Posted inଫୁରସତ

ଅଜବ ପରମ୍ପରା:ପ୍ରେମ କରୁଥିଲେ ଏମିତି ଜଣାନ୍ତି….

ବେଜିଂ:ସାରା ବିଶ୍ୱରେ ପ୍ରେମ ପ୍ରକାଶର ଉପାୟ ପ୍ରାୟତଃ ଭିନ୍ନ। କିଏ ଫୁଲ ଦେଇ ପ୍ରପୋଜ୍‌ କରନ୍ତି ତ ଆଉ କିଏ ପ୍ରେମପତ୍ର ଦିଅନ୍ତି। ଆଉ କେହି କେହି ସଙ୍ଗୀତ ମାଧ୍ୟମରେ ନିଜର ଭାବନା ପ୍ରକାଶ କରନ୍ତି। ଚାଇନାର କିଛି ଜନଜାତି ମଧ୍ୟରେ ଏକ ଅନନ୍ୟ ପ୍ରଥା ଶତାବ୍ଦୀ ଧରି ପ୍ରଚଳିତ, ଯାହାକୁ ଆଜିର ସମୟରେ ଅଜବ ଏବଂ ଅସାଧାରଣ ବୋଲି ବିବେଚନା କରାଯାଇପାରେ। ଏହି ପ୍ରଥା ପ୍ରେମ ସମ୍ପର୍କ ସହ ଜଡ଼ିତ। ଏଠାରେ ପ୍ରେମ ପ୍ରକାଶ କରିବା ପାଇଁ ଯୁବତୀଯୁବକ ପରସ୍ପରକୁ କାମୁଡ଼ି ଥାଆନ୍ତି।
ପରମ୍ପରା ‘ୟାଓ ସୋ ଡିଂ କିଙ୍ଗ୍‌’ ନାମରେ ଜଣାଶୁଣା, ଯାହାର ଅର୍ଥ ‘ହାତ କାମୁଡ଼ି ପ୍ରେମକୁ ମୁଦ୍ରିତ କର’। ଏହା ଚାଇନାର ହାଇନାନ ପ୍ରଦେଶରେ ରହୁଥିବା ମିଆଓ ସମ୍ପ୍ରଦାୟର ଏକ ପାରମ୍ପରିକ ପ୍ରଥା। ୨୦୧୭ ମସିହାରେ ଏହି ପରମ୍ପରାକୁ ଆନୁଷ୍ଠାନିକ ଭାବେ ଏକ ପ୍ରାଦେଶିକ ସ୍ତରୀୟ ଅମୂର୍ତ୍ତ ସାଂସ୍କୃତିକ ଐତିହ୍ୟ ଭାବରେ ନାମିତ କରାଯାଇଥିଲା।
ଏହି ଅନନ୍ୟ ପ୍ରଥା ସାଧାରଣତଃ ସୁପାରି(ବିଟଲ ପାମ୍‌) ବୃକ୍ଷ ତଳେ କରାଯାଏ। ମିଆଓ ସଂସ୍କୃତିରେ ସୁପାରି ବୃକ୍ଷକୁ ଅନନ୍ତ ପ୍ରେମ ଏବଂ ସ୍ଥାୟିତ୍ୱର ପ୍ରତୀକ ଭାବରେ ବିବେଚନା କରାଯାଏ। ପ୍ରତିବର୍ଷ ତୃତୀୟ ମାସର ତୃତୀୟ ଦିନରେ ପଡୁଥିବା ଏହି ବିଶେଷ ପର୍ବରେ ଯୁବତୀଯୁବକମାନେ ଉକ୍ତ ଗଛଗୁଡ଼ିକର ଛାଇ ତଳେ କିମ୍ବା ଘାସ ପାହାଡ଼ ଉପରେ ଏକାଠି ହୁଅନ୍ତି। ସେମାନେ ଲୋକଗୀତ ମାଧ୍ୟମରେ ପରସ୍ପର ସହ ଯୋଗାଯୋଗ କରନ୍ତି; ଯାହା ପ୍ରେମ, ଭାବନା ଏବଂ ଜୀବନସାଥୀ ପାଇବାର ଆଶାକୁ ପ୍ରକାଶକରେ। ଯେତେବେଳେ ଜଣେ ଯୁବକ ଜଣେ ଯୁବତୀଙ୍କ ପ୍ରତି ଆକର୍ଷିତ ହୁଅନ୍ତି, ସେ ରାତିରେ ନାକ ବଂଶୀ କିମ୍ବା ପତ୍ରରୁ ତିଆରି ସିଟି ପରି ବାଦ୍ୟଯନ୍ତ୍ର ବଜାଇ ନିଜର ଭାବନା ପ୍ରକାଶ କରନ୍ତି। ଯୁବତୀ ଜଣକ ଏହି ସୁମଧୁର ଶବ୍ଦରେ ଲୁଚି ରହିଥିବା ପ୍ରେମକୁ ଅନୁଭବ କରିବା ସହ ପ୍ରତିକ୍ରିୟା ମଧ୍ୟ ଜଣାନ୍ତି। କିନ୍ତୁ ଶବ୍ଦ ନୁହେଁ, କାମୁଡ଼ି ଦେଇ ନିଜ ମନୋଭାବ ପ୍ରକାଶ କରିଥାନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

WPL: ଫାଇନାଲରେ ପହଞ୍ଚିଲା ଆର୍‌ସିବି

ଭଦୋଦରା,୨୯ା୧- ଚଳିତ ଓମେନ୍ସ ପ୍ରିମିୟର ଲିଗ୍‌ (ଡବ୍ଲ୍ୟୁପିଏଲ୍‌)ରେ ଗୁରୁବାର ଖେଳାଯାଇଥିବା ଲିଗ୍‌ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ଅତି ସହଜରେ ୮ ଉଇକେଟରେ ୟୁପି ଓ୍ବାରିଅର୍ସକୁ…

ବିବାହର ପ୍ରଲୋଭନ ଦେଖାଇ ସମ୍ପର୍କ: ଯୁବତୀ ଏବେ ୪ ମାସର ଗର୍ଭବତୀ

ଜୟପୁର, ୨୯।୧(ପବନ ପାଣିଗ୍ରାହୀ): ଯୁବତୀଙ୍କୁ ବିବାହର ପ୍ରଲୋଭନ ଦେଖାଇ ତାଙ୍କୁ ଗର୍ଭବତୀ ଓ ପରେ ପ୍ରତାରଣା କରିବା ଅଭିଯୋଗରେ ଜୟପୁର ମହିଳା ପୋଲିସ ଜଣେ ଯୁବକଙ୍କୁ ଗିରଫ…

ଅସଲି ଟ୍ରେଡିଂ କମ୍ପାନୀର ଫେକ୍‌ ଆପ୍‌, ହ୍ବାଟ୍ସଆପ୍‌ ଗ୍ରୁପ କରି ଲୁଟିଥିଲେ ୯୪.୬୨ ଲକ୍ଷ ଟଙ୍କା; ୩ ଯୁବକଙ୍କୁ ବାନ୍ଧିଲା…

ଦେବଗଡ, ୨୯ା୧ (ଶଶାଙ୍କ ଶେଖର ଝାଙ୍କର): ଅବସର ପ୍ରାପ୍ତ ଜଣେ ସରକାରୀ କର୍ମଚାରୀଙ୍କ ଠାରୁ ୯୪ ଲକ୍ଷ ୬୨ ହଜାର ୪୬୧ ଟଙ୍କା ସାଇବର ଠକେଇ ଅଭିଯୋଗରେ…

ମୋରମ ପାଇଁ ପାହାଡ଼ କାଟିଦେଲା ପୂର୍ତ୍ତ ବିଭାଗ, ବାରିଝୋଲା ଗ୍ରାମବାସୀ…

ରାୟଗଡ଼ା,୨୯।୧(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ବ୍ଲକ ହାଲୁଆ ପଞ୍ଚାୟତ ଅନ୍ତର୍ଗତ ବାରିଝୋଲା ଗ୍ରାମସ୍ଥିତ ପଦ୍ମାବତୀ ହରିକୁପା ପାହାଡ଼ରୁ ଚାଲିଛି ମୋରମ ଖନନ। ତେବେ ମୋରମ ଖନନ ଯୋଗୁ…

ଶ୍ରୀମନ୍ଦିର ପରିକ୍ରମା ମାର୍ଗରେ ଟଳିପଡ଼ିଲେ ଭକ୍ତ: ମହାପ୍ରଭୁଙ୍କ ଦର୍ଶନ ହେଲା…

ପୁରୀ,୨୯ା୧(ଅଜିତ୍‌ କୁମାର ମହାନ୍ତି): ଶ୍ରୀମନ୍ଦିର ପରିକ୍ରମା ମାର୍ଗରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିଥିବା ଜଣେ ଭକ୍ତଙ୍କର ଉତ୍ତରଦ୍ୱାର ନିକଟ ପରିକ୍ରମା…

ଲାଞ୍ଚ ନେବା ପଡ଼ିଲା ମହଙ୍ଗା: ପୂର୍ବତନ ବହୁମୁଖୀ ସ୍ବାସ୍ଥ୍ୟ ପରିଦର୍ଶକଙ୍କୁ ୨ବର୍ଷ ଜେଲ

ସୁନ୍ଦରଗଡ,୨୯ା୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ର ଭିଜିଲାନ୍ସ କୋର୍ଟ ଗୁରୁବାର ଏକ ଲାଞ୍ଚ ମାମଲାର ରାୟ ପ୍ରକାଶ କରିଛି। ଭିଜିଲାନ୍ସ କୋର୍ଟର ସ୍ବତନ୍ତ୍ର ଜଜ୍‌ ଲାଞ୍ଚ ମାମଲାର ଶୁଣାଣି…

ଜିଲାସ୍ତରୀୟ କବାଡ଼ି: ଅନାମିକା କ୍ଲବ ଚାମ୍ପିୟନ

ସମ୍ବଲପୁର,୨୯ା୧(ବି.ଶଙ୍କର): ପ୍ରଗତୀ ସାମାଜିକ ଅନୁଷ୍ଠାନ ଆୟୋଜିତ ଜିଲାସ୍ତରୀୟ କବାଡି ପ୍ରତିଯୋଗିତା ଚେରୁଆପଡା ଫାର୍ମରୋଡଠାରେ ଉଦ୍‌ଯାପିତ ହୋଇଯାଇଛି। ଫାଇନାଲ ମ୍ୟାଚ୍‌ ଅନାମିକା କ୍ଲବ ଏବଂ ପାଟଣେଶ୍ୱରୀ(କ) ଦଳ ମଧ୍ୟରେ…

ବନ ବିଭାଗ ଜାଲରେ ଚୋର: ଚୋରି କରୁଥିବା ବେଳେ ୪ ଜଣଙ୍କୁ କାବୁ କଲେ…

ଥୁଆମୂଳ ରାମପୁର, ୨୯।୧ (ଦୁର୍ଗା କୀର୍ତ୍ତି): ସରକାରୀ ପ୍ରକଳ୍ପରୁ ସାମଗ୍ରୀ ଚୋରି କରିବା ଚୋରଙ୍କୁ ମହଙ୍ଗା ପଡ଼ିଛି। ଗୋପାଳପୁର ପଞ୍ଚାୟତ ସ୍ଥିତ ପାଟଜୋର ଡଙ୍ଗର ବନୀକରଣ ପ୍ରକଳ୍ପରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri