ଦିନରାତି ଜଳୁଛି ଷ୍ଟ୍ରିଟ୍‌ଲାଇଟ୍‌, ବିଦ୍ୟୁତ୍‌ ବିଭାଗର ନଜର ନାହିଁ

କେନ୍ଦୁଝର,୭ା୫(ସ୍ବ.ପ୍ର.): ଅଯଥା ଲାଇଟ୍‌ ନ ଜଳାଇବା ଏବଂ ବିଦ୍ୟୁତ ସଞ୍ଚୟ ଉପରେ ଜନ ସଚେତନତା ସୃଷ୍ଟି କରାଯାଉଛି। କିନ୍ତୁ ଜିଲା ମୁଖ୍ୟାଳୟରେ ଖୋଦ୍‌ ବିଦ୍ୟୁତ୍‌ ବିଭାଗ ଓ ପୌରପ୍ରଶାସନ ଏହାକୁ ପାଳନ କରୁନାହାନ୍ତି। କେନ୍ଦୁଝର ସହରରେ ସକାଳ ହେବା ପରେ ମଧ୍ୟ ଷ୍ଟ୍ରିଟ୍‌ଲାଇଟ୍‌ ଲିଭାଯାଉନାହିଁ। ଫଳରେ ବିଦ୍ୟୁତ୍‌ ଅପଚୟ ହେବା ସହ ରାଜସ୍ବ ହାନି ଘଟୁଛି। ଅଧିକାଂଶ ଦିନ ଏଭଳି ଦିନ ସତ୍ତ୍ୱେ ଷ୍ଟ୍ରିଟ୍‌ଲାଇଟ୍‌ ଜଳୁଥିବାରୁ ସଚେତନ ନାଗରିକମାନେ ଅସନ୍ତୋଷ ବ୍ୟକ୍ତ କରି ଏନେଇ ପଦକ୍ଷେପ ଗ୍ରହଣ କରିବାକୁ ଦାବି କରିଛନ୍ତି। ଅନ୍ୟପକ୍ଷରେ ବିଦ୍ୟୁତ ଅଭାବ ଯୋଗୁ ସହର ତଥା ଗ୍ରାମାଞ୍ଚଳରେ ଖରା ଦିନରେ ଘନଘନ ବିଦ୍ୟୁତ୍‌ କାଟ୍‌ ହେଉଥିବାରୁ ଲୋକମାନେ ଅତିଷ୍ଠ ହୋଇ ପଡୁଛନ୍ତି। ସେହିପରି ବିଦ୍ୟୁତ୍‌ ସମସ୍ୟା ସମାଧାନ ହେଉ ବା ନ ହେଉ ଦେୟ ଆଦାୟ କରିବାରେ ବିଦ୍ୟୁତ୍‌ ବିଭାଗ ଋଣା କରୁନାହିଁ।