ଜଳୁନି ଷ୍ଟ୍ରିଟ୍‌ ଲାଇଟ, ସହରର ମୁଖ୍ୟ ରାସ୍ତା ଅନ୍ଧାର

ଯାଜପୁରରୋଡ୍‌,୧୫ା୧୦(ପବିତ୍ର ରଞ୍ଜନ ମହାନ୍ତି):ବ୍ୟାସନଗର ପୌର ପରିଷଦରେ ବିଭିନ୍ନ ମୌଳିକ ସମସ୍ୟା ଲାଗିରହିଛି। ଏହାମଧ୍ୟରେ ସହରର ଷ୍ଟ୍ରିଟ୍‌ ଲାଇଟ୍‌ ସବୁଠାରୁ ବଡ଼ ସମସ୍ୟା ଭାବେ ଉଭାହୋଉଛି। ୱାର୍ଡଠାରୁ ଆରମ୍ଭ କରି ସହରର ମୁଖ୍ୟରାସ୍ତା ସବୁଆଡ଼େ ଅନ୍ଧକାରମୟ। ସମସ୍ୟା ସମ୍ପର୍କରେ ଜନ ସାଧାରଣ ପୌର କର୍ତ୍ତୃପକ୍ଷଙ୍କୁ ଅବଗତ କଲେ ମଧ୍ୟ ସମାଧାନ ହୋଇପାରୁନାହିଁ। ଫଳରେ ସହରରେ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଇବା ସହ ଚୋରି, ଛିନତାଇ ବଢୁଛି। ୱାର୍ଡକଥା ଦୂରେ ଥାଉ। ସହରର ମୁଖ୍ୟରାସ୍ତା ୧୩ନଂ. ୱାର୍ଡ ବ୍ୟାଙ୍କ ଷ୍ଟ୍ରିଟ୍‌ଠାରୁ ଗୋପବନ୍ଧୁ ଛକ, ଷ୍ଟେଶନ ବଜାର ଓ ମ୍ୟୁନିସିପାଲିଟି କାର୍ଯ୍ୟାଳୟ ରାସ୍ତାର ଲାଇଟ ଗୁଡ଼ିକ କଟି ଯାଇଥିବାରୁ ବହୁ ସ୍ଥାନ ଅନ୍ଧାର ରହୁଛି। ହେଲେ ଏହାର ମାମତି ପାଇଁ କାଉନସିଲରଙ୍କଠାରୁ ଅଧ୍ୟକ୍ଷା ସମସ୍ତେ ନିଜର ଅକ୍ଷମତା ପ୍ରକାଶ କରୁଛନ୍ତି।
ଆଗକୁ ପାର୍ବଣ ଆସୁଛି। ଏହାକୁ ନେଇ ସହରର ବ୍ୟବସାୟୀଙ୍କଠାରୁ ଆରମ୍ଭ କରି ଜନସାଧାରଣ ଓ ସହରବାସୀଙ୍କ ମନରେ ଘୋର ଅସନ୍ତୋଷ ବୃଦ୍ଧିପାଉଛି। ସହରର ୨୬ ୱାର୍ଡରେ ଲାଗିଥିବା ପ୍ରାୟ ୬ ହଜାରରୁ ଊର୍ଦ୍ଧ୍ୱ ଲାଇଟ ମଧ୍ୟରୁ ଅଧିକାଂଶ ଦୀର୍ଘଦିନ ହେବ ଫିଉଜ ହୋଇରହିଛି। ଏନେଇ ୧୩ ନଂ. ୱାର୍ଡବାସିନ୍ଦା ତଥା ବ୍ୟବସାୟୀ ସତ୍ୟନାରାୟଣ ମହାନ୍ତି ଅସନ୍ତୋଷ ପ୍ରକାଶ କରିବା ସହ ପୌର କର୍ତ୍ତୃପକ୍ଷଙ୍କୁ ଦାୟୀ କରିଛନ୍ତି। ପୂଜାପୂର୍ବରୁ ସମସ୍ୟାର ସମାଧାନ ନ ହେଲେ ୱାର୍ଡବାସୀ ଓ ବ୍ୟବସାୟୀ ଟିକସ ଦେବାରୁ ବିରତ ରହିବାକୁ ବାଧ୍ୟ ହେବେବୋଲି ପ୍ରକାଶ କରିଛନ୍ତି। ସହରର ରାସ୍ତାଘାଟ ଆଲୋକୀକରଣ କାର୍ଯ୍ୟ ଦାୟିତ୍ୱରେ ଥିବା ୨ ଠିକା କମ୍ପାନୀ ୪ ବର୍ଷ ଏହାର ରକ୍ଷଣାବେକ୍ଷଣ ପାଇଁ କାର୍ଯ୍ୟାଦେଶ ପାଇଥିଲେ। ହେଲେ ଉକ୍ତ କମ୍ପାନୀ ଠିକଭାବେ କାର୍ଯ୍ୟ ତୁଲାଇ ନ ପାରିବାରୁ ସେମାନଙ୍କ ବିରୋଧରେ ନଗର ଉନ୍ନୟନ ବିଭାଗ ନିକଟରେ ଅଭିଯୋଗ ହୋଇଥିଲା। ଫଳରେ ବିଭାଗ ସେମାନଙ୍କ କାର୍ଯ୍ୟାଦେଶ ରଦ୍ଦ କରିବା ସହ ନୂଆ ଟେଣ୍ଡର କରି ଆଉ ଏକ ସଂସ୍ଥାକୁ ନିୟୋଜିତ କରିବାକୁ ପ୍ରକ୍ରିୟା ଚଳାଇଛି। ଅନ୍ୟପକ୍ଷରେ ସହରର ମୁଖ୍ୟ ସ୍ଥାନ ଗୁଡ଼ିକରେ ଲାଇଟ ଲଗାଇବା ଓ ପୁରୁଣା ଲାଇଟକୁ ମରାମତି ପାଇଁ ସରକାର ୧୦ ଲକ୍ଷ ଟଙ୍କାର ଏକ ସହଯୋଗ ରାଶି ପ୍ରଦାନ କରିଛନ୍ତି ବୋଲି ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ତରୁଣ କୁମାର ମହାପାତ୍ର ପ୍ରକାଶ କରିଛନ୍ତି। ଏବେ ଦେଖିବାକୁ ଅପେକ୍ଷା କେବେ ଏହି ସମସ୍ୟାର ସମାଧାନ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri