ପଞ୍ଚାୟତ ନିର୍ବାଚନ ପାଇଁ ରଣନୀତି : ବୁଥ୍‌ରୁ ଗାଁ ଯାଏ ସଂଗଠନ ମଜବୁତ କରିବ ଭାଜପା

ଭଞ୍ଜନଗର, ୧୫/୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବିଡେକା ସମ୍ମିଳନୀ କକ୍ଷରେ ମଙ୍ଗଳବାର ଭାଜପା ଭଞ୍ଜନଗର ସାଂଗଠନିକ ଜିଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲା ସଭାପତି ନୀଳମାଧବ ପାତ୍ର ବୈଠକରେ ଅଧ୍ୟକ୍ଷତା କରିଥିଲେ।
ବୈଠକରେ ମନ୍ତ୍ରୀ, ବିଧାୟକ ଓ ଦଳୀୟ କର୍ମକର୍ତ୍ତାମାନେ ଯୋଗଦେଇ ତୃଣମୂଳସ୍ତରରେ ଦଳୀୟ ସଂଗଠନକୁ ଆହୁରି ମଜବୁତ କରିବା ସମ୍ପର୍କରେ ଆଲୋଚନା କରିଥିଲେ। ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ଏବେଠାରୁ ରଣନୀତି ପ୍ରସ୍ତୁତ କରି ଲୋକଙ୍କ ନିକଟରେ ପହଞ୍ଚିବାକୁ ବକ୍ତାମାନେ ଦଳୀୟ କର୍ମକର୍ତ୍ତାଙ୍କୁ ଆହ୍ୱାନ କରିଥିଲେ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ବିକଶିତ ଭାରତ’ ସ୍ୱପ୍ନ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ‘ବିକଶିତ ଓଡ଼ିଶା’ ସ୍ୱପ୍ନକୁ ସାକାର କରିବା ଦିଗରେ ଦଳୀୟ କର୍ମୀମାନେ ଲୋକଙ୍କ ସହ ଯୋଡ଼ିହୋଇ କାର୍ଯ୍ୟ କରିବାକୁ ବକ୍ତାମାନେ କହିଥିଲେ। ବୁଥ୍‌ସ୍ତର ପର୍ଯ୍ୟନ୍ତ ପହଞ୍ଚି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ଓ ସଫଳତା ସମ୍ପର୍କରେ ଘରେ ଘରେ ପ୍ରଚାର କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା।
ଏଥିସହ ମଣ୍ଡଳସ୍ତରରେ କାର୍ଯ୍ୟକାରିଣୀ ବୈଠକ କରି ସଂଗଠନକୁ ଅଧିକ ସକ୍ରିୟ କରିବା, ଯୁବକ, ମହିଳା ଓ କୃଷକଙ୍କ ବିକାଶ ପାଇଁ ଡବଲ୍‌ ଇଞ୍ଜିନ ସରକାର ଗ୍ରହଣ କରିଥିବା ପଦକ୍ଷେପଗୁଡ଼ିକୁ ଲୋକଙ୍କ ନିକଟରେ ପହଞ୍ଚାଇବା ନେଇ ଆଲୋଚନା ହୋଇଥିଲା।
ବୈଠକରେ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ, ଭାଜପା ରାଜ୍ୟ ସାଧାରଣ ସମ୍ପାଦକ ସାରଦା ଶତପଥି, ରାଜ୍ୟ ସମ୍ପାଦକ ଭଗବାନ ମହାନ୍ତି ପ୍ରମୁଖ ଅତିଥି ଭାବେ ଯୋଗଦେଇ ନିଜର ବକ୍ତବ୍ୟ ରଖିଥିଲେ।

ଏହି ଅବସରରେ ଭାଜପା ନେତା ବିଷ୍ଣୁ ପ୍ରସାଦ ପ୍ରଧାନ, ଭାଜପା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଜୟନ୍ତୀ ପଢ଼ିଆରୀ, ରାଜ୍ୟ କୃଷକ ମୋର୍ଚ୍ଚା ସୋସିଆଲ ମିଡିଆ ପ୍ରମୁଖ ପ୍ରଦୀପ କୁମାର ସାହୁ, ଜିଲ୍ଲା ସାଧାରଣ ସମ୍ପାଦକ ସନ୍ତୋଷ ପାଳ, ମହିଳା ମୋର୍ଚ୍ଚା ସଭାନେତ୍ରୀ ଭୋଳି ସାହୁଙ୍କ ସମେତ ବହୁ ଦଳୀୟ କର୍ମକର୍ତ୍ତା ଓ ନେତା ଉପସ୍ଥିତ ଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ରହସ୍ୟଜନକ ପାରା ଥାନାରେ ଅଟକ: ବାଂଲାଦେଶରୁ ଆସିଥିବା ସନ୍ଦେହ

ବୈଶିଙ୍ଗା, ୧୫/୯ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ କଷିପଦା ଗ୍ରାମରୁ ମଙ୍ଗଳବାର ଦ୍ୱିପ୍ରହର ସମୟରେ ଏକ ରହସ୍ୟଜନକ ପାରା ଉଦ୍ଧାର କରାଯାଇଛି। ଗ୍ରାମର…

କଳାହାଣ୍ଡିରେ ଧୁମ୍‌ଧାମ୍‌ରେ ପାଳିତ ହେଲା ନୂଆଁଖାଇ, ଖିରି, ପିଠାରେ ମହକିଲା ଗାଁ ଦାଣ୍ଡ

ଭବାନୀପାଟଣା,୧୫ା୯(ଉତ୍ତମ କୁମାର ଦାଶ): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ମଙ୍ଗଳବାର କଳାହାଣ୍ଡି ଜିଲାରେ ଧୁମ୍‌ଧାମରେ ପାଳିତ ହୋଇଯାଇଛି। ଜିଲାର ସର୍ବପୁରାତନ ଜୁନାଗଡ଼ ସହରସ୍ଥିତ ଦଧିବାମନ ମନ୍ଦିରରେ ସକାଳ…

ମଦ ବିକ୍ରିକୁ ନେଇ ତାତିଲେ ମହିଳା, ପ୍ରଶାସନ ନିକଟରେ ଦାବି

ପାଟଣା, ୧୪/୯ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ବଡ଼ପାଟଣା ପଞ୍ଚାୟତ ମଙ୍ଗଳପୁର, କୁଆପଶି, ଲେଖେନା ଓ ଡିଆନାଳି ଅଞ୍ଚଳରେ ବେଆଇନ ଭାବେ…

୧୯ ବର୍ଷ ହେଲା ବଜାୟ ରହିଛି ପରମ୍ପରା: ନୂଆଁଖାଇରେ ଶିରାବାହାଲ ଗ୍ରାମବାସୀ ଏକାଠି ଖାଇଲେ

ବଲାଙ୍ଗୀର ଅଫିସ, ୧୫।୯ (ସୁନିଲ କୁମାର ମହାନ୍ତି): ଯେଉଁ ମହାନ ଉଦ୍ଦେଶ୍ୟ ନେଇ ନୂଆଁଖାଇ ତିହାରର ପରିକଳ୍ପନା କରାଯାଇଥିଲା, ତାହାକୁ ସାକାର ରୂପ ଦେଉଛନ୍ତି ବଲାଙ୍ଗୀର ଜିଲା…

ବିଜ୍ଞାନକୁ ବାଦ୍‌ ଦେଇ ଦେଶର ପ୍ରଗତି ପରିକଳ୍ପନା ଅସମ୍ଭବ

ଦିଗପହଣ୍ଡି, ୧୫।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଜ୍ଞାନଶ୍ରୀ ପବ୍ଲିକ୍‌ ସ୍କୁଲର ଷଷ୍ଠତମ ଜ୍ଞାନବିଜ୍ଞାନ ମେଳା ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ହରିବନ୍ଧୁ ଦୋରା, କାଳୁଚରଣ…

ଗାଡ଼ି ଲାଇଟ୍‌ ଉପରେ ସରକାର ଆଣୁଛନ୍ତିି ବଡ଼ ନିୟମ, ଜାଣନ୍ତୁ କ’ଣ ହେବ ପରିବର୍ତ୍ତନ

ନୂଆଦିଲ୍‌ଲୀ,୧୫।୯: ରାତି ସମୟରେ ରାସ୍ତାରେ ଗାଡ଼ିଗୁଡ଼ିକର ହାଇ ବିମ (High Beam) ହେଡଲାଇଟ ଆଖି ଝଲସାଇ ଦେବା ସଡ଼କ ଦୁର୍ଘଟଣାର ଏକ ବଡ଼ କାରଣ ପାଲଟିଛି। ଏହି…

୨୦୨୭ ଯାଏ ୩ ରାଶିଙ୍କର ଚାଲିବ ଭଲ ସମୟ, କେତୁଙ୍କ ପ୍ରଭାବରେ ପ୍ରଚୁର ଧନ ଲାଭ ସହ ଚାକିରିରେ ପଦୋନ୍ନତି!

ଜ୍ୟୋତିଷ ଶାସ୍ତ୍ରରେ ଛାୟା ଗ୍ରହ କେତୁଙ୍କ ଗୋଚରକୁ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ମନେ କରାଯାଏ। ଜ୍ୟୋତିଷୀଙ୍କ ମତ ଅନୁସାରେ, କେତୁ ପ୍ରାୟ ୧୮ ମାସ ପରେ ରାଶି…

କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଖୁସି ଖବର, DA ବୃଦ୍ଧିକୁ ନେଇ ଆସିଲା ବଡ଼ ଅପଡେଟ୍‌! ଏହିଦିନ…

ନୂଆଦିଲ୍ଲୀ,୧୫।୯: ଦେଶର ୫୦ ଲକ୍ଷରୁ ଅଧିକ କେନ୍ଦ୍ରୀୟ କର୍ମଚାରୀ ଏବଂ ୬୫ ଲକ୍ଷରୁ ଊର୍ଦ୍ଧ୍ୱ ପେନସନଭୋଗୀଙ୍କ ପାଇଁ ଏକ ବଡ଼ ଖୁସି ଖବର ସାମ୍ନାକୁ ଆସୁଛି। ପାର୍ୱଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?