ରଣନୀତିକ ବିପଦ

ପହଲଗାମ୍‌ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଅସ୍ବାଭାବିକ ସ୍ଥିତି ଲାଗିରହିଛି। ପାକିସ୍ତାନକୁ ଭାରତୀୟମାନେ ପରମ ଶତ୍ରୁ ଭାବେ ଦେଖୁଛନ୍ତି। କିନ୍ତୁ କୂଟନୈତିକ ଓ ରଣନୀତିକ ସ୍ତରରେ ଚାଇନା ଯେଭଳି ବ୍ୟବହାର ପ୍ରଦର୍ଶନ କରୁଛି, ସେ ଭାରତର ପ୍ରଧାନ ଶତ୍ରୁ ଭାବେ ଠିଆ ହୋଇଛି। ଭାରତ ଓ ପାକିସ୍ତାନ ମଧ୍ୟରେ ଏବର ତିକ୍ତତା ଦେଖାଦେବା ପୂର୍ବରୁ ନେପାଳ, ବାଂଲାଦେଶ, ଶ୍ରୀଲଙ୍କା, ମ୍ୟାନ୍‌ମାର, ମାଳଦ୍ୱୀପ ଆଦି ରାଷ୍ଟ୍ର ସହ ଚାଇନା କୂଟନୈତିକ ସମ୍ପର୍କ ବଢ଼ାଇବାରେ ସକ୍ଷମ ହୋଇଥିଲା। ବର୍ତ୍ତମାନ ସ୍ଥିତିରେ ଭାରତ ସହ ଉତ୍ତମ ସମ୍ପର୍କ ରଖିଆସିଥିବା ଆଫଗାନିସ୍ତାନକୁ ମଧ୍ୟ ଚାଇନା କଳେବଳେ କୌଶଳେ ନିଜ ଆଡ଼କୁ ନେଇଯାଇଛି। ସଦ୍ୟ ଦୃଷ୍ଟାନ୍ତ ଦେଖିଲେ ଚାଇନା-ପାକିସ୍ତାନ ଅର୍ଥନୈତିକ କରିଡର (ସିପିଇସି) ପ୍ରକଳ୍ପରେ ଆଫଗାନିସ୍ତାନ ଯୋଗ ଦେବାକୁ ନିଷ୍ପତ୍ତି ନେଇଛି। ଉଲ୍ଲେଖଯୋଗ୍ୟ, ୨୦୧୫ ଏପ୍ରିଲରେ ସିପିଇସି ଆରମ୍ଭ ହୋଇଥିଲା। ୬୨ ବିଲିୟନ ଆମେରିକୀୟ ଡଲାରର ଏହି ପ୍ରକଳ୍ପ ପାକ୍‌ ଅଧିକୃତ କଶ୍ମୀର (ପିଓକେ) ଦେଇ ଯାଉଥିବାରୁ ଦେଶର ସାର୍ବଭୌମତ୍ୱ ଓ ଆଞ୍ଚଳିକ ଅଖଣ୍ଡତା ବିପନ୍ନ ହେଉଥିବା ଦର୍ଶାଇ ଭାରତ ତାହାକୁ ବିରୋଧ କରିଆସୁଛି। ଦୀର୍ଘ ୩,୦୦୦ କିଲୋମିଟର ବ୍ୟାପୀ ଚାଇନାର ଏହି ମହତ୍ତ୍ୱାକାଂକ୍ଷୀ ପ୍ରକଳ୍ପ ଜିନ୍‌ଜିଆଙ୍ଗ ପ୍ରଦେଶରୁ ଆରମ୍ଭ ହୋଇ ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶରେ ଥିବା ଗ୍ବଦାର ବନ୍ଦରକୁ ସଡ଼କ, ରେଳପଥ ଏବଂ ଶକ୍ତି ପ୍ରକଳ୍ପ ମାଧ୍ୟମରେ ଯୋଡ଼ି ହେବାକୁ ଯାଉଛି। ପାକିସ୍ତାନର ଦୁର୍ବଳ ଅର୍ଥନୀତିକୁ ସୁଦୃଢ଼ କରାଇବାର ଆଶା ଦେଖାଇ ଚାଇନା ଆରବ ସାଗରରେ ନିଜର ପ୍ରଭୁତ୍ୱ ବିସ୍ତାର କରିବାକୁ ଲକ୍ଷ୍ୟ ରଖିଛି। ଦେଖିବାକୁ ଗଲେ ପିଓକେ ଓ ବେଲୁଚିସ୍ତାନରେ ଭିତ୍ତିଭୂମି ବିକାଶ ଦିଗରେ ଚାଇନାର ନିବେଶ ଭାରତ ପାଇଁ ଚିନ୍ତା ବଢ଼ାଇ ଦେଇଛି। କାରଣ ସେହିସବୁ ଅଞ୍ଚଳରୁ ଚାଇନା ଓ ପାକିସ୍ତାନର ସାମରିକ କାର୍ଯ୍ୟକଳାପ ଭାରତ ପାଇଁ ବିପଦ ଆଣିବା ଥୟ। ଏଥିସହିତ ଇରାନ୍‌ର ଚାବାହାର ବନ୍ଦର ସହ ସଂଯୋଗ ନେଇ ଭାରତ ବିଭିନ୍ନ ପଦକ୍ଷେପ ନେଉଛି। ଏଭଳି ସ୍ଥଳେ ସିପିଇସି ଯୋଗୁ ସୃଷ୍ଟି ହୋଇଥିବା ବାଣିଜ୍ୟ ପଥ ଭାରତକୁ ସମ୍ପୃକ୍ତ ଅଞ୍ଚଳରୁ ତଡ଼ିଦେବ ବୋଲି ଆଶଙ୍କା ସୃଷ୍ଟି ହେଲାଣି।
ଏହି ପ୍ରଚ୍ଛଦପଟରେ ଦେଖିଲେ ପାକିସ୍ତାନ ଯୋଜନା କରି ଆଫଗାନିସ୍ତାନ ମାଟିକୁ ଭାରତ ବିରୋଧୀ କାର୍ଯ୍ୟକଳାପରେ ବ୍ୟବହାର କରିପାରେ, ଯାହା ନୂଆଦିଲ୍ଲୀର ଚିନ୍ତା ବଢ଼ାଇ ଦେଇଛି। କାରଣ ଅତୀତକୁ ଅନିଶା କଲେ ଜୈଶ-ଇ-ମହମ୍ମଦ ଓ ଲଶ୍କର-ଇ-ତୋଇବା ଭଳି ଆତଙ୍କବାଦୀ ଗୋଷ୍ଠୀଙ୍କୁ ଆଫଗାନିସ୍ତାନ ନିଜ ମାଟିରେ ଆଶ୍ରୟ ଦେଇଆସିଛି। କେବଳ ସେତିକି ନୁହେଁ, ପହଲଗାମ୍‌ ଆତଙ୍କବାଦୀ ଆକ୍ରମଣ ପରେ ଭାରତ କରିଥିବା ସାମରିକ ଅଭିଯାନକୁ ଦେଖି ଆଫଗାନିସ୍ତାନରେ ଥିବା ଅଲ୍‌-କାଏଦା ଭଳି ଉଗ୍ରପନ୍ଥୀ ସଙ୍ଗଠନ ଭାରତ ବିରୋଧରେ ଜେହାଦୀ ଘୋଷଣା କରିଛନ୍ତି। ଏବେ ବିଚଳିତ କଲା ଭଳି ଘଟଣା ହେଲା ଚାଇନାର ସିପିଇସି ଭିତ୍ତିଭୂମି ବିସ୍ତାରବାଦୀ କାର୍ଯ୍ୟରେ ଅଫଗାନିସ୍ତାନ ଯୋଗଦେବାକୁ ସମ୍ମତି ପ୍ରଦାନ କରି ଭାରତ ପାଇଁ ଗମ୍ଭୀର ଭୂରାଜନୈତିକ ପରିଣାମ ଆଣିବାର ଆଶଙ୍କା ସୃଷ୍ଟି ହୋଇଛି।
ଅତୀତକୁ ଦେଖିଲେ ଆଫଗାନିସ୍ତାନର ଅନ୍ତରୀଣ ତାଲିବାନ ସରକାର ସେଠାକାର ଆତଙ୍କବାଦୀ ସଙ୍ଗଠନ ତେହେରିକ୍‌-ଇ-ତାଲିବାନ ପାକିସ୍ତାନ ଓ ବେଲୁଚିସ୍ତାନ ଲିବରେଶନ ଆର୍ମି (ବିଏଲ୍‌ଏ) ପାକିସ୍ତାନ ବିରୋଧୀ କାର୍ଯ୍ୟକଳାପକୁ ବନ୍ଦ କରିବାରେ ବିଫଳ ହେଉଥିବାରୁ ଇସ୍‌ଲାମାବାଦ ଲଗାତର କାବୁଲକୁ ସମାଲୋଚନା କରିଆସୁଥିଲା। ସୂଚନା ଦିଆଯାଇପାରେ ଯେ, ଆଫଗାନିସ୍ତାନ ଶରଣାର୍ଥୀଙ୍କୁ ପାକିସ୍ତାନ ନିଜ ଦେଶରୁ ବଳପୂର୍ବକ ତଡ଼ିଦେବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହି ଦୁଇ ଦେଶ ମଧ୍ୟରେ ଦେଖାଦେଇଥିବା ତିକ୍ତତାକୁ ଚାଇନା ସମ୍ଭବତଃ କମାଇବାରେ ସଫଳ ହୋଇଛି। ନିକଟରେ ବେଜିଂଠାରେ ଚାଇନା, ପାକିସ୍ତାନ ଓ ଆଫଗାନିସ୍ତାନର ବୈଦେଶିକ ମନ୍ତ୍ରୀମାନେ ଏକ ତ୍ରିପାକ୍ଷିକ ବୈଠକରେ ଯୋଗ ଦେଇ ସିପିଇସି ଉପରେ ଆଲୋଚନା କରିବା ସାମ୍ପ୍ରତିକ ସ୍ଥିତିରେ ଅଧିକ ଗୁରୁତ୍ୱ ବହନ କରୁଛି। ଆଫଗାନିସ୍ତାନର ଭିତ୍ତିଭୂମି ଓ ଅନ୍ୟାନ୍ୟ ବିକାଶମୂଳକ କାର୍ଯ୍ୟକ୍ରମରେ ଭାରତ ୩ ବିଲିୟନ ଆମେରିକୀୟ ଡଲାର ନିବେଶ କରିଛି। ଏହା ସତ୍ତ୍ୱେ ଆଫଗାନିସ୍ତାନକୁ ଚାଇନା ନିଜ ଆଡ଼କୁ ଟାଣିନେବା ଭାରତର ବୈଦେଶିକ ନୀତିର ଆଉ ଏକ ବିଫଳତାକୁ ଦର୍ଶାଉଛି ବୋଲି କୁହାଗଲାଣି।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

LIVE ମ୍ୟାଚ୍‌ରେ ଭୋ ଭୋ ହୋଇ କାନ୍ଦି ପକାଇଲେ ଜାଡେଜା, CSK ଲୋଗୋକୁ କଲେ ଚୁମ୍ବନ; ପ୍ରଶଂସକଙ୍କୁ ଭାବବିହ୍ବଳ କରୁଛି VIDEO 

ଅହମ୍ମଦାବାଦ,୩୧।୩: ଚେନ୍ନାଇ ସୁପର କିଙ୍ଗସ (CSK)  ସହ ରବୀନ୍ଦ୍ର ଜାଡେଜା ଦୀର୍ଘ ବର୍ଷ ଧରି ଜଡ଼ିତ ହୋଇ ରହିଥିଲେ। କିନ୍ତୁ ଆଇପିଏଲ ୨୦୨୬ରେ ଏହି ସମୀକରଣ ବଦଳି…

ବୈଭବ ସୂର୍ଯ୍ୟବଂଶୀ କାହିଁକି ତାଙ୍କ ଜନ୍ମଦିନର କେକ କାଟିଲେ ନାହିଁ? CSK ହାରିବା ପରେ କହିଲେ ପ୍ରକୃତ କାରଣ

ନୂଆଦିଲ୍ଲୀ,୩୧।୩: ୨୦୨୬ ଆଇପିଏଲ ସିଜିନରେ, ରାଜସ୍ଥାନ ରୟାଲ୍ସ CSK ବିପକ୍ଷରେ ସେମାନଙ୍କର ପ୍ରଥମ ମ୍ୟାଚ ୮ ୱିକେଟରେ ଜିତିଥିଲା। ଏହି ଖେଳରେ, RR ର ଯୁବ ସେନସେସନ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri