୭ ମହଲାକୁ ଷ୍ଟ୍ରେଚର ସାହା

ଢେଙ୍କାନାଳ ଅଫିସ,୨୧ା୭ – ୭ ମହଲା ବିଶିଷ୍ଟ ଢେଙ୍କାନାଳ ଜିଲା ମୁଖ୍ୟ ଚିକିତ୍ସାଳୟର ଉପର ମହଲାଗୁଡ଼ିକରେ ରହିଛି ବିଭିନ୍ନ ବିଭାଗର ଗୁରୁତ୍ୱପୂର୍ଣ୍ଣ ଓ୍ବାର୍ଡ ଓ ଅସ୍ତ୍ରୋପଚାର ଗୃହ। କିନ୍ତୁ ଚିକିତ୍ସାଳୟର ମୋଟ୍‌ ୪ଟି ଲିଫ୍ଟ ମଧ୍ୟରୁ ୩ଟି ଅଚଳ ହୋଇପଡ଼ିଛି। ସପ୍ତାହେ ବିତିଯାଇଥିଲେ ମଧ୍ୟ ଏହାର ମରାମତି କରାଯାଉ ନ ଥିବାରୁ ବଡ଼ କଷ୍ଟରେ ଷ୍ଟ୍ରେଚରରେ ଉପର ମହଲାଗୁଡ଼ିକୁ ବୁହା ହେଉଛନ୍ତି ରୋଗୀ। ଜିଲା ସ୍ବାସ୍ଥ୍ୟ ବିଭାଗ ମରାମତି ଦାୟିତ୍ୱ ପୂର୍ତ୍ତ ବିଭାଗର କହି ଖସିଯିିବାକୁ ବସିଥିବା ବେଳେ ପୂର୍ତ୍ତ ବିଭାଗ ଏହା ସ୍ବାସ୍ଥ୍ୟ ବିଭାଗର କାର୍ଯ୍ୟ କହି ପାଲଟା ଦୋଷ ଲଦିବା ଚର୍ଚ୍ଚାର ବିଷୟ ହୋଇଛି।
ସହରସ୍ଥିତ ଦକ୍ଷିଣକାଳୀ ଅଞ୍ଚଳରେ ପ୍ରାୟ ୫୦ କୋଟି ଟଙ୍କା ବ୍ୟୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ୭ ମହଲାର ଜିଲା ମୁଖ୍ୟ ଚିକିତ୍ସାଳୟ ନିର୍ମାଣ କରାଯାଇଥିଲା। ୨୦୧୮ ମେ ୨୬ରେ ଏହା କାର୍ଯ୍ୟକ୍ଷମ ହୋଇଥିଲା। ହେଲେ ଦୁଇବର୍ଷ ମଧ୍ୟରେ ବାରମ୍ବାର ଲିଫ୍ଟ ଅଚଳ ହେଉଥିବାରୁ ରୋଗୀମାନେ ଯାତାୟାତରେ ବଡ଼ ହନ୍ତସ୍ତନ୍ତ ହେଉଛନ୍ତି। ତଳ ମହଲାରେ ଡାକ୍ତରମାନଙ୍କ ପ୍ରକୋଷ୍ଠ ଏବଂ ଆଉଟ୍‌ଡୋର ସାଙ୍ଗକୁ ପଞ୍ଜୀକରଣ, ଔଷଧ ପ୍ରଦାନ, ରଞ୍ଜନ ରଶ୍ମି ଓ ରକ୍ତପରୀକ୍ଷା ଆଦି କାଉଣ୍ଟରମାନ ରହିଛି। ପ୍ରଥମ ମହଲାରେ ସ୍ତ୍ରୀ ଓ ପ୍ରସୂତି ବିଭାଗ, ଦ୍ୱିତୀୟ ମହଲାରେ ଇଞ୍ଜେକ୍‌ଶନ ପ୍ରଦାନ, ଡାଏଲିସିସ୍‌ ପ୍ରକୋଷ୍ଠ ଓ ଅସ୍ତ୍ରୋପଚାର ଗୃହ, ତୃତୀୟ ମହଲାରେ ଶିଶୁ ବିଭାଗ, ୪ର୍ଥ ମହଲାରେ ମହିଳା ଓ ପୁରୁଷ ଭେଷଜ ୱାର୍ଡ, ୫ମ ମହଲାରେ ସର୍ଜରି ଓ ଅର୍ଥୋପେଡିକ୍‌, ୬ଷ୍ଠ ମହଲାରେ ଚକ୍ଷୁ ବିଭାଗ ରହିଛି। ତଳ ମହଲାରେ ଆଉଟ୍‌ଡୋରରେ ଡାକ୍ତରଙ୍କୁ ଦେଖାଇବା ପରେ ଗୁରୁତର ରୋଗୀମାନଙ୍କୁ ଷ୍ଟ୍ରେଚରରେ ଲିଫ୍ଟ ଯୋଗେ ବିଭିନ୍ନ ମହଲାରେ ଥିବା ବିଭାଗଗୁଡିକୁ ନିଆଯାଇଥାଏ। କିନ୍ତୁ ୩ଟି ଲିଫ୍ଟ ଅଚଳ ଯୋଗୁ ସମସ୍ୟା ହେଉଛି। ଫଳରେ ରୋଗୀମାନଙ୍କୁ ପାହାଚ କିମ୍ବା ର଼୍ୟାମ୍ପ ଦେଇ ଷ୍ଟ୍ରେଚରରେ ବୋହିନେବାକୁ ପଡୁଛି। କାର୍ଯ୍ୟ କରୁଥିବା ଏକମାତ୍ର ଲିଫ୍ଟ କେବଳ ଦ୍ୱିତୀୟ ଓ ଷଷ୍ଠ ମହଲାରେ ରହୁଥିବାରୁ ଅସୁବିଧା ବଢ଼ିଯାଇଛି। ଏ ସମ୍ପର୍କରେ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ସୁଜାତା ମିଶ୍ର କହିଛନ୍ତି, ଲିଫ୍ଟ ଅଚଳ ନେଇ ପୂର୍ତ୍ତ ଓ ଜିଇଡି ବିଭାଗକୁ ଜଣାଇଛୁ। ଏହାକୁ ସଜାଡିବା କାମ ଉକ୍ତ ବିଭାଗର। ପୂର୍ତ୍ତ ବିଭାଗ ନିର୍ବାହୀଯନ୍ତ୍ରୀ ମନୋରଞ୍ଜନ ବିଶ୍ୱାଳ କହିଛନ୍ତି, ସବୁବେଳେ ଲିଫ୍ଟ ମରାମତି ପୂର୍ତ୍ତ ବିଭାଗର କାମ ନୁହେଁ। ବର୍ଷକ ମଧ୍ୟରେ ମରାମତି କରିଥିଲୁ। ଏଣିକି ଚିକିତ୍ସାଳୟ କର୍ତ୍ତୃପକ୍ଷ ନିଜ ଖର୍ଚ୍ଚରେ ରକ୍ଷଣାବେକ୍ଷଣ ଓ ମରାମତି କରିବା କଥା। ତାଲିମପ୍ରାପ୍ତ ଜଣେ ଲିଫ୍ଟ ଅପରେଟରଙ୍କୁ ରଖାଗଲା ନାହିଁ। ଏ ସମ୍ପର୍କରେ ଚିଠି ଲେଖି ଜଣାଇବା ସହ ଜିଲାପାଳଙ୍କୁ ଅବଗତ କରାଇଛୁ। ଏହି ଗୋଟିଏଥର ମରାମତି କରିଦେବୁ। ଆଗକୁ ଆଉ କରିବୁ ନାହିଁ ବୋଲି ପୂର୍ତ୍ତ ବିଭାଗ ନିର୍ବାହୀଯନ୍ତ୍ରୀ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ମିଳିଲା ଜଙ୍ଗଲ ଜମି ଅନୁମତି

ପୁରୀ,୪ା୪: ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ମିଳିଛି ଜଙ୍ଗଲ ଜମି ଅନୁମତି। ଶ୍ରୀଜଗନ୍ନାଥ ବିମାନବନ୍ଦର ପାଇଁ କେନ୍ଦ୍ର ସରକାର ଷ୍ଟେଜ୍‌-୧ ଅନୁମୋଦନ କରିଛନ୍ତି। ପ୍ରକଳ୍ପକୁ ବାସ୍ତବରେ ରୂପାୟନ…

ଖଡ଼ିଛୁଆଁ, ପ୍ରବେଶ ଉତ୍ସବର ଶୁଭାରମ୍ଭ କଲେ ପାଟଣା ବିଧାୟକ

ପାଟଣା,୪ା୪(ବୀରକିଶୋର ଦାଶ): ରାଜ୍ୟରେ ଓଡ଼ିଆ ପକ୍ଷ ପାଳନ ହେଉଛି। ଏହି ଅବସରରେ ଶନିବାର କେନ୍ଦୁଝର ଜିଲା ପାଟଣା ବ୍ଲକସ୍ତରୀୟ ଖଡ଼ିଛୁଆଁ ଓ ପ୍ରବେଶ ଉତ୍ସବ ପାଟଣା ମୁଖ୍ୟାଳୟ…

ମୁଖ୍ୟ ବଜାରରେ ବୋମାମାଡ଼ : ଭୁବନେଶ୍ୱରରୁ ବନ୍ଧା ହେଲେ ୫

ଚିକିଟି, ୪ା୪(ପ୍ରକାଶ ଚନ୍ଦ୍ର ସାହୁ ): ବ୍ରହ୍ମପୁର ପୋଲିସ ଜିଲା କେ. ନୂଆଗାଁ ଥାନା ଚିକିଟିପେଣ୍ଠ ମୁଖ୍ୟ ବଜାରରେ ଗତ ମଙ୍ଗଳବାର ରାତି ସାଢେ ୮ଟାରେ ହୋଇଥିବା…

କଂଗ୍ରେସ ନେତା ଶଶି ଥରୁରଙ୍କ କନଭଏ ଉପରେ ଆକ୍ରମଣ, ବନ୍ଧୁକଧାରୀ ସହ ଡ୍ରାଇଭର ଆହତ

ଥିରୁଭାନନ୍ତପୁରମ,୪।୪: କଂଗ୍ରେସ ଏମପି ଶଶି ଥରୁରଙ୍କ ବନ୍ଧୁକଧାରୀ ଏବଂ ଡ୍ରାଇଭରଙ୍କ ଉପରେ ଆକ୍ରମଣ ସମ୍ପର୍କିତ ଏକ ଘଟଣା ସାମ୍ନାକୁ ଆସିଛି। ଏହି ଘଟଣା କେରଳର ୱାଣ୍ଡୁର ଅଞ୍ଚଳରେ…

ମେଡିକାଲ ଯାଇଥିଲେ ମା’ ବାପା: ଫେରିଲା ବେଳକୁ ୧୩ ବର୍ଷର ପୁଅକୁ ମାରି ଟାଙ୍ଗିଦେଇଛି…

କଳିଙ୍ଗନଗର,୪ା୪(ଶୁଭାଶିଷ ରାଉତ): ଯାଜପୁର ଜିଲା କଳିଙ୍ଗନଗର ଥାନା ଅନ୍ତର୍ଗତ ବାରାଖାଇ ଗ୍ରାମରେ ପୂର୍ବ ଶତ୍ରୁତାରୁ ଜଣେ ନାବାଳକଙ୍କୁ ଶୁକ୍ରବାର ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତକ ହେଲେ…

ଦରକାର ଥିଲା ପୁଅ, ସ୍ତ୍ରୀ ପେଟରେ ଝିଅ ଥିବା ଜାଣି ଏମିତି କାଣ୍ଡ ଘଟାଇଲେ ସ୍ବାମୀ

ହାଇଦ୍ରାବାଦ,୪।୪: ତେଲେଙ୍ଗାନାର ହନମକୋଣ୍ଡାରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ଆଝାରୁଦ୍ଦିନ ନାମକ ଜଣେ ବ୍ୟକ୍ତି ତାଙ୍କ ଗର୍ଭବତୀ ପତ୍ନୀ ଏବଂ ଦୁଇ ଝିଅଙ୍କୁ…

କେନାଲରୁ ମିଳିଲା ଶୁଭଲକ୍ଷ୍ମୀଙ୍କ ମୃତଦେହ, ହତ୍ୟା ସନ୍ଦେହ, ପଡ଼ୋଶୀ ଘରକୁ ପଶିଲା ସନ୍ଧାନୀ କୁକୁର

ରାଜନଗର, ୪ା୪(ଭାସ୍କର ରାଉତରାୟ): ନିଖୋଜ ଥିବା ଶୁଭଲକ୍ଷ୍ମୀଙ୍କ ମୃତଦେହ ଶୁକ୍ରବାର କେନାଲରୁ ମିଳିଛି। ଗାଁ ନିକଟ କେନାଲରେ ଖୋଜାଖୋଜି ପୂର୍ବରୁ ମୃତଦେହ ଭାସି ଆସିଥିବା ଦେଖିବାକୁ ମିଳିଥିଲା।…

ଶେଷ ହେବ ନାହିଁ ଯୁଦ୍ଧ? ଚିନ୍ତାରେ ପଡ଼ିଲାଣି ଆମେରିକା, ବଢାଇପାରେ ଡିଫେନ୍ସ ବଜେଟ

ଓ୍ବାଶିଂଟନ,୪।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ୩୬ ତମ ଦିନରେ ପହଞ୍ଚିଛି। ନିରନ୍ତର ଆକ୍ରମଣ ଏବଂ ପ୍ରତିଶୋଧମୂଳକ ଆକ୍ରମଣ ମଧ୍ୟରେ, ପରିସ୍ଥିତି କ୍ରମଶଃ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri