେ ଏଥିପ୍ରତି ଯତ୍ନବାନ ହେବାକୁ ନିର୍ଦ୍ଦେଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରାକ ବଜେଟ ବୈଠକରେ ହେଲା ଜରୁରୀ ଆଲୋଚନା: ମଧ୍ୟବିତ୍ତଙ୍କ ପାଇଁ ଏଥର ଫୋକସ୍‌ରେ ରହିବ…

ଭୁବନେଶ୍ୱର,୬।୨: ଆସନ୍ତା ୨୦ ଫେବୃୟାରୀରେ ବିଧାନସଭାରେ ରାଜ୍ୟ ବଜେଟ ଉପସ୍ଥାପନ ହେବ। ଏହା ପୂର୍ବରୁ ଓଡ଼ିଶାବାସୀଙ୍କ ଠାରୁ ମଧ୍ୟ ରାୟ ଲୋଡିଛନ୍ତି ରାଜ୍ୟ ସରକାର। ମୁଖ୍ରମନ୍ତ୍ରୀ କହିଛନ୍ତି,…

RCB ମହିଳା ଟିମକୁ ଶୁଭେଚ୍ଛା ଜଣାଉ ଜଣାଉ ପୁରୁଷ ଟିମକୁ ଏମିତି କହିଲେ ବିଜୟ ମାଲ୍ୟା, ଯାହା ହେଉଛି ଭାଇରାଲ

ନୂଆଦିଲ୍ଲୀ,୬।୨: ମହିଳା ପ୍ରିମିୟର ଲିଗ ୨୦୨୬ର ଫାଇନାଲ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଦିଲ୍ଲୀ କ୍ୟାପିଟାଲ୍ସକୁ ପରାସ୍ତ କରି ଟାଇଟଲ ଜିତିଛି। ସ୍ମୃତି ମନ୍ଧାନାଙ୍କ ନେତୃତ୍ୱରେ RCB…

ଭାଲେଣ୍ଟାଇନ୍‌ ଡେ’ରୁ ଏହି ରାଶିର ଆରମ୍ଭ ହେବ ଭଲ ଦିନ, ଖୋଲିବ ବନ୍ଦ ଭାଗ୍ୟର ତାଲା

ଫେବୃଆରୀ ମାସ ମିଥୁନ ରାଶି ପାଇଁ ବିଶେଷ ହୋଇପାରେ। ୧୩ ଫେବୃଆରୀ ପରେ, ମିଥୁନ ରାଶିର ଭାଗ୍ୟ ସେମାନଙ୍କ ପାଇଁ ଅନୁକୂଳ ହୋଇପାରେ। ରାଶିର ଅଧିଷ୍ଠାତ୍ରୀ ଦେବତା…

ଆମେରିକା ସହିତ ‘ସିକ୍ରେଟ୍‌ ଟାରିଫ୍‌ ଡିଲ୍‌’ କରିବାକୁ ଯାଉଛି ବାଂଲାଦେଶ, ଭାରତ ପାଇଁ ବଢିଲା ଟେନସନ୍‌

ନୂଆଦିଲ୍ଲୀ,୬।୨: ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାର ଆମେରିକା ସହିତ ଏକ ଗୁପ୍ତ ଟାରିଫ୍‌ ଚୁକ୍ତି କରିବାକୁ ଯୋଜନା କରୁଛି। ଦେଶର ସଂସଦୀୟ ନିର୍ବାଚନର ମାତ୍ର ତିନି ଦିନ ପୂର୍ବରୁ,…

ଏମିତି ମିଛ କହିଲେ ଟ୍ରମ୍ପ: ପୋଲ୍‌ ଖୋଲି ଦେଲା ଚାଇନା

ଓ୍ବାଶିଂଟନ୍‌,୬।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ଫୋନ କଲ୍‌ ପରେ ଟ୍ରୁଥ ସୋସିଆଲରେ ଏକ ପୋଷ୍ଟରେ ଅନେକ ସାହସିକ ଦାବି…

ଝିଅ ଜନ୍ମ ହେବା ମାତ୍ରେ ମିଳିବ ୨୧,୦୦୦ ଟଙ୍କା, ପଢିବା ଖର୍ଚ୍ଚ ମଧ୍ୟ ବହନ କରିବେ ସରକାର, ଜାଣନ୍ତୁ ଏହି ଯୋଜନା କ’ଣ…

ନୂଆଦିଲ୍ଲୀ,୬।୨: ଝିଅମାନଙ୍କୁ ଶିକ୍ଷା ଏବଂ ପାଳନପୋଷଣ ପାଇଁ ସରକାର ଅନେକ ଯୋଜନା ଚଳାନ୍ତି। ରାଜ୍ୟ ସରକାରଗୁଡ଼ିକ ମଧ୍ୟ ରାଜ୍ୟ ସ୍ତରରେ ଅନେକ ଯୋଜନା ଚଳାନ୍ତି, ଯେପରିକି ଉତ୍ତର…

କୁମୁତାଲପେଟାରେ ଭୟାବହ ଅଗ୍ନିକାଣ୍ଡ: ଜଳିଗଲା ୧୨ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି

ଜେକେପୁର,୬ା୨(ରାଜେଶ ବିଶ୍ୱାଳ): ରାୟଗଡା ବ୍ଲକର କୁମୁତାଲପେଟା ପଞ୍ଚାୟତ ଅନ୍ତର୍ଗତ କୁମୁତାଲପେଟା ଗ୍ରାମରେ ଥିବା ପଞ୍ଚାୟତ କମ୍ପ୍ଲେକ୍ସର ଏକ ଦୋକାନରେ ଶୁକ୍ରବାର ଭୋର୍‌ ସମୟରେ ଭୟାବହ ଅଗ୍ନିକାଣ୍ଡ ଘଟିଛି।…

‘ଆପଣଙ୍କୁ କେବଳ ପବ୍ଲିସିଟି ଦରକାର’, କାହିଁକି ପ୍ରଶାନ୍ତ କିଶୋରଙ୍କୁ ଏମିତି କହିଲେ ସୁପ୍ରିମକୋର୍ଟ? ଜାଣନ୍ତୁ…

ପାଟନା,୬।୨: ୨୦୨୫ ବିହାର ବିଧାନସଭା ନିର୍ବାଚନକୁ ଚ୍ୟାଲେଞ୍ଜ କରି ଏବଂ ନୂତନ ନିର୍ବାଚନ ପାଇଁ ପ୍ରଶାନ୍ତ କିଶୋରଙ୍କ ଜନ ସୂରଜ ପାର୍ଟି ଦ୍ୱାରା ଦାୟର କରାଯାଇଥିବା ଆବେଦନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri