ରଣନୀତିକ ବିପଦ

ପହଲଗାମ୍‌ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଅସ୍ବାଭାବିକ ସ୍ଥିତି ଲାଗିରହିଛି। ପାକିସ୍ତାନକୁ ଭାରତୀୟମାନେ ପରମ ଶତ୍ରୁ ଭାବେ ଦେଖୁଛନ୍ତି। କିନ୍ତୁ କୂଟନୈତିକ ଓ ରଣନୀତିକ ସ୍ତରରେ ଚାଇନା ଯେଭଳି ବ୍ୟବହାର ପ୍ରଦର୍ଶନ କରୁଛି, ସେ ଭାରତର ପ୍ରଧାନ ଶତ୍ରୁ ଭାବେ ଠିଆ ହୋଇଛି। ଭାରତ ଓ ପାକିସ୍ତାନ ମଧ୍ୟରେ ଏବର ତିକ୍ତତା ଦେଖାଦେବା ପୂର୍ବରୁ ନେପାଳ, ବାଂଲାଦେଶ, ଶ୍ରୀଲଙ୍କା, ମ୍ୟାନ୍‌ମାର, ମାଳଦ୍ୱୀପ ଆଦି ରାଷ୍ଟ୍ର ସହ ଚାଇନା କୂଟନୈତିକ ସମ୍ପର୍କ ବଢ଼ାଇବାରେ ସକ୍ଷମ ହୋଇଥିଲା। ବର୍ତ୍ତମାନ ସ୍ଥିତିରେ ଭାରତ ସହ ଉତ୍ତମ ସମ୍ପର୍କ ରଖିଆସିଥିବା ଆଫଗାନିସ୍ତାନକୁ ମଧ୍ୟ ଚାଇନା କଳେବଳେ କୌଶଳେ ନିଜ ଆଡ଼କୁ ନେଇଯାଇଛି। ସଦ୍ୟ ଦୃଷ୍ଟାନ୍ତ ଦେଖିଲେ ଚାଇନା-ପାକିସ୍ତାନ ଅର୍ଥନୈତିକ କରିଡର (ସିପିଇସି) ପ୍ରକଳ୍ପରେ ଆଫଗାନିସ୍ତାନ ଯୋଗ ଦେବାକୁ ନିଷ୍ପତ୍ତି ନେଇଛି। ଉଲ୍ଲେଖଯୋଗ୍ୟ, ୨୦୧୫ ଏପ୍ରିଲରେ ସିପିଇସି ଆରମ୍ଭ ହୋଇଥିଲା। ୬୨ ବିଲିୟନ ଆମେରିକୀୟ ଡଲାରର ଏହି ପ୍ରକଳ୍ପ ପାକ୍‌ ଅଧିକୃତ କଶ୍ମୀର (ପିଓକେ) ଦେଇ ଯାଉଥିବାରୁ ଦେଶର ସାର୍ବଭୌମତ୍ୱ ଓ ଆଞ୍ଚଳିକ ଅଖଣ୍ଡତା ବିପନ୍ନ ହେଉଥିବା ଦର୍ଶାଇ ଭାରତ ତାହାକୁ ବିରୋଧ କରିଆସୁଛି। ଦୀର୍ଘ ୩,୦୦୦ କିଲୋମିଟର ବ୍ୟାପୀ ଚାଇନାର ଏହି ମହତ୍ତ୍ୱାକାଂକ୍ଷୀ ପ୍ରକଳ୍ପ ଜିନ୍‌ଜିଆଙ୍ଗ ପ୍ରଦେଶରୁ ଆରମ୍ଭ ହୋଇ ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶରେ ଥିବା ଗ୍ବଦାର ବନ୍ଦରକୁ ସଡ଼କ, ରେଳପଥ ଏବଂ ଶକ୍ତି ପ୍ରକଳ୍ପ ମାଧ୍ୟମରେ ଯୋଡ଼ି ହେବାକୁ ଯାଉଛି। ପାକିସ୍ତାନର ଦୁର୍ବଳ ଅର୍ଥନୀତିକୁ ସୁଦୃଢ଼ କରାଇବାର ଆଶା ଦେଖାଇ ଚାଇନା ଆରବ ସାଗରରେ ନିଜର ପ୍ରଭୁତ୍ୱ ବିସ୍ତାର କରିବାକୁ ଲକ୍ଷ୍ୟ ରଖିଛି। ଦେଖିବାକୁ ଗଲେ ପିଓକେ ଓ ବେଲୁଚିସ୍ତାନରେ ଭିତ୍ତିଭୂମି ବିକାଶ ଦିଗରେ ଚାଇନାର ନିବେଶ ଭାରତ ପାଇଁ ଚିନ୍ତା ବଢ଼ାଇ ଦେଇଛି। କାରଣ ସେହିସବୁ ଅଞ୍ଚଳରୁ ଚାଇନା ଓ ପାକିସ୍ତାନର ସାମରିକ କାର୍ଯ୍ୟକଳାପ ଭାରତ ପାଇଁ ବିପଦ ଆଣିବା ଥୟ। ଏଥିସହିତ ଇରାନ୍‌ର ଚାବାହାର ବନ୍ଦର ସହ ସଂଯୋଗ ନେଇ ଭାରତ ବିଭିନ୍ନ ପଦକ୍ଷେପ ନେଉଛି। ଏଭଳି ସ୍ଥଳେ ସିପିଇସି ଯୋଗୁ ସୃଷ୍ଟି ହୋଇଥିବା ବାଣିଜ୍ୟ ପଥ ଭାରତକୁ ସମ୍ପୃକ୍ତ ଅଞ୍ଚଳରୁ ତଡ଼ିଦେବ ବୋଲି ଆଶଙ୍କା ସୃଷ୍ଟି ହେଲାଣି।
ଏହି ପ୍ରଚ୍ଛଦପଟରେ ଦେଖିଲେ ପାକିସ୍ତାନ ଯୋଜନା କରି ଆଫଗାନିସ୍ତାନ ମାଟିକୁ ଭାରତ ବିରୋଧୀ କାର୍ଯ୍ୟକଳାପରେ ବ୍ୟବହାର କରିପାରେ, ଯାହା ନୂଆଦିଲ୍ଲୀର ଚିନ୍ତା ବଢ଼ାଇ ଦେଇଛି। କାରଣ ଅତୀତକୁ ଅନିଶା କଲେ ଜୈଶ-ଇ-ମହମ୍ମଦ ଓ ଲଶ୍କର-ଇ-ତୋଇବା ଭଳି ଆତଙ୍କବାଦୀ ଗୋଷ୍ଠୀଙ୍କୁ ଆଫଗାନିସ୍ତାନ ନିଜ ମାଟିରେ ଆଶ୍ରୟ ଦେଇଆସିଛି। କେବଳ ସେତିକି ନୁହେଁ, ପହଲଗାମ୍‌ ଆତଙ୍କବାଦୀ ଆକ୍ରମଣ ପରେ ଭାରତ କରିଥିବା ସାମରିକ ଅଭିଯାନକୁ ଦେଖି ଆଫଗାନିସ୍ତାନରେ ଥିବା ଅଲ୍‌-କାଏଦା ଭଳି ଉଗ୍ରପନ୍ଥୀ ସଙ୍ଗଠନ ଭାରତ ବିରୋଧରେ ଜେହାଦୀ ଘୋଷଣା କରିଛନ୍ତି। ଏବେ ବିଚଳିତ କଲା ଭଳି ଘଟଣା ହେଲା ଚାଇନାର ସିପିଇସି ଭିତ୍ତିଭୂମି ବିସ୍ତାରବାଦୀ କାର୍ଯ୍ୟରେ ଅଫଗାନିସ୍ତାନ ଯୋଗଦେବାକୁ ସମ୍ମତି ପ୍ରଦାନ କରି ଭାରତ ପାଇଁ ଗମ୍ଭୀର ଭୂରାଜନୈତିକ ପରିଣାମ ଆଣିବାର ଆଶଙ୍କା ସୃଷ୍ଟି ହୋଇଛି।
ଅତୀତକୁ ଦେଖିଲେ ଆଫଗାନିସ୍ତାନର ଅନ୍ତରୀଣ ତାଲିବାନ ସରକାର ସେଠାକାର ଆତଙ୍କବାଦୀ ସଙ୍ଗଠନ ତେହେରିକ୍‌-ଇ-ତାଲିବାନ ପାକିସ୍ତାନ ଓ ବେଲୁଚିସ୍ତାନ ଲିବରେଶନ ଆର୍ମି (ବିଏଲ୍‌ଏ) ପାକିସ୍ତାନ ବିରୋଧୀ କାର୍ଯ୍ୟକଳାପକୁ ବନ୍ଦ କରିବାରେ ବିଫଳ ହେଉଥିବାରୁ ଇସ୍‌ଲାମାବାଦ ଲଗାତର କାବୁଲକୁ ସମାଲୋଚନା କରିଆସୁଥିଲା। ସୂଚନା ଦିଆଯାଇପାରେ ଯେ, ଆଫଗାନିସ୍ତାନ ଶରଣାର୍ଥୀଙ୍କୁ ପାକିସ୍ତାନ ନିଜ ଦେଶରୁ ବଳପୂର୍ବକ ତଡ଼ିଦେବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହି ଦୁଇ ଦେଶ ମଧ୍ୟରେ ଦେଖାଦେଇଥିବା ତିକ୍ତତାକୁ ଚାଇନା ସମ୍ଭବତଃ କମାଇବାରେ ସଫଳ ହୋଇଛି। ନିକଟରେ ବେଜିଂଠାରେ ଚାଇନା, ପାକିସ୍ତାନ ଓ ଆଫଗାନିସ୍ତାନର ବୈଦେଶିକ ମନ୍ତ୍ରୀମାନେ ଏକ ତ୍ରିପାକ୍ଷିକ ବୈଠକରେ ଯୋଗ ଦେଇ ସିପିଇସି ଉପରେ ଆଲୋଚନା କରିବା ସାମ୍ପ୍ରତିକ ସ୍ଥିତିରେ ଅଧିକ ଗୁରୁତ୍ୱ ବହନ କରୁଛି। ଆଫଗାନିସ୍ତାନର ଭିତ୍ତିଭୂମି ଓ ଅନ୍ୟାନ୍ୟ ବିକାଶମୂଳକ କାର୍ଯ୍ୟକ୍ରମରେ ଭାରତ ୩ ବିଲିୟନ ଆମେରିକୀୟ ଡଲାର ନିବେଶ କରିଛି। ଏହା ସତ୍ତ୍ୱେ ଆଫଗାନିସ୍ତାନକୁ ଚାଇନା ନିଜ ଆଡ଼କୁ ଟାଣିନେବା ଭାରତର ବୈଦେଶିକ ନୀତିର ଆଉ ଏକ ବିଫଳତାକୁ ଦର୍ଶାଉଛି ବୋଲି କୁହାଗଲାଣି।


Enter your email to get our daily news in your inbox.

All Right Reserved By Dharitri.Com

ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗକୁ ଧରିଲା ବଲାଙ୍ଗୀର ପୋଲିସ: ଦେଶୀ ବନ୍ଧୁକ, ବାଇକ୍‌ ଜବତ

ବଲାଙ୍ଗୀର,୨୭।୧୨(ସୁନିଲ ମହାନ୍ତି): ବଲାଙ୍ଗୀର ଟାଉନ ଥାନା ପୋଲିସଏକ ସ୍ବତନ୍ତ୍ର ଟିମ୍‌ ଶନିବାର ଏକ ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗକୁ ଧରିଛି l ଏ ନେଇ ବଲାଙ୍ଗୀର ଏସ୍‌ପି...

ରାସ୍ତାରେ ଟ୍ରକ୍‌ ରଖି ଶୌଚ ପାଇଁ ଯାଇଥିଲେ ଡ୍ରାଇଭର, ଆପଣା ଛାଏଁ ପଛକୁ ପଛ ଗଡ଼ି…

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଦେଇ ଯାଇଥିବା ଗୋପାଳପୁର-ରାଇପୁରକୁ ସଂଯୋଗ କରୁଥିବା ୫୯ ନଂ ଜାତୀୟ ରାଜପଥର ସିମନବାଡ଼ି ନିକଟ ଟୋଲ୍‌ ଗେଟ୍‌ ନିକଟରେ...

ଭାଜପା ଦାରିଙ୍ଗବାଡ଼ି ମଣ୍ଡଳରେ ନୂଆ କର୍ମକର୍ତ୍ତା: ରାଜନୀତିକୁ ଆସୁଛନ୍ତି ଶିକ୍ଷିତ, ସ୍ବୟଂସେବକ

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): ବିଭିନ୍ନ ଦଳରେ ଉଚ୍ଚ ଶିକ୍ଷିତ ଯୁବଗୋଷ୍ଠୀ ରାଜନୀତିକୁ ଆସିବା ଦେଖିବାକୁ ମିଳିଛି। ଏହି କ୍ରମରେ ରାଜ୍ୟ ଓ କେନ୍ଦ୍ରରେ ଶାସନ କରୁଥିବା ଭାଜପା...

୧୫ ଘଣ୍ଟା କାମ ପରେ ମିଳିଲା ୭୬୩ ଟଙ୍କା, ଡେଲିଭରି ବୟଙ୍କୁ ଘରକୁ ଡାକି ଏମିତି କଲେ ରାଘବ ଚଢା, ସମସ୍ତେ କରୁଛନ୍ତି ପ୍ରଶଂସା

ନୂଆଦିଲ୍ଲୀ,୨୭।୧୨: ନିକଟରେ, ଜଣେ ଡେଲିଭରି ବୟର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏକ ଛୋଟ ଭିଡିଓରେ, ଯୁବକ ଜଣକ ତାଙ୍କର ଦୈନନ୍ଦିନ କାର୍ଯ୍ୟସୂଚୀ...

Vijay Hazare Trophy: ଯାହାଙ୍କ ବଲରେ ଆଉଟ ହେଲେ କୋହଲି ତାଙ୍କୁ ଦେଲେ ବଡ଼ ଉପହାର, ଜିତିଲେ ପ୍ରଶଂସକଙ୍କ ମନ

ନୂଆଦିଲ୍ଲୀ,୨୭।୧୨: ବିରାଟ କୋହଲିଙ୍କୁ ଆଉଟ କରିଥିବା ଗୁଜରାଟର ସ୍ପିନର ବିଶାଲ ଜୟସୱାଲଙ୍କୁ ମଧ୍ୟ ବହୁତ ପ୍ରଶଂସା କରାଯାଉଛି। ବିରାଟଙ୍କ ଗୋଟିଏ ବଲ ଉପରେ କୋହଲି ଏକ...

ଗୁଲୁଆ-ବର୍ଷା: ଶ୍ୱଶୁରଙ୍କୁ କାନ୍ଦି କାନ୍ଦି ନେହୁରା ହେଉଛନ୍ତି ବର୍ଷା, ଭାଇରାଲ ହେଉଛି ଅଡିଓ…

ଭୁବନେଶ୍ୱର,୨୭।୧୨:ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି। ଅଲଗା...

ଅଲ୍ଲୁ-ଅର୍ଜୁନଙ୍କ ବିରୋଧରେ ଚାର୍ଜଶିଟ୍‌ ଦାଖଲ କଲା ପୋଲିସ, କାରଣ ଜାଣିଲେ…

ମୁମ୍ବାଇ,୨୭ା୧୨: ଅଭିନେତା ଅଲ୍ଲୁ-ଅର୍ଜୁନଙ୍କ ନାମରେ ଚାର୍ଜଶିଟ୍‌ ଦାଖଲ କରିଛି ପୋଲିସ। ଉକ୍ତ ଚାର୍ଜଶିଟ୍‌ରେ ଅଲ୍ଲୁ-ଅର୍ଜୁନଙ୍କ ସମେତ ୨୩ ଅଭିଯୁକ୍ତଙ୍କ ନାଁ ରହିଛି। ହାଇଦ୍ରାବାଦ ସନ୍ଧ୍ୟା ଥିଏଟର...

ଗତ ୨ ବର୍ଷରେ ୧୧ ହଜାର ଇଞ୍ଜିନିୟର ୫ ହଜାର ଡାକ୍ତର ଦେଶ ଛାଡିଛନ୍ତି, କାହିଁକି ପାକିସ୍ତାନର ହେଉଛି ଏମିତି ଅବସ୍ଥା?ଜାଣନ୍ତୁ…

ଇସଲମାବାଦ,୨୭।୧୨: ପାକିସ୍ତାନ ବର୍ତ୍ତମାନ ଇତିହାସରେ ସବୁଠାରୁ ଗୁରୁତର ପ୍ରତିଭା ପ୍ରସ୍ଥାନର ସମ୍ମୁଖୀନ ହେଉଛି। ଆର୍ଥିକ ଦୁର୍ଦ୍ଦଶା, ରାଜନୈତିକ ଅନିଶ୍ଚିତତା ଏବଂ ବୃତ୍ତିଗତ ସୁଯୋଗର ଅଭାବ ଏପରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri