ରାଉରକେଲା IGHରେ ଅଭାବନୀୟ ଘଟଣା: ଟଏଲେଟ୍‌ ପ୍ୟାନ୍‌ ଭିତରୁ ନବଜାତକର ମୃତଦେହ ଉଦ୍ଧାର, ବଢ଼ିଲା ଚର୍ଚ୍ଚା

ରାଉରକେଲା, ୧୦।୩ (ସଂଗୀତା ଜେନା): ରାଉରକେଲା ଇସ୍ପାତ ଜେନେରାଲ ହସ୍ପିଟାଲ (IGH) ପରିସରରେ ଏକ ହୃଦୟ ବିଦାରକ ତଥା ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ହସ୍ପିଟାଲର ଜରୁରୀକାଳୀନ ବିଭାଗରେ ଥିବା ମହିଳା ଶୌଚାଳୟର ପ୍ୟାନ ଭିତରୁ ଏକ ନବଜାତ ଶିଶୁର ମୃତଦେହ ଉଦ୍ଧାର କରାଯାଇଛି।

ପୋଲିସଠାରୁ ମିଳିଥିବା ସୂଚନା ଅନୁଯାୟୀ, ଗତକାଲି (ସୋମବାର) ବିଳମ୍ବିତ ରାତି ପ୍ରାୟ ୧୧:୧୫ ସମୟରେ ବେଦବ୍ୟାସ ଅଞ୍ଚଳର ଜଣେ ଯୁବତୀ ପେଟରେ ଅତ୍ୟଧିକ ଯନ୍ତ୍ରଣା ଅନୁଭବ କରିବାରୁ IGHକୁ ଚିକିତ୍ସା ପାଇଁ ଆସିଥିଲେ। ଡାକ୍ତରଖାନାରେ ଥିବା ସମୟରେ ସେ ଶୌଚାଳୟକୁ ଯାଇଥିଲେ ଏବଂ ସେଠାରେ ହିଁ ସେ ଶିଶୁଟିକୁ ପ୍ରସବ କରିଥିଲେ। ଦୁର୍ଭାଗ୍ୟବଶତଃ ଜନ୍ମ ପରେ ନବଜାତକଟି ଶୌଚାଳୟ ପ୍ୟାନ ଭିତରେ ଖସି ପଡ଼ିଥିଲା, ଫଳରେ ତାର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି।

ଘଟଣା ସମ୍ପର୍କରେ ଖବର ପାଇ ସେକ୍ଟର-୧୯ ଥାନା ପୋଲିସ ତୁରନ୍ତ ହସ୍ପିଟାଲରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପୋଲିସ ଏହି ମାମଲାକୁ ଏକ ଅପ୍ରାକୃତିକ ମୃତ୍ୟୁ ଭାବେ ରୁଜୁ କରିଛି। ଟଏଲେଟ ପ୍ୟାନ ଭିତରେ ଶିଶୁଟି ଫସି ରହିଥିବାରୁ, ପ୍ୟାନ୍‌କୁ ଭାଙ୍ଗି ମୃତଦେହକୁ ବାହାର କରାଯାଇଛି। ହସ୍ପିଟାଲ ପରିସରରେ ଥିବା ସିସିଟିଭି ଫୁଟେଜ୍‌କୁ ପୋଲିସ ଯାଞ୍ଚ କରୁଛି, ଯାହାଦ୍ୱାରା ଯୁବତୀଙ୍କ ଆସିବା ଏବଂ ଘଟଣା ସମୟର ସଠିକ ତଥ୍ୟ ମିଳିପାରିବ। ଆସନ୍ତାକାଲି (ବୁଧବାର) ଶିଶୁର ଶବ ବ୍ୟବଚ୍ଛେଦ କରାଯିବ ବୋଲି ପୋଲିସ ସୂଚନା ଦେଇଛି।

ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଯୁବତୀ ଜଣକ କେଉଁ ପରିସ୍ଥିତିରେ ଶୌଚାଳୟ ଭିତରେ ପ୍ରସବ କଲେ ଏବଂ ଏଥିରେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କର କୌଣସି ଅବହେଳା ରହିଛି କି ନାହିଁ, ସେ ନେଇ ପୋଲିସ ଖୋଳତାଡ଼ କରୁଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବାଇକ୍‌ରେ କରୁଥିଲେ ଗଞ୍ଜେଇ ଚାଲାଣ: ଯୁବକଙ୍କୁ ମାଡ଼ି ବସିଲା ଦିଗପହଣ୍ଡି ଅବକାରୀ ବିଭାଗ, ଖାନତଲାସି ପରେ…

ଦିଗପହଣ୍ଡି, ୧୦।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଅବକାରୀ ବିଭାଗ ପକ୍ଷରୁ ଏକ ବଡ଼ ଧରଣର ସଫଳତା ମିଳିଛି। ମଙ୍ଗଳବାର ପୂର୍ବାହ୍ନ ପ୍ରାୟ…

ବିଜେଡିକୁ ଶକ୍ତ ଝଟ୍‌କା, ଦଳ ଛାଡିଲେ ବଡ଼ ନେତା

ଭୁବନେଶ୍ୱର,୧୦।୩: ବିଜେଡିକୁ ଶକ୍ତ ଝଟ୍‌କା। ଦଳରୁ ଇସ୍ତଫା ଦେଲେ ବାଲେଶ୍ୱରର ପୂର୍ୱତନ ଏମପି ରବୀନ୍ଦ୍ର ଜେନା । ବାଲେଶ୍ୱରର ପୂର୍ୱତନ ଏମପି ରବୀନ୍ଦ୍ର ଜେନା ବିଜୁ ଜନତା…

ବାଇକ୍‌ରେ ସାଙ୍ଗଙ୍କ ସହ ଘରକୁ ଫେରୁଥିଲେ: ଦୁର୍ଘଟଣାରେ ଚାଲିଗଲା ସାଗରଙ୍କ ଜୀବନ, ଉତ୍ତେଜନା ପରେ…

ଭଞ୍ଜନଗର, ୧୦।୩ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ସାହାଣପଲ୍ଲୀ ଛକ ନିକଟରେ ମଙ୍ଗଳବାର ଅପରାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି…

ମାଥ୍ୟୁ ହେଡେନଙ୍କୁ ମିଳିଲା ଗୁରୁଦାୟିତ୍ୱ

ଅହମଦାବାଦ,୧୦ା୩: ଅଷ୍ଟ୍ରେଲିଆର ପୂର୍ବତନ ଓପନର ମାଥ୍ୟୁ ହେଡେନଙ୍କୁ ମଙ୍ଗଳବାର ଆଗାମୀ ଆଇପିଏଲ୍‌ ସିଜନ ଲାଗି ଗୁଜରାଟ ଟାଇଟନ୍ସ ପକ୍ଷରୁ ବ୍ୟାଟିଂ କୋଚ୍‌ ଭାବେ ନିଯୁକ୍ତ କରାଯାଇଛି। ଦୁଇ…

ଯୁଦ୍ଧ ଭିତରେ ଚାଇନାର ଭୟଙ୍କର ପ୍ଲାନ! ବିଶ୍ୱରେ ପଡିଲା ଚହଳ

ବେଜିଂ,୧୦।୩: ବିଶ୍ୱର ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ର, ଯୁକ୍ତରାଷ୍ଟ୍ର, ଇରାନ ସହିତ ଚାଲିଥିବା ସଂଘର୍ଷ ପାଇଁ ତାର ସମସ୍ତ ଶକ୍ତି ଲଗାଇ ଦେଇଥିବା ବେଳେ, ଚାଇନା ଏକ ଭୟଙ୍କର…

“ଜଙ୍ଗଲ ନିଆଁକୁ ରୋକିଲେ ହିଁ ପରିବେଶ ସୁରକ୍ଷିତ ରହିବ”

ଭଞ୍ଜନଗର, ୧୦।୩ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ଅନ୍ତର୍ଗତ ତାରସିଂ ରେଞ୍ଜ କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର ଏକ ବନାଞ୍ଚଳସ୍ତରୀୟ ବନାଗ୍ନି ପ୍ରଶମନ…

ଇନ୍‌ଷ୍ଟାଗ୍ରାମରେ ପୋଷ୍ଟ କରି ଚମକାଇଲେ ରିଙ୍କୁ ସିଂ, କହିଦେଲେ…

ଅହମଦାବାଦ,୧୦ା୩: ଫାଇନାଲରେ ନ୍ୟୁଜିଲାଣ୍ଡକୁ ହରାଇ ଭାରତ ଚାମ୍ପିୟନ ହେବା ପରେ ଭାରତୀୟ ଦଳର ଷ୍ଟାର ରିଙ୍କୁ ସିଂ ତାଙ୍କ ସ୍ବର୍ଗତ ବାପା ଖାନଚାନ୍ଦ ସିଂଙ୍କ ଲାଗି ଏକ…

ଆଶ୍ରମ ବିଦ୍ୟାଳୟ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ: ତଥ୍ୟରେ ତାଳମେଳ ନ ଥିବାରୁ ବଢୁଛି ଉତ୍ତେଜନା, ବାହୁନି କାନ୍ଦୁଛନ୍ତି ମା’  

ପଟ୍ଟାଙ୍ଗି/ସୁନାବେଡା, ୧୦।୩ (ଶରତ କୁମାର ଧଳ/କୃତ୍ତିବାସ ପ୍ରଧାନ): ଜବାହାର ନବୋଦୟ ବିଦ୍ୟାଳୟର ତିନି ଛାତ୍ରଙ୍କ ମୃତ୍ୟୁ ଘଟଣାର ମାତ୍ର ତିନି ଦିନ ପରେ ପୁଣି ଜଣେ ଆଶ୍ରମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri