ବରଗଡ଼,୧୯ା୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସମ୍ମିଳନୀ କକ୍ଷରେ ଜିଲାପାଳ ତଥା ଜିଲା ନିର୍ବାଚନ ଅଧିକାରୀ ଆଦିତ୍ୟ ଗୋୟଲଙ୍କ ଅଧ୍ୟକ୍ଷତାରେ ସୋମବାର ପ୍ରତିଷ୍ଠିତ ଆଇନ ଅନୁଯାୟୀ ନିର୍ବାଚନ ପ୍ରକ୍ରିୟାକୁ ଆହୁରି ସୁଦୃଢ କରିବା ଉଦ୍ଦେଶ୍ୟରେ ବୁଥ୍ସ୍ତରୀୟ ପ୍ରତିନିଧିଙ୍କ ନିଯୁକ୍ତି ବିଷୟରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲାର ରାଜନୈତିକ ଦଳଗୁଡିକର ପ୍ରତିନିଧିମାନେ ଉପସ୍ଥିତ ଥିଲେ। ବରଗଡ଼ ଜିଲାର ନିର୍ବାଚନ ପଞ୍ଜୀକରଣ ଅଧିକାରୀମାନେ ମଧ୍ୟ ଯୋଗଦାନ ଦେଇଥିଲେ। ବରଗଡ଼ ଜିଲାରେ ଥିବା ବିଧାନସଭା ବୁଥ୍ମାନଙ୍କର ବିଏଲ୍ଏ ନିଯୁକ୍ତ କରି ତାର ତାଲିକା, ମୋବାଇଲ ନମ୍ବର ମାର୍ଚ୍ଚ ମାସ ୩୦ ତାରିଖ ସୁଦ୍ଧା ପ୍ରେରଣ କରିବା ପାଇଁ ଜିଲା ନିର୍ବାଚନ ଅଧିକାରୀ ରାଜନୈତିକ ଦଳର ପ୍ରତିନିଧିମାନଙ୍କୁ ଅନୁରୋଧ କରିଥିଲେ। ଏହାସହିତ ଇଲେକ୍ଟୋରାଲ୍ ରୋଲ୍ ସଂଶୋଧନ କାର୍ଯ୍ୟରେ ସିଧାସଳଖ ଅଂଶଗ୍ରହଣ କରିପାରିବେ ବୋଲି ସେମାନଙ୍କୁ ଜଣାଇଥିଲେ।


